ଶାରଦୀୟ ନବରାତ୍ରୀ ଆସିବା ପୂର୍ବରୁ ଘରୁ ହଟାଇ ଦିଅନ୍ତୁ ଏହି ଜିନିଷ ନଚେତ କ୍ରୋଧିତ ହେବେ ମା ଦୁର୍ଗା :-

ଚଳିତ ବର୍ଷ ନବରାତ୍ରୀ ସେପ୍ଟେମ୍ବର ୨୬ ସୋମବାରରୁ ଆରମ୍ଭ ହୋଇ ଅକ୍ଟୋବର ୫ ବୁଧବାରରେ ଶେଷ ହେବ । ଚଳିତ ବର୍ଷ ନବରାତ୍ରୀ ନଅ ଦିନ ପର୍ଯ୍ୟନ୍ତ ପାଳିତ ହେବ । ଏହି ନବରାତ୍ରୀରେ ମାତା ଦୁର୍ଗା ହାତୀ ଉପରେ ବସି ଆସିବେ ଏବଂ ନିଜ ଭକ୍ତଙ୍କର ପ୍ରାର୍ଥନା ଏବଂ ମନସ୍କାମନା ପୁର୍ଣ୍ଣ କରିବେ । ତେବେ କଳସ ସ୍ଥାପନା ସକାଳ ୬.୧୧ ରୁ ୭.୧୫ ସେପ୍ଟେମ୍ବର ୨୬ ରେ ଅନୁଷ୍ଠିତ ହେବ । ତେଣୁ ଏହି ପରିପ୍ରେକ୍ଷୀରେ ଯଦି ଏହି ସମୟରେ ଘରୁ କିଛି ବିଶେଷ ଜିନିଷ ହଟାଇ ଦିଆ ନଯାଏ ତେବେ ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି । ଶୁଭ ମୁହୂର୍ତ୍ତରେ କରାଯାଉଥିବା ପୂଜାର ଭଲ ପରିଣାମ ମିଳିଥାଏ । ମାତ୍ର କିଛି ଜିନିଷ ଏହିଦିନ ଘରୁ ହଟାଇ ଦେବା ଭଲ । ତେବେ ଚାଲନ୍ତୁ ସେହି ସବୁ ଜିନିଷ ବିଷୟରେ ଜାଣିନେବା ।

ଘରେ ରଖା ଯାଉଥିବା ପ୍ରତ୍ୟେକ ଜିନିଷର ସ୍ଥିତି ଉପରେ ମଧ୍ୟ ଘରକୁ ପ୍ରବେଶ କରୁଥିବା ସକାରାତ୍ମକତା ଏବଂ ନକରାତ୍ମକତା ନିର୍ଭର କରିଥାଏ । ଜିନିଷକୁ ଠିକ ଦିଗରେ ନରଖିଲେ ମଧ୍ୟ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ । ଘରର ମୁଖ୍ୟଦ୍ୱାର ହେଉଛି ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । କାରଣ ମୁଖ୍ୟଦ୍ୱାର ଦେଇ ସୁଖ ସମୃଦ୍ଧି ଏବଂ ସକାରାତ୍ମକତା ପ୍ରବେଶ କରିଥାଏ । ତେଣୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ ମୁଖ୍ୟଦ୍ୱାର ଠିକ ଦିଗରେ ରହିବା ଉଚିତ । ଏହାବ୍ୟତୀତ ମୁଖ୍ୟଦ୍ୱାର ସାମ୍ନାରେ କିଛି ଜିନିଷ ଆଦୋୖ ରହିବା ଉଚିତ ନୁହେଁ । ନଚେତ ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ଏବଂ ନକରାତ୍ମକତା ଘରକୁ ପ୍ରବେଶ କରିଥାଏ ।

୧ . ନାଳ ନର୍ଦମା :-

ଘରର ମୁଖ୍ୟଦ୍ୱାର ସାମ୍ନାରେ ନାଳ ନର୍ଦମା ରହିବା ଉଚିତ ନୁହେଁ । ଏହାଦ୍ବାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହେବା ସହିତ ବାସ୍ତୁ ଦୋଷ ମଧ୍ୟ ଉତ୍ପନ୍ନ ହୋଇଥାଏ । ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି , ଆର୍ଥିକ ଅଭାବ ଏବଂ ଦାରିଦ୍ର୍ୟତା ଆସିଥାଏ । ଏହାବ୍ୟତୀତ ଶନି ଏବଂ ରାହୁ କେତୁ ଦୋଷ ମଧ୍ୟ ଲାଗିଥାଏ । ତେଣୁ ଘର ସାମ୍ନାରେ ନାଳ ନର୍ଦମା ଥିଲେ ତାହାକୁ ତୁରନ୍ତ ହଟାଇ ଦେବା ଉଚିତ କିମ୍ବା ସିମେଣ୍ଟ ଦେଇ ଭର୍ତ୍ତି କରିଦେବା ଉଚିତ ।

୨ . କଣ୍ଟା ଯୁକ୍ତ ଗଛ :-

ଘରର ମୁଖ୍ୟଦ୍ୱାର ସାମ୍ନାରେ କଣ୍ଟା ଯୁକ୍ତ ଗଛ ରହିବା ଆଦୋୖ ଉଚିତ ନୁହେଁ । ଏହାଦ୍ବାରା ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ । କଣ୍ଟା ଯୁକ୍ତ ଗଛରେ ନକରାତ୍ମକତା ରହିଥାଏ । ଯାହା ଘର ମଧ୍ୟକୁ ପ୍ରବେଶ କଲେ ଘରକୁ ଦାରିଦ୍ର୍ୟତା ଆସିଥାଏ । ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ । ଏହାଦ୍ବାରା ଘରେ ସମ୍ପର୍କ ମଧ୍ୟରେ କଳହ କ୍ଳେଶ ଦେଖା ଦେଇଥାଏ । ଏହାଦ୍ବାରା ମାତା ଲକ୍ଷ୍ମୀ ଘରକୁ ପ୍ରବେଶ କରନ୍ତି ନାହିଁ ବରଂ ରାହୁ କେତୁ ପ୍ରବେଶ କରିଥାନ୍ତି । ବରଂ ଘର ସାମ୍ନାରେ ଫୁଲ ଗଛ କିମ୍ବା ତୁଳସୀ ଗଛ ରଖିବା ଉଚିତ ।

୩ . ଘର ସାମ୍ନାରେ ଡସଟ ବିନ ରଖିବା ଉଚିତ ନୁହେଁ । ଏହାଦ୍ବାରା ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ । ମାତା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୋଇଥାନ୍ତି । ଡସ୍ଟ ବିନକୁ ଉତ୍ତର ଦିଗରେ ରଖିବା ଉଚିତ ନୁହେଁ । କାରଣ ଏହି ଦିଗ ମାତା ଲକ୍ଷ୍ମୀଙ୍କର ଅଟେ । ନଚେତ ରାହୁ କେତୁ ଦୋଷ ଲାଗିଥାଏ ।

୪ . ବିଦ୍ୟୁତ ଖୁଣ୍ଟ :-

ଘର ତିଆରି ପୂର୍ବରୁ ହିଁ ଧ୍ୟାନ ଦେବା ଉଚିତ ଯେପରି ଘରର ମୁଖ୍ୟଦ୍ୱାର ସାମ୍ନାରେ ବିଦ୍ୟୁତ ଖୁଣ୍ଟ ନରହେ । ନଚେତ ଶନି ରାହୁ କେତୁ ଦୋଷ ଉତ୍ପନ୍ନ ହେବା ସହିତ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ । ଏହାଦ୍ବାରା ଘରର ସଦସ୍ୟ କୌଣସି କାର୍ଯ୍ୟରେ ସଫଳ ହୁଅନ୍ତି ନାହିଁ

୫ . ଘରର ମୁଖ୍ୟଦ୍ୱାର ସାମ୍ନାରେ ଘନ ଗଛ ଲତା ରହିବା ଉଚିତ ନୁହେଁ । ଏହାଦ୍ବାରା ଘର ମଧ୍ୟକୁ ସୂର୍ଯ୍ୟ ରଶ୍ମି ପ୍ରବେଶ କରିପାରେ ନାହିଁ । ଏହାବ୍ୟତୀତ ଘର ମଧ୍ୟକୁ ନକରାତ୍ମକତା ପ୍ରବେଶ କରିଥାଏ । ଏହାଦ୍ବାରା ବାସ୍ତୁ ଦୋଷ ମଧ୍ୟ ଉତ୍ପନ୍ନ ହୋଇଥାଏ । ଘର ସାମ୍ନାରେ ଲତା ଜାତୀୟ ଗଛ ରଖିବା ଶୁଭ ହୋଇଥାଏ । ଏହାବ୍ୟତୀତ ଲତା ଯେମିତି ଉପର ଦିଗକୁ ଲୋଟିଥିବା ଉଚିତ । ନଚେତ ପରିବାରର ଉନ୍ନତିରେ ବାଧା ଆସିଥାଏ ।

୬ . ଘରର ମୁଖ୍ୟଦ୍ୱାର ସାମ୍ନାରେ କେବେ ମାତା ଲକ୍ଷ୍ମୀଙ୍କ ଫୋଟ କିମ୍ବା ମୂର୍ତ୍ତି ରଖିବା ଉଚିତ ନୁହେଁ । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ । ଏହା ଦାରିଦ୍ର୍ୟତାର କାରଣ ହୋଇଥାଏ ଏବଂ ଘରେ ବାସ୍ତୁ ଦୋଷ ମଧ୍ୟ ଉତ୍ପନ୍ନ ହୋଇଥାଏ । ଘର ଉପରେ କୌଣସି ଗଛର ଛାୟା ପଡ଼ିବା ଉଚିତ ନୁହେଁ । ନଚେତ ସେହି ଘରର ଉନ୍ନତି ହୋଇପାରେ ନାହିଁ ।

Leave a Reply

Your email address will not be published. Required fields are marked *