ଏହି ପାଞ୍ଚ ଜଣ ମହିଳା ନବରାତ୍ରୀ ବ୍ରତ ଭୁଲରେ ବି ରଖିବା ଉଚିତ ନୁହେଁ । ନଚେତ ମାତା ହେବେ କ୍ରୋଧିତ :-

ଚଳିତ ବର୍ଷ ନବରାତ୍ରୀ ସେପ୍ଟେମ୍ବର ୨୬ ରୁ ଆରମ୍ଭ ହୋଇ ଅକ୍ଟୋବର ୫ ରେ ଶେଷ ହେବ । ତେଣୁ ଏହିଦିନ ଯେଉଁ ବ୍ୟକ୍ତି ଶୁଭ ମୁହୂର୍ତ୍ତରେ ମାତାଙ୍କର ପୂଜା କରନ୍ତି ତାଙ୍କୁ ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଚଳିତ ବର୍ଷ ନବରାତ୍ରୀ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି କାରଣ ଚଳିତ ବର୍ଷ ମାତା ଦୁର୍ଗା ହାତୀରେ ଆସୁଛନ୍ତି । ମାତା ଦୁର୍ଗା ହାତୀ ଉପରେ ବସି ବିରାଜମାନ କଲେ ସଂସାରକୁ ଖୁସି ଆସିଥାଏ । ମାତ୍ର ନବରାତ୍ରୀ ବ୍ରତ କିଛି ମହିଳା କରିବା ଉଚିତ ନୁହେଁ । ନଚେତ ତାଙ୍କ ସ୍ୱାମୀଙ୍କ ଜୀବନ ଉପରକୁ କିମ୍ୱା ନିଜ ଜୀବନ ଉପରକୁ ସମସ୍ୟା ଆସିପାରେ । ତେବେ ଚାଲନ୍ତୁ ସେହି ମହିଳାଙ୍କ ବିଷୟରେ ଜାଣିନେବା ।

୧ . ଛାଡପତ୍ର ପ୍ରାପ୍ତ ମହିଳା :-

ବିବାହିତା ମହିଳା ହିଁ ନବରାତ୍ରୀ ବ୍ରତ ରଖିବା ଉଚିତ । କାରଣ ଛାଡପତ୍ର ପ୍ରାପ୍ତ ମହିଳା ବ୍ରତ କଲେ ମାତା ଗ୍ରହଣ କରନ୍ତି ନାହିଁ । କାରଣ ମାତା ବିବାହିତା ଯୋଡ଼ିଙ୍କୁ ଅଧିକ ପସନ୍ଦ କରନ୍ତି । ତେଣୁ ବିବାହିତା ମହିଳା ନିଜ ସ୍ୱାମୀଙ୍କ ସହିତ ମିଶି ବ୍ରତ ରଖିବା ଉଚିତ । ଯାହାଦ୍ୱାରା ମାତା ପ୍ରସନ୍ନ ହେବେ । ମାତ୍ର ଛାଡପତ୍ର ପ୍ରାପ୍ତ ମହିଳା ବ୍ରତ ରଖିବା ଉଚିତ ନୁହେଁ ।

୨ . ମାସିକ ଧର୍ମ ହୋଇଥିବା ମହିଳା :-

ମାସିକ ଧର୍ମ ସମୟରେ ମହିଳା ମାନେ ଅପବିତ୍ର ହୋଇଥାନ୍ତି । ତେଣୁ ଏହି ସମୟରେ ବ୍ରତ କିମ୍ବା ପୂଜା କଲେ ଘୋର ପାପ ହୋଇଥାଏ । ଯାହାଦ୍ୱାରା ମାତା କ୍ରୋଧିତ ହୋଇଥାନ୍ତି । ତେଣୁ ମାସିକ ଧର୍ମରେ ମହିଳା ମାନେ ବ୍ରତ ରଖିବା ଉଚିତ ନୁହେଁ ।

୩ . ଗମ୍ଭୀର ରୋଗୀ :-

ଯେଉଁ ବ୍ୟକ୍ତି ମାନେ କୌଣସି ଗମ୍ଭୀର ରୋଗରେ ପୀଡ଼ିତ ହୋଇଛନ୍ତି ସେମାନେ ବ୍ରତ ରଖିବା ଉଚିତ ନୁହେଁ । ନଚେତ ଏହାଦ୍ବାରା କିଛିବି ହୋଇପାରେ ।

୪ . ଆମ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ବ୍ରତ କରିବାରେ ଦେଖେଇ ହେବା ଗୁଣ ରହିଥାଏ ସେହି ବ୍ୟକ୍ତି ଉପରେ ଭଗବାନ କେବେବି ପ୍ରସନ୍ନ ହୁଅନ୍ତି ନାହିଁ ବରଂ କ୍ରୋଧିତ ହୁଅନ୍ତି । ଦେବତା ସେତେବେଳେ ପ୍ରସନ୍ନ ହୁଅନ୍ତି ଯେତେବେଳେ ବ୍ୟକ୍ତି ନିଷ୍ଠାର ସହିତ ପ୍ରାର୍ଥନା କରିଥାଏ । ତେଣୁ ଏପରି କରନ୍ତୁ ନାହିଁ ।

୫ . ଯଦି ଆପଣଙ୍କର ସବୁବେଳେ ଗାଳି ଦେବା ଭଳି ଖରାପ ଗୁଣ ଥାଏ ତେବେ ତାହାକୁ ତୁରନ୍ତ ଛାଡ଼ି ଦିଅନ୍ତୁ । ନଚେତ ମାତା କେବେବି ପ୍ରସନ୍ନ ହେବେ ନାହିଁ । ଏହି ଗୁଣକୁ ତୁରନ୍ତ ଛାଡ଼ି ଦିଅନ୍ତୁ ।

ନବରାତ୍ରୀରେ ଘରକୁ ଏହି କିଛି ଜିନିଷ ନିଶ୍ଚୟ ନେଇ ଆସନ୍ତୁ :-

୧ . ପଦ୍ମ ଫୁଲ :-

ପଦ୍ମ ଫୁଲ ମାତା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ଫୁଲ ଅଟେ । ତେଣୁ ନବରାତ୍ରୀ ପୂର୍ବରୁ ଏହି ଫୁଲକୁ ଘରକୁ ନେଇ ଆସନ୍ତୁ । ଏହାକୁ ମାତା ଲକ୍ଷ୍ମୀଙ୍କୁ ଅର୍ପଣ କଲେ ମାତା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହେବେ ।

୨ . ଷୋହଳ ଶୃଙ୍ଗାର :-

ଷୋହଳ ଶୃଙ୍ଗାର ମାତା ଦୁର୍ଗାଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ନବରାତ୍ରୀ ସମୟରେ ପୂଜାଘରେ ଶୃଙ୍ଗାର ଜିନିଷ ରହିଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ ।

୩ . ସୁନା କିମ୍ବା ଚାନ୍ଦି ମୁଦ୍ରା :-

ନବରାତ୍ରୀ ସମୟରେ ଘରକୁ ସୁନା କିମ୍ବା ରୂପା ମୁଦ୍ରା ଘରକୁ ଆଣିଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ମାତାଙ୍କ ମନ୍ଦିରରେ ନବରାତ୍ରୀ ସମୟରେ ନଅ ଦିନ ପର୍ଯ୍ୟନ୍ତ ସୁନା ଏବଂ ଚାନ୍ଦିର ମୁଦ୍ରା ରହିବା ଅତ୍ୟନ୍ତ ଶୁଭ ହୋଇଥାଏ । କାରଣ ଏହାଦ୍ବାରା ତାହା ଦୁଇଗୁଣା ହୋଇଯାଏ ।

୪ . ଘରର ମନ୍ଦିରରେ ଗଙ୍ଗା ଜଳ ଏବଂ ଶଙ୍ଖ ରହିବା ନିତାନ୍ତ ଜରୁରୀ ଅଟେ । ଧର୍ମ ଶାସ୍ତ୍ର ଅନୁସାରେ ଯେଉଁ ଘରର ମନ୍ଦିରରେ ଶଙ୍ଖ ନଥାଏ ସେହି ଘର ଅପବିତ୍ର ହୋଇଥାଏ । ଏହାବ୍ୟତୀତ ନବରାତ୍ରୀ ସମୟରେ ଘରକୁ ଶଙ୍ଖ ଆଣିବା ନିତାନ୍ତ ଜରୁରୀ ଅଟେ । ଏହାଦ୍ବାରା ମାତା ପ୍ରସନ୍ନ ହୁଅନ୍ତି ଏବଂ ଘରେ ସକାରାତ୍ମକ ଶକ୍ତି ଜାତ ହୋଇଥାଏ । ଶଙ୍ଖ ବଜାଇବା ଦ୍ୱାରା ମଧ୍ୟ ନକରାତ୍ମକ ଶକ୍ତି ଦୂରେଇ ଯାଇ ବାତାବରଣ ଶୁଦ୍ଧ ହୋଇଥାଏ ।

୫ . ମୟୁର ପର :-

ନବରାତ୍ରୀ ସମୟରେ ମନ୍ଦିରରେ ମୟୁର ପର ରହିଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଦ୍ବାରା ମାତା ଲକ୍ଷ୍ମୀ ଅଧିକ ପ୍ରସନ୍ନ ହୁଅନ୍ତି ଏବଂ ଘରେ ସ୍ଥାୟୀ ଭାବରେ ରହନ୍ତି । ତେଣୁ ନବରାତ୍ରୀ ଦିନ ହିଁ ମୟୁର ପର ଘରକୁ ନେଇ ଆସନ୍ତୁ ଏବଂ ମନ୍ଦିରରେ ରଖି ଦିଅନ୍ତୁ । ଏହାଦ୍ବାରା ବାତାବରଣ ମଧ୍ୟ ଶୁଦ୍ଧ ହୋଇଥାଏ ।

Leave a Reply

Your email address will not be published. Required fields are marked *