ହିନ୍ଦୁ ଧର୍ମ ଅନୁସାରେ ସବୁ ଘରେ ମନ୍ଦିର ରହିବା ଆବଶ୍ୟକ । ଏହାବ୍ୟତୀତ ପ୍ରତ୍ୟେକ ଘରେ ପ୍ରତ୍ୟେକ ଦିନ ପୂଜାପାଠ ସହିତ ଦୀପ ଜଳାଇବା ମଧ୍ୟ ଆବଶ୍ୟକ ଅଟେ ।କାରଣ ଦୀପ ଜାଳିବା ଦ୍ୱାରା ଘରୁ ସବୁ ପ୍ରକାରର ନକରାତ୍ମକ ଶକ୍ତି ଦୂରେଇ ଯାଏ ଏବଂ ଘରକୁ ସକରାତ୍ମକତା ଆସିଥାଏ । ସାଧରଣତଃ ଘରେ ସକାଳ ଏବଂ ସନ୍ଧ୍ୟା ସମୟରେ ଘିଅ କିମ୍ବା ତେଲ ଦୀପ ପ୍ରଜ୍ଜ୍ଵଳିତ କରିବା ଉଚିତ । ମାତ୍ର ଯେଉଁ ଘରେ ଦୀପ ପ୍ରଜ୍ଜ୍ଵଳିତ ହୁଏନାହିଁ ସେହି ଘରେ ନକରାତ୍ମକତା ରହିଥାଏ । ଘରର ମୁଖିଆଙ୍କୁ ରୋଜଗାରରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ସେହି ଘରର ପିଲାମାନେ ସବୁବେଳେ ଅମାନ୍ୟ ହୁଅନ୍ତି ଏବଂ ଜୀବନରେ ନାନା ପ୍ରକାରର ସମସ୍ୟା ଦେଖା ଦିଏ ।
ଘରେ ଦୀପ ଜଳାଇବା ଅତ୍ୟନ୍ତ ଜରୁରୀ ଅଟେ । ସୂର୍ଯ୍ୟ ଅସ୍ତ ପରେ ବାତାବରଣରେ ନକରାତ୍ମକତା ଅଧିକ ବଢ଼ିଯାଏ ଯାହା ଆପଣଙ୍କ ଘରକୁ ପ୍ରବେଶ କରିବା ସହିତ ଆପଣଙ୍କ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇ ପାରେ । ତେଣୁ ସୂର୍ଯ୍ୟ ଅସ୍ତ ପରେ ହାତ ଗୋଡ଼ ମୁହଁ ଧୋଇ ସୋରିଷ ତେଲ , ତିଳ କିମ୍ବା ଘିଅ ଦୀପ ନିଶ୍ଚିତ ଭାବରେ ଜାଳିବା ଉଚିତ । ଏହାଦ୍ବାରା ନକରାତ୍ମକତା ନଷ୍ଟ ହୋଇଥାଏ । ଯେଉଁ ଘରେ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସବୁବେଳେ ଖରାପ ଥାଏ ଏହା ମଧ୍ୟ ଘରେ ନକରାତ୍ମକ ଶକ୍ତି ଥିବାର ଏକ କାରଣ ଅଟେ । ତେଣୁ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ନିଶ୍ଚିତ ଭାବରେ ପୂର୍ବ ଦିଗରେ ଦୀପ ଜଳାନ୍ତୁ । ଯଦି ଆପଣଙ୍କ ଘରେ ଅର୍ଥ ସମ୍ବନ୍ଧିତ ଏବଂ ଚାକିରୀ ସମ୍ବନ୍ଧିତ ସମସ୍ୟା ରହିଛି ତେବେ ପ୍ରତ୍ୟେକ ଦିନ ଉତ୍ତର ଦିଗରେ ଘିଅ ଦୀପ ପ୍ରଜ୍ଜ୍ୱଳନ କରନ୍ତୁ । ଏହାଦ୍ବାରା ଆର୍ଥିକ ସମସ୍ୟା ଏବଂ ଚାକିରୀ ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯାଏ । ତେଣୁ କୌଣସି ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ ଏବଂ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ଘିଅ କିମ୍ବା ତେଲ ଦୀପ ପ୍ରଜ୍ଜ୍ୱଳନ କରନ୍ତୁ ।
ଘିଅ ଦୀପ ଜାଳିବା ଦ୍ୱାରା ସେଥିରୁ ବାହାରୁଥିବା ଶିଖା ଘରର ବାତାବରଣକୁ ଶୁଦ୍ଧ କରିଥାଏ । ଯାହାଦ୍ୱାରା ପରିବାରର ଲୋକେ ଖୁସିରେ ରହନ୍ତି । ସେହିପରି ତେଲ ଦୀପ ଜାଳିବା ଦ୍ୱାରା ଘରର ବାତାବରଣରୁ ନକରାତ୍ମକତା ଦୂରେଇ ଯାଏ । ତେଣୁ କୌଣସି ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ ଏବଂ ପ୍ରତ୍ୟେକ ଦିନ ଦୀପ ଜଳାନ୍ତୁ । ଏହାଦ୍ବାରା ଆପଣଙ୍କର ସବୁ ମନସ୍କାମନା ମଧ୍ୟ ପୂରଣ ହୋଇଯିବ । ସବୁ ଲୋକ ପୂଜାଘରେ ମୂର୍ତ୍ତି ରଖିଥାନ୍ତି । ଯାହାର ଅନେକ ମହତ୍ତ୍ୱ ରହିଥାଏ । ସମସ୍ତେ ନିଜର ମନସ୍କାମନା ପୂରଣ ପାଇଁ ଏବଂ ମନକୁ ଶାନ୍ତି ପାପ୍ତ କରିବା ପାଇଁ ଭିନ୍ନ ଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ରଖି ପୂଜା କରିଥାନ୍ତି । ମାତ୍ର ସେହି ଦେବଦେବୀଙ୍କ ସହ ଆଉ କିଛି ଏପରି ମୂର୍ତ୍ତି ରଖିବା ଆବଶ୍ୟକ ଯାହାଦ୍ୱାରା ରାଜଯୋଗ ହୋଇଥାଏ ଏବଂ ଧନର ଆଗମନ ହୋଇଥାଏ ।
ଯଦି ଆପଣ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ରଖୁଛନ୍ତି ତେବେ ଶ୍ରୀରାଧାଙ୍କ ମୂର୍ତ୍ତି ମଧ୍ୟ ରଖନ୍ତୁ । କାରଣ ଏହି ଯୋଡ଼ି ପ୍ରେମ ଏବଂ ପବିତ୍ରତାର ପ୍ରତୀକ ଅଟେ । ଯେଉଁ ଘରେ ଏହି ଯୁଗଳ ମୂର୍ତ୍ତି ରହିଥାଏ ସେହି ଘରେ କେବେବି କଳହ କ୍ଳେଶ ଦେଖିବାକୁ ମିଳି ନଥାଏ । ଏହାବ୍ୟତୀତ ଧନରେ ବୃଦ୍ଧି ମଧ୍ୟ ହୋଇଥାଏ । ଆପଣ ଘରେ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ରଖିଥିଲେ ବିଷ୍ଣୁଙ୍କ ମୂର୍ତ୍ତି ରଖି ମଧ୍ୟ ପୂଜା କରନ୍ତୁ । ଏହାବ୍ୟତୀତ ତ୍ରିଦେବଙ୍କ ମୂର୍ତ୍ତି ରଖି ସାମୁହିକ ଭାବରେ ପୂଜାକଲେ ଜୀବନର ସବୁ ସମସ୍ୟା ଦୂରେଇ ଯାଏ । ଆପଣ ନିଜ ପୂଜାଘରେ ଲକ୍ଷ୍ମୀ ନାରାୟଣଙ୍କ ପୂଜା କରି ପାରିବେ । ଯଦି ଆପଣଙ୍କ ପୂଜାଘରେ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ଅଛି ତେବେ ତାଙ୍କ ବାମ ପଟେ ଭଗବାନ ଗଣେଶ ଏବଂ କୁବେରଙ୍କ ମୂର୍ତ୍ତି ରଖନ୍ତୁ । ଏହାଦ୍ବାରା ଜୀବନର ଦାରିଦ୍ର୍ୟତା ଦୂରେଇ ଯାଏ । ଶ୍ରୀରାମ ଦରବାରର ଫୋଟ ନିଜ ଠାକୁର ଘରେ ଲଗାଇ ପୂଜାକଲେ ଅନେକ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।
ଘରର ମନ୍ଦିରରେ କେବେବି ବିଷମ ସଂଖ୍ୟାରେ ମୂର୍ତ୍ତି ରଖିବା ଉଚିତ ନୁହେଁ । କାରଣ ଏହା ଅଶୁଭ ହୋଇଥାଏ । ଯଦି ଆପଣ ଭଗବାନ ଗଣେଶଙ୍କ ମୂର୍ତ୍ତି ରଖୁଛନ୍ତି ତେବେ ତା ସହିତ ଅନ୍ୟ କୌଣସି ମୂର୍ତ୍ତି ରଖନ୍ତୁ ନାହିଁ । ଗଣେଶ ମୂର୍ତ୍ତି ସ୍ଥାପିତ କରିବା ସମୟରେ ଧ୍ୟାନ ଦିଅନ୍ତୁ ଯେପରି ଗଣେଶଙ୍କ ମୁହଁ ମୁଖ୍ୟ ଦ୍ୱାର ଦିଗରେ ରହେ । ଏହାଦ୍ବାରା ଧନ ପ୍ରାପ୍ତି ହୋଇଥାଏ । ଘର ମନ୍ଦିରରେ ଆଙ୍ଗୁଠି ଆକାରରୁ ବଡ଼ ଆକାରର ଶିବ ଲିଙ୍ଗ ରଖିବା ଉଚିତ ନୁହେଁ । ଘରେ ମାତା ଦୁର୍ଗାଙ୍କର କିମ୍ବା ଶିବଙ୍କର କ୍ରୋଧିତ ରୂପର ମୂର୍ତ୍ତି ରଖିବା ଉଚିତ ନୁହେଁ । କାରଣ ଏହା ଅଶୁଭ ହୋଇଥାଏ ।