ପିତୃ ପକ୍ଷରେ ଏହି ପାଞ୍ଚ ପ୍ରାଣୀ ଘରକୁ ଆସିଲେ ମିଳିଥାଏ ଏହି ସଙ୍କେତ , ଜାଣନ୍ତୁ କଣ କହିଛନ୍ତି ଭଗବାନ ଶ୍ରୀକୃଷ୍ଣ :-

ଚଳିତ ବର୍ଷ ପିତୃ ପକ୍ଷର ଆରମ୍ଭ ସେପ୍ଟେମ୍ବର ୧୦ ରୁ ହେଉଛି । ଏବଂ ସେପ୍ଟେମ୍ବର ୨୫ ରେ ଏହା ସମାପ୍ତ ହେବ । ଗରୁଡ଼ ପୁରାଣ ଅନୁଯାୟୀ ଯେତେବେଳେ କୌଣସି ବ୍ୟକ୍ତିର ମୃତ୍ୟୁ ହୋଇଥାଏ , ସେତେବେଳେ ସେ ଯମଲୋକ ଯାଇଥାଏ । ଯମଲୋକ ଯିବା ଅତ୍ୟନ୍ତ କଷ୍ଟକର ହୋଇଥାଏ । ମାତ୍ର ଯେତେବେଳେ ସେହି ବ୍ୟକ୍ତିଙ୍କ ପ୍ରିୟଜନ ମାନେ ତାଙ୍କ ନାମରେ ଶ୍ରାଦ୍ଧ ଦିଅନ୍ତି ସେତେବେଳେ ତାଙ୍କୁ ଯମଲୋକ ଯିବା ସହଜ ହୋଇଥାଏ । ଏହିଦିନ ପ୍ରାଣୀକୁ ଦିଆ ଯାଇଥିବା ଭୋଜନ ପିତୃଙ୍କୁ ଯମଲୋକ ଯିବା ସମୟରେ ପ୍ରାପ୍ତ ହୋଇଥାଏ । ତେଣୁ ତାଙ୍କୁ ଭୋକିଲା ରହିବାକୁ ପଡ଼ି ନଥାଏ ।

ତେଣୁ ଏହି ଦିନ ଜୀବଜନ୍ତୁଙ୍କୁ ନାନା ପ୍ରକାରର ସାତ୍ଵିକ ଭୋଜନ ଦେବା ଉଚିତ । ଗରୁଡ଼ ପୁରାଣ ଅନୁଯାୟୀ ଏହିଦିନ ପିତୃ ମାନେ ପିତୃ ଲୋକରୁ ଅଶ୍ୱତ୍ଥ ବୃଝ ଜରିଆରେ ଆସିଥାନ୍ତି ଏବଂ ନିଜ ପ୍ରିୟଜନଙ୍କ ସହିତ ସାକ୍ଷାତ ପରେ ପୁଣିଥରେ ପିତୃଲୋକକୁ ଫେରି ଯାଆନ୍ତି । ଏହିଦିନ ଶ୍ରାଦ୍ଧର ଅତ୍ୟନ୍ତ ମହତ୍ତ୍ୱ ରହିଛି । ତେଣୁ ଏହାକୁ ଶ୍ରାଦ୍ଧ ପକ୍ଷ ମଧ୍ୟ କୁହାଯାଏ । ଏହିଦିନ ପ୍ରିୟଜନ ଶ୍ରାଦ୍ଧ ଦେଲେ ତାଙ୍କୁ ଅନେକ ଫଳ ପ୍ରାପ୍ତ ହୋଇଥାଏ ଏବଂ ପିତୃଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ । ଗରୁଡ଼ ପୁରାଣର ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଏହି ପିତୃ ପକ୍ଷ ସମୟରେ ଯେଉଁ ତିନି ପ୍ରକାରର ପ୍ରାଣୀ ଘରକୁ ଆସିଲେ ଶୁଭ ସଙ୍କେତ ମିଳିଥାଏ । ଏପରି କୁହାଯାଏ ଯେ ମନୁଷ୍ୟର ମୃତ୍ୟୁ ପରେ ତାର ଆତ୍ମା ବାୟୁ ସଦୃଶ୍ୟ ହୋଇଥାଏ ଏବଂ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ଶରୀର ଆଧାରରେ ପୃଥିବୀରେ ଭ୍ରମଣ କରିଥାଏ । ତେଣୁ ଏହି ସମୟରେ ଘରକୁ ଆସୁଥିବା ଜୀବଜନ୍ତୁଙ୍କୁ ଆଦୋୖ ଅନାଦର କରିବା ଉଚିତ ନୁହେଁ ।

୧ . ଗରୁଡ଼ ପୁରାଣ ଅନୁଯାୟୀ ପିତୃ ପକ୍ଷରେ ପୂର୍ବଜ ମାନେ କାଉ ରୂପ ଧାରଣ କରି ନିଜ ପ୍ରିୟଜନଙ୍କ ସହିତ ସାକ୍ଷାତ କରିବା ପାଇଁ ଘରକୁ ଆସିଥାନ୍ତି । ତେଣୁ ପିତୃ ପକ୍ଷରେ ଯଦି କାଉ ଆସି ଭୋଜନ ଏବଂ ପାଣି ଗ୍ରହଣ କରୁଛି ଏବଂ ରାବୁଛି ତେବେ ଏହାର ଅର୍ଥ ଆପଣଙ୍କର ପୂର୍ବଜ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ଏବଂ ଆପଣଙ୍କୁ ଆଶୀର୍ବାଦ ଦେଉଛନ୍ତି । ଏହାଦ୍ବାରା ଆପଣଙ୍କ ଜୀବନରେ ସବୁ ସମସ୍ୟା ଦୂର ହେବାକୁ ଯାଉଛି । ମାତ୍ର ଯଦି ଏହିଦିନ କୌଣସି କାଉ ଆସି ଜୋରରେ ଚିତ୍କାର କରିବାକୁ ଲାଗେ ତେବେ ଏହାର ଅର୍ଥ ଆପଣଙ୍କ ପୂର୍ବଜ ଆପଣଙ୍କ ଉପରେ କ୍ରୋଧିତ ହୋଇଛନ୍ତି । ତେଣୁ ତୁରନ୍ତ ନିଜ ପୂର୍ବଜଙ୍କୁ ଖୁସି କରିବାକୁ କିଛି ଉପାୟ କରନ୍ତୁ । ନଚେତ ଏହା ଆପଣଙ୍କ ଉପରେ ଖରାପ ପ୍ରଭାବ ପକାଇ ପାରେ ।

୨ . ଯଦି ପୂଜା ସମୟରେ ଘର ଦ୍ୱାରକୁ କୁକୁର ଆସୁଛି ତେବେ ଏହାର ଅର୍ଥ ଆପଣଙ୍କ ପୂର୍ବଜ କୁକୁର ରୂପରେ ଆପଣଙ୍କୁ ଆଶୀର୍ବାଦ ଦେବାକୁ ଆସିଛନ୍ତି । ତେଣୁ ଏମିତିରେ କୁକୁରକୁ ମାରନ୍ତୁ ନାହିଁ କିମ୍ବା ଘଉଡ଼ାଇ ଦିଅନ୍ତୁ ନାହିଁ । ନଚେତ ଆପଣଙ୍କ ପୂର୍ବଜ ଆପଣଙ୍କ ଉପରେ କ୍ରୋଧିତ ହେବେ । ଏପରି କୁକୁର ଦ୍ୱାରକୁ ଆସିଲେ ତାକୁ ଖାଇବାକୁ ଦିଅନ୍ତୁ । ତେଣୁ ପିତୃ ପକ୍ଷରେ ଘର ଦ୍ୱାରକୁ କୁକୁର ଆସିବାର ଅର୍ଥ ଯେ ଆପଣଙ୍କ ଜୀବନର ସମସ୍ତ ଦୋଷ ଦୂର ହେବାକୁ ଯାଉଛି ।

୩ . ପିତୃ ପକ୍ଷରେ ଘର ଦ୍ୱାରକୁ ଗାଈ ଆସିଲେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ଆପଣଙ୍କ ପୂର୍ବଜ ମାନେ ଖୁବ ପୁଣ୍ୟ କମାଇଛନ୍ତି । ତେଣୁ ପିତୃ ପକ୍ଷରେ ଗୋମାତା ଦ୍ୱାରକୁ ଆସିଲେ ତାହାକୁ ସୁଖ ସମୃଦ୍ଧିର ସଙ୍କେତ ମାନିବା ଉଚିତ । ତେଣୁ ଏପରି ହେଲେ ଗୋମାତାଙ୍କୁ ଅନାଦର ନକରି ତାଙ୍କ ଆଶୀର୍ବାଦ ନିଅନ୍ତୁ ଏବଂ ଭୋଗ ଚଢାନ୍ତୁ । ଏହାବ୍ୟତୀତ ହାତ ଯୋଡ଼ି ନିଜର ମନସ୍କାମନା କୁହନ୍ତୁ । ଏହାଦ୍ବାରା ଆପଣଙ୍କ ଇଚ୍ଛା ପୂର୍ଣ୍ଣ ହୋଇଯିବ ।

Leave a Reply

Your email address will not be published. Required fields are marked *