ପିତୃପକ୍ଷରେ ତୁଳସୀ ଉପରେ ଚଢେଇ ଦିଅନ୍ତୁ ଏହି 1 ଜିନିଷ ଆପଣଙ୍କ ପିତୃ କରିବେ ଆପଣଙ୍କୁ ମାଲାମାଲ..

ବନ୍ଧୁଗଣ ପିତୃପକ୍ଷ ଚାଲୁଅଛି, ପିତୃପକ୍ଷ ଭାଦ୍ରବ ମାସର ପୂର୍ଣ୍ଣିମା ରୁ ଆରମ୍ଭ ହୋଇଯାଏ | ଏବଂ ଆଶ୍ୱିନ ମାସର ଅମାବାସ୍ୟା ଶେଷ ହୋଇଥାଏ | ଆଶ୍ୱିନ ମାସର ଅମାବାସ୍ୟାକୁ ସର୍ବପିତୃ ଅମାବାସ୍ୟା କୁହାଯାଏ,ପିତୃପକ୍ଷ ପୁରା 16ଦିନର ହୋଇଥାଏ | ଏହାକୁ ଶ୍ରାଦ୍ଧପକ୍ଷ ମଧ୍ୟ କୁହାଯାଏ, ପିତୃପକ୍ଷ ପିତୃଙ୍କୁ ସମର୍ପିତ ହୋଇଥାଏ | ପିତୃପକ୍ଷ ପୃର୍ବପୁରୁଷଙ୍କ ପ୍ରତି ସମ୍ମାନ ଏବଂ ଶ୍ରଦ୍ଧା ର ପ୍ରତୀକ ହୋଇଥାଏ | ଏହି ସମୟରେ ପିତୃଙ୍କୁ ପ୍ରସନ୍ନ କରାଯାଏ,କୌଣସି ପ୍ରକାର ବିବାହ,ଲଣ୍ଡା ହେବା, ଗୃହ ପ୍ରବେଶ ଆଦି ବର୍ଜିତ ରହିଥାଏ | ଶାସ୍ତ୍ର ଅନୁସାରେ ପିତୃପକ୍ଷ ନିଜ ପିତୃପୁରୁଷ ଙ୍କୁ ଶ୍ରଦ୍ଧାଭାବ ଦେଖେଇବା ପାଇଁ ହୋଇଥାଏ,ପିତୃପକ୍ଷ ରେ ଶ୍ରାଦ୍ଧ ଏବଂ ପିଣ୍ଡଦାନ କରାଯାଏ | ମାନ୍ୟତା ରହିଛି ପିତୃପକ୍ଷ ରେ ପିତୃ ପୁରୁଷ କୌଣସି ନା କୌଣସି ରୂପରେ ନିଜ ପ୍ରିୟଜନ ଙ୍କ ପାଖକୁ ଆସିଥାନ୍ତି |

ବ୍ରହ୍ମବୈଭବ ପୁରାଣରେ କୁହାଯାଇଛି କି ଦେବୀ ଦେବତା ଙ୍କୁ ପ୍ରସନ୍ନ କରିବା ପୂର୍ବରୁ ପ୍ରଥମେ ନିଜ ପିତୃପୁରୁଷ ଙ୍କୁ ପ୍ରସନ୍ନ କରିବା ଅତି ଆବଶ୍ୟକ ହୋଇଥାଏ | କାରଣ ଯାହାଙ୍କ ପିତୃ ତାଙ୍କ ଉପରେ କ୍ରୋଧିତ ଥାନ୍ତି ତାଙ୍କ ଉପରେ ଦେବୀ ଦେବତା
ମଧ୍ୟ କ୍ରୋଧିତ ହୋଇଯାନ୍ତି | ଏହାକୁ ପିତୃଦୋଷ ମଧ୍ୟ କୁହାଯାଏ | ଏହି ପିତୃପକ୍ଷ ରେ ପିତୃଙ୍କୁ ପ୍ରସନ୍ନ କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଭରି ରହିଯାଇଥାଏ | ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ମଧ୍ୟ ଏହି କାର୍ଯ୍ୟରେ ପ୍ରସନ୍ନ ହୋଇଥାନ୍ତି,ସମସ୍ତ କଷ୍ଟ ଦୁଃଖ ଦୂର କରିଥାନ୍ତି | ତେବେ ଆଜି ଆମେ ଏହିପରି ଏକ ଉପାୟ ବିଷୟ ରେ କହିବୁ ଯାହାକୁ କରିବା ଦ୍ୱାରା ପିତୃଦୋଷରୁ ମୁକ୍ତି ମିଳିଥାଏ |ତେବେ ଆସନ୍ତୁ ଜାଣିବା ସେହି ବିଷୟରେ..

ଏହି ଉପାୟ କରିବା ପାଇଁ ସ୍ନାନ କରି ସ୍ଵଛ ବସ୍ତ୍ର ଧାରଣା କରନ୍ତୁ, ଧ୍ୟାନ ରଖନ୍ତୁ ଏହି ଉପାୟ କରିବା ସମୟରେ କଳା ବସ୍ତ୍ର ପରିଧାନ କରିବେ ନାହିଁ | ଏହା ପରେ ଏକ ଢାଳରେ ଜଳ ନିଅନ୍ତୁ ଏହି ଢାଳ ତମ୍ଭାର ହୋଇନଥିବା ଆବଶ୍ୟକ | ଏହା ପାରେ ସେଥିରେ ଦୁବ ଘାସ, ଚିନି ଏବଂ ହଳଦୀ ପକାନ୍ତୁ | ଏହା ପାରେ ଏକ ଦୀପ ପ୍ରସ୍ତୁତ କରନ୍ତୁ, ଏହାପରେ ସେହି ଜଳ ଏବଂ ଦୀପ କୁ ତୁଳସୀ ପାଖକୁ ନେଇକି ଯାନ୍ତୁ |ମନେ ରଖନ୍ତୁ ଦୀପ ରେ ସୁଧ ଘିଅ ହୋଇଥିବା ଉଚିତ |

ବନ୍ଧୁଗଣ ସନାତନ ଧର୍ମ ରେ ତୁଳସୀ ର ବିଶେଷ ମହତ୍ତ୍ୱ କୁହାଯାଇଛି,ହିନ୍ଦୁ ଶାସ୍ତ୍ରରେ ମାନ୍ୟତା ଅଛି କି ତୁଳସୀର ମୂଳରେ ସବୁ ତୀର୍ଥ | ମଧ୍ୟ ରେ ସବୁ ଦେବୀ ଦେବତା ଏବଂ ଉପର ଶାଖା ଗୁଡିକରେ ସମସ୍ତ 4 ବେଦ ସ୍ଥିତ ଅଛି | ପଦ୍ମ ପୁରାଣ ରେ କୁହାଯାଇଛି କି ତୁଳସୀର ଗୋଟିଏ ବୃକ୍ଷ ଯୋଉଠି ଥାଏ ସେଇଠି ବ୍ରହ୍ମ ବିଷ୍ଣୁ ଏବଂ ମହେଶ୍ୱର ବାସ କରନ୍ତି | ତୁଳସୀ ଜୀ ଙ୍କୁ ପୂଜା କରିବା ଦ୍ୱାରା ସବୁ ପାପ କ୍ଷୟ ହୁଏ, ତୁଳସୀ ଜୀ ଙ୍କୁ ହରିପ୍ରିୟା ମଧ୍ୟ କୁହଯାଏ |

ମାନ୍ୟତା ଅଛି ମରଣ ସମୟରେ ମଧ୍ୟ ତୁଳସୀ କୁ ମୃତ ବ୍ୟକ୍ତିର ମୁହଁରେ ଦିଆଯାଇଥାଏ | କାରଣ ତୁଳସୀ ଭଗବାନ ଶ୍ରୀହରିଙ୍କ ମସ୍ତକ ରେ ରହିଥାଏ, କୁହାଯାଏ ତୁଳସୀ ରହିବା ଦ୍ୱାରା ଯମଦଣ୍ଡ କମ ହୋଇଥାଏ | ଏବଂ ମୃତ୍ୟୁ ସମୟରେ ମଧ୍ୟ କଷ୍ଟ କମ ହୋଇଥାଏ | ପୁରାଣ ଶାସ୍ତ୍ର ଅନୁଯାୟୀ ଯେଉଁ ଘରେ ତୁଳସୀ ହରା-ଭରା ହୋଇଥାନ୍ତି ସେହି ଘରେ ସର୍ବଦା ସୁଖ, ଶାନ୍ତି ଲାଗିରହିଥାଏ | ଭଗବାନ ବିଷ୍ଣୁଙ୍କର ପ୍ରଶାଦରେ ତୁଳସୀ ପତ୍ର ରହିବା ଅତ୍ୟନ୍ତ ଜରୁରୀ ହୋଇଥାଏ | ଏବଂ ଏହା ବିନା ପୂଜା ଅସମ୍ପୂର୍ଣ ବୋଲି ବିବେଚନା କରାଯାଏ |

ବନ୍ଧୁଗଣ କିଛି ଲୋକ ତୁଳସୀ ଗଛକୁ ପୂଜା ତ କରନ୍ତି କିନ୍ତୁ ସେମାନେ ମାତା ତୁଳସୀଙ୍କୁ ଚୁନୁରୀ ଘୋଡାନ୍ତି ନାହିଁ | ଯେଉଁଥି ପାଇଁ ସେମାନଙ୍କୁ କୋୖଣସି ପ୍ରକାରର ବି ଶୁଭ ଫଳ ପ୍ରାପ୍ତ ହୋଇନଥାଏ | ସବୁବେଳେ ମାନେ ରଖିବେ ମାତା ତୁଳସୀଙ୍କୁ ଚୁନୁରୀ ନିଶ୍ଚୟ ଚଢେଇବେ |ତୁଳସୀରେ ଚୁନୁରୀ ନିଶ୍ଚିତ ବାନ୍ଧିବା ଅବଶ୍ୟକ ହୋଇଥାଏ | ତୁଳସୀ ମାତା ଆମ ମାଙ୍କ ପରି ହୋଇଥାନ୍ତି | ଏବଂ କିଛି ଲୋକ ମାତା ତୁଳସୀଙ୍କୁ ଚୁନୁରୀ ତ ଚଢ଼ାନ୍ତି କିନ୍ତୁ କିଛି ହିଁ ଲୋକ ଏହାର ଠିକସେ ଧ୍ୟାନ ନିଅନ୍ତି ନାହିଁ |

ପ୍ରାୟତଃ ଲୋକମାନେ ତୁଳସୀ ମାତାଙ୍କୁ ଲାଲ ରଙ୍ଗର ଚୁନୁରୀ ଚଢେଇ ଥାନ୍ତି | ଲାଲ ରଙ୍ଗର କାରକ ହେଉଛନ୍ତି ମଙ୍ଗଳ ଏବଂ ତୁଳସୀ ମାତାଙ୍କର କାରକ ହେଉଛନ୍ତି ବୁଧ | ବୁଧ ଏବଂ ମଙ୍ଗଳ ମିତ୍ର ନୁହନ୍ତି | ଏଥିପାଇଁ ମାତା ତୁଳସୀଙ୍କୁ ଧଳା କିମ୍ଵା ନେଳି ରଙ୍ଗର ଚୁନୁରୀ ହିଁ ବାନ୍ଧନ୍ତୁ |ଅନେକ ଲୋକ ଏହି ଭୁଲ ମଧ୍ୟ କରନ୍ତି କି ମାତାଙ୍କୁ ଚୁନୁରୀ ତ ଚଢେଇଦିଅନ୍ତି କିନ୍ତୁ କିଛି ଦିନ ପରେ ଯେବେ ସେ ଅସନା, ଏବଂ ଚିରିଯାଏ ସେମାନେ ତାକୁ କୋୖଣସି ଶୁଭଦିନ ଅର୍ଥାତ କୋୖଣସି ଏକାଦଶୀ କିମ୍ଭା ଅନ୍ୟ ଶୁଭ ଦିନରେ ବାହାର କରିଦିଅନ୍ତି | ଆମେ ଆପଣଙ୍କୁ କାହିରଖୁଛୁ କି ଆପଣ ସେହି ଅସନା ଚୁନୁରୀ କାଢ଼ିବା ପରେ ଏକ ନୂଆ ଏବଂ ସୁନ୍ଦର ଚୁନୁରୀ ଚେଢେଇବା ନିହାତି ଆବଶ୍ୟକ ହୋଇଥାଏ | ଏମିତି ନ କରିଲେ ମାତା ତୁଳସୀ ଆପଣଙ୍କ ଉପରେ କ୍ରୋଧିତ ହୁଅନ୍ତି ଏବଂ ଆପଣଙ୍କ ଜୀବନରେ ଅନେକ ସମୟ ଉପୁଜେ |

ବନ୍ଧୁଗଣ ତୁଳସୀ ମାତାଙ୍କ ପାଖରେ ଏହି ସବୁ ଜିନିଷ କେବେ ବି ରଖନ୍ତୁ ନାହିଁ | କାରଣ ଏମିତି କରିବା ଦ୍ୱାରା ମାତା ତୁଳସୀ ରୁଷ୍ଟ ହୋଇଥାନ୍ତି | ଆପଣ ପ୍ରଥମତଃ ମନେ ରଖିବେ କି ମାତା ତୁଳସୀ ଥିବା ସ୍ଥାନରେ କେବେ ବି ନିଜ ମୁଁହରୁ ଖରାପ କଥା ବାହାର କରିବେ ନାହିଁ | ମାତା ତୁଳସୀଙ୍କ ଆଖ ପାଖରେ କୋୖଣସି ଝାଡୁ କିମ୍ଵା ଚପଲ ରଖିବାକୁ ପାପ ବୋଲି ବିବେଚନା କରାଯାଏ | ତୁଳସୀଙ୍କ ଆଖପାଖରେ ଛିପ ପକେଇବା ମଧ୍ୟ ଅତ୍ୟନ୍ତ ଖରାପ ହୋଇଥାଏ | ତୁଳସୀଙ୍କ ପାଖରେ ଜଳ ଭରା କୋୖଣସି ପତ୍ର ରଖିବା ଉଚିତ ହୋଇନଥାଏ | ଏବଂ ଏଥିସହ ଯେବେ ବି ଆପଣ ତୁଳସୀ ମାତାଙ୍କ ପାଖରେ ଦୀପ ଜଳୁଛନ୍ତି ଧ୍ୟାନ ଦେବେ କି ସେହି ଦୀପ ଜଳେଇ ସଙ୍ଗେ ସଙ୍ଗେ ସେଠାରୁ ଆପଣ ସେହି ଦୀପକୁ ହଟେଇ ଦିଅନ୍ତୁ | କାହିଁକି ନା ମାତା ତୁଳସୀଙ୍କ ତଳେ ପୂଜା ହେଇଥିବା ଦୀପ ରଖିବା ଅତ୍ୟନ୍ତ ଅଶୁଭ ବୋଲି କୁହାଯାଇଛି |

Leave a Reply

Your email address will not be published. Required fields are marked *