ଶ୍ରୀକୃଷ୍ଣ କହିଛନ୍ତି ଗର୍ଭରେ ବାଳକ ଭଗବାନ ଙ୍କୁ କହିଥାଏ ଏହି 1 କଥା | ଗରୁଡ ପୁରାଣ..

ଥରେ ଗରୁଡ଼ ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଲେ ମନୁଷ୍ୟର ଜନ୍ମ କେମିତି ହୋଇଥାଏ | ତାହା ଶରୀରରେ ଅଙ୍ଗ କେବେ ତିଆରି ହୁଏ, ଶରୀରରେ ଆତ୍ମା କେବେ ପ୍ରବେଶ କରେ?କାମ,କ୍ରୋଧ,ମୋହ,ଭୟ ଆଦି ବିକାର କେମିତି ଉତ୍ପନ ହୁଏ? ହେ! ହୃଷିକେଶ କୃପା କରି ଆପଣ ମୋତେ କୁହନ୍ତୁ ମନୁଷ୍ୟ ବାଳକର ଜନ୍ମ କିପରି ହୋଇଥାଏ?ଏହାର ଉତ୍ତର ରେ ଭଗବାନ ବର୍ଣ୍ଣନା କରିଛନ୍ତି ଆସନ୍ତୁ ଜାଣିବା..

ଶ୍ରୀକୃଷ୍ଣ କହିଛନ୍ତି ହେ ଗରୁଡ଼! କୋଷ ନିର୍ମାଣର ପରମ ଗୋପନୀୟ ପକ୍ରିୟାକୁ ମୁଁ କହୁଛି – ଶ୍ରୀକୃଷ୍ଣ କହିଛନ୍ତି ଋତୁ କାଳର 4 ଦିନ ପର୍ଯ୍ୟନ୍ତ ସ୍ତ୍ରୀଙ୍କ ସହ ଶାରୀରିକ ସମ୍ବଦ୍ଧ ବନେଇବା ଉଚିତ ନୁହେଁ | ପ୍ରାଚୀନ କାଳ ରେ ବୃତ୍ତାଶୁର କୁ ହତ୍ୟା କରିବା ପାଇଁ ଇନ୍ଦ୍ରଦେବ ଙ୍କୁ ବ୍ରହ୍ମ ହତ୍ୟାର ପାପ ଲାଗିଥିଲା | ସେଥିପାଇଁ ବ୍ରହ୍ମ ଦେବ ଏହାର 1/4 ଭାଗ ସଂସାର ରେ ନାରୀ ଙ୍କୁ ଦେଇଦେଇ ଥିଲେ ଏହି କାରଣରୁ ଋତୁ କାଳର 4ଦିନ ସ୍ତ୍ରୀ ଲୋକ ଅପବିତ୍ର ବୋଲି ବିଶ୍ୱାସ କରାଯାଏଁ | ସେଥିପାଇଁ ଏହି ସମୟରେ ସମ୍ବଦ୍ଧ ରଖିଲେ ଯେଉ ଶିଶୁ ହୁଏ ତାହା ଦୁରାଚାରି ହୋଇଥାଏ | ସମ୍ବଦ୍ଧ ବନେଇବା ସମୟ ରେ ମାତା ପିତାଙ୍କ ଚିତ୍ତ ରେ ଯେମିତି କଳ୍ପନା ଥାଏ ସେମିତି ହିଁ ଗର୍ଭରେ ଶିଶୁ ହୋଇଥାଏ |

ଯୁଗ୍ମ ତିଥିରେ ସହବାସ କରିବା ଦ୍ୱାରା ପୁତ୍ର ସନ୍ତାନ ଜନ୍ମ ନିଏ ଏବଂ ଅଯୁଗ୍ମ ରେ ସହବାସ କରିବା ଦ୍ୱାରା କନ୍ୟା ଶିଶୁ ଜନ୍ମ ହୋଇଥାଏ |କୌଣସି ବି ପତି ପତ୍ନୀ ଙ୍କୁ ଋତୁ କାଳର ପୂର୍ବ ସପ୍ତାହ ରେ ସହବାସ କରିବା ଉଚିତ ନୁହେଁ | ଗୋଟେ ସପ୍ତାହ ପୂର୍ବରୁ ସହବାସ କରିବା ଉଚିତ ସ୍ତ୍ରୀଙ୍କର ଋତୁକାଳ ଷୋହଳ ଦିନର ହୋଇଥାଏ | ଯଦି 14 ଦିନ ଗର୍ଭ ହୁଏ ତେବେ ସେଥିରୁ ବୁଦ୍ଧିମାନ, ଗୁଣମାନ, ତଥା ଧର୍ମ ନିଷ୍ଠ ଶିଶୁ ଜନ୍ମ ନେଇଥାଏ | କିନ୍ତୁ ଏହା ସାମାନ୍ୟ ଲୋକଙ୍କୁ ହୋଇଥାଏ, ସାଧାରଣତଃ ପ୍ରାୟ ନାରୀଙ୍କର 8 ରାତିର ମଧ୍ୟ ଭାଗ ରେ ଗର୍ଭ ଧାରଣ ହୋଇଯାଇଥାଏ | ଋତୁକାଳ ର ପଞ୍ଚମ ଦିନ କୌଣସି ବି ସ୍ତ୍ରୀ କୁ କଡା, ରାଗ ଏବଂ ଉଷ୍ମ ଭୋଜନର ତ୍ୟାଗ କରିଦେବା ଉଚିତ | ଏବଂ କେବଳ ମଧୁର ଭୋଜନ ଗ୍ରହଣ କରିବା ଉଚିତ କାରଣ ସ୍ତ୍ରୀଙ୍କର ଗର୍ଭାଶୟ ଔଷଧୀୟ ପାତ୍ର ଅଟେ ଏବଂ ପୁରୁଷ ଙ୍କ ବୀଜ ଅମୃତ ତୁଲ୍ୟ ଅଟେ |

ଆସନ୍ତୁ ବର୍ତ୍ତମାନ ଜାଣିବା ଗର୍ଭରେ ବାଳକ ର ଉତ୍ପତି କିପରି ହୁଏ?ଆରମ୍ଭ ରେ ଶୁକ୍ର ଏବଂ ରକ୍ତର ସଂଯୋଗ ରେ ଯିବ ପିଣ୍ଡ ରୁପରେ ଅସ୍ତିତ୍ୱ କୁ ପ୍ରାପ୍ତ କରିଥାଏ | ଏବଂ ଗର୍ଭରେ ସେ ସେହି ପ୍ରକାର ରେ ବଢ଼େ ଯେମିତି ଆକାଶରେ ଚନ୍ଦ୍ରମା ହୋଇଥାଏ,ରକ୍ତ ଅଧିକ ହେଲେ କନ୍ୟା ଜନ୍ମ ହୁଏ | ଶୁକ୍ର ଅଧିକ ହେଲେ ପୁତ୍ର ଜନ୍ମ ହୁଏ,ଏବଂ ଯେବେ ରକ୍ତ ଏବଂ ଶୁକ୍ର ଏକ ସମାନ ହୁଏ ସେତେବେଳେ ନପୁଂସକ ଜନ୍ମ ନିଅନ୍ତି | ଶୁକ୍ର ପ୍ରଥମ ଦିନ ଏବଂ ରାତ୍ରିରେ ହିଁ କଲର ଵନିଯାଏ,ପଞ୍ଚମ ଦିନ ବୁଦୁବୁଦୁ ବନିଥାଏ | ଏବଂ 14 ଦିନ ମାଂସର ରୂପ ଧାରଣ କରେ ସେ ଆଗକୁ 20 ଦିନ ଯାଏଁ ପିଣ୍ଡ ରୂପରେ ରୁହେ | ଏହା ପରେ 25 ଦିନ ସେଥିରେ ଶକ୍ତି ଏବଂ ପୁଷ୍ଠାତ ଆସିଯାଇଥାଏ,ଗୋଟିଏ ମାସ ପରେ ସେମିତି ପଞ୍ଚତତ୍ୱ ରେ ଯୁକ୍ତ ହୋଇଯାଏ | ଦ୍ୱିତୀୟ ମାସ ରେ ଏହି ଜୀବ ରେ ଚର୍ମ ନିର୍ମାଣ ହୁଏ,ତୃତୀୟ ମାସ ରେ ସେଥିରେ ମଜ୍ଜା ଏବଂ ଅସ୍ତି ହୋଇଯାଏ |

4 ମାସ ରେ କେଶ ଉଠିବାକୁ ଲାଗେ,5ମାସ ରେ କାନ ନାକ ଏବଂ ବକ୍ଷ ସ୍ଥଳ ନିର୍ମାଣ ହୁଏ | 6ମାସ ରେ କଣ୍ଠ ଏବଂ ଉଦର ନିର୍ମାଣ ହୁଏ,7 ମାସରେ ଗୱା ଆଦି ଭାଗ ଏବଂ 8ମାସ ରେ ସେ ସମ୍ପୂର୍ଣ ହୋଇଯାଏ | 8ମାସ ରେ ହିଁ ସେ ଯିବ ଗର୍ଭରେ ଚାଲିବାକୁ ଲାଗେ,ଏବଂ 9ମାସ ରେ ଏହି ଶିଶୁର ଓଜ ଗୁଣ ପରିପକ୍ୱ ହୋଇଯାଏ,ଏହା ପରେ ଗର୍ଭ ଧାରଣ ସମୟ ଶେଷ ହେବା ପରେ ସେହି ଶିଶୁ ବାହାରକୁ ଆସିବାକୁ ପ୍ରୟାସ କରେ | ଏହାର ଜନ୍ମ ହୋଇଯାଏ ବାୟୁ ଜୀବ କୁ ବାହାରକୁ ବାହାର କରିଥାଏ,ଏହି ସମୟ ରେ ତାର ଦୁଇ ପାଦ ଉପରକୁ ଏବଂ ମୁଣ୍ଡ ତଳକୁ ରହିଥାଏ | ସେହି ଶିଶୁ 9 ମାସ ପର୍ଯ୍ୟନ୍ତ ଧୀରେ ଧୀରେ ବଢିଥାଏ ଏବଂ ମାଙ୍କ ଦ୍ୱାରା ଖାଦ୍ୟ ରେ ସେହି ଶିଶୁ ବୃଦ୍ଧି ପାଇଥାଏ | ମା ଙ୍କ ଗର୍ଭ ରେ ବଢିବା ସମୟ ରେ ସେହି ଶିଶୁର ପୂର୍ବ ଜନ୍ମର ସ୍ମୃତି ମାନେ ପଡେ |

ଏହି କାରଣରୁ ସେ କଷ୍ଟ ପାଇଥାଏ ଏବଂ ଗର୍ଭରେ ହିଁ ଏପଟ ସେପଟ ହେବାକୁ ଲାଗେ | ଭଗବାନ ଙ୍କୁ ପ୍ରଣାମ କରି କହିଥାଏ ମୁଁ ଏ ଜନ୍ମ ରେ ଏମିତି କିଛି କରିବି ନାହିଁ ଯେଉଁଥିପାଇଁ ମୋତେ ପୁଣି ମଣିଷ ଜନ୍ମ ନେବାକୁ ହେବା | ଏହିପରି କରିବା ସମୟ ରେ ସେ ତାହାର ଶହ ଶାହ ଜନ୍ମ ବିଷୟରେ ଭାବୁଥାଏ | ଗର୍ଭ ରେ ରହିଥିବା ଶିଶୁ ଭଗବାନ ଏହା କହିଥାଏ କି ମୁଁ ଗର୍ଭରୁ ବାହାରକୁ ଯିବାକୁ ଚାହୁଁନି କାରଣ ବାହାରକୁ ଯିବା ପରେ ପାପ କର୍ମ କରିବାକୁ ପଡେ | ଯାହା ଦ୍ୱାରା ନର୍କ କୁ ଯିବାକୁ ପଡେ, ଏବଂ ଏହା ପରେ ସେ ଅଧମୁଖ ହୋଇ ବାହାରକୁ ବାହାରି ଥାଏ

ବାହାରକୁ ଆସିବ ମାତ୍ରେ ହିଁ ସେ କାନ୍ଦିବାକୁ ଲାଗେ | ଏହି ଜୀବ କୁ ଜନ୍ମ ଦେଇଥିବା ମା ସେହି ସମୟ ରେ ମୁର୍ଚ୍ଛା ହୋଇଯାଏ ଏବଂ କିଛି ସମୟ ପରେ ଚେତା ଆସେ | ବାୟୁ ସ୍ପର୍ଶ ରେ ଖୁସିର ଅନୁଭବ ହୁଏ,ଏହା ପରେ କୃଷ୍ଣଙ୍କ ମାୟା ରେ ପଡ଼ିଯାଏ ଏବଂ ସବୁ ପଛ କଥା ଭୁଲିଯାଏ | ଏବଂ ଏ ସଂସାର ରେ ପୁଣି ଫସିଯାଏ..

Leave a Reply

Your email address will not be published. Required fields are marked *