ମନୁଷ୍ୟ ବଞ୍ଚିବା ପାଇଁ ଏବଂ ଜୀବନ ବିତାଇବା ପାଇଁ ସବୁଠାରୁ ଅଧିକ ଜରୁରୀ ହେଉଛି ଖାଦ୍ୟ ବସ୍ତ୍ର ଏବଂ ବାସଗୃହ । ଯାହାକି ଅତି ଜରୁରୀ ଜିନିଷ ହୋଇଥାଏ । ମାତ୍ର ଆଜିକା ସମୟରେ ଏହିସବୁ ଜିନିଷ ପ୍ରାପ୍ତ କରିବା ପାଇଁ ଅର୍ଥ ଆବଶ୍ୟକ ଅଟେ । ମାତ୍ର ମନୁଷ୍ୟ ଜୀବନରେ ଅନେକ ଆର୍ଥିକ ସମସ୍ୟା ଆସିଥାଏ ଯେଉଁଥିରୁ ସେ ବାହାରି ପାରେ ନାହିଁ ଏବଂ ଦାରିଦ୍ର୍ୟତା ଦେଖା ଦେଇଥାଏ । ତେବେ ଶାସ୍ତ୍ର ଅନୁଯାୟୀ ଆମ ଜୀବନଚର୍ଯ୍ୟା ସହିତ ଜଡ଼ିତ କିଛି କାମ କାରଣରୁ ହିଁ ଆର୍ଥିକ ସଙ୍କଟ ଦେଖା ଦେଇଥାଏ । ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କିଛି ଏପରି ଉପାୟ ବିଷୟରେ କହିବୁ । ଯାହାକୁ କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂରେଇ ଯିବ । ଘରେ ନକରାତ୍ମକତା ଦୂରେଇ ଯାଇ ସକାରାତ୍ମକତା ପ୍ରବେଶ କଲେ ନିଶ୍ଚିତ ରୂପରେ ଘରେ ମାତା ଲକ୍ଷ୍ମୀ ଏବଂ କୁବେରଙ୍କ ବାସ ହେବ ।
ପ୍ରଥମତଃ ଘରକୁ ଶୁଦ୍ଧ ଏବଂ ପବିତ୍ର ରଖିବା ଉଚିତ । ଯେଉଁ ଘରେ ଶୁଦ୍ଧତା ଏବଂ ପବିତ୍ରତା ଥାଏ ସେହି ଘରକୁ ମାତା ଲକ୍ଷ୍ମୀ ବାସ କରିଥାନ୍ତି ଏବଂ ସେହି ଘର ଉପରେ ଆଶୀର୍ବାଦ ସର୍ବଦା ବଜାୟ ରଖନ୍ତି । ତେବେ ଆଜିକାର ଲେଖାରେ ଆମେ ଫିଟିକିରିକୁ ବ୍ୟବହାର କରି କିଛି ଉପାୟ ବିଷୟରେ କହିବୁ ଯାହାକୁ କରିବା ଦ୍ୱାରା ଜୀବନର ସବୁ ସମସ୍ୟା ଦୂର ହୋଇଯିବ ଏବଂ ଦାରିଦ୍ର୍ୟତା ମଧ୍ୟ ଆସିବ ନାହିଁ । ଫିଟିକିରି ସାଧରଣତଃ ୨ ପ୍ରକାରର ହୋଇଥାଏ । ନାଲି ଏବଂ ଧଳା ରଙ୍ଗର । ଯାହା ମନୁଷ୍ୟର ଅନେକ କାର୍ଯ୍ୟରେ ଲାଗିଥାଏ ଏବଂ ଏଥିରେ ଅନେକ ବିଶେଷତ୍ୱ ରହିଛି ।
୧ . ଯଦି ଆପଣଙ୍କ ଘରେ କିମ୍ବା ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହେଉନାହିଁ , ରୋଜଗାର ହେଲେବି ଅଧିକ ଖର୍ଚ୍ଚ ହୋଇ ଯାଉଛି , ବ୍ୟବସାୟରେ ଉନ୍ନତି ହେଉ ନାହିଁ କିମ୍ବା କରଜ ଅଧିକ ବୃଦ୍ଧି ପାଉଛି ତେବେ ଏପରି ପରିସ୍ଥିତିରେ ଦୁଇଟି କଳା କପଡ଼ାରେ ଫିଟିକିରି ବାନ୍ଧି ମୁଖ୍ୟଦ୍ୱାରର ଭିତର ଦିଗକୁ ବାନ୍ଧି ଦିଅନ୍ତୁ । ଏପରି କରିବା ଦ୍ୱାରା ସକାରାତ୍ମକତା ଘରକୁ ପ୍ରବେଶ କରିବ ଏବଂ ଆର୍ଥିକ ସମୃଦ୍ଧି ହେବ । ଏହି ଉପାୟ ଆପଣ ବ୍ୟବସାୟ କ୍ଷେତ୍ର କିମ୍ବା ଦୋକାନରେ ମଧ୍ୟ କରି ପାରିବେ ।
୨ . ଯଦି ଆପଣଙ୍କୁ ଭଲ ନିଦ ହେଉନାହିଁ ଏବଂ ଖରାପ ସ୍ୱପ୍ନ ଦେଖୁଛନ୍ତି ତେବେ ଏକ କଳା କପଡ଼ାରେ ଫିଟିକିରି ବାନ୍ଧି ତକିଆ ତଳେ କିମ୍ବା ମୁଣ୍ଡ ପାଖରେ ରଖି ଦିଅନ୍ତୁ । ଏପରି କରିବା ଦ୍ୱାରା ଖରାପ ସ୍ୱପ୍ନ ଆସିବ ନାହିଁ ଏବଂ ନିଦ ମଧ୍ୟ ଭଲ ହେବ ।
୩ . ବାଥରୁମରେ ଏକ କାଚ ପାତ୍ର କିମ୍ବା ଜାରରେ ଫିଟିକିରି ରଖି ଦିଅନ୍ତୁ । ଏହାକୁ ମାସ ପରେ ବଦଳାଇ ଦିଅନ୍ତୁ । ଏପରି କରିବା ଦ୍ୱାରା ନକରାତ୍ମକତା ଦୂରେଇ ଯିବ ଏବଂ ସକାରାତ୍ମକତା ଘରକୁ ପ୍ରବେଶ କରିବ ।
୪ . ଯଦି ଆପଣଙ୍କ ଘର କୌଣସି ସ୍ମଶାନ ଘାଟ ପାଖରେ ରହିଛି ତେବେ ଘରର ମୁଖ୍ୟ ଦ୍ୱାର ପାଖରେ କିମ୍ବା ବାଲକନିରେ ଏକ କାଚ ପାତ୍ରରେ ଫିଟିକିରି ରଖି ଦିଅନ୍ତୁ । ଏହାଦ୍ୱାରା ବାସ୍ତୁ ଦୋଷ ଦୂର ହେବା ସହିତ ଘରକୁ ସକାରାତ୍ମକତା ମଧ୍ୟ ପ୍ରବେଶ କରିବ ।
୫ . ଯଦି ଆପଣଙ୍କ ଚାକିରୀରେ ଉନ୍ନତି ହେଉନାହିଁ କିମ୍ବା ବ୍ୟବସାୟରେ ଉନ୍ନତି ହେଉ ନାହିଁ ତେବେ ପାଞ୍ଚଟି ହଳଦିଆ ଫୁଲ ଏବଂ ପାଞ୍ଚଟି ଫିଟିକିରି ଟୁକୁଡ଼ା ନେଇ ମାତା ଦୁର୍ଗାଙ୍କ ଚରଣରେ ରଖି ଦିଅନ୍ତୁ । ଆଗାମୀ ଦିନ ସେହି ପାଞ୍ଚଟି ହଳଦିଆ ଫୁଲକୁ ଉଠାଇ ଜଳରେ ବିସର୍ଜନ କରି ଦିଅନ୍ତୁ ଏବଂ ପାଞ୍ଚଟି ଫିଟିକିରି ଉଠାଇ ଘରର ସିନ୍ଧୁକରେ କିମ୍ବା ବ୍ୟବସାୟ କ୍ଷେତ୍ରରେ ରଖି ଦିଅନ୍ତୁ ।
୬ . ଯଦି ଆପଣ ଇଣ୍ଟରଭିଉ ଦେବାକୁ କିମ୍ବା କୌଣସି ଜରୁରୀ କାମରେ ବାହାରକୁ ଯାଉଛନ୍ତି । ତେବେ ସାଥିରେ ଫିଟିକିରି ଟୁକୁଡ଼ା ନେଇ ଯାଆନ୍ତୁ । ଦେଖିବେ ଆପଣଙ୍କର ସବୁ କାର୍ଯ୍ୟ ସଫଳ ହେବ ।
୭ . ଯଦି ଆପଣଙ୍କର କରଜ ଅଧିକ ବୃଦ୍ଧି ହେଉଛି ତେବେ ଏକ ପାନ ପତ୍ର ଉପରେ ଫିଟିକିରି ରଖି ତାହା ଉପରେ ସିନ୍ଦୁର ରଖନ୍ତୁ ଏବଂ ତାହାକୁ ଏକ ଅଶ୍ୱତ୍ଥ ଗଛ ମୂଳରେ ରଖି ତାହା ଉପରେ ଏକ ପଥର ରଖି ଦିଅନ୍ତୁ । ଆପଣଙ୍କର କରଜ ସମସ୍ୟା ଦୂରେଇ ଯିବ ।
୮ . ଯଦି ଆପଣ ଦୋକାନ କିମ୍ବା ବ୍ୟବସାୟ କ୍ଷେତ୍ରରେ ବାସ୍ତୁ ଦୋଷ ରହିଛି ତେବେ ସେଠାରେ ଏକ କାଚ ପାତ୍ରରେ ଫିଟି ରଖି ଦିଅନ୍ତୁ । ପ୍ରତ୍ୟେକ ମାସ ତାହାକୁ ବଦଳାଇ ଦିଅନ୍ତୁ । ସବୁ ବାସ୍ତୁ ଦୋଷ ଦୂର ହୋଇଯିବ । ଏହାବ୍ୟତୀତ ଘର ପୋଛିବା ସମୟରେ ପାଣିରେ ଲୁଣ , ଫିଟିକିରି ଏବଂ ଗୋମୂତ୍ର ମିଶାଇ ପୋଛିଲେ ନକରାତ୍ମକତା ଏବଂ ବାସ୍ତୁ ଦୋଷ ଦୂର ହୋଇଥାଏ ।