ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେତେବେଳେ ବି କୋୖଣସି ଗ୍ରହ ସୂର୍ଯ୍ୟଙ୍କ ନିକଟକୁ ଆସନ୍ତି, ସେତେବେଳେ ସେ ଅସ୍ତ ହୋଇଯାଆନ୍ତି | ଫଳାଫଳରେ ତାଙ୍କ ଦ୍ୱାରା ପ୍ରଭାବିତ ହେଉଥିବା ରାଶି ମାନଙ୍କ ଉପରେ ସମସ୍ୟାର ପାହାଡ଼ ଆସିଯାଏ | ଗତ ସେପ୍ଟେମ୍ବର 15 ଶୁକ୍ର ଗ୍ରହ ସିଂହ ରାଶିରେ ଅସ୍ତ ହୋଇଗଲେ | ଏହା ଏବଂ ଅକ୍ଟୋବର 2ରେ ଉଦୟ ହେବେ | ଏମିତିରେ ଏହି ତାରିଖ ପର୍ଯ୍ୟନ୍ତ କିଛି ରାଶିର. ଲୋକଙ୍କୁ ଅନେକ ପ୍ରକାରର ଅସୁବିଧାର ସାମ୍ନା କରିବାକୁ ପଡିବ |
ମିଥୁନ ରାଶି:-
ଏହି ରାଶିର ଲୋକଙ୍କ ପାଇଁ ଅକ୍ଟୋବର 2 ପର୍ଯ୍ୟନ୍ତ ସମୟ ଅସୁବିଧାରେ ପରିପୂର୍ଣ୍ଣ ହେବାକୁ ଯାଉଛି | ଜୀବନରେ ଗୋଟିଏ ପରେ ଗୋଟିଏ ଏପରି ଅନେକ ଦୁଃଖ ଆସିପାରେ | ଶତ୍ରୁମାନେ ଆକ୍ଟିଭ ହେବାକୁ ଯାଉଛନ୍ତି | ଆପଣ ସେମାନଙ୍କଠାରୁ ସତର୍କ ରହିବା ଆବଶ୍ୟକ ଅଟେ, | ଟଙ୍କା ଖର୍ଚ୍ଚ କରିବାରୁ ବଞ୍ଚନ୍ତୁ | ବୃଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ | ନିଜର ମୂଲ୍ୟବାନ ଜିନିଷଗୁଡ଼ିକର ଯତ୍ନ ନିଅନ୍ତୁ | କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ସମ୍ପର୍କ ଖରାପ ହୋଇପାରେ | ସାଙ୍ଗମାନେ ପ୍ରତାରଣା କରିପାରନ୍ତି | ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଝଗଡା ହୋଇପାରେ |
କନ୍ୟା ରାଶି :-
ଶୁକ୍ରଙ୍କର ଅସ୍ତ ହେବାରୁ କନ୍ୟା ରାଶିର ବ୍ୟକ୍ତିମାନଙ୍କୁ ମଧ୍ୟ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ | ନିଜର ଲୋକ ମାନେ ଆପଣଙ୍କ ସାଥ ଛାଡ଼ିଦେଇ ପାରନ୍ତି | ଜୀବନସାଥୀ ପାଖରୁ ମଧ୍ୟ ଧୋକା ମିଳିପାରେ | ଭାଗ୍ୟ ଆପଣଙ୍କ ପକ୍ଷରେ ଜମା ବି ହେବ ନାହିଁ | କୋୖଣସି ବି କାର୍ଯ୍ୟ କରିବା ପାଇଁ ବହୁତ କଷ୍ଟ କରିବାକୁ ହେବ | ପଇସା ରୋଜଗାର କରିବାରେ ସମସ୍ୟା ଆସିବ | ବେରୋଜଗାର ଲୋକମାନଙ୍କୁ. ମଧ୍ୟ ଚାକିରୀ ମିଳିବ ନାହିଁ | ବ୍ୟବସାୟରେ କ୍ଷତି ହୋଇପାରେ | କୋୖଣସି ଜାଗାରେ ଟଙ୍କା ବିନିଯୋଗ କରିବା ଠାରୁ ବଞ୍ଚନ୍ତୁ |
ମକର ରାଶି :-
ଶୁକ୍ର ଅସ୍ତ ସମୟରେ ମକର ରାଶିର ଅର୍ଥକ ସ୍ଥିତି କମଜୋର ହୋଇଯିବ | ଅଯଥା ଟଙ୍କା ଖର୍ଚ୍ଚ ହେବ | ଆପଣଙ୍କର କୋୖଣସି ମୂଲ୍ୟବାନ ଜିନିଷ ମଧ୍ୟ ଚୋର ହୋଇଯାଇପାରେ | ଏଥିପାଇଁ ସତର୍କ ରୁହନ୍ତୁ | କାହାରି ଉପରେ ଆଖି ବନ୍ଦ କରି ଭରଷା କରନ୍ତୁ ନାହିଁ | ନଚେତ ଆପଣଙ୍କୁ ବଦଳରେ ଧୋକା ମିଳିପାରେ | ହେଇଯାଇଥିବା କାର୍ଯ୍ୟ ମଧ୍ୟ ବିଗିଡି ଯିବ | କୋୖଣସି ନୂଆ କାର୍ଯ୍ୟ ଆରମ୍ଭ କରିବାର ଅଛି ତ 2ଅକ୍ଟୋବର ପୂର୍ବରୁ କରନ୍ତି ନାହିଁ | ଦୁର୍ଭାଗ୍ୟ ଆପଣଙ୍କ ପିଛା ଛାଡ଼ିବା ନାହିଁ | ବନ୍ଧୁତାତାରୁ ସମ୍ପୂର୍ଣ ଭାଙ୍ଗିଯାଇପାରେ | ଆପଣଙ୍କ ରାଗକୁ କଣ୍ଟ୍ରୋଲରେ ରଖିବା ଆବଶ୍ୟକ ଅଟେ |
କୁମ୍ଭ ରାଶି :-
ଶୁକ୍ର ଅସ୍ତର ପ୍ରଭାବ କୁମ୍ଭ ରହିର ଲୋକଙ୍କ ଉପରେ ମଧ୍ୟ ପଡିବ | ଧନ ସହ ଯୋଡ଼ା ହୋଇଥିବା ଅନେକ ସମସ୍ୟା ସାମ୍ନାକୁ ଆସିବ| ଆର୍ଥିକ ସ୍ଥିତ ଦୁର୍ବଳ ହୋଇପାରେ | କୌଣସି ଦୂର ଜାଗାରୁ ଯିବାରୁ ବଞ୍ଚନ୍ତୁ | କୋୖଣସି ସ୍ଥାନରେ ପଇସା ବିନିଯୋଗ କରନ୍ତୁ ନାହିଁ | ଘର କିଣିବା କିମ୍ଭା ବିକିବା ମାମଲାରେ ମଧ୍ୟ 2 ଅକ୍ଟୋବର ପର୍ଯ୍ୟନ୍ତ ରହିଯିବା ଆବଶ୍ୟକ ଅଟେ | ନିଜ କଥା ଉପରେ କାବୁ ରଖନ୍ତୁ | କିଛି ବି ଓଲଟା ସିଧା କୁହନ୍ତୁ ନାହିଁ |
ଏହି କଥାର ରଖନ୍ତୁ ଧ୍ୟାନ :-
ଶୁକ୍ର ଅସ୍ତ ସମୟରେ କିଛି ଖାସ କଥାର ଧ୍ୟାନ ରଖନ୍ତୁ ଯାହା ଦ୍ୱାରା ଆପଣ ସେହି ଖରାପ ପ୍ରଭାବରୁ ବଞ୍ଚିପାରିବେ | ଯେମିତିକି 2 ଅକ୍ଟୋବର ପର୍ଯ୍ୟନ୍ତ ଘରେ କୋୖଣସି ମଙ୍ଗଳିକ କରନ୍ତୁ ନାହିଁ | ଏହି ସମୟରେ ଆମିଷ ଖାନ୍ତୁ ନାହିଁ | ନିଶାର ସେବନ ମଧ୍ୟ କରନ୍ତୁ ନାହିଁ | କାହାରିବି ଅପମାନ କରନ୍ତୁ ନାହିଁ | ଘରେ ଶୁକ୍ରଙ୍କର ଓଁ ଦ୍ରା ଦ୍ରି ଦ୍ରୋ ସ : ଶୂକ୍ରାୟ ନମଃ : ର ମନ୍ତ୍ର ଜପ କରନ୍ତୁ | ଏହା କରିବା ଦ୍ୱରା ଆପଣଙ୍କୁ ଶୁଭ ଫାଳ. ପ୍ରାପ୍ତ ହୋଇଥାଏ | ସେହିଠାରେ ଶୁକ୍ର ଅସ୍ତ ମେଷ,ବୃଷ, କର୍କଟ, ସିଂହ, ବିଛା, ଧନୁ, ଏବଂ ମୀନ ଉପରେ ମଧ୍ୟ ସାମାନ୍ୟ ପ୍ରଭାବ ପକାଇବ |