ଜୀବନ ନିର୍ବାହ କରିବା ପାଇଁ ଧନ ଉପାର୍ଜନ ଜରୁରୀ ଅଟେ । ବିନା ଧନରେ କୌଣସି କାର୍ଯ୍ୟ ହୋଇ ପାରିବ ନାହିଁ । ଏମିତିକି କୌଣସି ଧର୍ମ ଅନୁଷ୍ଠାନ ମଧ୍ୟ ଧନ ଦ୍ୱାରା ହିଁ ହୋଇଥାଏ । ପୁରା ଦେଶ ହିଁ ଅର୍ଥ ଦ୍ୱାରା ଚାଲୁଛି । ତେବେ ଦୁନିଆରେ ଧନ ଉପାର୍ଜନ କରିବା ସହଜ ନୁହେଁ କିନ୍ତୁ ଅସମ୍ଭବ ବି ନୁହେଁ । ଧନର ଉପାଦେୟତା ବର୍ତ୍ତମାନ ସମୟରେ ନୁହେଁ ବରଂ ପ୍ରାଚୀନ କାଳରୁ ହିଁ ଚାଲି ଆସୁଛି । ତେବେ ଆମ ଶାସ୍ତ୍ରରେ କିଛି ଏପରି ଉପାୟ ବିଷୟରେ କୁହାଯାଇଛି ଯାହାକୁ କରିବା ଦ୍ୱାରା ଅମାପ ଧନ ଅର୍ଜନ କରିବାର ରାସ୍ତା ଖୋଲିଯିବ । ତେବେ ଆଜିକାର ଲେଖାରେ ଆମେ ସେହି ସବୁ ଉପାୟ ବିଷୟରେ କହିବୁ ଯାହାକୁ ପ୍ରାଚୀନ କାଳରୁ ଲୋକମାନେ ଧନ ଅର୍ଜନ ପାଇଁ ବ୍ୟବହାର କରି ଆସୁଛନ୍ତି ।
ଧନ ଲାଭ ପାଇଁ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ନିତାନ୍ତ ଜରୁରୀ ଅଟେ । ଏପରି କୁହାଯାଏ ଯେ ଧନ ଜୀବନରେ ସବୁକିଛି ହୋଇ ନଥାଏ ମାତ୍ର ଏହା ଜୀବନରେ ଅନେକ କିଛି ହୋଇଥାଏ । କାରଣ ଧନର ଉପଯୋଗ ଦ୍ୱାରା ଜୀବନର ୭୦ ପ୍ରତିଶତ ସମସ୍ୟା ଦୂର ହୋଇଥାଏ । ତେଣୁ ଶାସ୍ତ୍ର ଅନୁଯାୟୀ ଚାଉଳକୁ ବ୍ୟବହାର କରି ଅନେକ କିଛି ଉପାୟ କରାଯାଏ ଯାହାଦ୍ୱାରା ଧନ ଉପାର୍ଜନ ହୋଇଥାଏ । ଶାସ୍ତ୍ର ଅନୁଯାୟୀ ଚାଉଳ ଅତ୍ୟନ୍ତ ଶୁଭ ଶସ୍ୟ ହୋଇଥାଏ । ଏଥିପାଇଁ ଏହାକୁ ସମସ୍ତ ପୂଜା କାର୍ଯ୍ୟରେ ଲଗା ଯାଇଥାଏ । ଏହା ଦେବତାଙ୍କ ପସନ୍ଦ ମଧ୍ୟ ହୋଇଥାଏ । ଏପରି କୁହାଯାଏ ଯେ ପୂଜା କାର୍ଯ୍ୟରେ କୌଣସି ଜିନିଷ ନଥିଲେ ତାହା ବଦଳରେ ସେହି ଜିନିଷକୁ ସ୍ମରଣ କରି ଚାଉଳ ଅର୍ପିତ କରାଯାଇ ପାରିବ । ମାତା ଲକ୍ଷ୍ମୀଙ୍କର ମଧ୍ୟ ଚାଉଳ ଅତ୍ୟନ୍ତ ପ୍ରିୟ ହୋଇଥାଏ ।
ପ୍ରଥମ ପ୍ରୟୋଗ ଅନୁଯାୟୀ ଚାଉଳର ଅଖଣ୍ଡିତ ୨୧ ଦାନା ନିଅନ୍ତୁ । ଏହି ଉପାୟକୁ କୌଣସି ଏକ ଶୁଭ ଦିନରେ ସକାଳ ସମୟରେ ହିଁ କରନ୍ତୁ । ସକାଳୁ ସ୍ନାନ କରି ପ୍ରଥମେ ପରିଷ୍କାର ବସ୍ତ୍ର ଧାରଣ କରନ୍ତୁ । ଏହାପରେ ଏକ ନାଲି କପଡ଼ାରେ ୨୧ ଚାଉଳ ଦାନାକୁ ହଳଦୀ ରେ ଲଗାଇ ସେହି ନାଲି କପଡ଼ାରେ ବାନ୍ଧି ଦିଅନ୍ତୁ ଏବଂ ମାତା ଲକ୍ଷ୍ମୀଙ୍କ ପୂଜାସ୍ଥଳରେ ରଖି ଦିଅନ୍ତୁ । ଏପରି କୁହାଯାଏ ଯେ କୌଣସି ଦେବଦେବୀଙ୍କ ଆମନ୍ତ୍ରିତ କରିବା ପାଇଁ ହଳଦିଆ ଚାଉଳ ଅର୍ପିତ କରାଯାଏ । ଏପରି କୁହାଯାଏ ଯେ ସେହି ଚାଉଳକୁ ପର୍ସରେ ରଖିଲେ ଧନ ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯାଏ । ଦାରିଦ୍ର୍ୟତା ଦୂର ହୋଇଥାଏ ଏବଂ ଧନ ଅର୍ଜନର ରାସ୍ତା ମଧ୍ୟ ଖୋଲିଯାଏ ।
ତେବେ ପର୍ସରେ କିଛି ଅଧର୍ମୀ ବସ୍ତୁ ମଧ୍ୟ ରଖିବା ଉଚିତ ନୁହେଁ । ଯେପରିକି ଲୁହା ଚାବି କିମ୍ବା ଅନ୍ୟାନ୍ୟ ଜିନିଷ । ସର୍ବଦା ମୁଦ୍ରା ଏବଂ ନୋଟକୁ ଅଲଗା ଅଲଗା ସଜେଇ ରଖିବା ଉଚିତ । ଏପରି କୁହାଯାଏ ଯେ ଚାଉଳକୁ ସବୁ ଦେବଦେବୀଙ୍କୁ ଅର୍ପିତ କରିହୁଏ । ଏପରି କରିବା ଦ୍ୱାରା ଅନ୍ନର କେବେବି ଅଭାବ ହୁଏନାହିଁ । ଭଗବାନ ଶ୍ରୀକୃଷ୍ଣଙ୍କୁ ମଧ୍ୟ ତାଙ୍କ ସଖା ସୁଦାମା ଚାଉଳ ଭେଟି ଦେଇଥିଲେ । ତାହାକୁ ଶ୍ରୀକୃଷ୍ଣ ମଧ୍ୟ ଖୁବ ଖୁସିରେ ଗ୍ରହଣ କରିଥିଲେ ଏବଂ ତାଙ୍କୁ ସବୁ ପ୍ରକାରର ସୁଖ ସମୃଦ୍ଧି ପ୍ରାପ୍ତ କରିଥିଲେ । ଏହିଭଳି ଭଗବାନଙ୍କୁ ଚାଉଳ ଅର୍ପିତ କଲେ ଭଗବାନ ମଧ୍ୟ ପ୍ରସନ୍ନ ହୁଅନ୍ତି ଏବଂ ସୁଖ ସମୃଦ୍ଧି ପ୍ରଦାନ କରିଥାନ୍ତି ।