ବନ୍ଧୁଗଣ ପିତୃପକ୍ଷର ଭାଦ୍ରବ ମାସ ପୁର୍ଣିମା ତିଥିରୁ ଆରମ୍ଭ ହୋଈ ଅଶ୍ୱିନ ମାସ ଅମାବାସ୍ୟାରେ ଏହାର ସମାପ୍ତି ହୋଇଥାଏ | ଏହି ସମୟରେ ସମସ୍ତ ପିତୃ ପୃଥିବୀ ପୃଷ୍ଟକୁ ଆସିଥାନ୍ତି | ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି ଏହି ପିତୃଗଣ ମନୁଷ୍ୟର ସ୍ବପ୍ନରେ ଆସି ତାଙ୍କୁ ବିଭିନ୍ନ ପ୍ରକାରର ସଂକେତ ଦେଇଥାନ୍ତି | ଯାହାକୁ କେବେ ବି ଅଣଦେଖା କରିବା ଉଚିତ ନୁହେଁ | ଗରୁଡ଼ ପୁରାଣ ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣ ପିତୃପୁରୁଷଙ୍କ ବିଷୟରେ ଅନେକ ଗୁପ୍ତ କଥା କହିଛନ୍ତି | ଯେଉଁ ସବୁ କଥାକୁ ମନୁଷ୍ୟ ନିଶ୍ଚିତ ଜାଣିନେବା ଅବଶ୍ୟକ ହୋଇଥାଏ | ଭଗବାନ ଶ୍ରୀକୃଷ୍ଣ କୁହନ୍ତି କି ମରିବା ପରେ କିଛି ଲୋକ ସ୍ବର୍ଗଲୋକ ଯାଇଥାନ୍ତି ଏବଂ ସେହିଠାରେ ଅନ୍ୟ କିଛି ଲୋକ ନିଜର ପାପ କର୍ମ ପାଇଁ ନର୍କଲୋକ ଯାଇଥାନ୍ତି ଏବଂ ଅନ୍ୟ କେତେକ ଲୋକ ପ୍ରେତ ହୋଈ ପୃଥିବୀରେ ହି ଘୁରି ବୁଲନ୍ତି |
ଯେଉଁ ଲୋକମାନଙ୍କର ଅକାଳର ମୃତ୍ୟୁ ହୋଇଯାଇଥାଏ କିମ୍ଭା ହତ୍ୟା ହୋଇଥାଏ ଅଥବା ଅନ୍ୟ କୋୖଣସି କାରଣରୁ ମୃତ୍ୟୁ ହୋଇଥାଏ | ସେମାନଙ୍କୁ ଶ୍ରାଦ୍ଧ ଦେବା ପରେ ମଧ୍ୟ ତାଙ୍କ ଆତ୍ମକୁ ଶାନ୍ତି ମିଳିନଥାଏ | ଏବଂ ସେମନେ ପ୍ରେତ ହୋଈ ନିଜ ପରିଜନଙ୍କୁ ହି ଦୁଃଖ ଦେଇଥାନ୍ତି | ଯେଉଁମାନେ ନିଜ ପିତୃଙ୍କର ଶ୍ରାଦ୍ଧ କରନ୍ତି ନାହିଁ ସେମାନଙ୍କ ଆତ୍ମ ମଧ୍ୟ ପ୍ରେତ ହୋଇଯାଆନ୍ତି | ଏବଂ ନିଜ ଘରେ ହି ନିବାସ କରନ୍ତି ଏବଂ ଏହି କାରଣରୁ ତାଙ୍କ ଘରେ କୋୖଣସି ବି ଶୁଭ କାର୍ଯ୍ୟ ହୋଇପାରେ ନାହିଁ | ପରିବାର ଲୋକ କେବେ ବି ସୁଖରେ ରହିପାରନ୍ତି ନାହିଁ | ସଦାସର୍ବଦା କିଛି ନା କିଛି ସମସ୍ୟା ମାଡିଆସିଥାଏ ଏହି ମାନଙ୍କ ଘରକୁ | ଏବଂ ଯେଉଁ ମାନଙ୍କୁ ନିଜ ସନ୍ତାନ ମାନେ ତାଙ୍କ ଆତ୍ମକୁ ଶାନ୍ତି ମିଳିବା ପାଇଁ ଶ୍ରାଦ୍ଧ,ପିଣ୍ଡ ତଥା ଦାନ ଧର୍ମ କରିଥାନ୍ତି | ସେମାନଙ୍କ ପିତୃ ତାଙ୍କ ଉପରେ ସନ୍ତୁଷ୍ଟ ହୋଈ ତାଙ୍କୁ ସୁଖ ଏବଂ ସମୃଦ୍ଧିର ଜୀବନ ବଂଚିବାର ଆଶ୍ରିବାଦ ଦେଇଥାନ୍ତି |
ଭଗବାନ ଶ୍ରୀକୃଷ୍ଣ ଗରୁଡ଼ ଦେବଙ୍କୁ ପିତୃଙ୍କ ବିଷୟରେ ଅନେକ ମହତ୍ୱପୁର୍ଣ ସଂକେତ କହିଛନ୍ତି | ଯେଉଁ ସଂକେତ ଦେଖି ଜଣେ ମନୁଷ୍ୟ ଜାଣିପାରିବ କି ତାଙ୍କ ପିତୃ ତାଙ୍କ ଉପରେ ସନ୍ତୁଷ୍ଟ ଅଛନ୍ତି କିମ୍ବା ଦୁଖୀ ଅଛନ୍ତି | ଶ୍ରୀକୃଷ୍ଣ କୁହନ୍ତି ଯେତେବେଳେ ପିତୃ ମାନେ ମନୁଷ୍ୟଙ୍କ ସ୍ବପ୍ନରେ ଆସନ୍ତି ସେତେବେଳେ ସେ ତାଙ୍କୁ ଅନେକ ପ୍ରକାରର ସଂକେତ ଦେଇଥାନ୍ତି |ଏହି ସଂକେତ ମଣିଷ ପାଇଁ ବହୁତ ମହତ୍ୱପୁର୍ଣ ହୋଇଥାଏ | କେବେ ନିଜ ପରିବାରର ସୁରକ୍ଷା ପାଇଁ ତାଙ୍କ ପିତୃ ନିଜେ ଆସି ତାଙ୍କୁ ସଂକେତ ଦେଇଥାନ୍ତି | ତାଙ୍କୁ ଭବିଷ୍ୟତରେ ଆସିବାକୁ ଯାଉଥିବା ଶଙ୍କଟ ବିଷୟରେ ସୂଚନା ଦେଇଥାନ୍ତି | ଆସନ୍ତୁ ଜାଣିବା ମନୁଷ୍ୟ ନିଜ ପରିବାରର ମୃତ୍ୟୁ ଲୋକଙ୍କ ସ୍ବପ୍ନ ଦେଖିଲେ କେଉଁ ସଂକେତ ମିଳିଥାଏ|
ପ୍ରଥମତଃ ଯେତେବେଳେ ଆପଣଙ୍କ ପିତୃଙ୍କ ଆତ୍ମ ଶାନ୍ତି ପାଇନଥାଏ ସେତେବେଳେ ଆପଣଙ୍କ ପରିଜନଙ୍କ ଆତ୍ମ ଏହି ପୃଥିବୀ ପୃଷ୍ଟରେ ହି ଘୁରି ବୁଲୁଥାଏ | ଏବଂ ଏମିତିରେ ସେ ଭୋକ ବିକଳରେ ଆସି ଆପଣଙ୍କ ଘରେ ରହିଥାନ୍ତି | ମନେ ରଖିବେ ଯେତେବେଳେ ବି ଆପଣ ନିଜ ସ୍ବପ୍ନରେ ଘୋଡା, ହାତୀ, ଷଣ୍ଡ କିମ୍ଭା ମନୁଷ୍ୟର ବିକୃତ ମୁହଁ ଦେଖନ୍ତି ତେବେ ଜାଣିଯିବେ ଯେ ଆପଣଙ୍କ ପିତୃଙ୍କ ଆତ୍ମକୁ ଶାନ୍ତି ମିଳିନାହିଁ ଏବଂ ସେ ଆପଣଙ୍କ ପାଇଁ ବହୁତ ଦୁଃଖିତ ଅଛନ୍ତି |
ଦ୍ୱିତୀୟତଃ ଯଦି କୋୖଣସି ବ୍ୟକ୍ତି ନିଜ ପିତୃଙ୍କୁ ଝଞ୍ଜିରରେ ବନ୍ଧା ହୋଇଥିବାର ଦେଖନ୍ତି କିମ୍ଭା ନିଜ ପିତୃଙ୍କୁ ଅସନା କପଡା ପିନ୍ଧିଥିବାର ଦେଖନ୍ତି ତେବେ ଆପଣ ଜାଣିଯିବେ କି ଆପଣଙ୍କ ପିତୃ ଅତ୍ୟନ୍ତ ଦୁଃଖରେ ଅଛନ୍ତି | ଏବଂ ସେ ପ୍ରେତ ହୋଇଯାଇଛନ୍ତି |
ତୃତୀୟତଃ ଯଦି କେବେ କୋୖଣସି ବ୍ୟକ୍ତିଙ୍କୁ ନିଜ ସ୍ବପ୍ନରେ କୋୖଣସି ପଶୁ ମଣିଷ ଭଳି କଥା କହୁଥିବାର ଦେଖିବାକୁ ମିଳନ୍ତି ତେବେ ଆପଣ ଜାଣିନେବେ ଯେ ଆପଣଙ୍କ ପିତୃ ଆପଣଙ୍କ ଉପରେ ବହୁତ କ୍ରୋଧିତ ଅଛନ୍ତି |
ଚାଁଥୁର୍ତ୍ତତଃ ଯଦି ଆପଣଙ୍କୁ ଆପଣଙ୍କ ପୂର୍ବଜ କ୍ରୋଧିତ ଅବସ୍ଥାରେ ଦେଖିବାକୁ ମିଳନ୍ତି ତେବେ ଆପଣ ଏହା ଭୁଝିଯିବେ କି ଆପଣଙ୍କ ପୂର୍ବଜ ଆପଣଙ୍କ ଉପରେ ବହୁତ ରାଗିଛନ୍ତି ଏବଂ ଆପଣ ଯେଉଁ ବି କାର୍ଯ୍ୟ କରୁଛନ୍ତି ସେହି କାର୍ଯ୍ୟରେ ଆପଣଙ୍କର କ୍ଷତି ହୋଇପାରେ | ଏବଂ ସେ ଆପଣଙ୍କୁ ସେହି କାର୍ଯ୍ୟ ନ କରିବାକୁ ପରାମର୍ଶ ଦେଉଛନ୍ତି |
ପଞ୍ଚମତଃ ଯଦି ଆପଣ ନିଜ ସ୍ବପ୍ନରେ ନିଜ ପୂର୍ବଜଙ୍କୁ କାନ୍ଦୁଥିବାର ଦେଖନ୍ତି ତେବେ ଆପଣ ଏହା ବୁଝିଯିବେ କି ଏହା ଆପଣଙ୍କ ପାଇଁ ଏକ ଅଶୁଭ ସଂକେତ ହୋଇଥାଏ | ଆପଣଙ୍କ ଜୀବନରେ ଖୁବ ଶୀଘ୍ର କିଛି ବିଘ୍ନ ଆସିବାକୁ ଯାଉଛି | ଏବଂ ଆପଣଙ୍କ ପୂର୍ବଜ ସେହି ବିଘ୍ନକୁ ଦେଖି ଦୁଖୀ ହେଉଛନ୍ତି |