ବନ୍ଧୁଗଣ ହିନ୍ଦୁ ଧର୍ମରେ ଏହା ମନଯାଏ କି ଯଦି ଆମେ ଗୋ’ମାତାଙ୍କର ସେବା ନିଷ୍ଟା ଏବଂ ଶ୍ରଦ୍ଧାରେ କରିବା ତେବେ ଆମ ଘରେ ମାତା ଲଷ୍ମୀଙ୍କର ବାସ ହୋଇଥାଏ | ଏମିତି ମଧ୍ୟ କୁହାଯାଏ କି କେବଳ ଗାଈକୁ ହି ପୂଜା କରିବା ଦ୍ୱାରା ଆମକୁ ସବୁ ଦେବା-ଦେବୀଙ୍କର ଆଶ୍ରିବାଦ ପ୍ରାପ୍ତ ହୋଇଯାଏ | କାରଣ ଗାଈଙ୍କ ଭିତରେ ହି ସମସ୍ତ ଦେବା-ଦେବୀ ବାସ କରିଥାନ୍ତି | ଗାଇଙ୍କ ଉପରେ ସବୁ ଗ୍ରହଙ୍କର ପ୍ରଭାବ ଥାଏ | ଗାଇଙ୍କ ପିଠି ହାଡରେ ସୂର୍ଯ୍ୟ-କେତୁ ନାଡୀ ଥାଏ | ଯାହା ସୂର୍ଯ୍ୟର କିରଣରେ ରକ୍ତକୁ ସ୍ଵର୍ଣକ୍ଷର ତିଆରି କରେ | ଏବଂ ଏହି ସର୍ନକ୍ଷର ଗାଈର କ୍ଷୀରରେ ଥାଏ | ଏବଂ ଯାହା ମଣିଷଙ୍କ ପାଇଁ ଅମୃତ ସମାନ ହୋଇଥାଏ |ଏହାର ରଙ୍ଗ ସୁବର୍ଣ୍ଣ ହୋଇଥିବାରୁ ଗାଈର କ୍ଷୀର ହାଲ୍କା ହଳଦିଆ ହୋଇଥାଏ | ଆଜି ଆମେ ଆପଣଙ୍କୁ ଜଣେ ବ୍ୟକ୍ତି ଗୋମାତାଙ୍କ ପୂଜା କରିବା ଦ୍ୱାରା କେଉଁ ଫଳ ମିଳିଥାଏ |
ଦର୍ଶକ ବନ୍ଧୁ ଆମ ହିନ୍ଧୁ ଧର୍ମରେ ଗାଈକୁ ମାତା ଗଙ୍ଗା ଏବଂ ଗାୟତ୍ରୀଙ୍କ ଧାର୍ମିକ ମହତ୍ୱ ସବୁଠାରୁ ଅଧିକ ଅଟେ | ଶାସ୍ତ୍ର ଅନୁଯାୟୀ ଗାଈଙ୍କ ଭିତରେ 33କୋଟି ଦେବା ଦେବୀ ବାସ କରନ୍ତି | ଏବଂ ଯିଏ ବି ଗାଈଙ୍କର ପୂଜା କରନ୍ତି ତାଙ୍କ ଉପରେ ସମ୍ପୂର୍ଣ 33କୋଟି ଦେବା ଦେବୀଙ୍କର ଆଶ୍ରିବାଦ ମିଳିଥାଏ | ଏବଂ ଗୋମାତା ସେହି ବ୍ୟକ୍ତିଙ୍କ ଉପରକୁ ଆସୁଥିବା ସମସ୍ୟା ଏବଂ ସଙ୍କଟକୁ ମଧ୍ୟ ଦୂର କରିଦିଅନ୍ତି | ଗୋମାତା ସମସ୍ତଙ୍କ ଦୁଃଖକୁ ମଧ୍ୟ ହରଣ କରିଥାନ୍ତି | ଏବଂ ଏହା ମଧ୍ୟ କୁହାଯାଏ ଯେ ଗୋମାତା ସମସ୍ତଙ୍କର ମନସ୍କାମନା ପୂରଣ କରିଦିଅନ୍ତି |
ଏହା ମଧ୍ୟ କୁହାଯାଏ କି ଯେତେବେଳେ ସୂର୍ଯ୍ୟାସ୍ତ ପରେ ଗାଈ ବାହାରେ ଚରି ଘରକୁ ଆସିଥାଏ ଏବଂ ସେହି ସମୟରେ ଗାଈ ଖୁରରୁ ଉଡୁଥିବା ଧୂଳିରେ ବ୍ୟକ୍ତିର ସମସ୍ତ ପାପ ଧୋଇ ହୋଇଯାଏ | ଯଦି କୋୖଣସି ବ୍ୟକ୍ତି ଅତ୍ୟଧିକ କ୍ରୋଧୀ ଅଟନ୍ତି, କିମ୍ଭା ପାଠ ପଢ଼ାରେ ଭଲ ନୁହନ୍ତି କିମ୍ଭା କଥା କହିବାରେ ଅସମର୍ଥ ଅଟନ୍ତି ତେବେ ସେହି ବ୍ୟକ୍ତି ମାନଙ୍କୁ ଗୋମାତାଙ୍କୁ ସବୁବେଳେ ସବୁଜ ଚାରା ଖାଇବାକୁ ଦେବା ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ | ଏବଂ ଏମିତି କରିବା ଦ୍ୱାରା ବୁଧ ଗ୍ରହଙ୍କ ଦଶା ଦୂର ହୋଇଯାଏ | ଏବଂ ସବୁ ସମସ୍ୟା ଆସ୍ତେ ଆସ୍ତେ ଦୂର ହୋଇଯାଏ |
ଗୋଦାନ କରିବା ଶାସ୍ତ୍ରରେ ପୁଣ୍ୟ ର କଥା ବୋଲି କୁହାଯାଇଛି | ଯଦି ଆପଣଙ୍କ ଉପରେ ମଙ୍ଗଳ ଦଶାର ପ୍ରଭାବ ପଡିଥାଏ | ତେବେ ଆପଣ କୋୖଣସି ଗରିବ ବ୍ରାହ୍ମଣଙ୍କୁ ଏକ ଗାଈ ଦାନ କରନ୍ତୁ | ଏମିତି କରିବା ଦ୍ୱାରା ଆପଣଙ୍କ ଜୀବନ ଏବଂ ଆପଣଙ୍କ ଭାଗ୍ୟରୁ ମଙ୍ଗଳ ଦଶା ବହୁତ ଶୀଘ୍ର ଏବଂ ବହୁତ ଜଲ୍ଦି ଦୂର ହୋଇଯିବ |
ଯଦି କୋୖଣସି ବ୍ୟକ୍ତି ବହୁତ ପରିଶ୍ରମ କରିବା ପରେ ମଧ୍ୟ ତାଙ୍କୁ ସଫଳତା ମିଳୁନାହିଁ | ସେ ବହୁତ କଷ୍ଟ କରୁଛନ୍ତି କିନ୍ତୁ ତାଙ୍କୁ ଫଳରେ କିଛି ବି ମିଳୁନି ତେବେ ଏମିତି ବ୍ୟକ୍ତିଙ୍କୁ ଗୋମାତାଙ୍କୁ ସବୁଦିନ ରୁଟି ଖୁଆଇବାକୁ ଦେବା ଉଚିତ | ଏବଂ ଗାଇଙ୍କ କାନରେ ନିଜ ଦୁଃଖ ଏବଂ ନିଜ ମନ କଥା ନିଶ୍ଚିତ ରୂପେ କହିବା କଥା | ଏମିତି କରିବା ଦ୍ୱାରା ମାତା ଲଷ୍ମୀ ଆମ ଉପରେ ପ୍ରଶନ ହୁଅନ୍ତି ଏବଂ ଆମର ସବୁ ପରିଶ୍ରମର ଫାଳ ଆମକୁ ମିଳିବା ଆରମ୍ଭ ହୋଇଯାଏ |
ଯେଉଁ ବ୍ୟକ୍ତିମାନେ ମାନସିକ ରୂପେ ଅସୁସ୍ଥ ଅଛନ୍ତି କିମ୍ଭା କୋୖଣସି ପ୍ରକାରର ମାନସିକ ଚିନ୍ତାରେ ଅଛନ୍ତି ସେହିମାନେ ଗାଈକୁ ରୁଟି ସହ କିଛି ଗୁଡ଼ ଖୁଆଇବା ଉଚିତ | ଏମିତି କରିବା ଦ୍ୱାରା ଆପଣଙ୍କ ଭିତରେ ସକାରାତ୍ମକ ଉର୍ଜା ଜାଗ୍ରତ ହୋଇଥାଏ | ଆପଣଙ୍କ ଚିନ୍ତା ଦୂର ହୋଇଥାଏ ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ |
ଯଦି ଆପଣଙ୍କ ପିଲା ବହୁତ ଯିଦିଆ ହୋଇଥାନ୍ତି କିମ୍ଭା କେବେ ବି ଆପଣଙ୍କ କଥା ନଶୁଣୁଥାନ୍ତି | ଅଥବା ବହୁତ ଦୁଷ୍ଟ ହଉଥାନ୍ତି ଆଉ ପାଠ ପଢ଼ାରେ ଜମା ବି ମନ ଲଗାନାଥାନ୍ତି ତେବେ ବନ୍ଧୁଗଣ ଆପଣ କୋୖଣସି ନା କୋୖଣସି ଦିନ ଆପଣଙ୍କ ଘରକୁ ଆସିଥିବା ଗାଈ ଙ୍କୁ ନିଜ ପିଲା ଙ୍କ ହାତରେ ଭୋଜନ କରନ୍ତୁ | ଏମିତି କରିବା ଦ୍ୱାରା ଆପଣଙ୍କ ପିଲା ବହୁତ କମ ଦିନରେ ନିଜର ଜିଦି ଛାଡି ପଢ଼ା ପଢିରେ ନିଜ ଧ୍ୟାନ ଲଗାଇପାରିବ |
ଗାଈଙ୍କର ପାଠପଟରେ ଏକ ଚୁଳ ଥାଏ ସେହି ଚୁଳରେ ସୂର୍ଯ୍ୟ-କେତୁ ଥାନ୍ତି ଏବଂ ପ୍ରତିଦିନ ସେହି ଚୁଳକୁ ଆଉଁସିଲେ ଜଣେ ବ୍ୟକ୍ତିଙ୍କର ସମସ୍ତ ମନସ୍କାମନା ପୁର୍ଣ ହୋଇଥାଏ | ତାଙ୍କର ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଯାଏ | ଏବଂ ତାଙ୍କ ଜୀବନର ସମସ୍ତ ଦରିଦ୍ରତା ଏବଂ ଗରିବୀ ଦୂର ହୋଇଯାଏ |