ଏହି ” ପିତୃପକ୍ଷ ” ରେ କରନ୍ତୁ ପିତୃଦୋଷ ନିବାରଣର ସବୁ ଅଚୁକ ଉପାୟ | ପିତୃପକ୍ଷ / ପିତୃଶ୍ରାଦ୍ଧ..

ବନ୍ଧୁଗଣ ହିନ୍ଧୁ ପଚାଙ୍ଗ ଅନୁଯାୟୀ ଭାଦ୍ରବ ମାସ ପୁର୍ଣିମା ତିଥିରେ ପିତୃପକ୍ଷ ଆରମ୍ଭ ହୋଇଥାଏ | ଯାହା ଅଶ୍ଵିନୀ ମାସ ଅମାବାସ୍ୟା ଯାହାକୁ ସର୍ବ ପିତୃପକ୍ଷ ଅମାବାସ୍ୟା ମଧ୍ୟ କୁହାଯାଏ ସେହିଦିନ ସମାପ୍ତ ହୋଇଥାଏ | ଏହିଥର ପିତୃପକ୍ଷ ସେପ୍ଟେମ୍ବର ମାସ 10 ତାରିଖରୁ ଆରମ୍ଭ ହୋଈ ସେପ୍ଟେମ୍ବର ମାସ 25ତାରିଖରେ ଶେଷ ହେବ | କୁହାଯାଏ ଯେ ମୃତ୍ୟୁର ଦେବତା ଯମ ରାଜ ଶ୍ରାଦ୍ଧ ପକ୍ଷରେ ପିତୃପୁରୁଷଙ୍କୁ ମୁକ୍ତି କରିଦିଅନ୍ତି | ଯେମିତି ସେମାନେ ନିଜ ଲୋକଙ୍କ ପାଖକୁ ଯାଇ ତାଙ୍କୁ ଦେଖିପାରିବେ | ପିତୃପୁରୁଷ ମାନେ ଏହି ପିତୃପକ୍ଷରେ ପୃଥିବିକୁ ଆସିଯାନ୍ତି ଏବଂ ଏହି 16ଦିନ ସେମାନେ ପୃଥିବୀରେ ରହି ଶ୍ରାଦ୍ଧ, ପିଣ୍ଡ ଦାନା ଏଇ ସବୁକୁ ଗ୍ରହଣ କରି ପିତୃ ଅମାବାସ୍ୟା ଦିନ ପୁନଶ୍ଚ ପିତୃପୁରକୁ ଚାଲିଯାଆନ୍ତି | ଏବଂ ଏଥିପାଇଁ ଏହି 16ଦିନ ସମ୍ପୂର୍ଣ ଭାବେ ପିତୃପୁରୁଷଙ୍କୁ ସମର୍ପଣ ହୋଇଥାଏ |ଏହି 16ଦିନରେ ପିତୃ ପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ଶ୍ରାଦ୍ଧ, ପିଣ୍ଡ ଦାନା,ଦର୍ପଣ କର୍ମ ସେମାନେଙ୍କ ପାଇଁ କରାଯାଏ| ପିତୃ ପୁରୁଷଙ୍କ ପାଇଁ ଶ୍ରଦ୍ଧାରେ କିଛି ସମର୍ପଣ କରିବାକୁ ହିଁ ଶ୍ରାଦ୍ଧ କୁହାଯାଏ |

ଏହି 16ଦିନ ପିତୃ ପୁରୁଷଙ୍କ ସେବା କରି ସେମାନଙ୍କ ପାଖରୁ ଆଶ୍ରିବାଦ ପ୍ରାପ୍ତ କରିବାର ବହୁତ ଖାସ ସମୟ ବୋଲି ବିବେଚନା କରାଯାଏ | ବନ୍ଧୁଗଣ ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ପିତୃପକ୍ଷ ସମୟରେ କୋୖଣସି ବି ଶୁଭ କିମ୍ଭା ମଙ୍ଗଳିକ କାର୍ଯ୍ୟ କରାଯାଏ ନାହିଁ ବୋଲି | ଶାସ୍ତ୍ରରେ ପିତୃପକ୍ଷର ଅନେକ ନିୟମ କୁହାଯାଇଅଛି | ଯଦି ସେହି ନିୟମର ପାଳନ କରାନଯାଏ ତେବେ ଆପଣଙ୍କୁ ପିତୃଦୋଷ ଲାଗିଥାଏ ଏବଂ ପିତୃ ଭଗବାନ ଆପଣଙ୍କ ଉପରେ କ୍ରୋଧିତ ହୁଅନ୍ତି | ପିତୃପକ୍ଷରେ ଶୁଭ ଏବଂ ମଙ୍ଗଳିକ କାର୍ଯ୍ୟ ବ୍ୟତୀତ ଆହୁରି ମଧ୍ୟ କିଛି ଜିନିଷ ଅଛି ଯାହାକୁ ଭୁଲରେ ବି ଆପଣମାନେ ପିତୃପକ୍ଷରେ ଖାଆନ୍ତୁ ନାହିଁ | ପିତୃପକ୍ଷ ପିତୃ ପୁରୁଷଙ୍କୁ ସମର୍ପଣ ହୋଇଥାଏ ଏବଂ ସେଥିପାଇଁ ଏହି ସମୟରେ ଖାଇବାର ବିଶେଷ ନିୟମ ରହିଥାଏ | ଏହି ସମୟରେ ପିତୃ ମାନଙ୍କ ପାଇଁ ଖାଇବା ବଢ଼ା ଯାଏ ଏବଂ ବ୍ରହ୍ମଣ ମାନଙ୍କୁ ଡାକି ତାଙ୍କୁ ଭୋଜନ କରାଯାଏ |

କିନ୍ତୁ ଶାସ୍ତ୍ରରେ କିଛି ଏପରି ଖାଧ୍ୟ ବିଷୟରେ କୁହାଯାଇଛି କି ଯାହାକୁ ଭୁଲରେ ବି ପିତୃପକ୍ଷ ସମୟରେ ଖାଇବା ଜମା ବି ଉଚିତ ନୁହେଁ | ଆସନ୍ତୁ ଜାଣିବା ଏହି ସମୟରେ କଣ ଖାଇବା ଉଚିତ ନୁହେଁ ଏବଂ କେଉଁ ଖାଦ୍ୟ ଏହି ସମୟରେ ଭୁଲରେ ବି ଘରକୁ ଆସିଥିବା ବ୍ରହ୍ମଣଙ୍କୁ ଦେବା ଉଚିତ ନୁହେଁ | ଆପଣ ସବୁବେଳେ ଶୁଣିଥିବେ କି ପିତୃପକ୍ଷ ସମୟରେ ସମସ୍ତେ ଏହା କୁହନ୍ତି ଯେ ସେହି ସମୟରେ ସେହି ଖାଇବା ବନାନ୍ତୁ ଯାହା ଆପଣଙ୍କ ପିତୃଙ୍କୁ ପସନ୍ଦ ଥିବ | ଏମିତି କରିବା ଦ୍ୱାରା ଆପଣଙ୍କ ପିତୃ ପୁରୁଷଙ୍କୁ ଶାନ୍ତି ମିଳିଥାଏ | ଆମେ ଏହି ଜାଗାରେ କିଛି ଭୁଲ କରିଦେଉଥାଉ | ଚାଲନ୍ତୁ ଜାଣିବା…

ଅଧିକାଂଶ ଘରେ ଅଧିକାଂଶ ଲୋକଙ୍କ ପିତୃ ପୁରୁଷ ମାନଙ୍କ ପିଆଜ, ରସୁଣ ଖାଇବାରେ ପସନ୍ଦ ହୋଇଥାଏ | ଆଉ ଏମିତିରେ ଆପଣ ମନେ ତାଙ୍କ ମନପସନ୍ଦର ଖାଇବା କରିବା ବେଳେ ତାଙ୍କ ଖାଇବାରେ ପିଆଜ ଆଉ ରସୁଣ ପକେଇଥାନ୍ତି | ଏବଂ ଆପଣଙ୍କ ପିତୃ ପୁରୁଷଙ୍କ ପସନ୍ଦ ଅନୁସାରେ ଆପଣ ରୋଷେଇ କରି ବ୍ରାହ୍ମଣ ମାନଙ୍କୁ ଖାଇବାକୁ ଦେଇଦିଅନ୍ତୁ ଏବଂ ଯଦି ଆପଣଙ୍କ ପିତୃ ପୁରୁଷଙ୍କୁ ଆମିଷ ପସନ୍ଦ ଥାଏ ତେବେ ଆପଣ କିଛି ଲୋକଙ୍କୁ ଆମିଷ ମଧ୍ୟ ଦେଇଦିଅନ୍ତି ଖାଇବା ପାଇଁ | ଏବଂ ନିଜ ପିତୃପୁରୁଷଙ୍କ ଆଶ୍ରିବାଦ ପ୍ରାପ୍ତ କରିବା ପାଇଁ | ତେବେ ଆମେ ଆଜି ଆପଣଙ୍କୁ କହିରଖୁଛୁ ଯେ ଯଦି ଆପଣ ଏମିତି କରୁଛନ୍ତି ତେବେ ଏହାକୁ ଏବେ ହିଁ ବନ୍ଦ କରିଦିଅନ୍ତୁ |

ଶାସ୍ତ୍ର ଅନୁଯାୟୀ ପିତୃପକ୍ଷ ସମୟରେ ଭୁଲରେ ବି ପିଆଜ, ରସୁଣ, ମାଂସ କିମ୍ଭା ଅଣ୍ଡାର ସେବନ କରନ୍ତୁ ନାହିଁ | ପିତୃଙ୍କ ଭୋଜନରେ ମଧ୍ୟ ଏହି ସବୁର ବ୍ୟବହାର କରନ୍ତୁ ନାହିଁ | ଶାସ୍ତ୍ର ଅନୁଯାୟୀ ଭଗବାନ ବିଷ୍ଣୁ ଏବଂ ମାତା ଲଷ୍ମୀଙ୍କୁ ପିତୃ ଦେବ ବୋଲି କୁହାଯାଇଛି | ପିତୃ ପୁରୁଷଙ୍କୁ ଦିଆଯାଉଥିବା ସମସ୍ତ ଶ୍ରାଦ୍ଧ, ପିଣ୍ଡ ଦାନ, ଦର୍ପଣ ସବୁକିଛି ପ୍ରଥମେ ଭଗବାନ ବିଷ୍ଣୁ ଏବଂ ମାତା ଲଷ୍ମୀ ହିଁ ଶିକ୍ୟର କରନ୍ତି | ଏହା ପରେ ତାହା ଆପଣଙ୍କ ପିତୃପୁରୁଷଙ୍କୁ ମିଳିଥାଏ | ଏବଂ ମାତା ଲଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ ଭୋଗରେ କେବେ ବି ପିଆଜ, ରସୁଣ, ଅଣ୍ଡା କିମ୍ଭା ମାଂସ ବ୍ୟବହାର କରାଯାଏ ନାହିଁ | ଯଦି ଆପଣ ସେହି ପିଣ୍ଡ ଦାନାରେ ଆପଣ ଅଣ୍ଡା, ପିଆଜ, ରସୁଣ, କିମ୍ଭା ମାଂସ ପକାନ୍ତି ତେବେ ଏହାକୁ ମାତା ଲଷ୍ମୀ ଏବଂ ଭଗବାନ ବିଷ୍ଣୁ କେବେ ବି ଗ୍ରହଣ କରିବେ ନାହିଁ | ଯେତେବେଳେ ପିତୃଦେବ ହିଁ ତାକୁ ସ୍ୱୀକାର କରିବେ ନାହିଁ ତେବେ ଆମ ପିତୃ ପୁରୁଷ ମଧ୍ୟ ତାକୁ ଗ୍ରହଣ କରିପାରିବେ ନାହିଁ | ତେଣୁ ଏହି କଥାର ବିଶେଷ ଧ୍ୟାନ ଦିଅନ୍ତୁ |

ଆପଣ ଧ୍ୟାନ ଦେବେ କି ଏହି ସମୟରେ ଆପଣ କେବେ ବି ମଶୁରି ଡାଲି ଖାନ୍ତୁ ନାହିଁ କିମ୍ଭା କଳା ଲୁଣ, କଳା ଜିରା ମଧ୍ୟ ଗ୍ରହଣ କରନ୍ତୁ ନାହିଁ କିମ୍ଭା ଏହି ସବୁର ବ୍ୟବହାର ବ୍ରହ୍ମଣ ଖାଦ୍ୟରେ କରନ୍ତୁ ନାହିଁ | ଏହା ବ୍ୟତୀତ ପିତୃପକ୍ଷରେ ମୂଳା, ଲାଉ, କ୍ଷୀର,ସୋରିଷ ଶାଗ ଖାନ୍ତୁ ନାହିଁ କିମ୍ଭା କାହାରିକୁ ଖାଇବାକୁ ଦିଅନ୍ତୁ ନାହିଁ | ପିତୃପକ୍ଷରେ ପିତୃଙ୍କ ପାଇଁ କେବେ ବି ଡାଲି, ଭାତ, ରୁଟି ବନାନ୍ତୁ ନାହିଁ | ଏବଂ ଏହି ସବୁ ନିଜ ଖାଇପାରିବେ କିନ୍ତୁ କୋୖଣସି ବ୍ରାହ୍ମଣଙ୍କୁ କିମ୍ଭା ନିଜ ପିତୃପୁରୁଷଙ୍କୁ ଏହା ଦିଅନ୍ତୁ ନାହିଁ | ଏହି ସବୁ କଥାର ବିଶେଷ ଧ୍ୟାନ ରଖନ୍ତୁ ଏବଂ ନିଜ ପିତୃଙ୍କୁ ସନ୍ତୁଷ୍ଟ କରି ତାଙ୍କ ପାଖରୁ ଆଶ୍ରିବାଦ ଗ୍ରହଣ କରନ୍ତୁ ଏବଂ ନିଜ ଜୀବନ ସୁଖ ଏବଂ ସମୃଦ୍ଧିରେ ବଞ୍ଚନ୍ତୁ |

Leave a Reply

Your email address will not be published. Required fields are marked *