ପିତୃ ପକ୍ଷରେ ସାଧରଣତଃ ପରିଜନ ନିଜ ପୂର୍ବଜଙ୍କୁ ଶ୍ରାଦ୍ଧ ଏବଂ ତର୍ପଣ ଦେଇଥାନ୍ତି । ତେଣୁ ଏହି ୧୫ ଦିନ ମଧ୍ୟରେ ଜନ୍ମ ହେଉଥିବା ଶିଶୁ ଖୁବ ଶୁଭ ହୋଇଥାଏ । ଏହି ଦିନରେ ଜନ୍ମ ହେଉଥିବା ଆତ୍ମା ଖୁବ ପ୍ରତିଭାବାନ ହୋଇଥାନ୍ତି ଏବଂ ନିଜ ପ୍ରତିଭା ବଳରେ ମାନ ସମ୍ମାନ ପ୍ରତିଷ୍ଠା କରିଥାନ୍ତି । ଏମିତିରେ ଶ୍ରାଦ୍ଧ ପକ୍ଷରେ ଜନ୍ମ ହେଉଥିବା ସନ୍ତାନଙ୍କ ଉପରେ ପିତୃଙ୍କର ଆଶୀର୍ବାଦ ମଧ୍ୟ ଥାଏ । ଏହି ପିଲାମାନେ ନିଜ ଜୀବନରେ ଅନେକ ଉନ୍ନତି କରିଥାନ୍ତି । ତାସହିତ ପରିବାରକୁ ଅନେକ ଖୁସି ଏବଂ ସମୃଦ୍ଧି ନେଇ ଆସିଥାନ୍ତି । ଏପରି ବିଶ୍ୱାସ କରାଯାଏ ଯେ ସେମାନଙ୍କ ଭାଗ୍ୟ ଦ୍ୱାରା ପରିବାରର ଭଲ ଦିନ ଫେରିଆସେ । ଘରେ କୌଣସି ପ୍ରକାରର ସମସ୍ୟା ଥିଲେ ତାହା ସମାପ୍ତ ହୋଇଯାଏ ।
ଏହି ପିଲାମାନେ ଖୁବ ଖୁବ କମ ବୟସରେ ହିଁ ନିଜର କର୍ତ୍ତବ୍ୟ ତୁଲାଇବାକୁ ସକ୍ଷମ ହୋଇ ଯାଆନ୍ତି । ଏପରି ମଧ୍ୟ କୁହାଯାଏ ଯେ ପିତୃ ପକ୍ଷରେ ଜନ୍ମ ନେଉଥିବା ସନ୍ତାନ ସେହି କୁଳର ପୂର୍ବଜ ହୋଇଥାଏ । ତେଣୁ ପିତୃଙ୍କ ଆଶୀର୍ବାଦ କାରଣରୁ ସେମାନଙ୍କ ଭାଗ୍ୟ ମଧ୍ୟ ଅତ୍ୟନ୍ତ ଭଲ ହୋଇଥାଏ । ପରିବାର ପ୍ରତି ସେମାନଙ୍କର ଅତ୍ୟନ୍ତ ଦୃଢ଼ ସଂଯୋଗ ରହିଥାଏ । ସେମାନେ ଖୁବ ଭଲ ବୁଝାମଣାର ହୋଇଥାନ୍ତି ଏବଂ କମ ବୟସରେ ହିଁ ଅତ୍ୟନ୍ତ ଜ୍ଞାନୀ ହୋଇଥାନ୍ତି । ସେମାନେ ସବୁକିଛି ବହୁତ ଜଲଦି ଶିଖିଥାନ୍ତି ଯାହାଦ୍ୱାରା ନାମ ଏବଂ ଯଶ ବହୁତ ଜଲଦି ପରିବ୍ୟାପ୍ତ ହୋଇଥାଏ । କିନ୍ତୁ ପିତୃ ପକ୍ଷରେ ଜନ୍ମ ହେଉଥିବା ବ୍ୟକ୍ତିଙ୍କ ଚନ୍ଦ୍ରମା ଦୁର୍ବଳ ଥାଏ ।
ମାତ୍ର କୌଣସି ଉପାୟ ଦ୍ୱାରା ତାହା ଠିକ କରାଯାଇ ପାରେ । ପିତୃ ପକ୍ଷରେ ଜନ୍ମ ହେଉଥିବା ପିଲା ନିଜ ପରିବାର ପାଇଁ କିଛି ନକରାତ୍ମକତା ମଧ୍ୟ ଆଣିଥାଏ । ଏମାନେ ପୂର୍ବଜଙ୍କ ପ୍ରତିନିଧିତ୍ୱ କରିଥାନ୍ତି । ଏପରି ପିଲାଙ୍କୁ ସର୍ବଦା ସମ୍ମାନ ଦେବା ଉଚିତ ଏବଂ କେବେବି ତଳେ ବସାଇବା ଉଚିତ ନୁହେଁ । ଏମାନଙ୍କୁ ସର୍ବଦା ଉଚ୍ଚ ଆସନରେ ବସାନ୍ତୁ । କାରଣ ପୂର୍ବଜଙ୍କୁ କେବେବି ତଳେ ବସାଇବା ଉଚିତ ନୁହେଁ । କିଛି ନିଜର ଅଧା ରହିଯାଇଥିବ ଇଚ୍ଛାକୁ ପୂରଣ କରିବାକୁ ପିତୃ ପକ୍ଷରେ ଜନ୍ମ ହୋଇଥାନ୍ତି । ତେଣୁ ସେମାନଙ୍କର ଆଦର ସମ୍ମାନ କରନ୍ତୁ ଏବଂ ଭୂଇଁରେ ବସିବାକୁ ଦିଅନ୍ତୁ ନାହିଁ ।
ପୂର୍ବଜଙ୍କୁ ମୃତ୍ୟୁ ପୂର୍ବରୁ ପ୍ରଶ୍ନ କରାଯାଇଥାଏ ଯେ ତାଙ୍କର ଶେଷ ଇଚ୍ଛା କଣ ? ସେହି କୂଳରେ ଜନ୍ମ ନେବା ଶେଷ ଇଚ୍ଛା ବୋଲି କହିଥାନ୍ତି । ମାତ୍ର ଅନେକ ସମୟରେ ପରିବାରରେ ମନୁଷ୍ୟର ଆକସ୍ମିକ ମୃତ୍ୟୁ ହୋଇଥାଏ । ଯାହାଦ୍ୱାରା ସେ ନିଜର ଶେଷ ଇଚ୍ଛା ପୂରଣ କରି ପାରି ନଥାଏ ଏବଂ ପୁନର୍ବାର ସେହି କୂଳରେ ହିଁ ଜନ୍ମ ନେଇଥାଏ । ତେଣୁ ଏପରି ବ୍ୟକ୍ତିର ବ୍ୟକ୍ତିତ୍ୱ ଭିନ୍ନ ଧରଣର ହୋଇଥାଏ । ସେମାନେ ନିଜ ଲୋକଙ୍କୁ ଖୁବ ଭଲ ପାଆନ୍ତି । ଏପରି ପିଲାଙ୍କର ବୁଦ୍ଧି ଖୁବ ପ୍ରଖର ହୋଇଥାଏ । ଏମାନଙ୍କର ସ୍ଵଭାବ ପୁରା ଭିନ୍ନ ହୋଇଥାଏ ।