ଇନ୍ଦିରା ଏକାଦଶୀ ଏହି ଥର 21 ସେପ୍ଟେମ୍ବରରେ ପାଳନ କରାଯିବ |ଆଶ୍ୱିନ ମାସର କୁଷ୍ଣପକ୍ଷ ରେ ଏହି ଏକାଦଶୀ ପଡିଥାଏ | ଏହି ଦିନ ବ୍ରତ ରଖିବା ଦ୍ୱାରା ସବୁ ଦୁଃଖ, କଷ୍ଟ ରୁ ମୁକ୍ତି ମିଳେ ଏବଂ ପିତୃଙ୍କୁ ମୋକ୍ଷର ପ୍ରାପ୍ତି ହୋଇଥାଏ | ଏହାକୁ ପିତୃ ଏକାଦଶୀ ମଧ୍ୟ କୁହାଯାଏ,ଏହି ଦିନରେ ବ୍ରତ କରିବାର ମୁଖ୍ୟ କାରଣ ହେଉଛି ପିତୃଙ୍କୁ ମୋକ୍ଷ ପ୍ରାପ୍ତି କରେଇବା | ଏବଂ ଏହାକୁ କରିବା ଦ୍ୱାରା ଭଗବାନ ବିଷ୍ଣୁଙ୍କର ମଧ୍ୟ ବିଶେଷ କୃପା ବନି ରହିଥାଏ |
ତେଣୁ ଏହିଦିନ ଭଗବାନ ଶ୍ରୀହରି ଙ୍କର ବିଶେଷ ପୂଜା ପାଠ କରନ୍ତୁ, ବହୁତ ଉନ୍ନତି ମିଳିବା | ଆସନ୍ତୁ ଜାଣିବା ଶୁଭ ମୁହୂର୍ତ୍ତ ବିଷୟରେ | ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଆଶ୍ୱିନ ମାସର କୁଷ୍ଣପକ୍ଷ ରେ ଏହି ଏକାଦଶୀର ଆରମ୍ଭ 20 ସେପ୍ଟେମ୍ବର ମଙ୍ଗଳବାର ରାତି 9.26 ରେ ହେବ | ଏବଂ ସମପନା 21 ସେପ୍ଟେମ୍ବର ରାତି 11.34ମିନିଟ ରେ ହେବ | ତେବେ ଉଦୟ ତିଥି ଅନୁଯାୟୀ ଏହି ଇନ୍ଦିରା ଏକାଦଶୀ 21 ସେପ୍ଟେମ୍ବର ବୁଧବାର ଦିନକୁ ରଖା ଯିବ |
ପାରଣ 22 ସେପ୍ଟେମ୍ବର ସକାଳ 6.09 ରୁ 8.34ମିନଟ ଭିତରେ ହେବ | ଏମିତି ରେ ତ ଯେକୌଣସି ଭଗବାନଙ୍କ ପୂଜା ଦକ୍ଷିଣା ବିନା ସମାପନ ହୋଇନଥାଏ | ଯେପର୍ଯ୍ୟନ୍ତ ଆପଣ ମୁଦ୍ରା ଅର୍ପଣ କରିବେ ନାହିଁ ସେପର୍ଯ୍ୟନ୍ତ ଏହି ପୂଜା ସମ୍ପୂର୍ଣ ହେବା ନାହିଁ | ଆଜି ଆମେ ଆପଣଙ୍କୁ ମୁଦ୍ରାର ମହାପ୍ରୟୋଗ ବିଷୟରେ କହିବୁ ଯାହା ଆପଣଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆଣିଦେବ | ମୁଦ୍ରା ଯାହା ବି ହେଉ ଥାଉ ନାଁ କାହିଁକି 1,2,5,10 ଯେଉ ମୁଦ୍ରା ହେଉ ସେଥିରେ ଉପାୟ କରାଯାଇ ପାରିବ କିନ୍ତୁ ଏହି ଉପାୟ କେବଳ ମୁଦ୍ରା ରେ ହିଁ ହୋଇଥାଏ | ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ମୁଦ୍ରାର ଏହି ମହା ପ୍ରୟୋଗ ବିଷୟରେ ଯାହା ଆପଣଙ୍କୁ ସବୁ କଷ୍ଟ ଏବଂ ସଙ୍କଟରୁ ମୁକ୍ତି ଦେବ..

ଆମେ ଆଜି ଆପଣଙ୍କୁ କିଛି ବିଶେଷ କଥା କହିରଖୁଛୁ କି ଯେତେବେଳେ ବି ଆପଣ ଅନ୍ୟଙ୍କ ଠାରୁ ପଇସା ଆଣୁଛନ୍ତି ତେବେ ଆପଣ ସେହି ପଇସାକୁ ନିଜର 5ଟି ଆଙ୍ଗୁଠିରେ ନିଅନ୍ତୁ ଏମିତି କରିବା ଦ୍ୱାରା ଆପଣଙ୍କୁ ସମସ୍ତ ଗ୍ରହଙ୍କର ଆଶ୍ରିବାଦ ମିଳିବ | ଏବଂ ଆପଣଙ୍କର ଆଗକୁ ଆଗକୁ ଅଗ୍ରଗତି ହେବ | ଏହା ମଧ୍ୟ ଧ୍ୟାନ ଦେବେ ଯେ ଯିଏ ଆପଣଙ୍କୁ ପଇସା ଦେଉଛନ୍ତି ସେ ମଧ୍ୟ ନିଜର ସମସ୍ତ ଆଙ୍ଗୁଠି ସାହାଯ୍ୟରେ ଆପଣଙ୍କୁ ପଇସା ଦିଅନ୍ତୁ |
ବନ୍ଧୁଗଣ ଏହା ସର୍ବଦା ମନେ ରଖିବେ ଯେ କେବେ ଯଦି କାହାକୁ ଆଶ୍ରିବାଦରେ କିଛି ଦେଉଛନ୍ତି ତେବେ ସବୁବେଳେ ଆପଣ ଏଗାର, କିମ୍ଭା ଏକଉସି ଏହି ଭଳି ଏକ ମୁଦ୍ରା ବଢ଼ାଇକି ଦିଅନ୍ତୁ | ଏମିତି ନୁହଁ କି ଦଶ, କୋଡିଏ ଦିଅନ୍ତୁ ନାହିଁ | କେବେ କେବେ ଆପଣ ଏହା ମଧ୍ୟ କରନ୍ତି କି ଯଦି ଆପଣଙ୍କ ପାଖରେ 1ଟିଙ୍କିଆ ମୁଦ୍ରା ନଥାଏ ତେବେ ଆପଣ 2ଟଙ୍କିଆ ମୁଦ୍ରା ଦେଇଦିଅନ୍ତି | କିନ୍ତୁ ମନେ ରଖନ୍ତୁ ଏମିତି ମଧ୍ୟ କରିବା ଉଚିତ ହୋଇନଥାଏ |
ବନ୍ଧୁଗଣ ଯଦି ଆପଣଙ୍କୁ କେବେ ଲାଗୁଥାଏ କି ଆପଣଙ୍କ ପର୍ସ ସବୁବେଳେ ଖାଲି ହୋଇଯାଉଛି ତେବେ ଏହା ପାଇଁ ଆପଣ ପ୍ରଥମେ ଗୋଟେ ମୁଦ୍ରା ନିଅନ୍ତୁ ଏବଂ ଗୋଟେ ଲବଙ୍ଗ ଆଉ ଗୋଟେ ନାଲି କପଡା ନିଅନ୍ତୁ | ଏବଂ ସେହି ନାଲି କପଡାରେ ସେହି ଲବଙ୍ଗ ଏବଂ ମୁଦ୍ରାକୁ ବାନ୍ଧି ମାଆ ଲଷ୍ମୀଙ୍କ ଆଗରେ ରଖିଦିଅନ୍ତୁ | ଏବଂ ଆପଣ ଏହି କାମ କୌଣସି ବି ଅମାବାସ୍ୟା ଏବଂ ପୁର୍ଣିମାରେ କରିପାରିବେ | ଏମିତି କରିବା ପରେ ଆପଣ ସେହି ମୁଦ୍ରାକୁ ନେଇ ନିଜ ପର୍ସରେ ରଖିଦିଅନ୍ତୁ ଏବଂ ମନେ ରଖିବେ ଯେମିତି ସେହି ମୁଦ୍ରା କେବେ ବି ଖର୍ଚ୍ଚ କରିବେ ନାହିଁ | ଏମିତି କରିବା ଦ୍ୱାରା ଆପଣଙ୍କ ପର୍ସ କେବେ ବି ଖାଲି ରହିବ ନାହିଁ |

ବନ୍ଧୁଗଣ ମନେ ରଖିବେ ଯେତେବେଳେ ଆପଣ ଭଗବାନ ଗଣେଶଙ୍କୁ ପୂଜା କରିବେ ସେତେବେଳେ ଗଣେଶ ଭଗବାନଙ୍କ ପାଖରେ ଗୋଟେ ମୁଦ୍ରା ଏବଂ ଗୋଟେ ସୁପାରୀ ରଖିଦିଅନ୍ତୁ | ଏବଂ ଯେତେବେଳେ ବି ଆପାଣଙ୍କୁ କୋୖଣସି ସ୍ଥାନକୁ ଯିବାର ଥିବ ତେବେ ସେତେବେଳେ ଆପଣ ଭଗବାନ ଗଣେଶଙ୍କ ପାଖରେ ରଖିଥିବା ସେହି ସୁପାରୀକୁ ନିଜ ପକେଟରେ ରଖିଦିଅନ୍ତୁ | ଏବଂ ସେହି ମୁଦ୍ରାକୁ ଆପଣ ଗଣେଶଙ୍କ ପାଖରେ ସେମିତି ହିଁ ରଖିଥାନ୍ତୁ | ଆପଣଙ୍କ କମ ସଫଳ ରୂପରେ ଶେଷ ହେବ | ଏବଂ ଆପଣଙ୍କ କାମ ହୋଇଗଲା ପରେ ଆପଣ ପୁଣୀ ଥରେ ସେହି ସୁପାରୀକୁ ଗଣେଶ ଭାଗବନଙ୍କ ପାଖରେ ରଖିଦିଅନ୍ତୁ |
ବନ୍ଧୁଗଣ ଆପଣ ଯେବେ ବି ସନ୍ଧ୍ୟାରେ ଘରେ ଦୀପ ଜଳୁଛନ୍ତି ତେବେ ସେହି ଦୀପରେ ଆପଣ ଗୋଟେ ମୁଦ୍ରା ପକାଇଦିଅନ୍ତୁ | ଏବଂ ମନେ ରଖିବେ ଆପଣ ସବୁ ସନ୍ଧ୍ୟାରେ ଦୀପରେ ଏକ ମୁଦ୍ରା ନିଶ୍ଚିତ ଭାବେ ପକାଇ ଜଳିବେ | ଏବଂ ଏମିତି କରିବା ଦ୍ୱାରା ଆପଣଙ୍କ ଘରର ସବୁ ନକାରାତ୍ମକ ଉର୍ଜା ସକାରାତ୍ମକ ଉର୍ଜାରେ ପରିଣତ ହୋଇଥାଏ | ଆପଣଙ୍କର ଅଗ୍ରଗତି ହୋଇଥାଏ |
ଯଦି ଆପଣଙ୍କ ଘରେ ପଇସା ଜମା ବି ରହୁନାହିଁ, ସବୁବେଳେ ଆପଣଙ୍କୁ ଧନ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ତେବେ ଆପଣ ଗୋଟେ ନାଲି କପଡାରେ ଗୋଟେ ମୁଦ୍ରା ରଖି ନେଇ ମାତା ଲଷ୍ମୀଙ୍କ ସମ୍ମୁଖୀନରେ ରଖିଦିଅନ୍ତୁ | ଏବଂ ମନେ ରଖିବେ ଯାହା ବି ହେଇଗଲେ ଯେମିତି ଆପଣ ଏହି ମୁଦ୍ରାକୁ ଖର୍ଚ୍ଚ କରିବେ ନାହିଁ |
