ଭଗବାନ ଶ୍ରୀକୃଷ୍ଣ କହନ୍ତି ଯେ , ଜୀବନରେ ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି ସଙ୍କେତ , ଜାଣି ରଖନ୍ତୁ :-

ମନୁଷ୍ୟ ଜୀବନରେ ଅନେକ ସମୟରେ ଏପରି ଖରାପ ସମୟ ଆସିଥାଏ ଯେତେବେଳେ ମନୁଷ୍ୟ ପୁରାପୁରି ଭାଙ୍ଗି ପଡ଼େ । ସେତେବେଳେ ସହିବା କ୍ଷମତା ମଧ୍ୟ ଶେଷ ହୋଇଯାଏ । ସେହି ସମୟରେ ମନୁଷ୍ୟ ନିଜ ଜୀବନ ହାରି ଦେବାକୁ ମଧ୍ୟ ନିଷ୍ପତ୍ତି ନିଏ ।ତେଣୁ ସେ ସବୁବେଳେ ଭାବିଥାଏ ଯେ ସେହି ସମୟ କଟି ଯାଉ ଏବଂ ଭଲ ସମୟ ଆସୁ । ଯାହାଦ୍ୱାରା ସେ ଖୁସିରେ ବଞ୍ଚିପାରିବ ଏବଂ ନିଜର କାମ କରି ପାରିବ । ତେବେ ଭଗବାନ ଶ୍ରୀକୃଷ୍ଣ କହନ୍ତି ଯେ ମନୁଷ୍ୟ ଜୀବନରେ ସୁଖ ଦୁଃଖ ସବୁବେଳେ ଆସିଥାଏ । ଏସବୁ ସମୟ ଚକ୍ର କାରଣରୁ ହୋଇଥାଏ । ତେଣୁ ଏହି ସମୟରେ ଉଚିତ ହୋଇଥାଏ ଭଗବାନଙ୍କ ପାଖରେ ନିଜକୁ ସମର୍ପଣ କରିଦେବା । ମାତ୍ର ମନୁଷ୍ୟ ମୋହ ମାୟାରେ ପଡ଼ି ଏହା କରିପାରି ନଥାଏ ।

ମାତ୍ର ଭଗବାନ ଶ୍ରୀକୃଷ୍ଣ କହନ୍ତି ଯେ ମନୁଷ୍ୟର ଖରାପ ସମୟ ଶେଷ ହେବାପରେ ଭଲ ସମୟ ଆସିବା ପୂର୍ବରୁ ଅନେକ ସଙ୍କେତ ମିଳିଥାଏ । ଯାହା ସାଧାରଣତଃ ପଶୁ ପକ୍ଷୀ ଏବଂ ପ୍ରକୃତି ଦ୍ୱାରା ମିଳିଥାଏ । ସେହି ସଙ୍କେତକୁ ମନୁଷ୍ୟ ଚିହ୍ନବା ଜରୁରୀ ହୋଇଥାଏ । ତେଣୁ ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ସେହିସବୁ ସଙ୍କେତ କିପରି ହୋଇଥାଏ । ତେବେ ସେହିସବୁ ସଙ୍କେତକୁ ଅଣଦେଖା କରିବା ଆଦୋୖ ଉଚିତ ନୁହେଁ । ତେବେ ଚାଲନ୍ତୁ ଜାଣିନେବା ।

୧ . ହଠାତ ବ୍ରହ୍ମ ମୁହୂର୍ତ୍ତରେ ନିଦ ଭାଙ୍ଗିବା ଏକ ଭଲ ସଙ୍କେତ ଅଟେ । ମନୁଷ୍ୟ ଯେତେବେଳେ ଶୋଇଥାଉ ନା କାହିଁକି ମାତ୍ର ହଠାତ ସକାଳ ୩ ରୁ ୫ ମଧ୍ୟରେ ନିଦ ଭାଙ୍ଗିଲେ ଏହା ଭଗବାନଙ୍କ ଦ୍ଵାରା ଏହା ସଙ୍କେତ ଅଟେ । ଏହାର ଅର୍ଥ ଆପଣଙ୍କ ଭଲ ସମୟ ଆସିବାକୁ ଯାଉଛି । କୌଣସି କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବାକୁ ଯାଉଛି ଏବଂ ନୂତନ ଅବସର ମିଳିବାକୁ ଯାଉଛି । ତେଣୁ ଏହି ସମୟରେ ମନୁଷ୍ୟ ଭଗବାନଙ୍କୁ ପ୍ରାର୍ଥନା କରିବା ଉଚିତ ।

୨ . ଯଦି ଆପଣ ହଠାତ ପ୍ରସନ୍ନ ରହିବାକୁ ଲାଗନ୍ତି , ହଠାତ ମୁହଁରେ ହସ ଫୁଟି ଉଠେ , ଆପଣ କ୍ରୋଧକୁ ଦୂରେଇ ଦେଇ କାମରେ ଲାଗି ପଡ଼ନ୍ତି କିମ୍ବା ଆପଣଙ୍କୁ ଆପଣଙ୍କ କାମ ପାଇଁ କେହି ପ୍ରଶଂସା କରୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କର ଭଲ ସମୟ ଆସିବାକୁ ଯାଉଛି । ଏହି ସଙ୍କେତ ଆପଣଙ୍କୁ ଭଗବାନ ହିଁ ଦେଉଛନ୍ତି ।

୩ . ଯଦି କେହି ବ୍ୟକ୍ତି ସ୍ୱପ୍ନରେ ଭଗବାନଙ୍କ ଦର୍ଶନ କରୁଛନ୍ତି କିମ୍ବା ଭଗବାନଙ୍କୁ ଖୋଜୁଛନ୍ତି ତେବେ ଏହାର ଅର୍ଥ ଭଗବାନ ଆପଣଙ୍କୁ କୌଣସି ସଙ୍କେତ ଦେବାକୁ ଚାହୁଁଛନ୍ତି ।ଏହାର ଅର୍ଥ ଭଗବାନ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି । ଏହାଦ୍ବାରା ଆପଣଙ୍କୁ ଶୁଭ ଅବସର ପ୍ରାପ୍ତ ହେବାର ମଧ୍ୟ ସଙ୍କେତ ମିଳିଥାଏ । ଏହାର ଅର୍ଥ ଆପଣଙ୍କର ଭଲ ସମୟ ଆସିବାକୁ ଯାଉଛି ।

୪ . ପଶୁ ପକ୍ଷୀଙ୍କ ଦ୍ଵାରା ମଧ୍ୟ ଅନେକ ଶୁଭ ସଙ୍କେତ ମିଳିଥାଏ । ଏମିତିକି ଘରକୁ ବାରମ୍ବାର ଗୋମାତା ଆସିବା , ଘରେ ବିରାଡ଼ି ଛୁଆ ଜନ୍ମ କରିବା , ପକ୍ଷୀ ଆପଣଙ୍କ ଘରକୁ ଆସି ବସା ବନାଇଲେ ଏହା ଶୁଭ ସଙ୍କେତ ହୋଇଥାଏ । ଯଦି ଆପଣ କୌଣସି ସ୍ଥାନକୁ ଯିବା ସମୟରେ ରାସ୍ତାରେ କଇଁଛ ଦେଖୁଛନ୍ତି କିମ୍ବା କୁକୁର ଛୁଆ ରାସ୍ତା ଭୁଲି ଆପଣଙ୍କ ଘରକୁ ଆସୁଛି ତେବେ ଏହା ଆପଣଙ୍କ ଶୁଭ ସମୟ ଆସିବାର ସଙ୍କେତ ଅଟେ ।

୫ . ଯଦି ହଠାତ ଆପଣଙ୍କ ଘରେ ଗଛଲତା ସବୁଜ ଏବଂ ପରିପୂର୍ଣ୍ଣ ଦେଖାଯାଏ ତେବେ ଏହା ଭଗବାନଙ୍କ ଦ୍ଵାରା ଆପଣଙ୍କ ଭଲ ସମୟ ଆସିବାର ସଙ୍କେତ ଅଟେ । ଯଦି ପବନ ଦ୍ୱାରା ହଠାତ ଆପଣଙ୍କୁ ସୁଗନ୍ଧିତ ବାସ୍ନା ଆସିବାରେ ଲାଗେ କିମ୍ବା ଘର ଆଖପାଖରେ ନିମ କିମ୍ବା ତୁଳସୀ ଗଛ ଜନ୍ମ ନିଏ ତେବେ ତାହା ମଧ୍ୟ ଭଲ ସମୟ ଆସିବାର ସଙ୍କେତ ଅଟେ ।

ତୁଳସୀ ଗଛର ଅନେକ ମହତ୍ତ୍ୱ ରହିଛି । ଘର ସାମ୍ନାରେ ତୁଳସୀ ଗଛ ଲଗାଇଲେ ଘରକୁ ନକରାତ୍ମକତା ପ୍ରବେଶ କରେନାହିଁ ଏବଂ ଘରେ ସକାରାତ୍ମକତାର ବାସ ହୋଇଥାଏ । ଏହାଦ୍ୱାରା ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି । ତୁଳସୀର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଥାଏ । ଏହାଦ୍ବାରା ଘରକୁ ସୁଖ ସମୃଦ୍ଧି ମଧ୍ୟ ଆସିଥାଏ ।

Leave a Reply

Your email address will not be published. Required fields are marked *