ନବରାତ୍ରୀ ଆସିବା ପୂର୍ବରୁ ଘରକୁ ନେଇ ଆସନ୍ତୁ ଏହି ସାତୋଟି ଗଛ । ଦାରିଦ୍ର୍ୟତା ହୋଇଯିବ ଦୂର ।

ହିନ୍ଦୁ ଧର୍ମରେ ନବରାତ୍ରୀକୁ ଶକ୍ତିର ପର୍ବ ମାନା ଯାଏ । ତେଣୁ ଏହି ପର୍ବକୁ ଅତ୍ୟନ୍ତ ନିଷ୍ଠାର ସହିତ ପାଳନ କରାଯାଏ । ନଅ ଦିନ ପର୍ଯ୍ୟନ୍ତ ମାତା ଦୁର୍ଗାଙ୍କର ନଅ ରୂପକୁ ଆରାଧନା କରାଯାଏ । ତେଣୁ ମାତା ଦୁର୍ଗା ଆସିବା ପୂର୍ବରୁ ଅର୍ଥାତ ନବରାତ୍ରୀ ଆରମ୍ଭ ହେବା ପୂର୍ବରୁ ହିଁ ସବୁ ପ୍ରସ୍ତୁତି କରିଦେବା ଉଚିତ । ଦୁର୍ଗାପୂଜା ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତିପଦରେ ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ ସେପ୍ଟେମ୍ବର ୨୬ ରୁ ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି । ତେଣୁ ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ କହିବୁ ଯେ ନବରାତ୍ରୀ ଆସିବା ପୂର୍ବରୁ ମା’ ଦୁର୍ଗାଙ୍କର କେଉଁ ପ୍ରିୟ ପାଞ୍ଚ ପ୍ରକାରର ଗଛ ଘରକୁ ଆଣିବା ଉଚିତ । ଯାହାଦ୍ୱାରା ମାତା ଦୁର୍ଗା ଗୃହକୁ ଆଗମନ କରିବେ । ତେବେ ଚାଲନ୍ତୁ ଜାଣିନେବା ।

୧ . ନିମ ଗଛ :-

ନବରାତ୍ରୀ ଆରମ୍ଭ ହେବା ପୂର୍ବରୁ ନିମ ଗଛ ନିଶ୍ଚୟ ନେଇ ଆସନ୍ତୁ । କାରଣ ଏହି ଗଛ ମାତାଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ନିମ ଗଛ ଅତ୍ୟନ୍ତ ଚମତ୍କାରୀ ଏବଂ ଏଥିରେ ଅନେକ ଔଷଧୀୟ ଗୁଣ ରହିଥାଏ । କାରଣ ମାତା ଦୁର୍ଗା କ୍ରୋଧିତ ହେଲେ ନିମ ପତ୍ର ହିଁ ତାଙ୍କୁ ଶାନ୍ତ କରାଇ ଥାଏ । ତେଣୁ ନବରାତ୍ରୀ ପୂର୍ବରୁ ଘରେ ନିମ ଗଛ ନିଶ୍ଚୟ ଲଗାନ୍ତୁ । ନବରାତ୍ରୀ ସମୟରେ ମାତାଙ୍କ ଚରଣରେ ନିମ ପତ୍ର ଅର୍ପିତ କରନ୍ତୁ । ଏହାଦ୍ବାରା ମାତା ଦୁର୍ଗାଙ୍କର ଆଶୀର୍ବାଦ ପ୍ରାପ୍ତ ହେବ ।

୧ . ତୁଳସୀ :-

ହିନ୍ଦୁ ଧର୍ମରେ ତୁଳସୀ ଗଛର ଅନେକ ମହତ୍ତ୍ୱ ରହିଛି । ଏହି ଗଛରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ତୁଳସୀ ଗଛରେ ମାତା ଲକ୍ଷ୍ମୀ ମଧ୍ୟ ବାସ କରନ୍ତି । ଶାସ୍ତ୍ର ଅନୁଯାୟୀ ଯେଉଁ ଘରେ ତୁଳସୀ ଗଛ ଥାଏ ସେହି ଘର ଅତ୍ୟନ୍ତ ପବିତ୍ର ଏବଂ ଶୁଦ୍ଧ ହୋଇଥାଏ । ସେହି ଘରର ଲୋକଙ୍କୁ ନର୍କକୁ ଯିବାକୁ ପଡେନାହିଁ । ତେଣୁ ନବରାତ୍ରୀ ଆସିବା ପୂର୍ବରୁ ଘରେ ତୁଳସୀ ଗଛ ନିଶ୍ଚୟ ଲଗାନ୍ତୁ । ଏହାଦ୍ବାରା ମାତା ଦୁର୍ଗା ଅଧିକ ପ୍ରସନ୍ନ ହେବେ ।

୩ . ଲେମ୍ବୁ :-

ମାତା ଦୁର୍ଗାଙ୍କର ଲେମ୍ବୁ ଅତ୍ୟନ୍ତ ପ୍ରିୟ ଅଟେ । ଲେମ୍ବୁ ଖରାପ ଦୃଷ୍ଟିରୁ ରକ୍ଷା କରିଥାଏ । ତେଣୁ ଘର ଦ୍ୱାରରେ ଲେମ୍ବୁ ଝୁଲାଇ ଦିଆଯାଏ । ତେଣୁ ନବରାତ୍ରୀ ଆସିବା ପୂର୍ବରୁ ହିଁ ଘର ସାମନାରେ ଲେମ୍ବୁ ଗଛ ନିଶ୍ଚୟ ଲଗାଇ ଦିଅନ୍ତୁ । ମାତା ଦୁର୍ଗା ପ୍ରସନ୍ନ ହେବେ ।

୪ . କଦଳୀ ଗଛ ଭଗବାନ ବିଷ୍ଣୁଙ୍କର ପ୍ରତୀକ ହୋଇଥାଏ । ତେଣୁ ଯେଉଁ ଘରେ ଏହି ଗଛ ଥାଏ ସେଠାରେ ଅକାଳ ମୃତ୍ୟୁ ହୁଏ ନାହିଁ । ତେଣୁ ନବରାତ୍ରୀ ଆସିବା ପୂର୍ବରୁ ଯଦି ଆପଣ କଦଳୀ ଗଛ ଘର ସାମ୍ନାରେ ଲଗାନ୍ତି ତେବେ ମାତା ଅଧିକ ପ୍ରସନ୍ନ ହେବେ । ଏହାବ୍ୟତୀତ କଦଳୀ ପତ୍ରରେ ମାତାଙ୍କୁ ପ୍ରସାଦ ଅର୍ପିତ କଲେ ମାତା ପ୍ରସନ୍ନ ହେବେ । ଦୁର୍ଗାପୂଜାରେ କଦଳୀ ପତ୍ରରେ ଭୋଜନ କଲେ ମାତାଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

୫ . ସଂଖପୁଷ୍ପି ଗଛର ଦୁର୍ଗାପୂଜାରେ ଅତ୍ୟନ୍ତ ମହତ୍ତ୍ୱ ଥାଏ । ଏହା ମାତାଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ତେଣୁ ନବରାତ୍ରୀ ପୂର୍ବରୁ ହିଁ ଏହି ଗଛ ଘରେ ଲଗାଇ ଦିଅନ୍ତୁ । ଶାସ୍ତ୍ର ଅନୁଯାୟୀ ମାତା କାଳୀଙ୍କ ମନ୍ଦିରରେ ସଂଖପୁଷ୍ପି ଗଛ ନିଶ୍ଚିତ ଲଗାଇବା ଉଚିତ । କାରଣ ଏହା ମାତା କାଳୀଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ ।

Leave a Reply

Your email address will not be published. Required fields are marked *