19 ସେପ୍ଟେମ୍ବର ” ପିତୃପକ୍ଷ ” ବଡ ସୋମବାର ଶିବଲିଙ୍ଗରେ ଚଢେଇ ଦିଅନ୍ତୁ ଏହି 1 ଜିନିଷ ପିତୃଦୋଷ ବଦଳିଯିବ ପିତୃ ଆଶୀର୍ବାଦ ରେ..

ପିତୃପକ୍ଷର ସମୟ ଚାଲିଛି,ତେବେ ଏହି ସମୟ ରେ କିପରି ଆପଣ ଆପଣଙ୍କର ପିତୃଦେବଙ୍କୁ ପ୍ରସନ୍ନ କରିବେ? କିପରି ଭଗବାନ ଶିବଙ୍କୁ ପୂଜା କରିବା ଦ୍ୱାରା କଣ ଅର୍ପଣ କରିବା ଦ୍ୱାରା ଭଗବାନ ଶିବଙ୍କ ସହ ପିତୃ ଦେବ ମଧ୍ୟ ପ୍ରସନ୍ନ ହୁଅନ୍ତି?ସମସ୍ତ ଉପାୟ ବିଷୟରେ ଆଜି ଆମେ ଜାଣିବା ଏହି ପୋଷ୍ଟ କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ | ପିତୃ ଆମ ପାଇଁ ଦେବ ତୁଲ୍ୟ ହୋଇଥାନ୍ତି ତେବେ ଆଶ୍ୱିନ ମାସର କୃଷ୍ଣ ପକ୍ଷର 16 ଦିନ ପିତୃଙ୍କ ପାଇଁ ପୂଜା ଅର୍ଚନା କରାଯାଇଥାଏ | ତେବେ ଏହି ସମୟ ରେ ଶିବ ଭଗବାନଙ୍କୁ କଣ ଅର୍ପଣ କରିବା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାନ୍ତି ଏବଂ ପିତୃଦେବଙ୍କୁ ମୋକ୍ଷ ପ୍ରଦାନ କରନ୍ତି | ତେବେ ଆସନ୍ତୁ ଜାଣିବା ସେହି ବିଷୟରେ..

ସୋମବାର ଦିନ ଭଗବାନ ଶିବଙ୍କର ପୂଜା ଆରାଧନା କରିବା ଦ୍ୱାରା ମନୁଷ୍ୟ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯାଏ | ଶିବ ଭଗବାନ ଙ୍କୁ ଆରାଧନା କରୁଥିବା ବ୍ୟକ୍ତି ଙ୍କୁ କେବେ ବି କୌଣସି ଗ୍ରହ ଜନିତ ଅସୁବିଧା ହୋଇନଥାଏ | ଭଗବାନ ଶିବଙ୍କୁ ଅନେକ ପ୍ରକାରର ଜିଣିଷ ଅର୍ପଣ କରାଯାଇଥାଏ ନିଜର ମନସ୍କାମନା ପୁରଣ କରିବା ପାଇଁ | ପୁରାଣ ଶାସ୍ତ୍ର ରେ ବର୍ଣିତ ଅଛି ଯେତେବେଳେ ସମୁଦ୍ର ମନ୍ଥନ ସମୟ ରେ ଭଗବାନ ଶିବ ପୁରା ସଂସାର କୁ ରକ୍ଷା କରିବା ପାଇଁ ବିଷ ପିଇ ଦେଇଥିଲେ |

ସେତେବେଳେ ସେହି ବିଷର ପ୍ରଭାବ କମ କରିବା ପାଇଁ ସମସ୍ତ ଦେବୀ ଦେବତା ଶିବ ଭଗବାନ ଙ୍କୁ କ୍ଷୀର ପିଇବା ପାଇଁ କହିଥିଲେ, ଏହା ଦ୍ୱାରା ଭଗବାନ ଶିବାଙ୍କର ବିଷ କମ ହୋଇଥିଲା | ଏହା ପରଠାରୁ ଶିବ ଭଗବାନ ଙ୍କୁ କ୍ଷୀର ଚଢେଇବା ପରମ୍ପରା ରହିଆସିଛି | ତେବେ ଆସନ୍ତୁ ଜାଣିବା ଭଗବାନ ଶିବଙ୍କ ଉପରେ କ୍ଷୀର ଚଢେଇବା ଦ୍ୱାରା କଣ ହୋଇଥାଏ?

କ୍ଷୀରର ସମ୍ବନ୍ଧ ଚନ୍ଦ୍ରମାଙ୍କ ସହ ରହିଥାଏ ଏବଂ ଗାଈ କ୍ଷୀର ସବୁଠାରୁ ପବିତ୍ର ହୋଇଥାଏ | ତେବେ ଆପଣ କ୍ଷୀରରେ ରୁଦ୍ରାଭିଷେକ କରିବା ଦ୍ୱାରା ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି, ଏବଂ ପାଣି ରେ କ୍ଷୀର ମିଶେଇକି ଭଗବାନ ଶିବଙ୍କୁ ଚଢେଇବା ସହ ଓଁ ନମଃ ଶିବାୟ ଜପ କରିବା ଦ୍ୱାରା ବ୍ୟକ୍ତିର ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ | ଯଦି ଆପଣଙ୍କର ମାନସିକ ଅଶାନ୍ତି ହେଉଛି ତେବେ ପ୍ରତ୍ୟେକ ସୋମବାର ଦିନ ସ୍ନାନ କରିବା ଜଳ ରେ କିଛି କ୍ଷୀର ମିଶେଇ ସ୍ନାନ କରନ୍ତୁ ସମସ୍ତ ଦୁଃଖ ଦୂର ହେବ ଏବଂ ମାନସିକ ଶାନ୍ତି ମିଳିବ | ତେବେ କ୍ଷୀର ର ପ୍ରୟୋଗ ରେ କେମିତି ଦରିଦ୍ରତା ଦୂର କରିବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ |

ବନ୍ଧୁଗଣ ସୋମବାର ରାତ୍ରିରେ ଗୋଟିଏ ପାତ୍ର ରେ କ୍ଷୀର ନିଅନ୍ତୁ ସେଥିରେ ରୁପା ଗୋଟିଏ ମୁଦ୍ରା ରଖନ୍ତୁ ଏବଂ ଟିକିଏ ମହୁ ମିଶେଇ ଦିଅନ୍ତୁ | ଏହା ପରେ ଏହାକୁ ଚନ୍ଦ୍ରମାଙ୍କ କିରଣ ରେ ରଖନ୍ତୁ, ଏହା ସହିତ ଓଁ ନମଃ ଶିବାୟ ମନ୍ତ୍ର ଙ୍କୁ ଜପ କରନ୍ତୁ | ଦରିଦ୍ରତା ଦୂର ହୋଇଥାଏ | ତେବେ ବନ୍ଧୁଗଣ ପିତୃଦେବ ଙ୍କୁ ପ୍ରସନ୍ନ କରିବା ପାଇଁ, ତାଙ୍କୁ ମୋକ୍ଷ ପ୍ରାପ୍ତି ପାଇ ଏହି ସରଳ ଉପାୟ କରନ୍ତୁ ସୋମବାର ଦିନ | ଗୋଟିଏ ପାତ୍ର ରେ ଜଳ ନିଅନ୍ତୁ ସେଥିରେ କୁଶ ଘାସ ରଖନ୍ତୁ ଏହାକୁ ଶିବ ଭଗବାନଙ୍କୁ ଅର୍ପଣ କରିଦିଅନ୍ତୁ |

ଏହା ଦ୍ୱାରା ଶିବ ଭଗବାନ ପ୍ରସନ୍ନ ହୁଅନ୍ତୁ ଏବଂ ପିତୃଦେବଙ୍କୁ ମୋକ୍ଷ ପ୍ରଦାନ କରନ୍ତି | ଯଦି ଆପଣଙ୍କୁ ସ୍ୱାସ୍ଥ୍ୟ ସମସ୍ୟା ଅଛି, ଶାରୀରିକ ଯନ୍ତ୍ରଣା ହେଉଛି ତେବେ ଏହି ଛୋଟିଆ ଉପାୟ କରନ୍ତୁ | ଗୋଟିଏ ପାତ୍ର ରେ ଜଳ ନିଅନ୍ତୁ ସେଥିରେ କଳା ରାଶି ଟିକିଏ ପକାନ୍ତୁ ଏବଂ ଟିକିଏ ଯଅ ପକାନ୍ତୁ ଏବଂ ଏହାକୁ କୌଣସି ଓସ୍ତ ଗଛ ତଳେ ରଖିଦିଅନ୍ତୁ | ଧୀରେ ଧୀରେ ଆପଣଙ୍କ କଷ୍ଟ ଦୂର ହେବାକୁ ଲାଗିବ |

ଯଦି ଆପଣଙ୍କର କରଜ ବେଶୀ ହୋଇଯାଇଛି, କିମ୍ଵା ଧନ ଜନିତ ସମସ୍ୟା ଦେଖାଦେଉଛି | ଜୀବନ ରେ ଅସୁବିଧା ବହୁତ ଅଧିକ ବଢିଯାଇଛି ତେବେ ଏହି ସମୟ ରେ ଆପଣ ସୋମବାର ଦିନ ଜଳ ରେ ଟିକିଏ ପେଶା ଚାଉଳ ଏବଂ ହଳଦୀ ପକାନ୍ତୁ ଏହାକୁ ବରଗଛ ତଳେ ଅର୍ପଣ କରନ୍ତୁ | ଏବଂ ମନ କଥା ଶିବ ଭଗବାନ ଙ୍କୁ ଜାଣନ୍ତୁ ଖୁବ ଶୀଘ୍ର ସମସ୍ତ ସମସ୍ୟାର ସମାଧାନ ହେବ | ପ୍ରତିଦିନ ଚାଉଳ ଅର୍ପଣ କରିବା ଦ୍ୱାରା ଦୁଃଖ ଦୂର ହୋଇଥାଏ ଏବଂ ଲବଙ୍ଗ ଅର୍ପଣ କରିବା ଦ୍ୱାରା ରାହୁ କେତୁ ଶାନ୍ତ ହୋଇଥାନ୍ତି |

ଜୀବନ ରେ ଶତ୍ରୁଙ୍କ ସମସ୍ୟା ଅଧିକ ହୋଇଯାଇଛି ତେବେ ଏହି ସରଳ ଏବଂ ସହଜ ଉପାୟ ନିଶ୍ଚିନ୍ତ କରନ୍ତୁ ଆପଣଙ୍କୁ ନିଶ୍ଚିନ୍ତ ଶତ୍ରୁଙ୍କ ଠାରୁ ମୁକ୍ତି ମିଳିବ | ତେବେ ଗୋଟିଏ ପାତ୍ର ରେ କଞ୍ଚା କ୍ଷୀର ନିଅନ୍ତୁ ସେଥିରେ 11ଟି ଗୋଲମରିଚ ପେଷି କି ପକାନ୍ତୁ | ଏହା ପରେ ଏହାକୁ ସୋମବାର ଦିନ ଶିବ ଭଗବାନ ଙ୍କୁ ଅର୍ପଣ କରନ୍ତୁ | ଶତ୍ରୁ ବିରୋଧୀ କମ ହୋଇଯାନ୍ତି ଏବଂ ସମସ୍ତ ସମସ୍ୟା ଦୂର ହୁଏ |

Leave a Reply

Your email address will not be published. Required fields are marked *