ଶ୍ରାଦ୍ଧ ପକ୍ଷରେ ଭୁଲରେ ବି କରନ୍ତୁ ନାହିଁ ଭୋଜନ , ନଚେତ ଲାଗିଥାଏ ଦୋଷ :-

ହିନ୍ଦୁ ଧର୍ମ ଅନୁଯାୟୀ ଶ୍ରାଦ୍ଧ ପକ୍ଷ ସମୟରେ କିଛି ଏପରି ଜିନିଷ ଅଛି ଯାହାକୁ ଖାଇବା ଉଚିତ ନୁହେଁ । ପିତୃ ଦୋଷରୁ ମୁକ୍ତି ପାଇଁ ପିତୃଙ୍କୁ ଶାନ୍ତି କରିବା ଉଚିତ । ହିନ୍ଦୁ ଧର୍ମରେ ଶ୍ରାଦ୍ଧର ଅନେକ ମହତ୍ତ୍ୱ ରହିଛି । ଏପରି କୁହାଯାଏ ଯେ ମନୁଷ୍ୟର ମୃତ୍ୟୁ ପରେ ଯଦି ଶ୍ରାଦ୍ଧ ନଦିଆଯାଏ ତେବେ ଏହି ଜଗତରୁ ତାକୁ ମୁକ୍ତି ମିଳି ନଥାଏ । ବ୍ରହ୍ମ ଦ୍ୱୈତ ଅନୁସାରେ ଭଗବାନଙ୍କୁ ପ୍ରସନ୍ନ କରିବା ପୂର୍ବରୁ ପ୍ରଥମେ ନିଜ ପିତୃଙ୍କୁ ପ୍ରସନ୍ନ କରିବା ଉଚିତ । ପିତୃ ଦୋଷ ଜୀବନର ସବୁଠାରୁ ବଡ଼ ଦୋଷ ହୋଇଥାଏ । ତେଣୁ ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ପିତୃ ପକ୍ଷରେ ପିତୃ ଦେବଙ୍କୁ ଶ୍ରାଦ୍ଧ ଦିଆଯାଇ ପ୍ରସନ୍ନ କରାଯାଏ । ଏପରି କୁହାଯାଏ ଯେ ଏହି ସମୟରେ ଯମରାଜ ପିତୃଙ୍କୁ କିଛି ସମୟ ପାଇଁ ନିଜ ପରିଜନଙ୍କ ସାକ୍ଷାତ କରିବାକୁ ଛାଡ଼ି ଦିଅନ୍ତି । ଏହି ସମୟରେ ନିଷ୍ଠାର ସହିତ ଅତି ପ୍ରିୟ ଜିନିଷକୁ ବ୍ରାହ୍ମଣଙ୍କୁ ଅର୍ପିତ କଲେ ତାହା ଶ୍ରାଦ୍ଧ ହୋଇଥାଏ ।

ପିତୃ ଦୋଷରେ ଅନେକ ସମସ୍ୟା ଆସିଥାଏ । ତାହା ଧନ ସମ୍ବନ୍ଧୀୟ , ସନ୍ତାନ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ହୋଇପାରେ । ଜାତକରେ ଏହା ସବୁଠାରୁ ବଡ଼ ସମସ୍ୟା ହୋଇଥାଏ । ଜାତକରେ ପିତୃ ଦୋଷ ଥିଲେ ରୋଜଗାର ଚାଲି ନଥାଏ । ଯାହାଦ୍ୱାରା ଜୀବନରେ ଅନ୍ୟାନ୍ୟ ସମସ୍ୟା ମଧ୍ୟ ହୋଇଥାଏ । ତେଣୁ ପିତୃଙ୍କୁ ଖୁସି କରିବା ନିତାନ୍ତ ଜରୁରୀ ଅଟେ । ତେଣୁ ଏହି ଶ୍ରାଦ୍ଧ ଏବଂ ପିଣ୍ଡ ଦେବାପାଇଁ ଯୋଗ୍ୟ ବ୍ରାହ୍ମଣଙ୍କୁ ଅଧିକାର ଥାଏ । ପିଣ୍ଡ ଦାନ ପୁରା ବିଧି ଅନୁଯାୟୀ କରିବା ଉଚିତ । ପିଣ୍ଡ ଦାନ ପୁତ୍ର , ନାତି କିମ୍ବା ମହିଳା ମାନେ ମଧ୍ୟ କରି ପାରିବେ । କାଉକୁ ପିତୃଙ୍କ ପ୍ରତୀକ କୁହାଯାଏ । ଯାହାକି ଦ୍ୱିପ୍ରହର ସମୟରେ ଘରକୁ ଆସିଥାନ୍ତି ।

ତେଣୁ ଯଦି ଏହି ସମୟରେ ଶ୍ରାଦ୍ଧ ନଦିଆଯାଏ ଏବଂ ଭୋଜନ ନଦିଆଯାଏ ତେବେ ପିତୃ କ୍ରୋଧିତ ହୁଅନ୍ତୁ । ଯାହାର ପ୍ରଭାବ ମନୁଷ୍ୟର ଜୀବନ ଉପରେ ପଡ଼ିଥାଏ । ପିତୃ ଦୋଷ କାରଣରୁ ଅନେକ ସମସ୍ୟା ଯେପରିକି ସନ୍ତାନ ନହେବା , ବ୍ୟବସାୟରେ ହାନୀ , ପରିବାରରେ କଳହ କ୍ଳେଶ , ଅନେକ ଦିନ ଧରି ଘରେ ମାଙ୍ଗଳିକ କାର୍ଯ୍ୟ ନହେବା , ଦୁର୍ଘଟଣା ଅକାଳ ମୃତ୍ୟୁ , ସ୍ୱାସ୍ଥ୍ୟ ସମସ୍ୟା , ରୋଜଗାର ନହେବା ଆଦି ଅନେକ ସମସ୍ୟା ହୋଇଥାଏ । ତେଣୁ ନିଶ୍ଚିତ ରୂପରେ ବ୍ରାହ୍ମଣ ସହାୟତାରେ ପିଣ୍ଡ ନିଶ୍ଚିତ ଦିଅନ୍ତୁ । ନଚେତ ଆପଣ ନିଜେ ମଧ୍ୟ ଏହି କାମ କରି ପାରିବେ । ଏଥିପାଇଁ କିଛି ଆବଶ୍ୟକୀୟ ସାମଗ୍ରୀ ଯଥା ଧଳା ବସ୍ତ୍ର , ଚାଉଳ , ଧଳା ପୁଷ୍ପ , ୧୧ ସୁପାରି , କ୍ଷୀର ଜଳ ଏବଂ ମାଳା ।

ଜଳରେ ତିଳ ମିଶାଇ ସାତ ଥର ଅର୍ପିତ କରନ୍ତୁ । ମାଲରେ ୧୦୮ ଥର ଜପ କରି ନିଜର ପ୍ରାର୍ଥନା କରନ୍ତୁ । ଆପଣ ଚାହିଁଲେ ଅଳ୍ପ ସୁଗନ୍ଧିତ ଫୁଲ ମଧ୍ୟ ଅର୍ପିତ କରି ପାରିବେ । ମନେ ରଖନ୍ତୁ ସକାଳ ସମୟରେ ଶ୍ରାଦ୍ଧ ଦେଉଥିଲେ ପ୍ରଥମେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ପରେ ହିଁ ଶ୍ରାଦ୍ଧ ଦିଅନ୍ତୁ । ଶ୍ରାଦ୍ଧ ଦେବା ପରେ ଅନ୍ୟାନ୍ୟ ଜିନିଷକୁ ବାନ୍ଧି ପ୍ରବାହିତ କରି ଦିଅନ୍ତୁ । ଶ୍ରାଦ୍ଧରେ ଜଳ ତର୍ପଣ ଅଧିକ ମହତ୍ତ୍ୱପୂର୍ଣ୍ଣ ଅଟେ । ତେଣୁ ଜଳରେ ତିଳ , ପୁଷ୍ପ , କୁଶ ଘାସ ନିଶ୍ଚିତ ରହିବା ଆବଶ୍ୟକ । ତାପରେ ଅନ୍ୟାନ୍ୟ ଜିନିଷକୁ ଭୋକିଲାଙ୍କୁ କିମ୍ବା ପଶୁ ପକ୍ଷୀଙ୍କୁ ଦେଇ ପାରିବେ । ଏସବୁ ପରେ ଦକ୍ଷିଣା ଦେଲେ ଯାଇ ଶ୍ରାଦ୍ଧର ପୁଣ୍ୟ ପ୍ରାପ୍ତ ହୋଇଥାଏ । ଏହିଦିନ ଦାନ କଲେ ଯେମିତିକି ଭୋଜନ କିମ୍ବା ବସ୍ତ୍ର ଦାନ ଅଧିକ ଉତ୍ତମ ହୋଇଥାଏ ।

ଶ୍ରାଦ୍ଧର ଏହି କିଛି ଦିନ ଖାଦ୍ୟର ଅନେକ ମହତ୍ତ୍ୱ ରହିଥାଏ । ଏହି ସମୟରେ ପିଆଜ ରସୁଣର ଭୋଜନ କରିବା ଆଦୋୖ ଉଚିତ ନୁହେଁ । ଘରେ ସର୍ବଦା ସାତ୍ଵିକ ଭୋଜନ ତିଆରି ହେବା ଉଚିତ । ଏହାବ୍ୟତୀତ ମଦ ମାଂସ ଭକ୍ଷଣ କରିବା ଉଚିତ ନୁହେଁ । ବାସୀ ଭୋଜନ କିମ୍ବା ମସୁରି ଡାଲି ଖାଇବା ଉଚିତ ନୁହେଁ । ଏହାଦ୍ବାରା ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ହୋଇଥାଏ ।ଏହାସହିତ ମୂଳା , ବୁଟ ଛତୁଆ , କନ୍ଦମୂଳ ଏହା ମଧ୍ୟ ଖାଇବା ଉଚିତ ନୁହେଁ । କଳା ଲୁଣ କ୍ଷୀରା ମଧ୍ୟ ସେବନ କରିବାର ବିଧାନ ନାହିଁ । ତେଣୁ ଏହା ବର୍ଜିତ ଅଟେ ।

Leave a Reply

Your email address will not be published. Required fields are marked *