ନବରାତ୍ରୀର ଆରମ୍ଭ ସହିତ ମାତା ଦୁର୍ଗା ଘରକୁ ପ୍ରବେଶ କରିଥାନ୍ତି । ଏହି ସମୟରେ ଅନେକ ପୂଜାପର୍ବ ଏବଂ ବାର ବ୍ରତର ବିଧାନ ରହିଛି । ଯାହାଦ୍ୱାରା ମାତା ଦୁର୍ଗା ପ୍ରସନ୍ନ ହୁଅନ୍ତି । କିଛି ଏପରି ଜିନିଷ ରହିଛି ଯାହା ମାତା ଦୁର୍ଗାଙ୍କୁ ବେଶ ପ୍ରସନ୍ନ କରିଥାଏ । ସାଧରଣତଃ ନଅ ଦିନ ପର୍ଯ୍ୟନ୍ତ ମାତା ଦୁର୍ଗାଙ୍କର ଭିନ୍ନ ଭିନ୍ନ ରୂପରେ ପୂଜା କରାଯାଏ । ତାହା ମଧ୍ୟରୁ ପ୍ରଥମ ଦିନ କଳସ ସ୍ଥାପନା ସମୟରେ କିଛି ବିଶେଷ ଜିନିଷର ଉପଯୋଗ ହୋଇଥାଏ ଯାହା ମାତା ଦୁର୍ଗାଙ୍କର ଅଧିକ ପସନ୍ଦ ଥାଏ ।
ମାତାଙ୍କ ପୂଜାରେ ଅନେକ ଜିନିଷର ବ୍ୟବହାର ହୋଇଥାଏ । ଯଥା କଳସ , ଅଳେଇଚ , ଧୂପ , ଦୀପ , ଝୁଣା , କର୍ପୂର , ଫୁଲ , ସିନ୍ଦୁର , ଚନ୍ଦନ ଇତ୍ୟାଦି । ତେବେ କଳସ ସ୍ଥାପନା କରିବାର କିଛି ନିର୍ଦିଷ୍ଟ ବିଧି ରହିଥାଏ । ଯେଉଁଥିରେ ଭିନ୍ନ ଭିନ୍ନ ଜିନିଷ ବ୍ୟବହୃତ ହୋଇଥାଏ । ଏହିଦିନ କିଛି ବିଶେଷ ଜିନିଷ ଘରକୁ ଆଣିବା ଉଚିତ । ଏହିବର୍ଷ ମାତା ଦୁର୍ଗା ହାତୀ ଉପରେ ବସି ବିରାଜମାନ କରିବେ ଯାହା ସୁଖ ସମୃଦ୍ଧିର ସଙ୍କେତ ଅଟେ । ଏହାର ଅର୍ଥ ବର୍ଷା ହେବ ଏବଂ ପୁରା ବାତାବରଣରେ ଖୁସି ଖେଳିଯିବ ।ତେବେ ମାତା ଦୁର୍ଗାଙ୍କୁ ଏହି ପାଞ୍ଚଟି ଜିନିଷ ଅର୍ପିତ କରିବା ଉଚିତ ।
ଷୋହଳ ଶୃଙ୍ଗାର :-
ମାତା ଦୁର୍ଗାଙ୍କୁ ନବରାତ୍ରୀ ପୂଜା ସମୟରେ ଷୋହଳ ଶୃଙ୍ଗାର ଅର୍ପଣ କରିବା ଉଚିତ । ମାତା ଦୁର୍ଗାଙ୍କୁ ସିନ୍ଦୁର , ନାଲି ଚୁଡ଼ି , ଅଳତା , ନାଲି ଶାଢ଼ୀ , ନାଲି ଚୁନି ଅର୍ପିତ କଲେ ମାତା ଦୁର୍ଗା ପ୍ରସନ୍ନ ହୁଅନ୍ତି । ନବରାତ୍ରୀ ରେ ମାତା ଦୁର୍ଗାଙ୍କୁ ଷୋହଳ ଶୃଙ୍ଗାର ଅର୍ପିତ କଲେ ଘରକୁ ସୁଖ ସମୃଦ୍ଧି ଆସିଥାଏ ଏବଂ ଧନ ପ୍ରାପ୍ତି ହୋଇଥାଏ । ଷୋହଳ ଶୃଙ୍ଗାର କୌଣସି ବ୍ୟକ୍ତିକୁ ଦାନ ସ୍ୱରୂପ ଦେଇ ପାରିବେ କିମ୍ବା ନିଜେ ମଧ୍ୟ ପ୍ରସାଦ ସ୍ୱରୂପ ବ୍ୟବହାର କରି ପାରିବେ ।
୨ . ନବରାତ୍ରୀରେ ମାତାଙ୍କୁ ନିଷ୍ଠାର ସହିତ ପ୍ରାର୍ଥନା କରିବା ଉଚିତ । ଅନ୍ୟ ଠାରୁ କରଜ ଆଣି କେବେବି ବାର ବ୍ରତ କରିବା ଉଚିତ ନୁହେଁ । କାରଣ ଏପରି କୁହାଯାଏ ଯଦି ଆପଣ ଅନ୍ୟ ଠାରୁ କରଜ ଆଣି ବ୍ରତ କରନ୍ତି ତେବେ ଜୀବନରେ କରଜ ଆହୁରି ଅଧିକ ବଢ଼ିଥାଏ । ଘରକୁ ନବରାତ୍ରୀରେ ଦୀପ ଆଣିବା ଏବଂ ଜାଳିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଦ୍ୱାରା ମାତା ଦୁର୍ଗାଙ୍କର ଆଗମନ ହୋଇଥାଏ ।
୩ . ନବରାତ୍ରୀ ସମୟରେ ମାତାଙ୍କୁ ସୁନା କିମ୍ବା ଚାନ୍ଦି ମୁଦ୍ରା ଅର୍ପିତ କଲେ ଘରକୁ ସୁଖ ସମୃଦ୍ଧି ଆସିଥାଏ । ଏହାଦ୍ବାରା ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି । ତେଣୁ ନବରାତ୍ରୀରେ ରୁପା ମୁଦ୍ରା ଆଣି ସ୍ଥାପନ କରନ୍ତୁ । ତେଣୁ ନବରାତ୍ରୀର ନଅ ଦିନ ପର୍ଯ୍ୟନ୍ତ ତାହାକୁ ପୂଜା କରନ୍ତୁ । ଯାହାଦ୍ୱାରା ଘର ଧନ ଧାନ୍ୟରେ ଭରପୁର ରହିବ ।
୪ . ମାତା ଦୁର୍ଗାଙ୍କୁ ପଦ୍ମ ଫୁଲ ଅର୍ପଣ କରିବା ଭଲ । ତେଣୁ ନବରାତ୍ରୀ ପୂର୍ବରୁ ମାତାଙ୍କ ପାଇଁ କୋମଳ ପୁଷ୍ପ ଆଣି ଘରେ ରଖନ୍ତୁ । କାରଣ ପଦ୍ମ ଫୁଲରେ ମାତା ଲକ୍ଷ୍ମୀ ବିରାଜିତ ହୋଇଥାନ୍ତି । ଏହାଦ୍ବାରା ଘରକୁ ବର୍ଷ ସାରା ଧନ ଆଗମନ ହୋଇଥାଏ ।
୫ . ନବରାତ୍ରୀ ପୂର୍ବରୁ ଘରକୁ ଶଙ୍ଖ ନିଶ୍ଚୟ ଆଣନ୍ତୁ । କାରଣ ଏହା ଅତ୍ୟନ୍ତ ପବିତ୍ର ହୋଇଥାଏ । ଶଙ୍ଖ ଧ୍ୱନି ଦ୍ୱାରା ଘରୁ ନକରାତ୍ମକତା ଦୂରେଇ ଯାଏ । ଯେଉଁ ଘରେ ଶଙ୍ଖ ନଥାଏ ସେହି ଘରେ ମାତାଙ୍କ ଆଗମନ ହୋଇ ନଥାଏ । ତେଣୁ ମାତା ଦୁର୍ଗାଙ୍କ ସହିତ ଶଙ୍ଖ ସ୍ଥାପନା ମଧ୍ୟ କରନ୍ତୁ ।