ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ମନୁଷ୍ୟ ଶରୀର ଦୁର୍ଲଭ ଅଟେ । ଯଦି ଏହି ଶରୀରକୁ ସେ ସଠିକ ଉପଯୋଗ କରେ ଏବଂ କିଛି ନୀତି ନିୟମର ପାଳନ କର ତେବେ ସେ ବ୍ରହ୍ମ ସହିତ ଧନ ସମ୍ପତ୍ତି ମଧ୍ୟ ଅର୍ଜନ କରି ପାରିବ । ମନୁଷ୍ୟ ଜନ୍ମ ଠାରୁ ହିଁ ତିନି ପ୍ରକାରର କରଜରେ ରହିଥାଏ । ପ୍ରଥମ ହେଉଛି ଦେବ ସମ୍ବନ୍ଧୀ , ଦ୍ୱିତୀୟ ହେଉଛି ପିତୃ ସମ୍ବନ୍ଧୀ ଏବଂ ତୃତୀୟଟି ହେଉଛି ମନୁଷ୍ୟ ସମ୍ବନ୍ଧୀ । ତେଣୁ ଭଗବାନଙ୍କ ଦ୍ଵାରା କୁହାଯାଇଥିବା କିଛି ଉପାୟ କରି ମନୁଷ୍ୟ ଏହିସବୁ ଋଣରୁ ମୁକ୍ତି ପାଇ ପାରିବ ଏବଂ ଭଗବାନଙ୍କ କୃପା ଲାଭ କରି ପାରିବ । ଆଜିକାର ଲେଖାରେ ଆମେ ସେହି ଉପାୟ ବିଷୟରେ କହିବୁ ଯେ ନିତ୍ୟକର୍ମରେ କେଉଁ ନିୟମର ପାଳନ କରିବା ଉଚିତ ଯାହାଦ୍ୱାରା ମନୁଷ୍ୟ ରୋଗ ଦୁଃଖ ଏବଂ ଦାରିଦ୍ର୍ୟରେ ବିଜୟ ଲାଭ କରିଥାଏ ।
ବ୍ରହ୍ମ ପୁରାଣ ଅନୁଯାୟୀ ମନୁଷ୍ୟ ପ୍ରତ୍ୟେକ ଦିନ ଅତିଥି ସତ୍କାର , ସ୍ନାନ ଏହିଭଳି ୬ ଟି କାର୍ଯ୍ୟ ନିଶ୍ଚୟ କରିବା ଉଚିତ । ତେଣୁ ନିତ୍ୟକର୍ମ ପୂର୍ବରୁ କିଛି କାର୍ଯ୍ୟ ସମ୍ପୂର୍ଣ୍ଣ ବିଧି ବିଧାନର ସହିତ କରିବା ଉଚିତ । ତେବେ ଚାଲନ୍ତୁ ସେହିସବୁ କାମ ବିଷୟରେ ଜାଣିନେବା ।
୧ . ବ୍ରହ୍ମ ମୁହୂର୍ତ୍ତରେ ଜାଗରଣ :-
ମନୁଷ୍ୟକୁ ବ୍ରହ୍ମ ମୁହୁର୍ତ୍ତରେ ହିଁ ଅର୍ଥାତ ସୂର୍ଯ୍ୟ ଉଦୟ ହେବାର ଦେଢ଼ ଘଣ୍ଟା ପୂର୍ବରୁ ହିଁ ବିଛଣା ଛାଡ଼ିବା ଉଚିତ । ଏହି ସମୟରେ ବିଛଣା ଛାଡ଼ିବା ଉପଯୁକ୍ତ ହୋଇଥାଏ । ସୂର୍ଯ୍ୟ ଉଦୟ ପରେ ଶୋଇବା ବର୍ଜିତ ହୋଇଥାଏ । ଭଗବାନ ଶ୍ରୀକୃଷ୍ଣ କହନ୍ତି ଯେ ଯେଉଁ ପୁରୁଷ ଏବଂ ସ୍ତ୍ରୀ ବ୍ରହ୍ମ ମୁହୂର୍ତ୍ତରେ ଉଠି ଭଗବାନଙ୍କ ଆରାଧନା କରିଥାନ୍ତି ସେହି ଘରକୁ ମାତା ଲକ୍ଷ୍ମୀ ପ୍ରବେଶ କରିଥାନ୍ତି ଏବଂ ସେମାନେ ଜୀବନରେ କୌଣସି କାମରେ କେବେବି ଅସଫଳ ହୁଅନ୍ତି ନାହିଁ ।
୨ . ଏହାବ୍ୟତୀତ ସକାଳୁ ଉଠି ହାତର ଦୁଇ ପାପୁଲିକୁ ଦେଖି ଏକ ମନ୍ତ୍ର ଜପ କରିବା ଉଚିତ ।
ଯାହା ଏହିପରି :-
କରାଗ୍ରେ ବସତେ ଲକ୍ଷ୍ମୀ ।କର ମଧ୍ୟେ ସରସ୍ୱତୀ । କରମୂଳେତୁ ଗୋବିନ୍ଦ । ପ୍ରଭାତେ କର ଦର୍ଶନ ।।
ପ୍ରତ୍ୟେକ ଦିନ ଏହି ତିନି ଦେବଦେବୀଙ୍କୁ ପ୍ରାର୍ଥନା କରିବା ଦ୍ୱାରା ମାତା ଲକ୍ଷ୍ମୀ , ସରସ୍ୱତୀ ଏବଂ ଶ୍ରୀକୃଷ୍ଣଙ୍କ କୃପା ପ୍ରାପ୍ତ ହୋଇଥାଏ । ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା କାରଣରୁ ଜୀବନରେ ଧନ ଐଶ୍ୱର୍ଯ୍ୟର ଅଭାବ ହୁଏନାହିଁ । ମାତା ସରସ୍ୱତୀ ବୁଦ୍ଧି ପ୍ରଦାନ କରିଥାନ୍ତି ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ କାରଣରୁ ଜୀବନରେ କେବେ ଦୁଃଖ କଷ୍ଟ ସମସ୍ୟା ଆସି ନଥାଏ ।
୩ . ସକାଳୁ ଉଠି ଭୂଇଁରେ ପାଦ ରଖିବା ପୂର୍ବରୁ ଭୂମି ମାତାଙ୍କୁ ହାତ ଯୋଡ଼ି କ୍ଷମା ପ୍ରାର୍ଥନା କରିବା ଉଚିତ ଏବଂ ଏହି ମନ୍ତ୍ର ଜପ କରିବା ଉଚିତ ।
ସମୁଦ୍ର ବସତେ ଦେବୀ । ପର୍ବତସ୍ତନମଣ୍ଡିତେ । ବିଷ୍ଣୁ ପତ୍ନୀ ନମସ୍ତୁଭ୍ୟଂ । ପାଦ ସ୍ପର୍ଶ କ୍ଷମତ୍ବ ମେ ।।ଏହିଭଳି ନିତ୍ୟ ପ୍ରାର୍ଥନା କରି ଭୂଇଁରେ ପାଦ ରଖୁଥିବା ବ୍ୟକ୍ତିର କେବେ କୌ ଅନିଷ୍ଠ ହୋଇଥାଏ । ସେ ସର୍ବଦା ସତ୍ୟ ମାର୍ଗରେ ଚାଲିଥାଏ ଏବଂ ସବୁ ପ୍ରକାରର ବିପଦରୁ ମୁକ୍ତି ପାଇଥାଏ ।
୪ . ଦାନ୍ତ ଶୁଦ୍ଧି ବିନା କୌଣସି ପ୍ରାର୍ଥନା , ପୂଜା ଅର୍ଚ୍ଚନା କିମ୍ବା ମନ୍ତ୍ର ଜପ କରିବା ଉଚିତ ନୁହେଁ । ତେଣୁ ପ୍ରତ୍ୟେକ ଦିନ ସକାଳୁ ଉଠି ପ୍ରଥମେ ଦାନ୍ତ ପରିଷ୍କାର କରିବା ଉଚିତ ।
୫ . ଦାନ୍ତ ଶୁଦ୍ଧି ପରେ ମାଙ୍ଗଳିକ ବସ୍ତୁର ଦର୍ଶନ କରନ୍ତୁ । ଏହାବ୍ୟତୀତ ଗୁରୁ , ଅଗ୍ନି ଏବଂ ସୂର୍ଯ୍ୟଙ୍କୁ ମଧ୍ୟ ନମସ୍କାର କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତ ହୋଇଥାଏ । ପ୍ରତ୍ୟେକ ଦିନ ଏହି ଦର୍ଶନ କରିବା ଦ୍ୱାରା ବ୍ୟକ୍ତି ପାପରୁ ମୁକ୍ତ ହୋଇଥାଏ । ତାକୁ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ ଏବଂ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ । ଏହି ମାଙ୍ଗଳିକ ବସ୍ତୁ ସକାରାତ୍ମକ ଶକ୍ତିର ଉତ୍ସ ହୋଇଥାଏ । ଯାହାକୁ ଦର୍ଶନ କରିବା ଦ୍ୱାରା ବ୍ୟକ୍ତିର ଭାଗ୍ୟ ଉଦୟ ହୋଇଥାଏ ।
୬ . ମନୁଷ୍ୟକୁ ରାତିରେ ପିନ୍ଧିଥିବା ବସ୍ତ୍ର ସ୍ନାନ ପରେ ହିଁ ଧାରଣ କରିବା ଉଚିତ । ଏହାଦ୍ବାରା ଦୁର୍ଭାଗ୍ୟ ଆସିଥାଏ । ତେଣୁ ସ୍ନାନ ପରେ ସ୍ୱଚ୍ଛ ବସ୍ତ୍ର ଧାରଣ କରିବା ଉଚିତ ।