ପିତାଙ୍କ ମୃତ୍ୟୁ ପୂର୍ବରୁ କାହିଁକି ହୋଇଯାଏ , ଜାଣନ୍ତୁ କଣ କହିଥାଏ ଗରୁଡ଼ ପୁରାଣ :-

ଗରୁଡ଼ ପୁରାଣରେ ମନୁଷ୍ୟର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ରହସ୍ୟ ବିଷୟରେ କୁହାଯାଇଛି । ଏମିତିକି ସେଥିରେ ଏହା ମଧ୍ୟ ବର୍ଣ୍ଣନା କରାଯାଇଛି ଯେ ସ୍ୱାମୀର ମୃତ୍ୟୁ ସ୍ତ୍ରୀ ପୂର୍ବରୁ କାହିଁକି ହୋଇଯାଏ । ଏହା ସମସ୍ତଙ୍କୁ ଜଣା ଯେ ସ୍ତ୍ରୀ ମାନେ ନିଜ ସ୍ୱାମୀର ଦୀର୍ଘ ଆୟୁଷ କାମନା କରି ଅନେକ ବାର ବ୍ରତ , ଧାର୍ମିକ କାର୍ଯ୍ୟ କରିଥାନ୍ତି । ତଥାପି ସ୍ୱାମୀର ମୃତ୍ୟୁ ଆଗ ହୋଇଯାଏ । ତେବେ ଏହାର କାରଣ ହେଉଛି ସ୍ତ୍ରୀ ଦ୍ୱାରା ହୋଇଥିବା ତିନୋଟି ଭୁଲ । ସେହି ଭୁଲ ଦ୍ୱାରା ସ୍ତ୍ରୀ ନିଜର ଯୌବନରେ ହିଁ ସ୍ୱାମୀକୁ ହରାଇ ଥାଏ ଏବଂ ଏକୁଟିଆ ରହିଥାଏ । ତେଣୁ ଚାଲନ୍ତୁ ସେହି ଭୁଲ ଗୁଡ଼ିକ ବିଷୟରେ ଜାଣିନେବା ।

୧ . ଗରୁଡ଼ ପୁରାଣରେ କୁହାଯାଇଛି ଯେ ସ୍ତ୍ରୀ ମାନେ ସ୍ୱାମୀର ଦୀର୍ଘ ଆୟୁଷ କାମନା କରି ବଟ ବ୍ରତ ରଖିବା ସମୟରେ ବ୍ରତକୁ ନିଷ୍ଠା ପୂର୍ବକ ପାଳନ କରିବା ଉଚିତ । ମାତ୍ର କିଛି ମହିଳା ଥାନ୍ତି ଯେଉଁମାନେ ବ୍ରତ ମଝିରେ ହିଁ ଭୋଜନ ଗ୍ରହଣ କରିଥାନ୍ତି । ଲୁଚି ଲୁଚି ଭୋଜନ କରିଥାନ୍ତି । ଏପରି ସ୍ତ୍ରୀଙ୍କର ଭୋଜନ ପ୍ରତି ଲାଳସା ରହିଥାଏ । ଯାହା ଆଦୋୖ ଠିକ ନୁହେଁ । ଏପରି କରୁଥିବା ସ୍ତ୍ରୀ ଅନେକ ଜନ୍ମ ପର୍ଯ୍ୟନ୍ତ ସ୍ୱାମୀ ଠାରୁ ବଞ୍ଚିତ ରହନ୍ତି । ଏମାନଙ୍କୁ ସ୍ୱାମୀ ସୁଖ ପ୍ରାପ୍ତ ହୁଏନାହିଁ ଅର୍ଥାତ ଯୌବନରେ ହିଁ ସ୍ୱାମୀର ମୃତ୍ୟୁ ହୋଇଯାଏ । ତେଣୁ ସ୍ତ୍ରୀ ମାନେ ବ୍ରତ ସମୟରେ ଭୋଜନ କିମ୍ବା ଜଳ ସେବନ କରିବା ଉଚିତ ନୁହେଁ ବରଂ ବ୍ରତ ଭାଙ୍ଗିବା ପରେ ହିଁ ଏହା କରିବା ଉଚିତ । ଏହାଦ୍ବାରା ସ୍ୱାମୀ ସ୍ତ୍ରୀ ମଧ୍ୟରେ ପ୍ରେମ ବଜାୟ ରହିଥାଏ ଏବଂ ଭବିଷ୍ୟତରେ ମଧ୍ୟ ସମ୍ପର୍କ ସର୍ବଦା ଦୃଢ଼ ରହିଥାଏ ।

୨ . ଅନେକ ନାରୀ ଏପରି ଥାନ୍ତି ଯେଉଁମାନେ ନିଜ ସ୍ୱାମୀକୁ କଥା କଥାରେ ମିଛ କହିଥାନ୍ତି । ନିଜ ସ୍ୱାମୀର ମିଛ ରାଣ ନିୟମ ପକାଇ ଥାନ୍ତି । ଏମିତିକି କଥା କଥାରେ ଝଗଡ଼ା ଏବଂ ଅପଶବ୍ଦ ମଧ୍ୟ କହିଥାନ୍ତି । ଏହି ନାରୀ ମାନଙ୍କ କାରଣରୁ ସମ୍ପର୍କ କେବେବି ଭଲରେ ଯାଏ ନାହିଁ ବରଂ ସବୁବେଳେ ଅଶାନ୍ତି ଦେଖାଦିଏ । ଗରୁଡ଼ ପୁରାଣ ଅନୁଯାୟୀ ଏପରି ନାରୀ ଜୀବନରେ କେବେବି ସ୍ୱାମୀ ସୁଖ ପାଇପାରେ ନାହିଁ ଏବଂ ଯୌବନରେ ହିଁ ସ୍ୱାମୀର ମୃତ୍ୟୁ ହୋଇଯାଏ

୩ . ଯେଉଁ ନାରୀ ମାଂସ ସେବନ କରିଥାଏ , ବିଶେଷ କରି ଗୁରୁବାର ଦିନ ଏପରି କଲେ ସ୍ୱାମୀ ଏବଂ ସନ୍ତାନର ମୃତ୍ୟୁ ହୋଇଥାଏ । ଯେଉଁ ନାରୀ ନିଜର ସ୍ୱାମୀ ଥାଉ ଥାଉ ପର ପୁରୁଷ ସହିତ ସମ୍ବନ୍ଧ ସ୍ଥାପନ କରିଥାଏ , ନିଜର ମଙ୍ଗଳସୁତ୍ର ବାହାର କରିବା ସହିତ ହାତରେ ଚୁଡ଼ି ଏବଂ ପାଦରେ ପାଉଁଜି ପିନ୍ଧି ନଥାଏ , ସେହି ନାରୀ ମାନଙ୍କ ସ୍ୱାମୀର ମୃତ୍ୟୁ ଯୌବନରେ ହୋଇଯାଏ । ଯେଉଁ ନାରୀ ରାତିରେ ବିଳମ୍ବରେ ଶୋଇବା ସହିତ ସକାଳୁ ବିଳମ୍ବରେ ଉଠିଥାଏ ସେହି ନାରୀର ସ୍ୱାମୀଙ୍କ ମୃତ୍ୟୁ ଯୌବନରେ ହୋଇଯାଏ । ଯେଉଁ ନାରୀ ସପ୍ତାହରେ ଥରେବି ବାର ବ୍ରତ କରି ନଥାଏ ସେହି ନାରୀ ସ୍ୱାମୀ ସୁଖରୁ ବଞ୍ଚିତ ହୋଇଥାଏ ।

ଭୁଲରେବି ଏପରି ସିନ୍ଦୁର ସିନ୍ଥିରେ ଲଗାଇବା ଉଚିତ ନୁହେଁ :-

ନାରୀ ମାନେ ସର୍ବଦା ମଥାର ମଝି ସିନ୍ଥିରେ ହିଁ ସିନ୍ଦୁର ଲଗାଇବା ଉଚିତ । ଯଦି ପାର୍ଶ୍ଵରେ ଲଗାନ୍ତି ତେବେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଫାଟ ସୃଷ୍ଟି ହୋଇଥାଏ ଏବଂ ଏପରି ସ୍ତ୍ରୀକୁ ସ୍ୱାମୀ ଛାଡ଼ି ଦେଇଥାଏ । ମଝିରେ ସିନ୍ଦୁର ଲଗାଇବା ଦ୍ୱାରା ସ୍ୱାମୀର ଆୟୁଷ ବୃଦ୍ଧି ହୋଇଥାଏ । ମହିଳାଙ୍କୁ ନିଜ ସ୍ୱାମୀଙ୍କୁ ଥରେ ସିନ୍ଦୁର ଭରିବାକୁ କହିବା ଉଚିତ । ଯଦି ଏହି ସମୟରେ ସିନ୍ଦୁର ନାକରେ ପଡ଼େ ତେବେ ତାହାର ଅର୍ଥ ସେହି ମହିଳାଙ୍କ ସ୍ୱାମୀ ତାଙ୍କୁ ଖୁବ ପ୍ରେମ କରନ୍ତି ।

Leave a Reply

Your email address will not be published. Required fields are marked *