ଯଦି କାଉ ଦେଇଥାଏ ଏହି ୫ଟି ସଙ୍କେତ ତେବେ ହୋଇଥାଏ ଧନ ପ୍ରାପ୍ତି :-

ଭଗବାନ ଶ୍ରୀକୃଷ୍ଣ ପିଲାଦିନେ କାଗାସୁରର ବଧ କରିଥିଲେ । କାଗାସୁର ଏକ କାଉ ରୂପୀ ଅସୁର ଥିଲା ଯିଏକି ଶ୍ରୀକୃଷ୍ଣଙ୍କୁ ବଧ କରିବାକୁ ଆସିଥିଲା । ଶାସ୍ତ୍ରରେ କାଉ ସହିତ ଜଡ଼ିତ ଅନେକ ବିଷୟରେ ବର୍ଣ୍ଣନା କରାଯାଇଛି । ଆଉ ଶନିଦେବଙ୍କ ବାହାନ ମଧ୍ୟ ହୋଇଥାଏ । ସବୁ ପକ୍ଷୀଙ୍କ ମଧ୍ୟରେ କାଉ ଅଧିକ ଚତୁର ହୋଇଥାଏ । ତ୍ରେତୟା ଯୁଗରେ ଜଣେ କବି ରାମାୟଣ ଲେଖିଥିଲେ ଯାହାଙ୍କୁ କପୁସନ୍ଦି ନାମରେ ଜଣାଯାଏ । ସେହି ସମୟରେ କାଉ ଧଳା ରଙ୍ଗର ଏବଂ ତାର ବାଣୀ ମଧ୍ୟ ଅତ୍ୟନ୍ତ ମଧୁର ଥିଲା । ମାତ୍ର ଜଣେ ଋଷିଙ୍କ ଅଭିଶାପ କାରଣରୁ ତାର ରଙ୍ଗ କଳା ଏବଂ କର୍କଶ ହୋଇ ଯାଇଛି । ମାତ୍ର ସବୁ ପକ୍ଷୀଙ୍କ ମଧ୍ୟରେ କାଉ ବୁଦ୍ଧିମାନ ହୋଇଥାଏ ।

କାଉ ଭବିଷ୍ୟତ ବିଷୟରେ ପୂର୍ବରୁ ହିଁ ଜାଣିପାରେ ଏବଂ ଦୂରରୁ ହିଁ ଭଲ ଏବଂ ଖରାପ ସ୍ୱଭାବର ଲୋକଙ୍କ ବିଷୟରେ ଜାଣି ନିଏ । କାଉ ମୃତ ଏବଂ ଜୀବିତ ମନୁଷ୍ୟ ମଧ୍ୟରେ ସମ୍ପର୍କ ବନାଇବା କାମ କରିଥାଏ । ଆଗାମୀ ଭବିଷ୍ୟତରେ ହେବାକୁ ଥିବା ସମସ୍ୟା ଏବଂ ବିପଦ ବିଷୟରେ କାଉ ଅନେକ ପୂର୍ବରୁ ହିଁ ଜାଣିପାରେ । ତେବେ ଶାସ୍ତ୍ରରେ କାଉ ସହିତ ଜଡ଼ିତ ଅନେକ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି । ଯାହା ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ କହିବୁ ।

୧ . ଯଦି ରାତ୍ରି ସମୟରେ କେହି କାଉ ଆସି ଘର ଉପରେ ବସେ ତେବେ ସେହି ଘରର ଅନିଷ୍ଟ ହୋଇଥାଏ । ଏହାବ୍ୟତୀତ ଯଦି କେହି କାଉ ରୋଗରେ ପୀଡ଼ିତ ହୋଇ ଘରର ଦ୍ୱାରରେ ଆସି କାନ୍ଦିଥାଏ ତେବେ ସେହି ଘରର ଛୋଟ ପିଲାଙ୍କ ଉପରେ ସମସ୍ୟା ଆସିଥାଏ ।

୨ . ଯଦି ଆପଣ କାଉକୁ ପାଣିରେ ବସି ଗାଧଉ ଥିବାର ଏବଂ କର୍କଶ ସ୍ୱର ବାହାର କରୁଥିବାର ଦେଖାଯାଏ ତେବେ ତାହା ଘର ଉପରକୁ ଆସୁଥିବା ବିପଦ ଦିଗରେ ସଙ୍କେତ ଅଟେ ।

୩ . ଯଦି ଆପଣ କାଉକୁ ସଂଭୋଗ କରୁଥିବାର ଦେଖନ୍ତି ତେବେ ତାହା ମହାଅଶୁଭ ସଙ୍କେତ ଅଟେ । ଏପରି ଦେଖିଲେ ଭୟଙ୍କର ଧନ ହାନୀର ସାମ୍ନା କରିବାକୁ ପଡ଼ିଥାଏ । ଏହାଦ୍ବାରା ବ୍ୟକ୍ତି ଦୁନିଆରେ ମାନ ସମ୍ମାନ ହରାଇଥାଏ ।

୪ . ଯଦି କାଉ ଆଉ ଦେହରେ ବସେ ତେବେ ତାହା ମଧ୍ୟ ଅଶୁଭ ସଙ୍କେତ ହୋଇଥାଏ । ଯଦି କେହି ବ୍ୟକ୍ତିର ମୁଣ୍ଡ ଉପରେ କାଉ ବସିଥାଏ ତେବେ ତାର ଧନ ହାନୀ ହୋଇଥାଏ । ଯଦି କୌଣସି ବ୍ୟକ୍ତିର ଡାହାଣ ହାତରେ କାଉ ବସେ ତେବେ କୌଣସି ରୋଗରେ ସେହି ବ୍ୟକ୍ତିର ମୃତ୍ୟୁ ହୋଇଥାଏ । ଯଦି ବାମ କାନ୍ଧରେ କାଉ ବସେ ତେବେ ବ୍ୟକ୍ତିକୁ ଅପମାନିତ ହେବାକୁ ପଡ଼ିଥାଏ ।

୫ . ଯଦି କେହି ସ୍ତ୍ରୀର ମସ୍ତକ ଉପରେ କାଉ ବସେ ତେବେ ସେହି ମହିଳାଙ୍କର ନିଜ ସ୍ୱାମୀଙ୍କ ସହିତ କ୍ଳେଶ ହୋଇଥାଏ । ଯଦି କୌଣସି ଘର ଆଗରେ ପ୍ରତ୍ୟେକ ଦିନ କାଉ ବସି ରାବିଥାଏ ତେବେ ସେହି ଘରର ଧନ ହାନୀ ହୋଇଥାଏ । ଯଦି ବାହାରକୁ ଯାଉଥିବା ସମୟରେ କୌଣସି ଶୁଖିଲା ଗଛରେ କାଉ ବସି ରାବୁଥିବାର ଦେଖାଯାଏ ତେବେ କାହାରି ସହିତ ଝଗଡ଼ା ହୋଇଥାଏ । ଯଦି କାଉ କୌଣସି ଘୁଷୁରୀ ଉପରେ ବସି ଥିବାର ଦେଖାଯାଏ ତେବେ ବ୍ୟକ୍ତି ବହୁତ ଜଲଦି ରୋଗାକ୍ରାନ୍ତ ହୋଇଥାଏ ।

କାଉ ସହ ଜଡ଼ିତ ଶୁଭ ସଙ୍କେତ :-

୧ . ଯଦି ସୂର୍ଯ୍ୟ ଉଦୟ ସମୟରେ କାଉ ଘର ଆଗରେ ବସି ରାବିଥାଏ ତେବେ ବ୍ୟକ୍ତିକୁ ଧନ ସମ୍ପତ୍ତି ଏବଂ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥାଏ ।

୨ . ଯଦି କାଉ କୌଣସି ଘରକୁ ଆସି ଜଳ ପାନ କରିବାକୁ ଲାଗେ ତେବେ ସେହି ଘରେ ବହୁତ ଜଲଦି ଖୁସି ଖବର ଶୁଣିବାକୁ ମିଳେ ।

୩ . ଯଦି କାଉ ଘର ଅଗଣାରେ କୌଣସି ହଳଦିଆ ବସ୍ତୁ ପକାଇ ଚାଲିଯାଏ ତେବେ ଧନ ପ୍ରାପ୍ତି ହୋଇଥାଏ ।

୪ . ଯଦି ଘରକୁ କାଉ ଆସି ଶାନ୍ତ ବସିଥିବାର ଦେଖାଯାଏ ତେବେ ସବୁ ରୋଗ ଠିକ ହୋଇଯାଏ ।

୫ . ଯଦି କେହି ସ୍ତ୍ରୀ ପାଣି ମାଠିଆରେ କାଉ ବସି ରାବୁଥିବାର ଦେଖନ୍ତି ତେବେ ତାଙ୍କୁ ସୁନ୍ଦର ସନ୍ତାନ ପାପ୍ତ ହୋଇଥାଏ ।

Leave a Reply

Your email address will not be published. Required fields are marked *