ଆମ ଶାସ୍ତ୍ରରେ ମନୀ ପ୍ଲାଣ୍ଟ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ବର୍ଣ୍ଣିତ ହୋଇଛି । ଏପରି କୁହାଯାଏ ଯେ ଯେଉଁଠି ମନୀ ପ୍ଲାଣ୍ଟ ଥାଏ ସେଠାରେ ମାତା ଲକ୍ଷ୍ମୀ ବାସ କରନ୍ତି । ଅର୍ଥାତ ମନୀ ପ୍ଲାଣ୍ଟ ମାତା ଲକ୍ଷ୍ମୀଙ୍କୁ ସର୍ବଦା ସାଥିରେ ନେଇ ଚାଲିଥାଏ । ଯେଉଁ ଘରେ ମନୀ ପ୍ଲାଣ୍ଟର ସ୍ୱତନ୍ତ୍ର ଯତ୍ନ ଏବଂ ଦେଖାଶୁଣା କରାଯାଏ ସେଠାରେ ଧନର ଅଭାବ ଦେଖାଯାଏ ନାହିଁ । ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ମନୀ ପ୍ଲାଣ୍ଟର ୧୦ ଟି ଉପକାରୀତା ବିଷୟରେ କହିବୁ ଏବଂ ତାସହିତ ସେଥିରେ କେଉଁ ପାଣି ଦେବା ଉଚିତ ନୁହେଁ ତାହା ମଧ୍ୟ ଜଣାଇବୁ ।
ପ୍ରଥମତଃ ମନୀ ପ୍ଲାଣ୍ଟକୁ ବଜାରରୁ କିଣି ଘରେ ଲଗାଇବା ଉଚିତ ନୁହେଁ । ଏହାକୁ ସେହି ଲୋକ ଘରୁ ଚୋରୀ କରିବା ଉଚିତ ଯିଏ ପ୍ରଥମରୁ ହିଁ ବିପୁଳ ଧନର ଅଧିକାରୀ ହୋଇଥିବେ । ତେବେ ତାଙ୍କ ଘରୁ ମନୀ ପ୍ଲାଣ୍ଟର ଅଗ ଚୋରି କରି ଆଣନ୍ତୁ । ମନେ ରଖନ୍ତୁ ଯେ ହଳଦିଆ ହୋଇଥିବା ଅଂଶକୁ ଯେପରି ନଆଣନ୍ତି । ଏହାପରେ ତାହାକୁ ଏକ ପାଣି ବୋତଲରେ ବୁଡ଼ାଇ ରଖିଲେ ସେଥିରୁ ଚେର ବାହାରିବ । ତାପରେ ତାହାକୁ ଆପଣ ମାଟିରେ କିମ୍ବା କୁଣ୍ଡରେ ଲଗାଇ ପାରିବେ । ଯେଉଁ ଘରେ ମନୀ ପ୍ଲାଣ୍ଟ ଥାଏ ସେହି ଘରକୁ ଧନ ସମ୍ପତ୍ତି ଆକର୍ଷିତ ହୋଇ ଆସିଥାଏ ଏବଂ ସେହି ଘରେ କୌଣସି ପ୍ରକାରର ଆର୍ଥିକ ସମସ୍ୟା କେବେ ଦେଖା ଦିଏ ନାହିଁ । ମନୀ ପ୍ଲାଣ୍ଟର ଚେର ଯେମିତି ଦୃଶ୍ୟମାନ ନହୁଏ । ତେଣୁ ସେଥିରେ ଏକ ନାଲି ରଙ୍ଗର ରିବନ ବାନ୍ଧି ଦିଅନ୍ତୁ । ନାଲି ରଙ୍ଗର ରିବନ ନଥିଲେ ନାଲି ସୂତା ବାନ୍ଧି ପାରିବେ ।
ମନୀ ପ୍ଲାଣ୍ଟଙ୍କୁ ଭଗବାନ ଭଳି ପୂଜାକଲେ ଏହାର ସକାରାତ୍ମକତା ବହୁତ ଜଲଦି ପ୍ରସାରିତ ହୋଇଥାଏ ଏବଂ ଧନର ଅଭାବ ଦୂରେଇ ଯାଏ । ମନୀ ପ୍ଲାଣ୍ଟକୁ ଘରର ମୁଖ୍ୟ ଦ୍ୱାରରେ ଲଗାଇ ଦିଅନ୍ତୁ । ଏହାକୁ ଆପଣ ବାହାରେ , ଟେରିସରେ କିମ୍ବା ଘର ଭିତରେ ମଧ୍ୟ ଲଗାଇ ପାରିବେ । ମନୀ ପ୍ଲାଣ୍ଟକୁ ଦକ୍ଷିଣ ପୂର୍ବ ଦିଗରେ ଲଗାଇବା ଉଚିତ । କାରଣ ଏହି ଦିଗର ଦେବତା ଭଗବାନ ଗଣେଶ ଏବଂ ପ୍ରତିନିଧି ଶୁକ୍ର । ତେଣୁ ଏହି ଦିଗରେ ଲଗାଇବା ଦ୍ୱାରା ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।
ମାତ୍ର ଯେଉଁ ଘରେ ମନୀ ପ୍ଲାଣ୍ଟ ମରିଯାଏ କିମ୍ବା ପତ୍ର ହଳଦିଆ ପଡ଼ିଯାଏ ତେବେ ଏହାର ଅର୍ଥ ସେହି ଗଛରେ ଖରାପ ପାଣି ଦିଆଯାଉଛି କିମ୍ବା ତାହାର ଯତ୍ନ ଠିକ ଭାବରେ ନିଆଯାଉ ନାହିଁ । ଏହାଦ୍ବାରା ଘରକୁ ଦାରିଦ୍ର୍ୟତା ଆସିବା ଆରମ୍ଭ ହୋଇଯାଏ । ମନୀ ପ୍ଲାଣ୍ଟରେ ସର୍ବଦା ଭଲ ପାଣି ଅର୍ଥାତ ପିଇବା ପାଣି ଦେବା ଉଚିତ । ସେଥିରେ ଆଳୁ ରସ ମିଶାଇ ଦେଲେ ଗଛ ବହୁତ ଜଲଦି ବଡ଼ ହୋଇଥାଏ ଏବଂ ସବୁଜ ହୋଇଥାଏ । ମନୀ ପ୍ଲାଣ୍ଟ ଯେତେ ଗହଳ ଏବଂ ସବୁଜ ହେବ ସେତେ ସକାରାତ୍ମକତା ବୃଦ୍ଧି ପାଇବ ।
ମାସିକ ଧର୍ମ ସମୟରେ ମହିଳା ମାନେ ମନୀ ପ୍ଲାଣ୍ଟରେ ପାଣି ଦେବା ଉଚିତ ନୁହେଁ କିମ୍ବା ତୁଳସୀ ଗଛରେ ମଧ୍ୟ ପାଣି ଦେବା ଉଚିତ ନୁହେଁ । ଏହାଦ୍ବାରା ଗଛ ଶୁଖିଯାଏ । ରବିବାର ଦିନ ମଧ୍ୟ ମନୀ ପ୍ଲାଣ୍ଟରେ ପାଣି ଦିଅନ୍ତୁ ନାହିଁ । ଘରର ମନୀ ପ୍ଲାଣ୍ଟ ସର୍ବଦା ଉପର ଦିଗକୁ ଯିବା ଉଚିତ । ମନୀ ପ୍ଲାଣ୍ଟ ଥିବା କୁଣ୍ଡରେ ମାଟିରେ ମୁଦ୍ରା ଦବାଇ ଦିଅନ୍ତୁ । ଏହାଦ୍ବାରା ଧନ ଆକର୍ଷିତ ହୋଇ ଆସିବ । କାହାକୁ ବି ଉପହରରେ ମନୀ ପ୍ଲାଣ୍ଟ ଦେବା ଉଚିତ ନୁହେଁ । ନଚେତ ଧନ ହାନୀ ହୋଇଥାଏ । ମନୀ ପ୍ଲାଣ୍ଟ ପୁରା ହଳଦିଆ ପଡ଼ିଗଲେ ତାହାକୁ ତୁରନ୍ତ ହଟାଇ ଦିଅନ୍ତୁ । ନଚେତ ତାହା ଆପଣଙ୍କୁ ବର୍ବାଦ କରିପାରେ । ସକାଳୁ ଉଠିବା ମାତ୍ରେ ପ୍ରଥମେ ନିଶ୍ଚିତ ଭାବରେ ମନୀ ପ୍ଲାଣ୍ଟକୁ ଦେଖନ୍ତୁ । ଏହାଦ୍ବାରା ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।