ପିତୃ ପକ୍ଷ ଶେଷ ହେବା ପୂର୍ବରୁ କେବଳ ଗୋଟିଏ ରୁଟି ନେଇ କରି ଦିଅନ୍ତୁ ଏହି ଉପାୟ , ଦୁର୍ଭାଗ୍ୟ ହୋଇଯିବ ସୌଭଗ୍ୟ :-

ଆମ ହିନ୍ଦୁ ଧର୍ମରେ ପିତୃ ପକ୍ଷର ଅନେକ ମହତ୍ତ୍ୱ ରହିଛି । ପିତୃ ପକ୍ଷ ପନ୍ଦର ଦିନ ପାଇଁ ଚାଲିଥାଏ ଏବଂ ଆଶ୍ୱିନ ମାସ ଅମାବାସ୍ୟାରେ ଶେଷ ହୋଇଥାଏ । ତେବେ ଏହି ପିତୃ ପକ୍ଷରେ ପିତୃ ଦେବତାଙ୍କୁ ଶ୍ରାଦ୍ଧ ଏବଂ ତର୍ପଣ ଦେବାର ବିଧାନ ରହିଛି । କାରଣ ନିଷ୍ଠାର ସହିତ ପିତୃଙ୍କୁ ଭୋଜନ ଏବଂ ଶ୍ରାଦ୍ଧ ଦେଲେ ପିତୃ ଦୋଷ ଦୂର ହୋଇଥାଏ ଏବଂ ଜୀବନରେ କୌଣସି ସମସ୍ୟା ଆସି ନଥାଏ । ଏପରି କୁହାଯାଏ ଯେ ଭଗବାନଙ୍କୁ ପ୍ରସନ୍ନ କରିବା ପୂର୍ବରୁ ପିତୃଙ୍କୁ ପ୍ରସନ୍ନ କରିବା ଉଚିତ ।

ଯାହାଦ୍ୱାରା ଜୀବନର ଅଧିକାଂଶ ସମସ୍ୟା ଦୂର ହୋଇଥାଏ । ଯଦି ପିତୃ ରୁସ୍ଟ ହୁଅନ୍ତି ତେବେ ଜୀବନରେ ନାନା ପ୍ରକାରର ବିଘ୍ନ ଆସିଥାଏ । କୌଣସି କାର୍ଯ୍ୟରେ ସଫଳତା ମିଳେନାହିଁ , ନାନା ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଏବଂ ଦୁର୍ଘଟଣା ଦେଖା ଦେଇଥାଏ । ଏହା ସହିତ ମାନସିକ ଚିନ୍ତା ଏବଂ ଆର୍ଥିକ ସମସ୍ୟା ମଧ୍ୟ ଦେଖା ଦେଇଥାଏ ।

ମାତ୍ର ପିତୃ ପକ୍ଷରେ ଏହି ୧୫ ଦିନରେ କିଛି ସ୍ୱତନ୍ତ୍ର ଉପାୟ କଲେ ପିତୃଙ୍କୁ ମୋକ୍ଷ ପ୍ରାପ୍ତି ହେବା ସହିତ ସବୁ ପ୍ରକାରର ସମସ୍ୟାରୁ ମୁକ୍ତି ମିଳିଥାଏ । ଶ୍ରାଦ୍ଧ ସମୟରେ ପ୍ରଥମ ଭାଗ ଅଗ୍ନି ଦେବତାଙ୍କୁ ଦେବାର ପରମ୍ପରା ରହିଛି କାରଣ ଏହା ପଛରେ ଏକ ଶାସ୍ତ୍ର ବର୍ଣ୍ଣିତ କାହାଣୀ ରହିଛି । ଏପରି କୁହାଯାଏ ଯେ ପିତୃଙ୍କ ସହିତ ଅଗ୍ନି ଦେବ ମଧ୍ୟ ଭୋଜନ କରନ୍ତି । ତେବେ ଏହି ଦିନ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ବିଶେଷ ଉପାୟ କରିବା ଉଚିତ । ପିତୃ ପକ୍ଷରେ ଦାନ ଧର୍ମର ଅନେକ ମହତ୍ତ୍ୱ ରହିଛି । ମାତ୍ର ରୁଟି ଦାନ କରିବା ସବୁଠାରୁ ଉତ୍ତମ ହୋଇଥାଏ ।

ପ୍ରଥମ ଉପାୟ ଅନୁଯାୟୀ ସକାଳୁ ଘରେ ପ୍ରସ୍ତୁତ ହେଉଥିବା ପ୍ରଥମ ରୁଟିରେ ଅଳ୍ପ ସୋରିଷ ତେଲ ଲଗାଇ ଗାଈକୁ ଖାଇବାକୁ ଦିଅନ୍ତୁ । ନଚେତ ଗରିବ କିମ୍ବା ଦରିଦ୍ର୍ୟ ଲୋକଙ୍କୁ ଖାଇବାକୁ ଦିଅନ୍ତୁ । ଏହାପରେ ଆଉ ଏକ ରୁଟିରେ ସୋରିଷ ତେଲ ଲଗାଇ କୁକୁରକୁ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ଶନି ରାହୁ କେତୁ ଦୋଷଦୂର ହେବା ସହିତ ପିତୃ ପ୍ରସନ୍ନ ହୁଅନ୍ତି ଏବଂ ଦେବଦେବୀ ମଧ୍ୟ ପ୍ରସନ୍ନ ହୁଅନ୍ତି । ଏହାଦ୍ବାରା ସବୁ ପ୍ରକାରର ଦୋଷ ମଧ୍ୟ ଦୂରେଇ ଯାଏ ।

ପୁଣି ଘରେ ପ୍ରସ୍ତୁତ ହେଉଥିବା ପ୍ରଥମ ରୁଟିକୁ ଟିକିଏ ବଡ଼ ଆକାରର କରନ୍ତୁ । ତାହାକୁ ଚାରି ଭାଗ କରି ସେଥିରେ ମିଠା ରଖନ୍ତୁ ଏବଂ ସେଥିରୁ ଗୋଟିଏ ଭାଗ ନେଇ ଗାଈକୁ କିମ୍ବା ଅନ୍ୟ କେହି ବ୍ୟକ୍ତିକୁ ଖୁଆଇ ଦିଅନ୍ତୁ । ସେହି ସମୟରେ ନିଜର ମନସ୍କାମନା ମଧ୍ୟ ସ୍ମରଣ କରନ୍ତୁ । ଏହାପରେ ଅନ୍ୟ ଟୁକୁଡ଼ାକୁ କୁକୁରକୁ ଦିଅନ୍ତୁ । ତୃତୀୟ ଖଣ୍ଡକୁ କାଉ ଏବଂ ଚତୁର୍ଥକୁ କୌଣସି ଗରିବ ଲୋକକୁ ଖାଇବାକୁ ଦିଅନ୍ତୁ ।

ଗାଈକୁ ପୂଜା କରିବାର ମାନ୍ୟତା କେବଳ ଧାର୍ମିକ ଅନୁଯାୟୀ ନୁହେଁ ବରଂ ଜ୍ୟୋତିଷ ଅନୁଯାୟୀ ମଧ୍ୟ ଉତ୍ତମ ଅଟେ । କାରଣ ଗୋମାତାଙ୍କ ଶରୀରରେ ୩୫ କୋଟି ଦେବଦେବୀ ବାସ କରନ୍ତି । ତେଣୁ ଗାଈକୁ ରୁଟି ଖୁଆଇଲେ ଜୀବନର ସବୁ ସମସ୍ୟା ଦୂର ହୋଇଥାଏ ଏବଂ ସବୁ ଦେବଦେବୀ ମଧ୍ୟ ପ୍ରସନ୍ନ ହୁଅନ୍ତି । ଏହାଦ୍ବାରା ନବଗ୍ରହକୁ ଶାନ୍ତ ମଧ୍ୟ କରାଇ ହୁଏ ।

ଯଦି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିମ୍ବା ନଜର ଦୋଷ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି ତେବେ ପ୍ରତ୍ୟେକ ରୋଟି କରିବା ସମୟରେ ସେଥିରେ କ୍ଷୀର ସିଞ୍ଚି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କର ସବୁ ପ୍ରକାରର ସମସ୍ୟା ଦୂରେଇ ଯିବ । ବିବାହ ସମ୍ବନ୍ଧୀୟ ସମସ୍ୟା ଆସିଲେ ତାହା ମଧ୍ୟ ଠିକ ହୋଇଯିବ।

ଯଦି ଘରେ କାହାରି ସ୍ୱାସ୍ଥ୍ୟ ଖରାପ ରହିଛି କିମ୍ବା ନଜର ଦୋଷ ରହିଛି ତେବେ ଦୁଇ ଖଣ୍ଡ ରୁଟି ଉପରେ ଗୁଡ଼ ରଖି ସେହି ବ୍ୟକ୍ତିଙ୍କ ଉପର ଦେଇ ବୁଲାଇ ଗାଈକୁ ଖୁଆଇ ଦିଅନ୍ତୁ । ଏହାଦ୍ବାରା ନଜର ଦୋଷ ଦୂର ହୋଇଥାଏ । ଏହାବ୍ୟତୀତ ରୁଟିରେ ଗୁଡ଼ ମିଶାଇ ପିମ୍ପୁଡ଼ିକୁ ଖାଇବାକୁ ଦେଲେ ଗ୍ରହ ଦୋଷ ଦୂର ହୋଇଥାଏ । ଏହାଦ୍ବାରା ସବୁ କାର୍ଯ୍ୟରେ ସଫଳତା ମିଳିଥାଏ ଏବଂ କାର୍ଯ୍ୟରେ ଆସୁଥିବା ବିଘ୍ନ ବାଧା ମଧ୍ୟ ଦୂର ହୋଇଯାଏ ।

ଯଦି ଘରେ କୌଣସି ଛୋଟ ପିଲାର ସ୍ୱାସ୍ଥ୍ୟ ଭଲ ରହୁନାହିଁ ତେବେ ରୁଟି ଉପରେ ଗୁଡ଼ ରଖି ସେହି ଛୋଟ ପିଲାର ଉପର ଦେଇ ସାତ ଥର ବୁଲାଇ କୌଣସି କାଉକୁ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ସବୁ ପ୍ରକାରର ସମସ୍ୟା ଦୂରେଇ ଯିବ । ପିତୃ ଦେବ ମଧ୍ୟ ପ୍ରସନ୍ନ ହେବେ ।

Leave a Reply

Your email address will not be published. Required fields are marked *