ଚଳିତ ବର୍ଷ ନବରାତ୍ରୀ ସେପ୍ଟେମ୍ବର ୨୬ ରୁ ଆରମ୍ଭ ହୋଇ ଅକ୍ଟୋବର ୫ ପର୍ଯ୍ୟନ୍ତ ପାଳିତ ହେବ । ଯାହାକି ନଅ ଦିନ ପର୍ଯ୍ୟନ୍ତ ଚାଲିବ । ତେବେ ଏହି ନଅ ଦିନ ମାତା ଦୁର୍ଗା ନିଜ ଭକ୍ତଙ୍କ ସହିତ ରହିବେ ଏବଂ ସେମାନଙ୍କର ସବୁ ମନସ୍କାମନା ପୁର୍ଣ୍ଣ କରିବେ । ମାତ୍ର ଏହିଦିନ ଗୁଡିକରେ କିଛି କଥା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । କାରଣ ଘରେ କିଛି ଏପରି ଜିନିଷ ଥିଲେ ମା ଦୁର୍ଗାଙ୍କ ଆଗମନ ହେବ ନାହିଁ । ତେଣୁ ମା ଦୁର୍ଗା ଆସିବା ପୂର୍ବରୁ ଏହିସବୁ ଜିନିଷକୁ ହଟାଇ ଦେବା ଅତ୍ୟନ୍ତ ଜରୁରୀ ଅଟେ । ତେବେ ଚାଲନ୍ତୁ ସେହିସବୁ ଜିନିଷ ବିଷୟରେ ଜାଣିନେବା ।
୧ . ନବରାତ୍ରୀ ଆରମ୍ଭ ହେବା ପୂର୍ବରୁ ହିଁ ଘରୁ ମାଛ , ମାଂସ , ପିଆଜ , ରସୁଣ , ମଦ ଏହିସବୁ ଜିନିଷକୁ ବାହାର କରି ଦିଅନ୍ତୁ । କାରଣ ଏହି ନଅ ଦିନ ସମ୍ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟର ପାଳନ କରିବା ଉଚିତ । କାରଣ ଏହି ନଅ ଦିନ ଘରକୁ ପରିଷ୍କାର ପରିଛନ୍ନ ଏବଂ ପବିତ୍ର ରଖିବା ଉଚିତ । ନଚେତ ମାତା ଦୁର୍ଗା କ୍ରୋଧିତ ହେବେ । କୁହାଯାଏ ଯେ ଏହି ନଅ ଦିନ ମାତା ଦୁର୍ଗା ନିଜ ଭକ୍ତଙ୍କ ଘରକୁ ଆଗମନ କରନ୍ତି । ମାତ୍ର ଘରେ ପିଆଜ ରସୁଣ କିମ୍ବା ତାମସିକ ଜିନିଷ ରଖିବା ଉଚିତ ନୁହେଁ କିମ୍ବା ସେବନ ମଧ୍ୟ କରିବା ଉଚିତ ନୁହେଁ । ତେଣୁ ନବରାତ୍ରୀ ଆରମ୍ଭ ହେବା ପୂର୍ବରୁ ହିଁ ଏହିସବୁ ଜିନିଷକୁ ବାହାର କରି ଦିଅନ୍ତୁ । ବାହାର କରିବା ପରେ ଗଙ୍ଗା ଜଳ ସିଞ୍ଚନ କରନ୍ତୁ ।
ବିନା ଗଙ୍ଗା ଜଳରେ କୌଣସି ପବିତ୍ର କାର୍ଯ୍ୟ ସମ୍ପନ୍ନ ହୁଏନାହିଁ । ତେଣୁ ଗଙ୍ଗା ଜଳ ସିଞ୍ଚନ ନିଶ୍ଚିତ କରନ୍ତୁ କିମ୍ବା ପାଣିରେ ଗୋମୂତ୍ର ମିଶାଇ ମଧ୍ୟ ସିଞ୍ଚନ କଲେ ଘରୁ ନକରାତ୍ମକତା ଦୂରେଇ ଯାଏ ଏବଂ ଘର ପବିତ୍ର ହୋଇଯାଏ ।ନବରାତ୍ରୀ ପୂର୍ବରୁ ସମ୍ପୂର୍ଣ୍ଣ ଘରକୁ ପରିଷ୍କାର କରନ୍ତୁ । ଘରୁ ଛିଡ଼ା କପଡ଼ା କିମ୍ବା ବ୍ୟବହାର ହେଉ ନଥିବା ଭଙ୍ଗା ବସ୍ତୁ ବାହାର କରି ଦିଅନ୍ତୁ । କାରଣ ଏହା ଘରକୁ ନକରାତ୍ମକତା ଆଣିଥାଏ । ଧୂପ ଜଳାଇ ଘରକୁ ସୁଗନ୍ଧିତ କରନ୍ତୁ ଏବଂ ପବିତ୍ର କରନ୍ତୁ ।
ଘରର ଦ୍ୱାରକୁ ସୁସଜ୍ଜିତ କରନ୍ତୁ । ଯାହାଦ୍ୱାରା ମାତା ଦୁର୍ଗା ଘରକୁ ଆକର୍ଷିତ ହୋଇ ଆସିବେ । ଅନେକ ଲୋକ ମାତା ଦୁର୍ଗାଙ୍କ ମୂର୍ତ୍ତି ସ୍ଥାପନା ପାଇଁ ତଳେ କାଗଜ ବିଛାଇ ଥାନ୍ତି । ଯାହା ସମ୍ପୂର୍ଣ୍ଣ ଭୁଲ ଅଟେ । କେବଳ ନାଲି ରଙ୍ଗର କପଡ଼ା ହିଁ ବିଛାଇବା ଉଚିତ । ଅନ୍ୟ ରଙ୍ଗ ନକାରାତ୍ମକତା ଆଣିଥାଏ । ଘରେ କୌଣସି ଭଙ୍ଗା ମୂର୍ତ୍ତି ଥିଲେ ତାହାକୁ ତୁରନ୍ତ ବିସର୍ଜିତ କରି ଦିଅନ୍ତୁ । ନଚେତ ଏହା ନକରାତ୍ମକତା ଆଣିଥାଏ ।
ବିଶେଷ କରି ଘରର ଉତ୍ତର ଦିଗରେ ବର୍ଜବସ୍ତୁ ରଖନ୍ତୁ ନାହିଁ କିମ୍ବା ଡସ୍ଟ ବିନ ରଖନ୍ତୁ ନାହିଁ । କାରଣ ଏହି ଦିଗ ମାତାଙ୍କ ଆଗମନର ଦିଗ ଅଟେ । ତେଣୁ ନବରାତ୍ରୀ ଆରମ୍ଭ ହେବା ପୂର୍ବରୁ ହିଁ ସେହି ସ୍ଥାନକୁ ପରିଷ୍କାର କରି ଦିଅନ୍ତୁ ଏବଂ ସେହିସବୁ ଜିନିଷକୁ ବାହାର କରି ଦିଅନ୍ତୁ । ଯଦି ଆପଣଙ୍କ ଘରେ କୌଣସି ଘଡ଼ି ବନ୍ଦ ପଡ଼ିଛି ତେବେ ନବରାତ୍ରୀ ଆରମ୍ଭ ହେବା ପୂର୍ବରୁ ତାହାକୁ ତୁରନ୍ତ ବାହାର କରି ଦିଅନ୍ତୁ । କାରଣ ବନ୍ଦ ଘଡ଼ି ମନୁଷ୍ୟର ପ୍ରଗତିରେ ବାଧା ଆଣିଥାଏ । ଏହାଦ୍ବାରା ଘରକୁ ନକରାତ୍ମକତା ପ୍ରବେଶ କରିଥାଏ । ଯଦି ପୂଜାଘରେ କୌଣସି ସଢ଼ା ଫୁଲ କିମ୍ବା ଧୂପ ପଡ଼ିଛି ତେବେ ତାହାକୁ ତୁରନ୍ତ ବାହାର କରି ଦିଅନ୍ତୁ ।
ଭଗବାନଙ୍କ ସାଜସଜ୍ଜା ପାଇଁ କୌଣସି ବସ୍ତୁ ଯଦି ଭାଙ୍ଗି ଯାଇଥାଏ ତେବେ ତାହାକୁ ନବରାତ୍ରୀ ପୂର୍ବରୁ ହିଁ ହଟାଇ ଦିଅନ୍ତୁ । ନବରାତ୍ରୀ ପୂର୍ବରୁ ଘରର ମନ୍ଦିର ଭିତରେ ଏବଂ ବାହାରେ ସଫା କରନ୍ତୁ । ଏହାବ୍ୟତୀତ ଧନ ରଖା ଯାଉଥିବା ସ୍ଥାନକୁ ମଧ୍ୟ ସଫା କରନ୍ତୁ । କାରଣ ନବରାତ୍ରୀ ସମୟରେ ମାତା ଲକ୍ଷ୍ମୀ ମଧ୍ୟ ଘରକୁ ପ୍ରବେଶ କରିଥାନ୍ତି । ନବରାତ୍ରୀରେ ମାତା ଦୁର୍ଗା ଏବଂ ଲକ୍ଷ୍ମୀଙ୍କ ସହିତ କଉଡ଼ି ପୂଜା କରନ୍ତୁ ଏବଂ ସେହି କଉଡ଼ିକୁ ଧନ ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ ।
ଏହାଦ୍ବାରା ଉନ୍ନତି ହୋଇଥାଏ । ଘରେ ପୁରୁଣା ଜୋତା ଚପଲ ଥିଲେ ତାହାକୁ ତୁରନ୍ତ ବାହାର କରି ଦିଅନ୍ତୁ । କାରଣ ଏହା ରହିବା ଦ୍ୱାରା ଘରକୁ ନକରାତ୍ମକ ଶକ୍ତି ଆସିଥାଏ ଏବଂ ଘରେ କଳହ କ୍ଳେଶ ଦେଖା ଦେଇଥାଏ । ଏହାବ୍ୟତୀତ ବୁଢ଼ୀଆଣି ଜାଲ କିମ୍ବା ଭଙ୍ଗା ଇଟା ପଥର ମଧ୍ୟ ବାହାର କରିଦିଅନ୍ତୁ ।