ପିତୃ ପକ୍ଷରେ ଏହି ଦିଗରେ ଭୋଜନ କଲେ ଦୂର ହୋଇଥାଏ ଦାରିଦ୍ର୍ୟତା , ଭଗବାନ ଶ୍ରୀକୃଷ୍ଣ କହନ୍ତି :-

ପ୍ରତିବର୍ଷ ପିତୃ ପକ୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ଆରମ୍ଭ ହୋଇ ଆଶ୍ୱିନ ମାସ ଅମାବାସ୍ୟାରେ ଶେଷ ହୋଇଥାଏ । ଏହି ସମୟରେ ମନୁଷ୍ୟ ଏହି ପିତୃ ପକ୍ଷର କିଛି ବିଶେଷ ନିୟମ ମାନିବା ଉଚିତ । ଯାହାକି ଭୋଜନ କରିବା ଏବଂ ସ୍ନାନ କରିବା ଉପରେ ଅଧିକ ଗୁରୁତ୍ୱ ଦେଇଥାଏ । ପିତୃ ପକ୍ଷରେ ପୂର୍ବଜଙ୍କ ଶ୍ରାଦ୍ଧ କର୍ମ ଏବଂ ଦାନ ଧର୍ମ କରିବା ଦ୍ୱାରା ପୂର୍ବଜଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ପରିବାରକୁ ସୁଖ ସମୃଦ୍ଧି ମଧ୍ୟ ପ୍ରାପ୍ତ ହୋଇଥାଏ । ପିତୃ ଶକ୍ତି ଘରର ରକ୍ଷା କବଚ ହୋଇଥାନ୍ତି । କାରଣ ଘରେ ପିତୃ ଶକ୍ତିର ବାସ ହେଲେ ନକରାତ୍ମକ ଶକ୍ତିର ପ୍ରବେଶ ହୁଏ ନାହିଁ । ମାତ୍ର ପିତୃ ଶକ୍ତି ଆପଣଙ୍କ ଉପରେ ପ୍ରସନ୍ନ ହେବା ଆବଶ୍ୟକ ।

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଶାସ୍ତ୍ରରେ ଏହା ବର୍ଣ୍ଣିତ ଅଛି ଯେ ପିତୃ ପକ୍ଷ ସମୟରେ ପିତୃଙ୍କୁ ପ୍ରସନ୍ନ କରିବା ପାଇଁ ଦାନ କରିବା ଉଚିତ । ତାହା ମଧ୍ୟରେ ତିଳ ଦାନ ମହତ୍ତ୍ୱପୂର୍ଣ୍ଣ ଅଟେ । ଏହାବ୍ୟତୀତ ବସ୍ତ୍ର ଦାନ ମଧ୍ୟ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଗାଈ ଦାନ କଲେ ଅଧିକ ଫଳ ପ୍ରାପ୍ତି ହୋଇଥାଏ । ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ମନୁଷ୍ୟର ମୃତ୍ୟୁ ପରେ ଶରୀର ଭୌତିକ ଆକାର ଧାରଣ କରି ବାୟୁ ରୂପରେ ଘରେ ପ୍ରବେଶ କରିଥାଏ ଏବଂ ନିଜ ପ୍ରିୟଜନଙ୍କ ଠାରୁ ଶ୍ରାଦ୍ଧ ଗ୍ରହଣ କରିଥାଏ । ପିତୃ ପକ୍ଷରେ ଶ୍ରାଦ୍ଧ ସମୟରେ ପିତୃ ଜନ ଭିନ୍ନ ଭିନ୍ନ ପଶୁ ରୂପରେ ଆସି ଭୋଜନ ଗ୍ରହଣ କରିଥାନ୍ତି ଏବଂ ଆଶୀର୍ବାଦ ଦେଇଥାନ୍ତି ।

ମାତ୍ର ଯେଉଁ ବ୍ୟକ୍ତି ନିଜ ପିତୃ ଦେବଙ୍କୁ ପ୍ରସନ୍ନ କରିବା ପାଇଁ ନିଷ୍ଠାର ସହିତ ଶ୍ରାଦ୍ଧ ଦିଏ ନାହିଁ ତାଙ୍କ ଉପରେ ପିତୃଙ୍କ କ୍ରୋଧ ପଡ଼ିଥାଏ ଯାହାଦ୍ୱାରା ତାଙ୍କୁ ପିତୃ ଦୋଷ ଲାଗିଥାଏ । ପିତୃ ପକ୍ଷରେ ସ୍ନାନ ତଥା ଭୋଜନର ଅନେକ ନିୟମ ବିଷୟରେ କୁହାଯାଇଛି । ଯାହା ଆଜି ଆମେ ଏହି ଲେଖା ମାଧ୍ୟମରେ କହିବୁ ।

୧ . ପିତୃ ପକ୍ଷରେ ସ୍ନାନ କରିବା ସମୟରେ ଗୋଟିଏ ବସ୍ତ୍ର ଧାରଣ କରି ସ୍ନାନ କରିବା ଉଚିତ । ନିବସ୍ତ୍ର ହୋଇ ସ୍ନାନ କଲେ ପିତୃ ଦୋଷ ଉତ୍ପନ୍ନ ହୋଇଥାଏ । ସ୍ନାନ ସମୟରେ ଦକ୍ଷିଣ ଦିଗକୁ ମୁହଁ କରି ପିତୃଙ୍କୁ ସ୍ମରଣ କରି ସ୍ନାନ କରିବା ଉଚିତ । ସ୍ନାନ ପରେ ଏକ ତମ୍ବା ପାତ୍ରରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରି ପୂର୍ବଜଙ୍କ ଆତ୍ମା ଶାନ୍ତି ପାଇଁ ପ୍ରାର୍ଥନା କରନ୍ତୁ । ପିତୃ ପକ୍ଷରେ ସ୍ନାନ ପରେ ଦାନ କରିବା ଉଚିତ । ଏଥିରେ ତିଳ ଦାନ ସବୁଠାରୁ ଅଧିକ ମହତ୍ତ୍ୱପୁର୍ଣ୍ଣ ହୋଇଥାଏ । ପିତୃ ପକ୍ଷରେ ଦାନ ସମୟରେ ଦକ୍ଷିଣ ଦିଗକୁ ମୁହଁ କରିବା ଉଚିତ ।

୨ . ପିତୃ ପକ୍ଷରେ କିଛି ଜିନିଷର ସେବନ ଉପରେ ପ୍ରତିବନ୍ଧକ ଲଗାଯାଇଛି । ପିତୃ ପକ୍ଷରେ ପ୍ରିୟଜନ ମାଂସ ମଦ ସେବନ କରିବା ଉଚିତ ନୁହେଁ । ଏହାଦ୍ବାରା ପିତୃ ଗଣ ଦୁଃଖିତ ହୁଅନ୍ତି । ଏହାବ୍ୟତୀତ ପିଆଜ ରସୁଣ ଭଳି ତାମସିକ ଜିନିଷ ମଧ୍ୟ ସେବନ କରିବା ଉଚିତ ନୁହେଁ । ନଚେତ ଏହାଦ୍ୱାରା ଶାରୀରିକ ବିକାର ସୃଷ୍ଟି ହୋଇଥାଏ ଏବଂ ପିତୃ ଦୋଷ ମଧ୍ୟ ଲାଗିଥାଏ । ଭୋଜନ କରିବା ସମୟରେ ମୁହଁ ଦକ୍ଷିଣ ଦିଗକୁ କଲେ ସେହି ଭୋଜନ ପିତୃଙ୍କୁ ପ୍ରାପ୍ତ ହୋଇଥାଏ । ତେଣୁ କେବଳ ପିତୃ ପକ୍ଷରେ ହିଁ ଭୋଜନ ସମୟରେ ମୁଖ ଦକ୍ଷିଣ ଦିଗକୁ କରନ୍ତୁ । ପିତୃ ପକ୍ଷରେ ବାସୀ ଭୋଜନକୁ ଭୁଲରେ ଗ୍ରହଣ କରନ୍ତୁ ନାହିଁ । ଏହି ସମୟରେ ସାତ୍ଵିକ ଭୋଜନ ଉତ୍ତମ ହୋଇଥାଏ ।

Leave a Reply

Your email address will not be published. Required fields are marked *