ଶ୍ରୀକୃଷ୍ଣ କହିଛନ୍ତି ପିତୃପକ୍ଷ ରେ 3 ବୃକ୍ଷ ଲଗେଇବା ଦ୍ୱାରା ଦୂର ହୋଇଯାଏ ଦରିଦ୍ରତା..

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଏହିପରି 3 ଶୁଭ ବୃକ୍ଷ ବିଷୟରେ ଯାହାକୁ ରୋପଣ କରିବା ଦ୍ୱାରା ମନୁଷ୍ୟ କୁ ଅନେକ ଜନ୍ମର ପାପ ରୁ ମୁକ୍ତି ମିଳିଯାଏ | ଏହି ବୃକ୍ଷ କୁ ରୋପଣ କରିଥିବା ମନୁଷ୍ୟର ପିତୃଦେବ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି | ଶ୍ରୀକୃଷ୍ଣ କହିଛନ୍ତି ଯେଉଁ ମନୁଷ୍ୟର କୌଣସି ସନ୍ତାନ ନାହିଁ ତାହା ଦ୍ୱାରା ଲଗାଯାଇଥିବା ଗଛ ତାପାଇଁ ଶ୍ରାଦ୍ଧ ତଥା ଦାନ କରିଥାନ୍ତି | ଯେଉ ମନୁଷ୍ୟ ନିଜ ପିତୃଙ୍କ ପାଇଁ ବୃକ୍ଷ ଲଗାଇ ତାଙ୍କର ସବୁ ଦୁଃଖ ନାଶ ହୋଇଯାଏ | ପିତୃ ତାଙ୍କୁ ଆଶୀର୍ବାଦ କରିଥାନ୍ତି ସେଥିପାଇଁ ପିତୃପକ୍ଷ ରେ ଏହି 3 ବୃକ୍ଷ ର ରୋପଣ କରିବା ଉଚିତ | ଶାସ୍ତ୍ର ଅନୁସାରେ ପ୍ରତିବର୍ଷ ଭାଦ୍ରବ ମାସର ଶୁକ୍ଳ ପକ୍ଷର ପୂର୍ଣ୍ଣିମା ତିଥି ରୁ ପିତୃପକ୍ଷ ଆରମ୍ଭ ହୋଇଥାଏ | ପିତୃପକ୍ଷ ଆଧ୍ୟାତ୍ମିକ ହୋଇଥାଏ, ଏହି ସମୟ ରେ ଯାହାର ମୃତ୍ୟୁ ହୋଇଯାଏ ସେହି ମନୁଷ୍ୟ ମୋକ୍ଷ ପାଇଯାଏ |

ଭଗବାନ ବିଷ୍ଣୁଙ୍କର ଆଶୀର୍ବାଦ ନେଇ ସମସ୍ତ ପିତୃଜନ ପୃଥିବୀ କୁ ନିଜ ପ୍ରିୟଜନଙ୍କୁ ଭେଟିବାକୁ ଆସିଥାନ୍ତି | ନିଜ ପ୍ରିୟଜନଙ୍କ ଠାରୁ ସମ୍ମାନ ପାଇଁ ପ୍ରସନ୍ନ ହୋଇଥାନ୍ତି ସେଥିପାଇଁ ପ୍ରତ୍ୟକ ଲୋକ ଙ୍କୁ ପିତୃପକ୍ଷ ରେ ବିଧି ବିଧାନ ସହ ପିତୃଙ୍କ ପାଇ ସ୍ରାଦ୍ଧ ଏବଂ ତର୍ପଣ କରିବା ଦରକାର | ଦାନ ଧର୍ମ କରିବା ଉଚିତ | ଘରକୁ ଆସିଥିବା ଅତିଥିଙ୍କୁ ସମ୍ମାନ ସହ ଚର୍ଚ୍ଚା କରିବା ଉଚିତ | ପିତୃପକ୍ଷ ରେ କାଉ, ଗାଈ ଏବଂ କୁକୁର କୁ ଖାଦ୍ୟ ଦେବା ଉଚିତ ହୋଇଥାଏ |

ଶ୍ରୀକୃଷ୍ଣ କହିଛନ୍ତି ଯେଉ ବ୍ୟକ୍ତି ପିତୃ ପକ୍ଷ ରେ ନିଜ ପିତୃଙ୍କୁ ସମ୍ମାନ କରେନାହି,ତାକୁ ପିତୃ ଦୋଷ ଲାଗିଯାଏ | ସେ ନିଜ ଜୀବନ ରେ ବହୁତ କଷ୍ଟ ପାଇଥାଏ, ତାକୁ ଉନ୍ନତି ମିଳି ନଥାଏ | ସେଥିପାଇଁ ମନୁଷ୍ୟ ଙ୍କୁ ତାଙ୍କ ପିତୃଙ୍କର ଅପମାନ କରିବା ଉଚିତ ନୁହେଁ | ଯେଉ ବ୍ୟକ୍ତି ପିତୃପକ୍ଷ ଦାନ ଧର୍ମ କରିଥାଏ ନିଜ ପିତୃ ଙ୍କ ପାଇଁ ବୃକ୍ଷ ଲଗେଇଥାଏ ତାକୁ ସଦା ସର୍ବଦା ଉନ୍ନତି ହୋଇଥାଏ | ତେବେ ଆସନ୍ତୁ ଜାଣିବା କେଉଁ ବୃକ୍ଷ ଲଗେଇବା ଦ୍ୱାରା ଶୁଭ ହୋଇଥାଏ

1. ଓସ୍ତ ଗଛ : ଓସ୍ତ ଗଛ କୁ ସଂସ୍କୃତ ରେ ଅଶ୍ୱସ୍ତ ବୃକ୍ଷ କୁହାଯାଏ, ଏହା ଅତ୍ୟନ୍ତ ଶୁଭ ହୋଇଥାଏ | ଓସ୍ତ ଗଛ ରେ ସମସ୍ତ ଦେବୀ ଦେବତା ବାସ କରନ୍ତି | ପିତୃ ପକ୍ଷ ରେ ସମସ୍ତ ପିତୃଗଣ ଓସ୍ତ ବୁକ୍ଷା ମଧ୍ୟ ରେ ପୃଥିବୀ ଲୋକକୁ ଆସିଥାନ୍ତି | ଓସ୍ତ ମୂଳରେ ଶନିବାର ଦିନ ଦୀପା ଜଳିବ ଦ୍ଵାର ଶନି ଦୋଷ ଦୂର ହୋଇଥାଏ | ଓସ୍ତ ଗଛ ରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ ଏହାକୁ ପୂଜା କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କ ଘର ଧନ ରେ ଭରିଦିଅନ୍ତି |

ଶାସ୍ତ୍ରରେ କୁହାଯାଇଛି ଏହି ବୃକ୍ଷ ଯେତେ ବର୍ଷ ବଞ୍ଚିଥାଏ ଏହାକୁ ରୋପଣ କରିଥିବା ମନୁଷ୍ୟ ମଧ୍ୟ ସବୁ ପାପ ନାସ ହୋଇଥାଏ | ସମସ୍ତ ଦେବୀ ଦେବୀ ଆଶୀର୍ବାଦ ଦେଇଥାନ୍ତି ସେଇପାଇଁ ସବୁ ଦିନ ଓସ୍ତ ବୃକ୍ଷ ରେ ଜଳ ଅର୍ପଣ କରିଥାନ୍ତି | ଏହା ଦ୍ୱାରା ପିତୃ ଦୋଷ ଦୂର ହେବା ସହ ଘରେ ଉନ୍ନତି ମଧ୍ୟ ହୋଇଥାଏ | ବୃକ୍ଷ ଲଗେଇବା ମଧ୍ୟ ବହୁତ ମହାନ କାର୍ଯ୍ୟ ହୋଇଥାଏ ତେଣୁ ଏହି ପିତୃପକ୍ଷ ରେ ସମସ୍ତେ ନିହାତି ଗଛ ଲଗେଇବା ଉଚିତ |

2. ବେଲ ଗଛ :- ଏହି ଗଛ ଭଗବାନ ଶିବାଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ | ଏହାକୁ ଲଗେଇବା ଦ୍ୱାରା ମହାଦେବ ପ୍ରଶନ୍ନ ହୋଇଥାନ୍ତି | ଏହା ଦ୍ୱାରା ପିତୃ ମଧ୍ୟ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କର ଉନ୍ନତି ହୋଇଥାଏ | ବେଲ ଗଛ ଅତ୍ୟନ୍ତ ଶୁଭ ହୋଇଥାଏ ଏହି ବୃକ୍ଷ ଯେଉଁଠି ଥାଏ ସେଠାରେ ଭୁତ ପ୍ରେତ ରୁହନ୍ତୁ ନାହିଁ | ମହାଦେବ ଙ୍କ ଆଶୀର୍ବାଦ ରୁ ଅତ୍ୟନ୍ତ ଶୁଭ ଖବର ମିଳିଥାଏ | ପିତୃପକ୍ଷ ରେ ପିତୃ ଙ୍କ ପାଇ ଏହି ବୃକ୍ଷ ରୋପଣ କରିବା ଦ୍ୱାରା ପିତୃ ଦେବ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କୁ ଆଶୀର୍ବାଦ ଦେଇଥାନ୍ତି | ଯାହା ଦ୍ୱାରା ଆପଣ ଜୀବନ ରେ ଉନ୍ନତି କରିଥାନ୍ତି, ସୁଖ ସମୃଦ୍ଧି ଆସିଥାଏ |

3. ତୁଳସୀ ଗଛ :- ତୁଳସୀ ରେ ବିଷ୍ଣୁ ଙ୍କର ବାସ ହୋଇଥାଏ, ଏବଂ ମାତା ଲକ୍ଷ୍ମୀ ଙ୍କର ଅତି ପ୍ରିୟା ହୋଇଥାଏ | ଏହାକୁ ରୋପଣ କରିବା ଦ୍ୱାରା ଜୀବନରେ ଉନ୍ନତି ହେବା ସହ ଧନର କୌଣସି ଅଭାବ ହୁଏ ନାହିଁ |ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଏହି ବୃକ୍ଷ ପିତୃଙ୍କ ପାଇଁ ବହୁତ ଶୁଭ ହୋଇଥାଏ | ଶାସ୍ତ୍ର ରେ ଲେଖା ହୋଇଛି ମୃତ ବ୍ୟକ୍ତିଙ୍କ ମୁହଁ ରେ ତୁଳସୀ ଦେବା ଦ୍ୱାରା ତାଙ୍କର ଜନ୍ମ ଜନ୍ମ ପାପ ନାସ ହୋଇଥାଏ ଏବଂ ସେ ମୋକ୍ଷ ପାଇଥାନ୍ତି | ତେଣୁ ଏହି ବୃକ୍ଷ ଲଗେଇବା ଅତ୍ୟନ୍ତ ଶୁଭ ହୋଇଥାଏ | ଏହା ସହିତ ଆପଣ ନିମ ଗଛ ଏବଂ ଅଁଳା ଗଛ ଲଗେଇପାରିବେ | ଏହା ଶନି୍ଦୋଷ ରୁ ମୁକ୍ତି ଦେଇଥାଏ |

Leave a Reply

Your email address will not be published. Required fields are marked *