ପିତୃ ପକ୍ଷରେ ଭୁଲରେବି କରନ୍ତୁ ନାହିଁ ଏହି ୭ଟି କାମ , ନଚେତ ହୋଇଯିବେ ବର୍ବାଦ :-

ଭାଦ୍ରବ ମାସ ଶୁକ୍ଳ ପକ୍ଷର ପୂର୍ଣ୍ଣିମା ତିଥିରୁ ପିତୃ ପକ୍ଷର ଆରମ୍ଭ ହୋଇଥାଏ । ଆଶ୍ୱିନ ମାସର କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ଏହାର ସମାପ୍ତି ହୋଇଥାଏ । ଏବର୍ଷ ପିତୃ ପକ୍ଷ ସେପ୍ଟେମ୍ବର ୧୦ ରୁ ଆରମ୍ଭ ହୋଇ ୨୫ ରେ ଶେଷ ହେବ । ପିତୃ ପକ୍ଷରେ ପିତୃଙ୍କ ଆତ୍ମାର ଶାନ୍ତି ପାଇଁ ଶ୍ରାଦ୍ଧ ତଥା ପିଣ୍ଡ ଦାନ ଦିଆଯାଏ । ଗରୁଡ଼ ପୁରାଣ ଅନୁଯାୟୀ ପିତୃଲୋକ ସ୍ୱର୍ଗରୁ ପୃଥିବୀକୁ ନିଜ ପରିଜନଙ୍କ ସହିତ ସାକ୍ଷାତ କରିବାକୁ ଆସନ୍ତି । ଏପରି କୁହାଯାଏ ଯେ ଯେଉଁ ବ୍ୟକ୍ତି ନିଜ ପିତୃଦେବଙ୍କ ଶ୍ରାଦ୍ଧ ଦିଏନାହିଁ ତାକୁ ପିତୃ ଦୋଷର ସାମ୍ନା କରିବାକୁ ପଡ଼ିଥାଏ । ଏହାଦ୍ବାରା ଜୀବନରେ ଅନେକ ସମସ୍ୟା ଦେଖା ଦେଇଥାଏ ।

ପିତୃ ରୁସ୍ଟ ହେବା କାରଣରୁ ବ୍ୟକ୍ତି ସମାଜରେ ମାନ ସମ୍ମାନ ହରାଇ ଥାଏ । ଧୀରେ ଧୀରେ ତାର ପତନ ହେବାରେ ଲାଗିଥାଏ ଏବଂ ପୂର୍ବଜଙ୍କ ଠାରୁ ପ୍ରାପ୍ତ ହୋଇଥିବା ସମ୍ପତ୍ତି ମଧ୍ୟ ଧୀରେ ଧୀରେ ନଷ୍ଟ ହୋଇଥାଏ । ପିତୃ ଦୋଷ କାରଣରୁ ମନୁଷ୍ୟକୁ ଆର୍ଥିକ ସମସ୍ୟାରେ ପୀଡିତ ହେବାକୁ ପଡ଼ିଥାଏ । ପିତୃ ପକ୍ଷରେ ତାଙ୍କ ଆତ୍ମାକୁ ସନ୍ତୁଷ୍ଟ କରି ତାଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ଉଚିତ । ଗରୁଡ଼ ପୁରାଣରେ କୁହାଯାଇଛି ଯେ ମନୁଷ୍ୟକୁ ସବୁ ସମସ୍ୟାରୁ ତାଙ୍କର ପୂର୍ବଜ ମାନେ ହିଁ ରକ୍ଷା କରିଥାନ୍ତି । ଆଗାମୀ ସମସ୍ୟା ସମ୍ବନ୍ଧରେ ପିତୃ ମାନେ ହିଁ ସଙ୍କେତ ଦେଇଥାନ୍ତି । ତେଣୁ ସେହି ସଙ୍କେତକୁ ଜାଣି ପାରିବା ନିତାନ୍ତ ଆବଶ୍ୟକ ଅଟେ । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଯେଉଁ ବ୍ୟକ୍ତି ନିଜ ପିତୃଦେବଙ୍କ ସମ୍ମାନ କରେନାହିଁ ସେହି ବ୍ୟକ୍ତିର ଉନ୍ନତି ହୁଏନାହିଁ ଏବଂ ଜୀବନରେ ଅନେକ ସମସ୍ୟା ହୋଇଥାଏ ।

ତେଣୁ ପିତୃଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅନେକ ଦାନ ଧର୍ମ ମଧ୍ୟ କରିବା ଉଚିତ । ଏହାଦ୍ବାରା ତାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ପିତୃପକ୍ଷରେ ଶାସ୍ତ୍ରରେ କିଛି କାମ ବିଷୟରେ ବର୍ଜିତ ମାନା ଯାଇଛି । ନଚେତ ପିତୃଦେବ ରୁସ୍ଟ ହୋଇ ପାରନ୍ତି ।

୧ . ପିତୃ ପକ୍ଷରେ ପିତୃ କୌଣସିବି ରୂପରେ ଆପଣଙ୍କ ଘରକୁ ଆସି ପାରନ୍ତି । ତେଣୁ ଦ୍ୱାରକୁ ଆସୁଥିବା କୌଣସି ବ୍ୟକ୍ତି କିମ୍ବା ପଶୁ ପକ୍ଷୀକୁ ଅନାଦର କରିବା ଉଚିତ ନୁହେଁ ବରଂ ଭୋଜନ କରାଇବା ଉଚିତ । ବିଶେଷ କରି ଯଦି ଗୋମାତା କିମ୍ବା କୁକୁର ଆସୁଛି ତେବେ ନିଶ୍ଚିତ ଭାବରେ ଖାଇବାକୁ ଦିଅନ୍ତୁ ।

୨ . ପିତୃ ପକ୍ଷରେ ସାତ୍ଵିକତା ପାଳନ କରନ୍ତୁ । ଏହି ସମୟରେ ସୋରିଷ , ମସୁରି ଡାଲି , ମଦ , ମାଛ , ମାଂସ କିମ୍ବା ପିଆଜ ରସୁଣ ବର୍ଜିତ ଅଟେ । ତେଣୁ ଏହି ଜିନିଷ ଭୁଲରେ ସେବନ କରନ୍ତୁ ନାହିଁ । ନଚେତ ଏହା ପିତୃ ଦୋଷର କାରଣ ହେବ ।

୩ . କୌଣସି ତୀର୍ଥ ସ୍ଥାନରେ ପିତୃଙ୍କ ନିମନ୍ତେ ତର୍ପଣ କରିବାର ଅନେକ ମହତ୍ତ୍ୱ ରହିଛି । ତେଣୁ କେଦାରନାଥ କିମ୍ବା ଗୟାରେ ପିତୃଙ୍କୁ ଶ୍ରାଦ୍ଧ ଦେଲେ ପିତୃଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ । ଯଦି କୌଣସି ପବିତ୍ର ସରୋବରରେ ସ୍ନାନ ନକରି ଘରେ କରୁଛନ୍ତି ଏବଂ ଶ୍ରାଦ୍ଧ ଦେଉଛନ୍ତି ତେବେ ରାତିରେ ଦିଅନ୍ତୁ ନାହିଁ । ନଚେତ ନକରାତ୍ମକତା ସୃଷ୍ଟି ହୋଇଥାଏ । ପିତୃଙ୍କୁ ଶ୍ରାଦ୍ଧ କେବଳ ଦିନ ସମୟରେ ହିଁ ଦିଆଯାଇଥାଏ ।

୪ . ପିତୃ ପକ୍ଷରେ ଯେଉଁ ବ୍ୟକ୍ତି ଶ୍ରାଦ୍ଧ ଦେବାର ଥାଏ ସେହି ବ୍ୟକ୍ତି ଚୁଟି କିମ୍ବା ନଖ କାଟିବା ଉଚିତ ନୁହେଁ । ନଚେତ ଦୋଷ ଲାଗିଥାଏ ।

୫ . ପିତୃ ପକ୍ଷରେ ବୟସ୍କ ଲୋକଙ୍କୁ ସମ୍ମାନ କରିବା ଉଚିତ । ନଚେତ ପିତୃ କ୍ରୋଧିତ ହୁଅନ୍ତି । ତେଣୁ ଏହି ପିତୃ ପକ୍ଷରେ ବୟସ୍କ ଲୋକଙ୍କ ହାତରୁ ଦାନ ଧର୍ମ କରିବା ଉଚିତ । ଏପରି କରିବା ଦ୍ୱାରା ମନୁଷ୍ୟକୁ ଶ୍ରେଷ୍ଠ ଫଳର ପ୍ରାପ୍ତି ହୋଇଥାଏ ।

୬ . ଯେଉଁ ବ୍ୟକ୍ତି ପିତୃଙ୍କ ଶ୍ରାଦ୍ଧ ଦେବାର ଥାଏ ସେହି ବ୍ୟକ୍ତି ଭୁଲରେବି ମଦ ସେବନ କରିବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *