ଆଜି ସର୍ବପିତୃ ଅମାବାସ୍ୟା ଅଟେ। ପିତୃପକ୍ଷ ଭାଦ୍ରପଦ ପୂର୍ଣ୍ଣିମା ତିଥିରେ ଆରମ୍ଭ ହୋଇ ଆଶ୍ୱିନ ମାସ ଅମାବାସ୍ୟା ତିଥିରେ ସମାପ୍ତ ହୋଇଯିବ। ଏହିଦିନ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇ ବିଦାୟ ଦିଆଯାଇଥାଏ। ଯେଉଁ ଲୋକଙ୍କୁ ତାଙ୍କ ପୂର୍ବପୁରୁଷଙ୍କର ମୃତ୍ୟୁ ତିଥି ଜଣା ନାହିଁ, ସେମାନେ ଏହି ପିତୃପକ୍ଷ ଚାଲିଥିବା ସମୟରେ ଶ୍ରାଦ୍ଧ ଦେଇ ପାରିବେ। ଏହାଦ୍ବାରା ପିତୃପୁରୁଷ ସନ୍ତୁଷ୍ଟ ହୋଇଥାନ୍ତି। ଆଜି ଆମେ ଆପଣଙ୍କୁ ରବିବାର ସେପ୍ଟେମ୍ବର ୨୫ ତାରିଖର ରାଶିଫଳ କହିବାକୁ ଯାଉଛୁ। ତେବେ ପଢନ୍ତୁ ଦିନଟି ଆପଣଙ୍କ ପାଇଁ କିପରି ରହିବ।
ମେଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆକସ୍ମିକ ଧନଲାଭ ହୋଇପାରେ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ବ୍ୟକ୍ତିଗତ ଜୀବନରେ ଆପଣଙ୍କ ସମସ୍ୟା ବଢ଼ି ଯାଇପାରେ। କଳା କ୍ଷେତ୍ରରେ ଜଡ଼ିତ ଲୋକେ ନିଜ ପ୍ରତିଭା ପ୍ରଦର୍ଶନ କରିବେ। ଅଯଥା ଚିନ୍ତିତ ହୁଅନ୍ତୁ ନାହିଁ।
ବୃଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଆଶାନୁରୂପ ସଫଳତା ପ୍ରାପ୍ତ ହେବ। ବିବାହିତ ଲୋକଙ୍କର ଗୃହସ୍ଥ ଜୀବନରେ ପ୍ରେମ ବୃଦ୍ଧି ହେବ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। କୌଣସି କଠିନ ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ।
ମିଥୁନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ବ୍ୟବସାୟିକ ମାମଲାରେ ବାହାର ସ୍ଥାନକୁ ଯାତ୍ରା କରି ପାରନ୍ତି । ଜୀବନସାଥୀ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ। କାରବାର ପାଇଁ ଏହି ସମୟ ଅନୁକୂଳ ରହିଛି। ପିତୃପକ୍ଷ ଚାଲୁଥିବା ସମୟରେ ଘରେ ମାନା, ମଦିରା ଆଦିର ସେବନ କରିବା ଉଚିତ ନୁହେଁ। ନଚେତ ପିତୃପୁରୁଷ ମାନେ କ୍ରୋଧିତ ହୋଇ ଯାଇଥାନ୍ତି।
କର୍କଟ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ଧନ ସଞ୍ଚୟ କରି ଲାଭବାନ ହେବେ। ସମ୍ପର୍କୀୟଙ୍କ ସହିତ ହସଖୁସିରେ ସମୟ ଅତିବାହିତ କରିବେ। କାର୍ଯ୍ୟକ୍ଷେତ୍ରରେ ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ପ୍ରୟାସ କରି ପାରନ୍ତି। ପ୍ରେମ ଜୀବନ ପାଇଁ ସମୟ ଅନୁକୂଳ ରହିଛି। ବ୍ୟବସାୟିକ ମାମଲାରେ ବିଦେଶ ଯାତ୍ରା କରି ପାରନ୍ତି।
ସିଂହ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ। ଜୀବନସାଥୀଙ୍କ ସହିତ ବୈଚାରିକ ମତଭେଦ ହୋଇପାରେ।ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ।
କନ୍ୟା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ପରିବାରରେ ଆପଣଙ୍କର କୌଣସି କଥାକୁ ନେଇ ବିରୋଧ ହୋଇପାରେ।ପ୍ରେମ ଜୀବନରେ ଗଭୀରତା ଆସିବ। ସନ୍ତାନଙ୍କ ସମସ୍ୟା ଖୁବ୍ ଶୀଘ୍ର ସମାପ୍ତ ହେବ। ଯେଉଁମାନେ ବିଦେଶ ଯାତ୍ରା କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଦିନଟି ଅନୁକୂଳ ରହିଛି। କୌଣସି ସ୍ଥାନରେ ନିବେଶ କରି ଲାଭବାନ ହେବେ।
ତୁଳା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। କ୍ରୋଧ ଅବସ୍ଥାରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। କଳା କ୍ଷେତ୍ରରେ ଜଡ଼ିତ ଲୋକକୁ ନିଜ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ପ୍ରାପ୍ତ ହେବ। ଯେଉଁମାନେ ନୂଆ କମ୍ପାନୀରେ ଚାକିରି କରିବା ପାଇଁ ଚାହୁଁଛନ୍ତି, ସେମାନଙ୍କୁ କମ୍ପାନୀ ବିଷୟରେ ଜରୁରୀ କଥା ଜାଣିବା ଆବଶ୍ୟକ।
ବିଛା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣଙ୍କୁ ଘରର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। କୌଣସି ସ୍ଥାନରେ ଧନ ନିବେଶ କରି ଲାଭବାନ ହେବେ।।ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପ୍ରେମୀ ଯୁଗଳଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ରହିଛି।
ଧନୁ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣଙ୍କ ଆତ୍ମବିଶ୍ବାସ ବୃଦ୍ଧି ହେବ। ପାରିବାରିକ ଜୀବନ ସୁଖମୟ ରହିବ। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପ୍ରେମୀ ଯୁଗଳଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ ଅନୁକୂଳ ରହିଛି।
ମକର ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଅତି ଶୀଘ୍ର କୌଣସି ନିଷ୍ପତ୍ତି ନିଅନ୍ତୁ। ଘରର ବୃଦ୍ଧ ଲୋକଙ୍କ ସେବା କରି ଆପଣ ପୁଣ୍ୟ ଅର୍ଜନ କରିବେ। ବାହନ ସୁଖ ଭୋଗ କରିବେ। ପିତୃପକ୍ଷ ଚାଲୁଥିବା ସମୟରେ ଗାଈ, କାଉ ଆଦିଙ୍କୁ ଖାଇବାକୁ ଦିଅନ୍ତୁ। ଏଭଳି କରିବା ସ୍ୱର ପିତୃପୁରୁଷ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ।
କୁମ୍ଭ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ପରିବାରରେ କୌଣସି ସଦସ୍ୟଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। ଅଯଥା ବିବାଦରେ ସାମିଲ ହୁଅନ୍ତୁ ନାହିଁ। ପୁରୁଣା ବନ୍ଧୁ ସର୍ବଦା ଆପଣଙ୍କ ସପକ୍ଷରେ ରହିବେ।ଆଜି ଆପଣ କିଛି ବଡ଼ ଡୀଲ ଫାଇନାଲ କରି ପାରନ୍ତି, ତେଣୁ ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ। କାର୍ଯ୍ୟକ୍ଷେତ୍ରରେ କର୍ମଚାରୀ ଆପଣଙ୍କୁ ପ୍ରଶଂସା କରିବେ।
ମୀନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କର ସବୁ ମାନସିକ ଚିନ୍ତା ଦୂର ହୋଇଯିବ।ଚାକିରି କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକେ ପ୍ରଶଂସିତ ହେବେ। କୌଣସି ସ୍ଥାନରେ ନିବେଶ କରି ଆପଣ ଲାଭବାନ ହୋଇ ପାରନ୍ତି। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି।