ପିତୃପକ୍ଷର ସଠିକ ସମୟ ଏବଂ ସଠିକ ଦିନ | ଏହି କାର୍ଯ୍ୟ ନିଶ୍ଚିତ କରିବା ଉଚିତ ଏହି ପିତୃପକ୍ଷ ତିଥିରେ | ଜାଣନ୍ତୁ ସେସବୁ କଣ?

ବନ୍ଧୁଗଣ ଯେତେବେଳେ ବି ପିତୃପକ୍ଷ ଆସେ ସେତେବେଳେ ଆମମାନଙ୍କ ମନରେ ଅନେକ ପ୍ରଶ୍ନ ଆସିଥାଏ | ପିତୃ ପକ୍ଷକୁ ନେଇ ଆମ ମନରେ କିଛି ପ୍ରଶ୍ନ ଥାଏ ଏବଂ କିଛି ସନ୍ଦେହ ମଧ୍ୟ ଥାଏ | କିଛି କଥାର ସୂଚନା ଆମ ପାଖେ ନଥାଏ ଏମିତିରେ ଆମେ ଆଜି ଆପଣଙ୍କୁ ଆପଣଙ୍କର ସମସ୍ତ ପ୍ରଶ୍ନ ଏବଂ ପିତୃ ପକ୍ଷ ବିଷୟରେ ସମସ୍ତ ସୂଚନା ଦେବୁ | କିପରି ଶ୍ରାଦ୍ଧ କରିବାକୁ ହେବ କେମିତି କଲେ ଆପଣଙ୍କ ପିତୃପୁରୁଷ ଖୁସି ହୋଈ ଆପଣଙ୍କୁ ଆଶ୍ରିବାଦ ଦେବେ | କେଉଁ ଜିନିଷ କରିବା ଉଚିତ ନୁହେଁ | ଏବଂ ଏହି ସମୟରେ କେଉଁ ଉପାୟ କରିବା ଉଚିତ ଯାହା ଦ୍ୱାରା ପିତୃ ଦୋଷ କଟିଯିବ | ସେହି ସବୁ ଆମେ ଆପଣଙ୍କୁ ସବୁ କହିବୁ |

ବନ୍ଧୁଗଣ ଭାଦ୍ରବ ମାସ ପୁର୍ଣିମା ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ସମୟକୁ ପିତୃପକ୍ଷ କୁହାଯାଏ | ପିତୃ ଅର୍ଥ ଆମ ପୂର୍ବପୁରୁଷ ଯେଉଁ ମନେ ବର୍ତ୍ତମାନ ସମୟରେ ଆମ ସହ ନାହାନ୍ତି | ସେମାନଙ୍କ ପାଇଁ ସଂମାନର ସମୟ ହୋଇଥାଏ ଏହି ପିତୃପକ୍ଷ | ଅର୍ଥାତ ମହାଳୟା | ଏହିଥର ପିତୃପକ୍ଷ ସେପ୍ଟେମ୍ବର ମାସ 10 ତାରିଖରୁ ଆରମ୍ଭ ହୋଈ ସେପ୍ଟେମ୍ବର ମାସ 25ତାରିଖରେ ଶେଷ ହେବ | ଏହି 17 ତାରିଖକୁ ପିତୃ ଶ୍ରାଦ୍ଧ କରିବାର ଉପଯୁକ୍ତ ସମୟ ନୁହେଁ | ଏହିଦିନ ନିଜ ପିତୃ ମାନଙ୍କୁ ସ୍ମରଣ କରି ତାଙ୍କୁ ପୂଜା କରାଯାଏ |

ସେମାନଙ୍କ ପାଇଁ ଶ୍ରାଦ୍ଧ କର୍ମ କରାଯାଏ | କୁହାଯାଏ ଯେ ପିତୃପକ୍ଷରେ ଆମ ପୂର୍ବଜ ମନେ ପୃଥିବୀ ପୃଷ୍ଟକୁ ଆସନ୍ତି ଏବଂ ସେମାନେ ଏହା ଆଶା କରନ୍ତି କି ତାଙ୍କ ସନ୍ତାନ ମାନେ ତାଙ୍କୁ ଶ୍ରାଦ୍ଧ, ପିଣ୍ଡ ଦାନ, ଏବଂ ତାଙ୍କର ଦର୍ପର୍ଣ କରନ୍ତୁ | ଏହି ସବୁ କରିଲେ ଆପଣଙ୍କ ପିତୃ ଖୁସି ହୋଈ ଆପଣଙ୍କୁ ଆଶ୍ରିବାଦ କରି ପୁଣୀ ଚାଲିଯାଇଥାନ୍ତି | ଏବଂ ଏହା ମଧ୍ୟ କୁହାଯାଏ ଯେ ଯେଉଁ ମାନେ ନିଜ ପିତୃଙ୍କୁ ତୃପ୍ତ କରନ୍ତି ନାହିଁ ସେମାନେ ଅଭିଶାପ ପାଇଥାନ୍ତି | ସେମାନ ଜୀବନରେ ଅନେକ ପ୍ରକାରର ସମୟ ସୃଷ୍ଟି ହୁଏ |

ବନ୍ଧୁଗଣ ଅନେକ ଲୋକଙ୍କର ଏହା ଭୁଲ ଧାରଣ ଥାଏ ଯେ ପିତୃ ଦୋଷ କେବଳ ସେମାନଙ୍କୁ ହିଁ ଲାଗିଥାଏ ଯେଉଁ ମାନଙ୍କର ମାତା-ପିତା ଏହି ଦୁନିଆରେ ନଥାନ୍ତି | କିନ୍ତୁ ଶାସ୍ତ୍ର ପୁରୁଣାରେ ଲେଖା ହେଇଛି କି ଯଦି କୋୖଣସି ପରିବାର ପିତୃଦୋଷରେ ପୀଡିତ ଅଛି ତେବେ ସେହି ଘରେ ଜନ୍ମ ହେଇଥିବା ପିଲା ମଧ୍ୟ ସେହି ଅଭିଶପର ସହ ଜନ୍ମ ହୋଇଥାଏ | ତେଣୁ ଏହା ଜରୁରୀ ଅଟେ କି ପିତୃଦୋଷର କାର୍ଯ୍ୟ ନିବାରଣ କରିବା | ତେଣିକି ସେ ସ୍ତ୍ରୀ ହେଉ କିମ୍ଭା, ବୁଢା, ପିଲା, ବ୍ୟକ୍ତି ଜୀଏବି ହେଉ ନା କାହିଁକି ସମସ୍ତଙ୍କୁ ଏହି ନିୟମ ପାଳନ କରିବାକୁ ହେବ |

ବନ୍ଧୁଗଣ ପିତୃ ମାନେ ଏହି 15ଦିନ ପାଇଁ ପୃଥିବୀକୁ ଆସିଥାନ୍ତି ଆପଣଙ୍କ ସେନ୍ହ ଏବଂ ଭଲପାଇବା ପାଇଁ | ଏବଂ ଯଦି ଆପଣ ମନେ ଏହି ନିୟମ. ନ ମାନନ୍ତି ତେବେ ଆପଣଙ୍କ ପିତୃପୁରୁଷ ମନେ ଅତ୍ୟନ୍ତ କଷ୍ଟ ପାଇଁ ଚାଲିଯାଇଥାନ୍ତି ଏବଂ ଗଲା ବେଳେ ଆପଣଙ୍କୁ ଅଭିଶାପ ଦେଇକି ଯାନ୍ତି ଏବଂ ସେହି ଅଭିଶାପ କାରଣଋ ଆପଣଙ୍କ ଜୀବନରେ ଅନେକ ସମସ୍ୟା ଆସିଥାଏ | ଯେପରିକି କୋୖଣସି ବି କାର୍ଯ୍ୟ ଆପଣଙ୍କର ଭଲରେ ହେଇପାରେ ନାହିଁ | ସବୁବେଳେ କିଛି ନା କିଛି ସମସ୍ୟା ଲାଗିରହିଥାଏ | ପରିବାର ମଧ୍ୟରେ କାହାରି କାହାରି ସହ ପଡେ ନାହିଁ | ଘରେ କୋୖଣସି ପ୍ରକାରର ଶୁଭ କାର୍ଯ୍ୟ ହୋଇପାରେ ନାହିଁ | ସବୁବେଳେ ଆସନ୍ତି ଲାଗିରହେ | ଏହି ସବୁର କାରଣ ପିତୃଦୋଷ ହୋଇଥାଏ ଯାହା ଆପଣଙ୍କ ଉପରେ ଲାଗିଥାଏ |

ବନ୍ଧୁଗଣ ଚାଲନ୍ତୁ ଜାଣିନେବ କେଉଁ ଉପାୟ କଲେ ଆମ ପିତୃପୁରୁଷ ଆମ ଦ୍ୱାରା ଖୁସି ହୋଈ ଆମକୁ ଆଶ୍ରିବାଦ ଦେବେ | ଏହି ସବୁ ଉପାୟ ବହୁତ ଛୋଟ କିନ୍ତୁ ସବୁବେଳେ ଧ୍ୟାନ ଦେବେ ଏହି ସବୁ ଛୋଟ ଛୋଟ ଜିନିଷକୁ ସମ୍ପୂର୍ଣ ଶ୍ରଦ୍ଧା ଏବଂ ନିଷ୍ଟାର ସହ କରିବାକୁ ହେବ | ପ୍ରଥମତଃ ପିତୃପକ୍ଷ ସମୟରେ ଏହି 15ଦିନ ଆପଣଙ୍କ ଘର ସମ୍ପୂର୍ଣ ଭାବେ ସ୍ୱସ୍ତିକ ପରିବେଶ ରହିବା ଆବଶ୍ୟକ ଅଟେ | ଏହି ସମୟରେ ଘରେ କୋୖଣସି ପପ୍ରକାରର ଆମିଷ ଖାଦ୍ୟ ବନେଇବା ଉଚିତ ନୁହେଁ | ଏବଂ ସେହି ସମୟରେ ରସୁଣ, ପିଆଜ ଆଦି ମଧ୍ୟ ଖାଇବା ଉଚିତ ନୁହେଁ |

ଏହି ସମୟରେ ଆପଣ କେବେ ବି ମଶୁରି ଡାଲି ବ୍ୟବହାର କରିବେ ନାହିଁ | ଏହି ସମୟରେ ଆପଣ ଚଣା ଡାଲିର ବ୍ୟବହାର ମଧ୍ୟ କରନ୍ତୁ ନାହିଁ | ପିତୃ ପକ୍ଷରେ ଶ୍ରାଦ୍ଧ ଅର୍ପଣ କରିବା ବ୍ୟକ୍ତିଙ୍କୁ 15 ଦିନ ପର୍ଯ୍ୟନ୍ତ ନିଜ ଚୁଟି କିମ୍ଭା ନଖ କାଟିବା ଉଚିତ ନୁହେଁ | ଏହି ପିତୃପକ୍ଷରେ ଆପଣଙ୍କୁ ବ୍ରହ୍ମଚାରିର ଜୀବନ ବିତେଇବାକୁ ପଡିବ | ଏବଂ ଏହି ପିତୃପକ୍ଷରେ କୌଣସି ପ୍ରକାରର ଶୁଭ କାର୍ଯ୍ୟ କରନ୍ତୁ ନାହିଁ |

ପିତୃପକ୍ଷରେ ସବୁଦିନ ସନ୍ଧ୍ୟାରେ ଭଲ ସାଧା ଖାଦ୍ୟ ବନେଇକି ସବୁଥିରୁ ଟିକେ ଟିକେ ନେଇ ଗୋଟେ ଥାଳିରେ ନିଜ ଘରର ଛାତରେ ରଖିଦିଅନ୍ତୁ ନଚେତ ନିଜ ରୋଷେଇ ଘରର ଦକ୍ଷିଣ ଦିଶାରେ ରଖିଦିଅନ୍ତୁ | ଏବଂ ମନେ ରଖିବେ ଏହି ସମୟରେ ଆପଣ ଯାହା ବି କାର୍ଯ୍ୟ କରିବେ ସବୁ କିଛି ଦକ୍ଷିଣ ଦିଗରେ ହିଁ କରିବେ | ଏହା ମନଜାଏ କି ସେହି ଦିଗଋ ହିଁ ଆମ ପିତୃପୁରୁଷ ମନେ ଆସିଥାନ୍ତି | କିଛି ଲୋକ ଭାବନ୍ତି ନିଜ ପିତୃଙ୍କର ପିଣ୍ଡାଦନା ସେ ଗଙ୍ଗାରେ କରିଦେଇଛନ୍ତି ଏବଂ ସେମାନଙ୍କୁ ଏଇ ସବୁ କରିବାର ଏବେ କୋୖଣସି ଆବଶ୍ୟକତା ନାହିଁ | କିନ୍ତୁ ଏହା ଉଚିତ ନୁହେଁ | ପିତୃପକ୍ଷରେ ଆପଣଙ୍କୁ ଏହି କାର୍ଯ୍ୟ ନିଶ୍ଚିତ ରୂପେ କରିବା ଆବଶ୍ୟକ ଅଟେ | ଯଦିଓ ଆପଣ ତାଙ୍କ ପିଣ୍ଡକୁ ଗଙ୍ଗାରେ ଦନା କରିଦେଇଛନ୍ତି ତଥାପି ଯଦି ଆପଣ ଏହି ସବୁ କରିବେ | ତେବେ ଆପଣଙ୍କୁ ଅନେକ ଲାଭ ମିଳିବ | ଆପଣଙ୍କର କୋୖଣସି ପ୍ରକାରର ଅସୁଵିଧା ହେବ ନାହିଁ |

Leave a Reply

Your email address will not be published. Required fields are marked *