ବଡ଼ ଗୁରୁବାର ଦିନ ଏକ ଚିମୁଟା ହଳଦୀରେ କରନ୍ତୁ ଏହି ପ୍ରୟୋଗ , ବର୍ଷ ସାରା ଆସିବ ଟଙ୍କା :-

ହଳଦୀ ଏକ ଔଷଧି ଅଟେ । ଯାହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ । ଏହାକୁ ଶୁଭ ସଙ୍କେତ ଭାବରେ ହିନ୍ଦୁ ଧର୍ମରେ ମାନା ଯାଇଥାଏ । ବିବାହ ସମୟରେ ବର ବଧୂଙ୍କୁ ମଧ୍ୟ ହଳଦୀ ଟୀକା ଲଗା ଯାଇଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଏବଂ ସୌନ୍ଦର୍ଯ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ପୂଜା ସମୟରେ ହାତରେ ଏବଂ ବେକରେ ହଳଦୀ ଲଗାଇଲେ ତାହା ଅତ୍ୟନ୍ତ ଶୁଭ ଫଳ ଦେଇଥାଏ । ଏହାସହିତ ବାଣୀରେ ମଧ୍ୟ ମଧୁରତା ଆସିଥାଏ । ଏହାଦ୍ବାରା ଗୁରୁଗ୍ରହ ମଧ୍ୟ ମଜବୁତ ହୋଇଥାଏ । ଯଦି ଘର ବାହାରେ ହଳଦୀ ରେଖା ଆଙ୍କି ଦିଆଯାଏ ତେବେ ଘର ମଧ୍ୟକୁ ନକରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ । ସ୍ନାନ ସମୟରେ ପାଣିରେ ଏକ ଚିମୁଟା ହଳଦୀ ମିଶାଇ ଗାଧୋଇଲେ ଶାରୀରିକ ଏବଂ ମାନସିକ ଶୁଦ୍ଧତା ଆସିଥାଏ । ଚାକିରୀ ଏବଂ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଏହା ଲାଭକାରୀ ପ୍ରମାଣିତ ହୋଇଥାଏ । ତେଣୁ ଏହାକୁ ହୋମ ଏବଂ ଯଜ୍ଞରେ ମଧ୍ୟ ବ୍ୟବହାର କରାଯାଏ ।

ସୂର୍ଯ୍ୟ ଦେବତାଙ୍କୁ ହଳଦୀ ମିଶ୍ରିତ ଜଳ ଅର୍ଘ୍ୟ ଦେଲେ ମନସ୍କାମନା ପୁର୍ଣ୍ଣ ହୋଇଥାଏ । ଜୀବନରେ ଅଧିକାଂଶ ସୁଖ ସମୃଦ୍ଧି ସମ୍ବନ୍ଧିତ କିମ୍ବା ଚାକିରୀ ଏବଂ ବ୍ୟବସାୟ ସମ୍ବନ୍ଧୀୟ ବାଧା ଗୁରୁଗ୍ରହ ଦୁର୍ବଳ ହେଲେ ଆସିଥାଏ । ତେଣୁ ଗୁରୁଗ୍ରହକୁ ପ୍ରସନ୍ନ କରିବା ପାଇଁ ହଳଦୀର ଛୋଟ ଛୋଟ ପ୍ରୟୋଗ ନିଶ୍ଚୟ କରିବା ଉଚିତ । ଯଦି ଆପଣଙ୍କ ଘର ଉପରେ କାହାରି ଖରାପ ଦୃଷ୍ଟି ପଡ଼ିଛି କିମ୍ବା କେହି କୋୖଣସି ଗୁଣି ଗାରେଡ଼ି କରିଛି ତେବେ ଏହି ହଳଦୀ ପ୍ରୟୋଗ ଦ୍ୱାରା ହିଁ ତାହାର ସମାଧାନ ହୋଇ ପାରିବ ।

୧ . ଯଦି ଆପଣ କୌଣସି ଗମ୍ଭୀର ରୋଗରେ ପୀଡ଼ିତ ଅଛନ୍ତି ତେବେ ହଳଦୀ ଦାନ କରନ୍ତୁ ଏବଂ ପ୍ରତ୍ୟେକ ଦିନ ଏକ ହଳଦୀ ଟୀକା ଲଗାନ୍ତୁ । ଏହାଦ୍ବାରା ନକରାତ୍ମକତା ଦୂରେଇ ଯିବ ଏବଂ ସକାରାତ୍ମକତା ଆପଣଙ୍କ ପାଖରେ ରହିବ । ଏହାବ୍ୟତୀତ ଆପଣଙ୍କର ଗମ୍ଭୀର ରୋଗ ମଧ୍ୟ ଦୂରେଇ ଯିବ ।

୨ . ଯଦି ଆପଣ ଜୀବନରେ ବୃହସ୍ପତି ଗ୍ରହ ଦୁର୍ବଳ ଅଛି , ଯେଉଁ କାରଣରୁ ଚାକିରୀ ଏବଂ ବ୍ୟବସାୟ ସମ୍ବନ୍ଧୀୟ ସମସ୍ୟାରେ ପୀଡ଼ିତ ଅଛନ୍ତି ତେବେ ଏକ ହଳଦୀ ଗଣ୍ଠି ନେଇ ତାହାକୁ ଏକ ହଳଦିଆ କପଡ଼ାରେ ବାନ୍ଧି ହାତରେ ବାନ୍ଧି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କର ବୃହସ୍ପତି ଗ୍ରହ ମଜବୁତ ହେବ ।

୩ . ଯଦି ଆପଣ କୌଣସି ପ୍ରକାରର ମାନସିକ ଦୁଶ୍ଚିନ୍ତାରେ ଘେରି ହୋଇ ଯାଇଛନ୍ତି ତେବେ ସ୍ନାନ କରୁଥିବା ପାଣିରେ ଏକ ଚିମୁଟା ହଳଦୀ ମିଶାଇ ସ୍ନାନ କରନ୍ତୁ । ଏହାଦ୍ବାରା ମାନସିକ ଦୁଶ୍ଚିନ୍ତା ଦୂରେଇ ଯିବା ସହିତ ଚାକିରୀ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂରେଇ ଯିବ । ଏହାବ୍ୟତୀତ ପ୍ରତ୍ୟେକ ଦିନ ମଥାରେ ହଳଦୀ ତିଳକ ଲଗାଇଲେ ସବୁ ବିଗିଡ଼ି ଯାଇଥିବା କାର୍ଯ୍ୟ ପୂରଣ ହୋଇଯିବ ।

୪ . ଯଦି ଆପଣ ଭାବୁଛନ୍ତି ଯେ ଆପଣଙ୍କ ଘରେ କୌଣସି ନକରାତ୍ମକ ଶକ୍ତିର ବାସ ରହିଛି ତେବେ ଘରର ଦ୍ୱାରରେ , ଗେଟରେ କିମ୍ବା ବାହାର କାନ୍ଥରେ ଏକ ହଳଦୀ ରେଖା ଟାଣି ଦିଅନ୍ତୁ । ଏହାଦ୍ବାରା ନକରାତ୍ମକ ଶକ୍ତି ଦୂରେଇ ରହିବ । ଏହି ଛୋଟ ଉପାୟ ପ୍ରତ୍ୟେକ ଦିନ କଲେ ଏହାର ଭଲ ଫଳ ମିଳିଥାଏ । ଆପଣ ଚାହିଁଲେ କେବଳ ହଳଦୀ ପାଣି ସିଞ୍ଚି ପାରିବେ ।

୫ . ଯଦି ଆପଣଙ୍କର ବିବାହ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି ତେବେ ପ୍ରତ୍ୟେକ ଦିନ ସକାଳୁ ସ୍ନାନ ପରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଏକ ଲୋଟା ପାଣିରେ ଏକ ଚିମୁଟା ହଳଦୀ ମିଶାଇ ଅର୍ଘ୍ୟ ଦିଅନ୍ତୁ । ଏହାପରେ ଲୋଟାରେ ଲାଗି ଯାଇଥିବା ହଳଦୀକୁ ନିଜ ମସ୍ତକରେ ଧାରଣ କରନ୍ତୁ । ଏହିପରି ନିୟମିତ କରିବା ଦ୍ୱାରା ଆପଣଙ୍କର ବିବାହ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହୋଇଯିବ ଏବଂ ମନଲାଖି ଜୀବନସାଥୀ ମଧ୍ୟ ପ୍ରାପ୍ତ ହେବ ।

୬ . ଯଦି ଆପଣ ଚାହୁଁଛନ୍ତି ଯେ ମାତା ଲକ୍ଷ୍ମୀ ଆପଣଙ୍କ ଘରେ ସ୍ଥାୟୀ ରୂପରେ ବାସ କରନ୍ତୁ ତେବେ ପ୍ରତ୍ୟେକ ଦିନ ଗଙ୍ଗା ଜଳରେ କିଛି ପାଣି ମିଶାଇ ସେଥିରେ କିଛି ହଳଦୀ ମିଶାଇ ପୁରା ଘରେ ସିଞ୍ଚି ଦିଅନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ସର୍ବଦା ପ୍ରସନ୍ନ ରହିବେ । ଏପରି ପ୍ରତି ଗୁରୁବାର କିମ୍ବା ପ୍ରତ୍ୟେକ ଦିନ କଲେ ଭଲ ଫଳ ପ୍ରାପ୍ତ ହୋଇଥାଏ । ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ସର୍ବଦା ବଜାୟ ରହେ ।

Leave a Reply

Your email address will not be published. Required fields are marked *