ଶ୍ରୀକୃଷ୍ଣଙ୍କ ଅନୁଯାୟୀ ସର୍ବ ପିତୃ ଅମାବାସ୍ୟାକୁ ମିଳିଥାଏ ପିତୃଙ୍କ କୃପା ।ଦାରିଦ୍ର୍ୟତା ହୋଇଯାଏ ଦୂର :-

ଭଗବାନ ଶ୍ରୀକୃଷ୍ଣ ଗରୁଡ଼ଙ୍କୁ ସର୍ବ ପିତୃ ଅମାବାସ୍ୟା ବିଷୟରେ କହିଛନ୍ତି । ଏପରି କୁହାଯାଏ ଯେ ଯେଉଁ ବ୍ୟକ୍ତି ଉପରେ ପିତୃ ପ୍ରସନ୍ନ ରହନ୍ତି ସେହି ବ୍ୟକ୍ତିକୁ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ତେଣୁ ଗରୁଡ଼ ପୁରାଣ ଅନୁଯାୟୀ ଯେଉଁ ବ୍ୟକ୍ତି ସର୍ବ ପିତୃ ଅମାବାସ୍ୟାରେ ଦାନ ଧର୍ମ କରିଥାଏ ତାକୁ ପିତୃଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ । ଯଦି କୌଣସି ବ୍ୟକ୍ତି ନିଜ ପିତୃଙ୍କ ଦେହତ୍ୟାଗର ତିଥି ଜାଣିନାହିଁ ତେବେ ସେ ନିଜ ପିତୃଙ୍କୁ ସର୍ବ ପିତୃ ଅମାବାସ୍ୟା ଦିନ ଏକ ବିଶେଷ ଉପାୟ ଦ୍ୱାରା ଶ୍ରାଦ୍ଧ କିମ୍ବା ଏକ ଉପାୟରେ ପ୍ରସନ୍ନ କରି ପାରିବ । ଏହାବ୍ୟତୀତ ଏହିଦିନ ଅଜ୍ଞାତ ପିତୃଙ୍କ ଶ୍ରାଦ୍ଧ ଦିଆଯାଏ । ଅର୍ଥାତ ଯେଉଁ ବ୍ୟକ୍ତି ନିଜ ପିତୃଙ୍କୁ ଜାଣି ନଥାନ୍ତି ସେମାନେ ଶ୍ରାଦ୍ଧ ଦେଇଥାନ୍ତି । ଏପରି କରିବା ଦ୍ୱାରା ସବୁ ଅଜ୍ଞାତ ପିତୃଙ୍କୁ ମଧ୍ୟ ମୋକ୍ଷ ପ୍ରାପ୍ତି ହୋଇଥାଏ । ତେଣୁ ଏହାକୁ ସର୍ବ ପିତୃ ମୋକ୍ଷ ଅମାବାସ୍ୟା ମଧ୍ୟ କୁହାଯାଏ ।

ତେଣୁ ଏହି ସର୍ବ ପିତୃ ଅମାବାସ୍ୟା ଦିନ ସବୁ ପିତୃଙ୍କୁ ଶ୍ରାଦ୍ଧ ଏବଂ ତର୍ପଣ କରନ୍ତୁ । ଚଳିତ ବର୍ଷ ପିତୃ ଅମାବାସ୍ୟା ସେପ୍ଟେମ୍ବର ୧୦ ରୁ ଆରମ୍ଭ ହୋଇଥିଲା ଏବଂ ୨୫ ସେପ୍ଟେମ୍ବର ରେ ଶେଷ ହେବାକୁ ଯାଉଛି । ଏହିଦିନ ସବୁ ପରିଜନ ନିଜ ପିତୃଙ୍କୁ ଶ୍ରଦ୍ଧାର ସହିତ ବିଦାୟ ଦିଅନ୍ତି । ଚଳିତ ବର୍ଷ ଏହି ୱା ଅଧିରେ ଭଲ ଯୋଗ ରହିଛି ତେଣୁ ଏହି ସମୟରେ ଶ୍ରାଦ୍ଧ ଦେଲେ ଏହାର ଅତ୍ୟନ୍ତ ଭଲ ଫଳ ପ୍ରାପ୍ତ ହୋଇଥାଏ । ତେଣୁ ଏହିଦିନ ସକାଳ ୬.୨୦ ରୁ ଆଗାମୀ ଦିନ ସକାଳ ୫.୦୦ ପର୍ଯ୍ୟନ୍ତ ଶୁଭ ସମୟ ରହିବ ।ତେଣୁ ଏହି ଦିନ କୌଣସି ସମୟରେ ବି ଆପଣ ନିଜ ପିତୃଙ୍କୁ ଶ୍ରାଦ୍ଧ କିମ୍ବା ତର୍ପଣ କିମ୍ବା ଦାନ ଧର୍ମ କରି ପାରିବେ । ତେବେ ଚଳିତ ବର୍ଷ ଗରୁଡ଼ ପୁରାଣ ଅନୁଯାୟୀ ଅର୍ଥାତ ଶ୍ରୀକୃଷ୍ଣଙ୍କ ଅନୁଯାୟୀ କୁହାଯାଇଥିବା କିଛି ଉପାୟ ଯଦି ଆପଣ କରନ୍ତି ତେବେ ଆପଣ ପିତୃଙ୍କର ବିଶେଷ କୃପା ପ୍ରାପ୍ତ କରିବେ ।

ଭଗବାନ ଶ୍ରୀକୃଷ୍ଣ କହନ୍ତି ଯେ ଅହି ସର୍ବ ପିତୃ ଅମାବାସ୍ୟା ଦିନ ବିବିଧ ପ୍ରାଣୀ ଘର ଦ୍ୱାରକୁ ଆସିବା ଶୁଭ ହୋଇଥାଏ । ଏହାର ଅର୍ଥ ଆପଣଙ୍କ ପିତୃ ପଶୁ ରୂପରେ ଆପଣଙ୍କ ଠାରୁ ବିଦାୟ ନେବାକୁ ଆସିଛନ୍ତି । ତେଣୁ ଆପଣଙ୍କୁ ଶେଷ ଥର ପାଇଁ ତାଙ୍କୁ ନମସ୍କାର କରି ତାଙ୍କ ଠାରୁ ବିଦାୟ ନେବାର ଅଛି ।

ତେଣୁ ଏହି ସର୍ବ ପିତୃ ଅମାବାସ୍ୟାରେ ତିଳ ଦାନ କରନ୍ତୁ । ଥରେ ଗରୁଡ଼ ଶ୍ରୀକୃଷ୍ଣଙ୍କୁ ଏହି ପ୍ରଶ୍ନ ପଚାରିଥିଲେ ଯେ ମନୁଷ୍ୟ ଦେଇଥିବା ଶ୍ରାଦ୍ଧ କିମ୍ବା ତର୍ପଣକୁ ପିତୃ ମାନେ କିପରି ଗ୍ରହଣ କରନ୍ତି ।ଏହାର ଉତ୍ତରରେ ଶ୍ରୀକୃଷ୍ଣ କହିଛନ୍ତି ଯେ ଯେତେବେଳେ ମନୁଷ୍ୟ ଶ୍ରାଦ୍ଧ ଦେଇଥାଏ କିମ୍ବା ଦାନ ଦେଇଥାଏ ସେତେବେଳେ ତାହା ପ୍ରଥମେ ବରୁଣ ଦେବଙ୍କୁ ଅର୍ପିତ ହୋଇଥାଏ । ବରୁଣ ଦେବ ତାହାକୁ ଶ୍ରୀକୃଷ୍ଣଙ୍କୁ ଦେଇଥାନ୍ତି ଏବଂ ଶ୍ରୀକୃଷ୍ଣ ତାହାକୁ ସୂର୍ଯ୍ୟ ଦେବଙ୍କୁ ଦେବା ପରେ ତାହା ପିତୃଦେବ ସୂର୍ଯ୍ୟ ଦେବଙ୍କ ଠାରୁ ଗ୍ରହଣ କରିଥାନ୍ତି । ତାହାକୁ ଗ୍ରହଣ କରି ପିତୃ ଦେବ ସୁଖ ଅନୁଭବ କରିଥାନ୍ତି । ପିତୃ ଦେବ ଯେଉଁ ରୂପରେ ବି ଥାନ୍ତୁ ନା କାହିଁକି ଶ୍ରାଦ୍ଧ ପ୍ରାପ୍ତ ହୋଇଥାଏ । ମନୁଷ୍ୟ ମୃତ୍ୟୁ ପରେ ଯେଉଁ ୟୁନିରେ ରହିଥାଏ ସେହି ୟୁନିରେ ଜନ୍ମ ଅନୁସାରେ ହିଁ ଭୋଜନ ପ୍ରାପ୍ତ ହୋଇଥାଏ ।ତେଣୁ ସର୍ବ ପିତୃ ଅମାବାସ୍ୟା ଦିନ ଦାନ ନିଶ୍ଚୟ କରିବା ଉଚିତ ।

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଏହିଦିନ ତିଳରେ ଭର୍ତ୍ତି ପାତ୍ର ଦାନ କରିବା ଉଚିତ । ତେବେ କଳା ଏବଂ ଧଳା ଉଭୟ ତିଳ ଆପଣ ଦାନ କରି ପାରିବେ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଗୋଟିଏ ତିଳର ଦାନ ସ୍ବର୍ଣ୍ଣ ସହିତ ସମାନ ହୋଇଥାଏ । ଦ୍ୱିତୀୟ ହେଉଛି ଯେ ଅହି ଦିନ ଗୋମାତାଙ୍କୁ ସବୁଜ ଘାସ କିମ୍ବା ଚାରା ଖୁଆଇବା ଉଚିତ । ଏହାଦ୍ବାରା ମଧ୍ୟ ପିତୃ ପ୍ରସନ୍ନ ହୋଇ ଆଶୀର୍ବାଦ ଦେଇଥାନ୍ତି । ଯାହାଦ୍ୱାରା ବ୍ୟକ୍ତିକୁ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।

Leave a Reply

Your email address will not be published. Required fields are marked *