ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଯେଉଁ ଘର ପାଖରେ ରହିଥାଏ ଏହି ପାଞ୍ଚ ପ୍ରକାରର ଗଛ , ଦୂରେଇ ଯାଏ ଦାରିଦ୍ର୍ୟତା :-

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଯେଉଁ ଘର ପାଖରେ ଏହି କିଛି ଗଛ ସ୍ୱତଃ ଜାତ ହୋଇ ଯାଆନ୍ତି ସେହି ଘରକୁ ମାତା ଲକ୍ଷ୍ମୀ ପ୍ରବେଶ କରଥାନ୍ତି । ସେହି ଗଛ ଦ୍ୱାରା ଘରକୁ ସକାରାତ୍ମକତା ପ୍ରବେଶ କରିଥାଏ । ଏହି ଗଛ ମାତା ଲକ୍ଷ୍ମୀଙ୍କ ଆଗମନ ଏବଂ ସକାରାତ୍ମକତାର ସଙ୍କେତ ଦେଇଥାଏ । ଯଦି ସେହି ଗଛକୁ ଯତ୍ନ ନେବା ସତ୍ତ୍ୱେବି ତାହା ଶୁଖିଯାଏ ତେବେ ତାହାର ଅର୍ଥ ଘରର ଆଖପାଖରେ ନକରାତ୍ମକତା ରହିଛି । ଶାସ୍ତ୍ର ଅନୁଯାୟୀ ଏହି ସବୁ ଗଛ ଘର ପାଖରେ ଜନ୍ମ ହେବା ଦ୍ୱାରା ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି ସେହି ଗଛ ସର୍ବଦା ଭରପୁର ଏବଂ ସବୁଜ ରହିଥାଏ ତେବେ ତାହାର ଅର୍ଥ ଘରକୁ ସୁଖ ସମୃଦ୍ଧି ଆସିବାକୁ ଯାଉଛି ଏବଂ ଦାରିଦ୍ର୍ୟତା ଦୂର ହେବାକୁ ଯାଉଛି ।ଘର ଆଖପାଖରେ ଗଛ ହଠାତ ଶୁଖିବାକୁ ଲାଗିଲେ ତାହାର ଅର୍ଥ କୌଣସି ତାନ୍ତ୍ରିକ କ୍ରିୟା ହୋଇଛି ।

ଏହାବ୍ୟତୀତ କୌଣସି ଏପରି ଗଛ ଜନ୍ମ ହେଲେ ସେଥିରେ ନକରାତ୍ମକତା ବାସ କରିଥାଏ । ଏପରି ଗଛ ଜନ୍ମ ହେଲେ ତାହାକୁ ତୁରନ୍ତ ଉପାଡ଼ି ଦିଅନ୍ତୁ ଏବଂ ଭଲ ଗଛ ଲଗାଇ ଦିଅନ୍ତୁ । ନଚେତ ଘର ମଧ୍ୟକୁ ନକରାତ୍ମକତା ପ୍ରବେଶ କରିବ । ଗଛ ହଠାତ ଶୁଖିଗଲେ ତୁରନ୍ତ କିଛି ଉପାୟ କରିନେବା ଉଚିତ । ଯାହାଦ୍ୱାରା ନକରାତ୍ମକତା ଆପଣଙ୍କ ଘରର କୌଣସି କ୍ଷତି କରି ପାରିବ ନାହିଁ । ସେହି ଅଶୁଭ ଗଛ ଜନ୍ମ ହେବା ଦ୍ୱାରା ପରିବାରରେ କାଲହ କ୍ଳେଶ ଏବଂ ଅବନତି ଦେଖା ଦିଏ । ପୁଣି ଶୁଭ ହୋଇଥାଏ ସଫଳତା , ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ସେହିପରି କିଛି ପକ୍ଷୀ ଘରକୁ ଆସିଲେ ଅତ୍ୟନ୍ତ ଶୁଭ ହୋଇଥାଏ । ମାତ୍ର ଆଜିକାର ଲେଖାରେ ଆମେ କିଛି ଏପରି ଗଛ ବିଷୟରେ କହିବୁ ଯାହା ସ୍ଵତଃ ଜନ୍ମ ହେବା ଦ୍ୱାରା ଅତ୍ୟନ୍ତ ଶୁଭ ଫଳ ପାପ୍ତ ହୋଇଥାଏ ଏବଂ ଦାରିଦ୍ର୍ୟତା ଦୂରେଇ ଯାଏ ।

୧ . ତୁଳସୀ ଗଛ :-

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଘରେ ତୁଳସୀ ଗଛ ଥିଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ଗଛ ଯେଉଁ ସ୍ଥାନରେ ଥାଏ ସେହି ସ୍ଥାନରେ ସକାରାତ୍ମକତା ବାସ କରିଥାଏ । ଘରେ ତୁଳସୀ ଗଛ ଥିଲେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ତେଣୁ ଏହି ଗଛରେ ପ୍ରତିଦିନ ଜଳ ଅର୍ପଣ କଲେ ସବୁ ଦେବଦେବୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଯଦି ଏହି ଗଛ ଘର ପାଖରେ ନିଜେ ଜନ୍ମ ହୋଇଯାଏ ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ତେଣୁ ତାହାର ଯତ୍ନ ନେବା ନିତାନ୍ତ ଜରୁରୀ ଅଟେ । ତୁଳସୀ ଗଛ ସବୁଜ ଏବଂ ପରିପୂର୍ଣ୍ଣ ରହିଲେ ଘରକୁ ଦାରିଦ୍ର୍ୟତା ଆସି ନଥାଏ । ମାତ୍ର ଏହି ଗଛ ଶୁଖିବା ଅତ୍ୟନ୍ତ ଅଶୁଭ ହୋଇଥାଏ ।

୨ . କଦଳୀ ଗଛ :-

ଏହି ଗଛ ଘରେ ରହିବା ଅତ୍ୟନ୍ତ ଶୁଭ ହୋଇଥାଏ । ଭଗବାନ ବିଷ୍ଣୁ ଏହି ଗଛରେ ବାଇ କରନ୍ତି । ଗୁରୁବାର ଦିନ କଦଳୀ ଗଛକୁ ପୂଜା କଲେ ଘରକୁ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ମାତ୍ର ଏହି ଗଛ ହଠାତ ଶୁଖିଯିବା ଅଶୁଭ ସଙ୍କେତ ଅଟେ । ଏହାଦ୍ବାରା ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥାଏ । ତେଣୁ ଶାସ୍ତ୍ର ଅନୁଯାୟୀ ଏହି ଗଛ ଶୁଖିବା ଭଲ ସଙ୍କେତ ହୋଇ ନଥାଏ ।

୩ . ଅଶୋକ ଗଛ :-

ଏହି ଗଛ ଘର ପାଖରେ ରହିବା ଅତ୍ୟନ୍ତ ଶୁଭ ହୋଇଥାଏ । କାରଣ ଏହା ଶୋକର ନାଶ କରିଥାଏ । ମାତ୍ର ଶାସ୍ତ୍ର ଅନୁଯାୟୀ ଏହି ଗଛ ହଠାତ ଶୁଖିବାକୁ ଲାଗିଲେ ଘରକୁ ଦୁଃଖ ଦାରିଦ୍ର୍ୟତା ପ୍ରବେଶ କରିଥାଏ । ଏହାର କାରଣ ଘର ଉପରେ ନଜର ଦୋଷ ରହିଛି । ତେଣୁ ତୁରନ୍ତ ଉପାୟ କରି ଦିଅନ୍ତୁ । ଘରର ମୁଖ୍ୟଦ୍ୱାର ସାମ୍ନାରେ ଲେମ୍ବୁ ଏବଂ ଲଙ୍କା ବାନ୍ଧି ଝୁଲାଇ ଦିଅନ୍ତୁ । ଯଦି ଘରର ଆଖପାଖରେ ଏହି ଗଛ ଜନ୍ମ ହୁଏ ତେବେ ତାହାର ଅର୍ଥ ଆପଣଙ୍କର ଦୁଃଖର ଦିନ ଶେଷ ହେବାକୁ ଯାଉଛି ।

୪ . ନିମ ଗଛ :-

ଏହି ଗଛ ମଧ୍ୟ ଅତ୍ୟନ୍ତ ଶୁଭ ଅଟେ । ଯଦି ଏହି ଗଛ ଘର ପାଖରେ ସ୍ଵତଃ ଜନ୍ମ ହୋଇଯାଏ ତେବେ ଏହା ଶୁଭ ସଙ୍କେତ ଦେଇଥାଏ । ଏହାଦ୍ବାରା ଅନେକ ରୋଗ ମଧ୍ୟ ଭଲ ହୋଇଥାଏ । ତେଣୁ ପ୍ରତ୍ୟେକ ଦିନ ଏହି ଗଛରେ ଜଳ ଚଢ଼ାଇବା ଉଚିତ ଏବଂ ଏହାର ପତ୍ରକୁ ସେବନ କରିବା ଉଚିତ । କାରଣ ଏହା ସବୁ ପ୍ରକାରର ରୋଗ ଠାରୁ ଦୂରେଇ ରଖିଥାଏ ।

Leave a Reply

Your email address will not be published. Required fields are marked *