ଶ୍ରୀକୃଷ୍ଣ କହିଛନ୍ତି ପିତୃପକ୍ଷରେ ତୁଳସୀକୁ ରାଶି ଚଢେଇବା ଦ୍ୱାରା ଦୂର ହୋଇଥାଏ ଦରିଦ୍ରତା |

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେଉଁ ବ୍ୟକ୍ତିଙ୍କ ଉପରେ ତାଙ୍କ ପିତୃ ଙ୍କର ଆଶୀର୍ବାଦ ରହିଥାଏ, ସେହି ବ୍ୟକ୍ତିଙ୍କର କେବେ ଅନିଷ୍ଟ ହୋଇନଥାଏ କାରଣ ପିତୃ ଶକ୍ତି ସଦା ସର୍ବଦା ରକ୍ଷା କରିଥାନ୍ତି |ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ ପିତୃଙ୍କୁ ପ୍ରସନ୍ନ କରିବା ପାଇଁ ଉତ୍ତମ ପ୍ରୟାସ କରିବା ଉଚିତ | ପିତୃଙ୍କୁ ପ୍ରସନ୍ନ କରିବା ପାଇଁ ସବୁଠୁ ସହଜ ଉପାୟ ହେଉଛି ଦାନ କରିବା,ଯେଉଁ ବ୍ୟକ୍ତି ପିତୃ ପକ୍ଷ ସମୟରେ ପିତୃଶାନ୍ତି ପାଇଁ ଶ୍ରାଦ୍ଧ, ତର୍ପଣ, ପିଣ୍ଡଦାନ ଆଦି କାର୍ଯ୍ୟ କରିଥାଏ, ତ ନିଶ୍ଚିନ୍ତ ହିଁ ତାଙ୍କ ପିତୃ ତାଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି |

ହିନ୍ଦୁ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ ର ଶୁକ୍ଲପକ୍ଷ ପୂର୍ଣ୍ଣିମା ତିଥିଠାରୁ ପିତୃପକ୍ଷ ଆରମ୍ଭ ହୋଇଥାଏ | ଏବଂ ଆଶ୍ୱିନ ମାସର ପିତୃ ଅମାବାସ୍ୟାରେ ଏହା ଶେଷ ହୋଇଥାଏ | ଏହି ସମୟରେ ପିତୃଙ୍କୁ ପ୍ରସନ୍ନ କରିବା ପାଇଁ ଦାନ ଧର୍ମ ଏବଂ ଶ୍ରାଦ୍ଧ କର୍ମ କରିବା ଉଚିତ | ଗାଈ କୁକୁର ଆଦି ପ୍ରାଣୀ ଙ୍କୁ ସମ୍ମାନ ସହିତ ଭୋଜନ କରେଇବା ଉଚିତ | ଯେଉଁ ମନୁଷ୍ୟ ପିତୃପକ୍ଷ ରେ ତାଙ୍କ ପିତୃଙ୍କ ପାଇଁ ଦାନ ଧର୍ମ କିମ୍ବା ଶ୍ରାଦ୍ଧ କରେ ନାହି ତେବେ ତାଙ୍କ ଉପରେ ତାଙ୍କ ପିତୃ କ୍ରୋଧିତ ହୋଇଯାନ୍ତି |

ସେହି ବ୍ୟକ୍ତିକୁ ପିତୃ ଦୋଷ ଲାଗିଥାଏ, ଏହି କାରଣରୁ ତାଙ୍କ ଜୀବନ ରେ ଅନେକ ସମସ୍ୟା ଆସିଥାଏ | ବ୍ୟକ୍ତିଙ୍କ ଘରେ କ୍ଳେଶ, ଆର୍ଥିକ ହାନି ତଥା ଶୋକର ବାତାବରଣ ରହିଥାଏ | ଗରୁଡ଼ ପୂରାଣ ଅନୁସାରେ ସ୍ୱୟଂ ଭଗବାନ ବିଷ୍ଣୁ ପିତୃପକ୍ଷ ର ଏହି ମାସର ନିର୍ମାଣ କରିଛନ୍ତି | ଏହି ମାସରେ ସ୍ୱର୍ଗର ଦ୍ୱାରା ଖୋଲିଯାଏ,ଏବଂ ସବୁ ପିତୃଗଣ ଓସ୍ତ ମାର୍ଗ ଦେଇ ପୃଥିବୀକୁ ଆସନ୍ତି ଏବଂ ନିଜ ପ୍ରିୟଜନଙ୍କୁ ଆଶୀର୍ବାଦ ଦିଅନ୍ତି | ଶାସ୍ତ୍ର ଅନୁସାରେ ଏହି ସମୟରେ କୌଣସି ବୃଦ୍ଧ ଙ୍କୁ ଅପମାନ କରିବା ଉଚିତ ନୁହେଁ | ଘରକୁ ଆସିଥିବା ଅତିଥିଙ୍କୁ ଅସମ୍ମାନ କରିବା ଉଚିତ ନୁହେଁ | ଏହିପରି କରିବା ଦ୍ୱାରା ପିତୃ କ୍ରୋଧିତ ହୁଅନ୍ତି ଧ୍ୟାନ ରଖନ୍ତୁ ପିତୃପକ୍ଷ ସମୟରେ ପିତୃଙ୍କ ବ୍ୟତୀତ ଅନେକ ଖରାପ ଆତ୍ମା ମଧ୍ୟ ଆପଣଙ୍କ ଘରକୁ ପ୍ରବେଶ କରିପାରନ୍ତି | ଏଥିରୁ ବଂଚିବା ପାଇଁ ଆପଣଙ୍କୁ ସାବଧାନତା ଅବଲମ୍ବନ କରିବା ଉଚିତ |

କାରଣ ଏହି ନକରାତ୍ମକ ଉର୍ଜା ଆପଣଙ୍କ ଘରକୁ ଅସୁବିଧା ରେ ପକାଇଥାନ୍ତି | ଆସନ୍ତୁ ଜାଣିବା ଗରୁଡ଼ ପୂରଣ ଅନୁସାରେ ପିତୃପକ୍ଷ ରେ ପିତୃଙ୍କୁ ପ୍ରସନ୍ନ କରିବା ପାଇଁ ଉପାୟ ବିଷୟରେ |ପ୍ରଥମ ଉପାୟ ପିତୃପକ୍ଷ ସମୟରେ ପିତୃଗଣ ଙ୍କ ସହ ଅନେକ ନକାରାତ୍ମକ ଆତ୍ମା ମଧ୍ୟ ଘରକୁ ପ୍ରବେଶ କରିଥାନ୍ତି,ଏହାଦ୍ୱାରା ଘରେ ବହୁତ ଅଶାନ୍ତି ହୋଇଥାନ୍ତି | ତେଣୁ ପିତୃପକ୍ଷ ସମୟରେ ଘରର ମୁଖ୍ୟ ଦ୍ୱାରରେ ଜଳର ଛିଞ୍ଚନ କରିବା ଉଚିତ ଏହାଦ୍ୱାରା ପିତୃ ପ୍ରସନ୍ନ ହୋଇଥାନ୍ତି | ଏହା ଦ୍ୱାରା ଘରକୁ ଖରାପ ଆତ୍ମା ଆସିପାରନ୍ତି ନାହିଁ | ଦ୍ୱିତୀୟ ଉପାୟ ପିତୃ ପକ୍ଷ ସମୟରେ ଅନେକ ଲୋକ ପିତୃଙ୍କୁ ଭୋଜନ କରେଇବା ପାଇଁ କେବଳ ତାଙ୍କ ଫୋଟୋ ସାମ୍ନାରେ ଭୋଜନ ରଖିଦିଅନ୍ତି | ଏହା ଦ୍ୱାରା ପିତୃ ଭୋଜନ ଗ୍ରହଣ କରିପାରନ୍ତି ନାହିଁ ତେଣୁ ଆପଣ ପିତୃପକ୍ଷ ରେ ଗାଈ କୁକୁର କିମ୍ବା କାଉ କୁ ଖାଦ୍ୟ ଦିଅନ୍ତୁ ଏହା ଦ୍ୱାରା ଆପଣଙ୍କ ପିତୃଙ୍କୁ ଭୋଜନ ମିଳିଥାଏ ଏବଂ ସେ ପ୍ରସନ୍ନ ହୋଇଥାନ୍ତି |

ତୃତୀୟ ଉପାୟ ପିତୃପକ୍ଷ ରେ ପିତୃ ଙ୍କ ଫୋଟୋ ସାମ୍ନାରେ ଦୀପ ନିଶ୍ଚିନ୍ତ ଜଳାନ୍ତୁ ଏବଂ ଏହା ପାରେ ହାତ ଯୋଡି ନିଜ ଭୁଲ ପାଇଁ କ୍ଷମା ମାଗନ୍ତୁ ଏହା ଦ୍ୱାରା ପିତୃ ପ୍ରସନ୍ନ ହୋଇଥାନ୍ତି | ଚତୁର୍ଥ ଉପାୟ ପିତୃ ପକ୍ଷ ରେ ଯଦି ଆପଣ ପିଣ୍ଡ ଦାନ, ଶ୍ରାଦ୍ଧ କି ତର୍ପଣ କରିପାରନ୍ତି ନାହିଁ ତେବେ ଗୋ ମାତା କୁ ଖାଇବାକୁ ଦିଅନ୍ତୁ | ଏବଂ ଦକ୍ଷିଣ ଦିଗକୁ ମୁହଁ କରି ପିତୃଙ୍କୁ ପ୍ରଣାମ କରନ୍ତୁ ଏବଂ କ୍ଷମା ମାଗନ୍ତୁ ଏହା ଦ୍ୱାରା ପିତୃ ଆପଣଂକୁ କ୍ଷମା କରିଦିଅନ୍ତି ଏବଂ ଆଶୀର୍ବାଦ ପ୍ରଦାନ କରନ୍ତି |

ପଞ୍ଚମ ଉପାୟ ଭଗବାନ କୃଷ୍ଣ କହିଛନ୍ତି ଯେଉଁ ବ୍ୟକ୍ତି ପିତୃପକ୍ଷ ସମୟରେ ପିତୃଙ୍କୁ ରାଶି ଅର୍ପଣ କରନ୍ତି ସେ ମୃତ୍ୟୁ ପରେ ବୈକୁଣ୍ଠ କୁ ଯାଇଥାନ୍ତି ତେଣୁ ପିତୃ ପକ୍ଷ ରାଶି ଦାନ ନିଶ୍ଚିନ୍ତ କରନ୍ତୁ | ଷଷ୍ଠ ଉପାୟ ଏହି ସମୟରେ ନିମ ଗଛ,ବର ଗଛ ଏବଂ ଓସ୍ତ ଗଛ କାଟିବା ଉଚିତ ନୁହେଁ,ଏହା ଦ୍ୱାରା ପିତୃ ଦୋଷ ଲାଗିଥାଏ | ପିତୃପକ୍ଷ ରେ ସାପ କୁ ମାରୁଥିବା ଲୋକ ଙ୍କୁ ମଧ୍ୟ ପିତୃ ଦୋଷ ଲାଗିଥାଏ | ପିତୃ ପକ୍ଷ ରେ ଓସ୍ତ ଗଛ ଲଗେଇବା ଦ୍ୱାରା ପିତୃ ପ୍ରସନ୍ନ ହୋଇଥାନ୍ତି |

ସପ୍ତମ ଉପାୟ ପିତୃପକ୍ଷ ରେ ତୁଳସୀ କୁ ମିଶ୍ରି ସହିତ ରାଶି ଅର୍ପଣ କରିବା ଦ୍ୱାରା ପିତୃଦୋଷ କଟିଯାଇଥାଏ | ଅଷ୍ଟମ ଉପାୟ ଯଦି ଆପଣଙ୍କୁ ଆପଣଙ୍କ ପିତୃଙ୍କର ମୃତ୍ୟୁ ତିଥି ଜଣା ନାହିଁ ତେବେ ଆପଣ ସର୍ପ ଅମାବାସ୍ୟାରେ ଶ୍ରାଦ୍ଧ ଦେଇପାରିବେ | ଏହି ଅମାବାସ୍ୟ ରେ ଓସ୍ତ ଗଛକୁ ରାଶି,ଧଳା କପଡା ଏବଂ ମିଶ୍ରି ଅର୍ପଣ କରିବା ଦ୍ୱାରା ପିତୃ ଦୋଷ ରୁ ମୁକ୍ତି ମିଳିଥାଏ | ଏହା ଦ୍ୱାରା ପିତୃ ପ୍ରସନ୍ନ ହୋଇଥାନ୍ତି |

Leave a Reply

Your email address will not be published. Required fields are marked *