ଆଜିର ରାଶିଫଳ :୨୦ ସେପ୍ଟେମ୍ବର ୨୦୨୨,ମଙ୍ଗଳବାର :ଆଜି ବୃଷ, ମିଥୁନ, ତୁଳା ରାଶିର ଲୋକଙ୍କୁ ମିଳିବ ସୁବର୍ଣ୍ଣ ସୁଯୋଗ। ଜାଣିବା ପାଇଁ ପଢନ୍ତୁ ଦୈନିକ ରାଶିଫଳ।

ଜ୍ୟୋତିଷ ଶାସ୍ତ୍ରରେ ରାଶିଫଳକୁ ମହତ୍ତ୍ଵ ଦିଆଯାଇଛି। ଏହି ରାଶିଫଳ ମାଧ୍ୟମରେ ବିଭିନ୍ନ କାଳଖଣ୍ଡ ବିଷୟରେ ଭବିଷ୍ୟବାଣୀ କରାଯାଇଥାଏ। ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନ ବିଷୟରେ ଜଣା ପଡିଥାଏ। ରାଶିଫଳ ମାଧ୍ୟମରେ ବ୍ୟାପାର, ଚାକିରି, ପ୍ରେମ ଜୀବନ, ବୈବାହିକ ଜୀବନ, ସ୍ବାସ୍ଥ୍ୟ, ସମ୍ପଦ, ଭବିଷ୍ୟତରେ ହେବାକୁ ଥିବା ଶୁଭ ଓ ଅଶୁଭ ଘଟଣା ବିଷୟରେ ଜାଣି ହୋଇଥାଏ। ଗ୍ରହ ମାନଙ୍କର ଚଳନକୁ ଆଧାର କରି ଦିନଟି ଆପଣଙ୍କ ପାଇଁ କିପରି ରହିବ, କେଉଁ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛନ୍ତି ସେହି ବିଷୟରେ ସୂଚନା ମିଳିଥାଏ। ତେବେ ଏହି ଦୈନିକ ରାଶିଫଳରୁ ନିଜ ରାଶି ବିଷୟରେ ଜାଣନ୍ତୁ।

ମେଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ବ୍ୟାପାର କ୍ଷେତ୍ରରେ ଲାଭବାନ ହେବେ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କୁ ଅଧିକ ଦାୟିତ୍ୱ ଦେଇ ପାରନ୍ତି। ଆପଣଙ୍କୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ପ୍ରେମ ଜୀବନରେ ମଧୁରତା ଆସିବ। ଜୀବନସାଥୀ ଆପଣଙ୍କୁ କିଛି ଉପହାର ଦେଇ ପାରନ୍ତି।

ବୃଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ବନ୍ଧୁଙ୍କ ତରଫରୁ ଆପଣଙ୍କୁ ସୁଖଦ ସମାଚାର ମିଳିପାରେ। ଆପଣଙ୍କ ମାନସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ହେବ। ଶାରୀରିକ କଷ୍ଟକୁ ଅଣଦେଖା କରନ୍ତୁ ନାହିଁ। ଅଧିକ ଧନ ଉପାର୍ଜନ କରିବା ପାଇଁ ଆପଣଙ୍କୁ ଅନେକ ମାର୍ଗ ମିଳିବ। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମ ଆୟୋଜନ ହୋଇ ପାରେ।

ମିଥୁନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। କଳା କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଉତ୍ତମ ଅବସର ପ୍ରାପ୍ତ ହେବ। ଚାକିରି କ୍ଷେତ୍ରରେ ପରିବର୍ତ୍ତନ କରିବା ପାଇଁ ବିଚାର କରି ପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ପ୍ରୟାସ କରି ପାରନ୍ତି। ଆପଣ ମନରୁ ପ୍ରସନ୍ନ ରହିବେ। ବ୍ୟବସାୟିକ ମାମଲାରେ ଆପଣ ନିଷ୍ପତ୍ତି ନେବାରେ ସଫଳ ହେବେ।

କର୍କଟ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ରାସ୍ତାରେ ଗଦି ଚଳାଚଳ କରିବା ସମୟରେ ଆପଣଙ୍କୁ ସାବଧାନ ରହିବାର ଆବଶ୍ୟକତା ରହିଛି। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟ ଦେଖି ସମସ୍ତେ ପ୍ରଶଂସା କରିବେ। ପୂର୍ବରୁ ଦେଇଥିବା ଧନ ଫେରସ୍ତ ମିଳିବ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ସିଂହ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି ଏହି। ଆର୍ଥିକ ପରିସ୍ଥିତିକୁ ଦେଖି ଆପଣ ଭବିଷ୍ୟତ ପାଇଁ ନିବେଶ କରିବେ। ନୂଆ ବ୍ୟବସାୟ ଆରମ୍ଭ କରିବାକୁ କୌଣସି ଅନୁଭବୀଙ୍କ ପରାମର୍ଶ ଗ୍ରହଣ କରନ୍ତୁ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ଭବିଷ୍ୟତକୁ ନେଇ ଅଯଥା ଚିନ୍ତା କରନ୍ତୁ ନାହିଁ।

କନ୍ୟା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ବ୍ୟବସାୟରେ ଅଧିକ ଲାଭବାନ ହେବେ। ଆଜି ଆପଣଙ୍କୁ କୌଣସି ନୂଆ ପ୍ରୋଜେକ୍ଟ ମିଳିପାରେ। ଘରୋଇ ଜୀବନରେ କିଛି ସମସ୍ୟା ସୃଷ୍ଟି ହୋଇପାରେ। ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ଆଶାନୁରୂପ ସଫଳତା ମିଳିବ। ବାହନ କ୍ରୟ କରିବା ପାଇଁ ଆଜିର ଦିନଟି ଅନୁକୂଳ ରହିଛି।

ତୁଳା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ବ୍ୟାପାରରେ ଉନ୍ନତି ହେବ। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ପରିବାରରେ କୌଣସି ସଦସ୍ୟଙ୍କ ସ୍ବାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଛି। ଭାବନାରେ ଯାଇ କୌଣସି ଭୂଲ ନିଷ୍ପତ୍ତି ନିଅନ୍ତୁ ନାହିଁ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପ୍ରଶଂସା ହେବ।

ବିଛା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ରହିବ। ଘରର ବାତାବରଣ ସୁଖମୟ ରହିବ। ବିଦେଶରେ ରହୁଥିବା ସମ୍ପର୍କୀୟଙ୍କ ଠାରୁ ସୁଖଦ ସମାଚାର ମିଳିପାରେ। ଆୟରେ ବୃଦ୍ଧିହେବ। ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ। କ୍ୟାରିୟରରେ ଅଗ୍ରଗତି କରିବେ। ଅଯଥା ବିବାଦରୁ ଦୂରେଇ ରୁହନ୍ତୁ। ଅସହାୟ ଲୋକଙ୍କୁ ସହଯୋଗ କରନ୍ତୁ।

ଧନୁ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି।ଆଜି ଆପଣ ଅଧିକ ଉତ୍ସାହିତ ରହିବେ। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମ ଆୟୋଜିତ ହେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟ ଦେଖି ବରିଷ୍ଠ ଅଧିକାରୀ ଆପଣଙ୍କୁ ପ୍ରଶଂସା କରିବେ। ବ୍ୟାପାର କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ଆଶାନୁରୂପ ସଫଳତା ପ୍ରାପ୍ତ ହେବ। ପିତାମାତା ଆପଣଙ୍କୁ କିଛି ସାହାଯ୍ୟ ମାଗି ପାରନ୍ତି।

ମକର ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟ ଚାପ ଅଧିକ ରହିବ। ପରିବାର ଲୋକେ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ। ସେୟାର ବଜାରରେ ନିବେଶ କରି ଆପଣ ଲାଭବାନ ହେବେ। ବିବାହିତ ଲୋକଙ୍କର ଗୃହସ୍ଥ ଜୀବନ ସୁଖମୟ ରହିବ। ଆପଣଙ୍କୁ ନିଜ ଭାଇ ଓ ଭାଇଙ୍କ ଠାରୁ ସୁଖଦ ସମାଚାର ମିଳିପାରେ। ବ୍ୟାପାର କରୁଥିବା ଲୋକଙ୍କୁ ଆଶାନୁରୂପ ସଫଳତା ପ୍ରାପ୍ତ ହେବ।

କୁମ୍ଭ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ।ଘରେ ଅନାବଶ୍ୟକ ଖର୍ଚ୍ଚ ବଢିପାରେ। କାର୍ଯ୍ୟକ୍ଷେତ୍ରରେ ଆପଣ କ୍ଷତି ସହି ପାରନ୍ତି। ବ୍ୟବସାୟୀକ ମାମଲାରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବରେ ବିଚାର କରିବା ଆବଶ୍ୟକ।ଆପଣ କୌଣସି ନୂଆ ଘର କ୍ରୟ କରି ପାରନ୍ତି। ସନ୍ତାନଙ୍କ ତରଫରୁ କୌଣସି ସୁଖଦ ସମାଚାର ମିଳିପାରେ।

ମୀନ ରାଶି:-ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ। ଚାକିରି କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ସାମାନ୍ୟ ଅସୁବିଧା ହୋଇପାରେ। ଆମଦାନୀର ନୂଆ ସ୍ରୋତ ପ୍ରାପ୍ତ କରିବେ। ଅଯଥା ଲୋକଙ୍କ କଥା ଚିନ୍ତା କରନ୍ତୁ ନାହିଁ, ସେମାନଙ୍କ ଠାରୁ ଦୂରେଇ ରୁହନ୍ତୁ। ଅଚାନକ ଆପଣଙ୍କୁ ଧନ ଲାଭ ହୋଇପାରେ।

Leave a Reply

Your email address will not be published. Required fields are marked *