Astro Tips: ଗୋଟିଏ ଚପଲ ମଧ୍ୟ ଉଠେଇ ପାରେ ଆପଣଙ୍କ ଶୋଇ ରହିଥିବା ଭାଗ୍ୟକୁ,ଏହି ପ୍ରକାରର ପିନ୍ଧିବା ଦ୍ୱାରା ରୋଡ଼ପତି ବି ବନିଯାଏ କୋଟିପତି..

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଘରର ପ୍ରତ୍ୟେକ ବସ୍ତୁ ସକରାତ୍ମକ ଏବଂ ନକାରାତ୍ମକ ଶକ୍ତି ର ସଂଚାର କରିଥାଏ | ଏପରି ପରିସ୍ଥିତିରେ ସେହି ଜିନିଷଗୁଡ଼ିକୁ ସଠିକ୍ ସ୍ଥାନରେ ରଖିବା ଆବଶ୍ୟକ | ଏହା ସହିତ ପାଦରେ ପିନ୍ଧାଯାଉଥିବା ଚପଲ ମଧ୍ୟ ବ୍ୟକ୍ତିର ଭାଗ୍ୟକୁ ଉଜ୍ଜ୍ୱଳ କରିବାରେ ସାହାଯ୍ୟ କରିଥାଏ | ଚପଲ ସହିତ ଜଡିତ ଏହିପରି ଅନେକ କଥା ଅଛି ଯଦି ସେଗୁଡିକ ପ୍ରତି ଧ୍ୟାନ ଦିଆଯାଏ,ତେବେ ତାହା ଜଣେ ବ୍ୟକ୍ତିଙ୍କୁ ରୋଡପତି ରୁ କୋଟିପତି ମଧ୍ୟ ବନେଇ ପାରେ | ଅନ୍ୟପକ୍ଷରେ ଯଦି କିଛି ଜିନିଷକୁ ଅଣଦେଖା କରାଯାଏ ତେବେ ଜୀବନ ରେ କାଙ୍ଗାଳି ଆସିବାକୁ ଅଧିକ ସମୟ ମଧ୍ୟ ଲାଗି ନଥାଏ | ଚପଲ ସହିତ ଜଡିତ କିଛି ଜ୍ୟୋତିଷ ଉପାୟଗୁଡିକ ବିଷୟରେ ଆସନ୍ତୁ ଜାଣିବା |

ଚପଲ ସହ ଜଡିତ କିଛି ଜ୍ୟୋତିଷ ସଂକେତ..

– ପ୍ରାୟତ ଛିଣ୍ଡିଯାଇଥିବା କିମ୍ବା ଖରାପ ଚପଲ ଅନେକ ଲୋକଙ୍କ ଘରେ ଦେଖିବାକୁ ମିଳିଯାଏ | ଆମେ ଏହାକୁ ଏହା ଭାବିକି ରଖି ଦେଉ ଯେ ଆମେ ଏହାକୁ ଠିକ୍ କରି ରଖିଦେବୁ, ବେଳେବେଳେ ଏହା ଆବଶ୍ୟକ ସମୟରେ ଉପଯୋଗୀ ହେବ | କିନ୍ତୁ ଛିଡା ଚପଲ ଘରେ ଅଶାନ୍ତି ସୃଷ୍ଟି କରିଥାଏ। ତେଣୁ ଖରାପ ଚପଲକୁ ତୁରନ୍ତ ହଟାଇବାକୁ ଚେଷ୍ଟା କରନ୍ତୁ |

– ଅନେକ ଥର ପାଦରୁ ଚପଲ କାଢିବା ବେଳେ ଚପଲ ଚପଲ ଉପରେ ଚଢିକି ରହିଥାଏ | ଏମିତି ରେ ବିଶ୍ୱାସ କରାଯାଏ ଯେ ଚପଲକୁ ଏହିପରି ଅବସ୍ଥାରେ ଦେଖିବା ଅଶୁଭ ହୋଇଥାଏ । କୁହାଯାଏ ଯେ ଯେଉଁ ବ୍ୟକ୍ତିଙ୍କର ଚପଲ ଉପରେ ଚପଲ ଅଛି କିମ୍ଵା ସେ ଓଲଟା ହୋଇଯାଇଛି ତାହେଲେ ଏହାକୁ ତୁରନ୍ତ ହଟେଇ ଦିଅନ୍ତୁ | ନହଟେଇବା ଦ୍ୱାରା ଚପଲ ଥିବା ବ୍ୟକ୍ତି କୁ ରୋଗ ହୋଇଥାଏ |

– କୁହାଯାଏ ଯେ ଚପଲକୁ ଘରର ଦ୍ୱାରରେ କେବେବି ଛିଡା କରି ରଖନ୍ତୁ ନାହିଁ | କୁହାଯାଏ ଯେ ଏହା କରିବା ଦ୍ୱାରା ସକରାତ୍ମକ ଶକ୍ତି ଘରେ ରହେ ନାହିଁ |

– ଘରର ଦ୍ୱାରରେ ଚପଲ କାଢ଼ିବା ଘରେ କେବେ ସମୃଦ୍ଧତା ଆଣେ ନାହିଁ | ଏଥିସହ, କାହାଠାରୁ ଉପହାର ସ୍ୱରୂପ ଜୋତା ନିଅନ୍ତୁ ନାହିଁ | ଏପରି ପରିସ୍ଥିତିରେ, ତାଙ୍କ ଦୁର୍ଭାଗ୍ୟ ଆପଣଙ୍କ ଭାଗ୍ୟକୁ ନଷ୍ଟ କରିଦେବ | ଛିଣ୍ଡା ଜୋତା ଏବଂ ଚପଲ ପିନ୍ଧିବା ଠାରୁ ମଧ୍ୟ ଦୂରେଇ ରୁହନ୍ତୁ | ଏହା ଦୁର୍ଭାଗ୍ୟ କୁ ନିମନ୍ତ୍ରଣ କରେ ଏବଂ ଏହା ଦାରିଦ୍ରତାର ସଙ୍କେତ ଅଟେ | ପରିଷ୍କାର ଏବଂ ସୁନ୍ଦର ଜୋତା ଏବଂ ଚପଲ ପିନ୍ଧିବା ଦ୍ୱାରା ସୁଭାଗ୍ୟ ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ କରାଯାଏ |

– ଜୋତା ଚପଲ ପିନ୍ଧିକି ଭୋଜନ କରନ୍ତୁ ନାହିଁ | ଏହା ଦ୍ୱାରା ଦୁର୍ଭାଗ୍ୟ ବଢିଥାଏ | ରୋଷେଇ ଘରେ ଖାଲି ପାଦରେ ଯାଆନ୍ତୁ | ତେବେ ଅନ୍ୟପକ୍ଷ ରେ ଜ୍ୟୋତିଷ ମାନଙ୍କ କହିବା ଅନୁଯାଇ ଜୋତା ଚପଲ ହଜିଯିବା ଶୁଭ ସଂକେତ ଦେଇଥାଏ | କୁହାଯାଏ କି ଏହା ଦ୍ୱାରା ଅଶୁଭ ଗ୍ରହ ଶୁଭ ଫଳ ଦେବାକୁ ଲାଗନ୍ତି |

– ଶନିବାର ଦିନ ଜୋତା ଚପଲ ଦାନ କରିବା ବହୁତ ଶୁଭ ହୋଇଥାଏ | ଖାସ କରୀ ଚମଡା ଜୋତା ଚପଲ ଶନିବାର ସନ୍ଧ୍ୟାରେ ଦାନ କରିବା ଦ୍ୱାରା ଶନିଦେବଙ୍କ କୃପା ପ୍ରାପ୍ତ ହୋଇଥାଏ |

– କେବେ ବି ଅନ୍ୟର ଚପଲ ପିନ୍ଧନ୍ତୁ ନାହିଁ | ଏହା କରିବା ଦ୍ୱାରା ଆପଣ ଦରିଦ୍ରତା ର ଶିକାର ହୋଇ ପାରିନ୍ତ | କୁହାଯାଏ ଯେ ଯଦି ଆପଣ କାହାର ଚପଲ ପିନ୍ଧୁଛନ୍ତି ତେବେ ଆପଣ ତାଙ୍କର ସଂଘର୍ଷକୁ ଆପଣଙ୍କ ଉପରକୁ ନେଇଯାଆନ୍ତି |

– ଜ୍ୟୋତିଷ ଅନୁସାରେ ସୋମବାର ଏବଂ ଶୁକ୍ରବାର ଦିନ ନୂଆ ଚପଲ ଜୋତା ପିନ୍ଧିବା ଶୁଭ ବୋଲି ବିଶ୍ୱାସ କରାଯାଏ | ଏହା ଆପଣଙ୍କ ଭାଗ୍ୟକୁ ଉଠେଇବାରେ ସହାୟତା କରିଥାଏ |

Leave a Reply

Your email address will not be published. Required fields are marked *