ଘରକୁ ପିମ୍ପୁଡ଼ି ଆସିଲେ ମାତା ଲକ୍ଷ୍ମୀ ଦେଇଥାନ୍ତି ଏହି ସଙ୍କେତ , ଅଣଦେଖା କରନ୍ତୁ ନାହିଁ :-

ସାଧରଣତଃ ଲୋକେ ପିମ୍ପୁଡ଼ିକୁ ଏକ ସାଧାରଣ କୀଟ ଭାବିଥାନ୍ତି ଏବଂ ତାକୁ ସବୁବେଳେ ପାଦ ତଳେ ଦଳି ଦିଅନ୍ତି । ମାତ୍ର ଶାସ୍ତ୍ର ଅନୁଯାୟୀ ପିମ୍ପୁଡ଼ିର ଅନେକ ମହତ୍ତ୍ୱ ରହିଛି । ପିମ୍ପୁଡ଼ି ସହରକୁ ସ୍ୱଚ୍ଛ ରଖିବାରେ ସାହାଯ୍ୟ କରିଥାଏ । ବୈଜ୍ଞାନିକ ମାନେ ମଧ୍ୟ ମତ ଦିଅନ୍ତି ଯେ ଏକାଧିକ ପିମ୍ପୁଡ଼ି ମିଳିତ ହୋଇ ଗୋଟିଏ ପାହାଡ଼କୁ କାଟିବାର ସାମ୍ୟର୍ଥ ରଖନ୍ତି । କାରଣ ସେମାନେ ସବୁବେଳେ ମିଳିତ ହୋଇ ରହନ୍ତି ।

ପିମ୍ପୁଡ଼ି ଏକତା ଏବଂ ଧୌର୍ଯ୍ୟର ଶିକ୍ଷା କରିବାକୁ କୁହାଯାଏ । ଯଦି ଆପଣ ବାରମ୍ବାର ଗୋଟିଏ କାର୍ଯ୍ୟରେ ଅସଫଳ ହେଉଛନ୍ତି ତେବେ ପିମ୍ପୁଡ଼ି ଭଳି ନିଜର ନିଷ୍ଠା ଏବଂ ପରିଶ୍ରମକୁ ବଢ଼ାଇ ପୁଣିଥରେ କାମରେ ଲାଗି ପଡ଼ିବା ଉଚିତ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ପିମ୍ପୁଡ଼ି କିପରି ଆମ ପାଇଁ ଶୁଭ ଯୋଗ ଆଣିଥାଏ । ଆଉ କିଛି ପିମ୍ପୁଡ଼ି ଅଶୁଭ ମଧ୍ୟ ହୋଇଥାଏ । ମାତ୍ର ଆମ ଜ୍ୟୋତିଷ ଶାସ୍ତ୍ରରୀ ପିମ୍ପୁଡ଼ିକୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ମାନା ଯାଇଛି ।

ପ୍ରାୟତଃ ପିମ୍ପୁଡ଼ି ଅନେକ ପ୍ରଜାତିର ରହିଛି । ପିମ୍ପୁଡ଼ିର ରଙ୍ଗ ଅନୁଯାୟୀ ହିଁ ତାହା ଶୁଭ କିମ୍ବା ଅଶୁଭ ହୋଇଥାଏ । ମଣିଷ ମୃତ୍ୟୁ ପରେ ୮୪ ଲକ୍ଷ ୟୁନି ପରେ ପୁଣିଥରେ ମନୁଷ୍ୟ ଜନ୍ମ ପାଇଥାଏ । ମାତ୍ର ମଣିଷ ଜନ୍ମ ପୂର୍ବରୁ ପିମ୍ପୁଡ଼ି ଜନ୍ମ ପାଇଥାଏ । ତେଣୁ କଳା ପିମ୍ପୁଡ଼ିକୁ ବିଷ୍ଣୁଙ୍କ ପ୍ରତୀକ ବୋଲି ମଧ୍ୟ ମାନା ଯାଏ । ତେଣୁ ଯଦି ଆପଣ ମୃତ୍ୟୁ ପରେ ବୈକୁଣ୍ଠ ଲାଭ କରିବାକୁ ଚାହୁଁଛନ୍ତି ତେବେ ପିମ୍ପୁଡ଼ିକୁ ଅଟା ଦିଅନ୍ତୁ ।

ତେଣୁ ଶନିବାର ଦିନ କଳା ପିମ୍ପୁଡ଼ି ଦେଖିଲେ ଆପଣ ଭାବି ନିଅନ୍ତୁ ଯେ ଶନିଦେବ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି । ଯେଉଁ ଲୋକ ମାନେ ଚାଉଳ ଅଟାରେ ଚିନି ମିଶାଇ ପିମ୍ପୁଡ଼ିକୁ ଖାଇବାକୁ ଦିଅନ୍ତି ସେମାନଙ୍କ ଦୁର୍ଭାଗ୍ୟ ଦୂର ହୋଇଯାଏ ଏବଂ ସୌଭଗ୍ୟ ମିଳିଥାଏ । ଯଦି ଆପଣଙ୍କ ଜୀବନରେ ଅନେକ ସମସ୍ୟା ରହିଛି ଏବଂ ସବୁ କ୍ଷେତ୍ରରେ ଅସଫଳତା ମିଳୁଛି ତେବେ ନଡ଼ିଆର ଶୁଖିଲା ପାଉଡର ତିଆରି କରି ସେଥିରେ ଚିନି ମିଶାଇ ପିମ୍ପୁଡ଼ିକୁ ଖାଇବାକୁ ଦିଅନ୍ତୁ ।

ଏପରି କରିବା ଦ୍ୱାରା ଆପଣଙ୍କ ଜୀବନର ନକରାତ୍ମକତା ଏବଂ ଆପଣଙ୍କ ଘରର ଆଖପାଖରେ ଥିବା ନକରାତ୍ମକତା ଦୂରେଇ ଯିବ । କିଛିଦିନ ଧରି ଯଦି ଆପଣ ପିମ୍ପୁଡ଼ିକୁ ଅଟା ଖାଇବାକୁ ଦିଅନ୍ତି ତେବେ ଆପଣଙ୍କ ମୁହଁର ପ୍ରକାଶ ବଢ଼ିଯିବ । ଯଦି ଆପଣ ବାଦାମ ପାଉଡରରେ ଚିନି ମିଶାଇ ପିମ୍ପୁଡ଼ିକୁ ଖାଇବାକୁ ଦିଅନ୍ତି ତେବେ ଆପଣଙ୍କର ଚାକିରୀରେ ଯୋଗ ହୋଇଥାଏ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଚାକିରୀ ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯିବ ଏବଂ ବ୍ୟବସାୟରେ ଲାଭ ହେବ ।ଯଦି ଆପଣ କରଜରେ ବୁଡ଼ି ରହିଛନ୍ତି ତେବେ ମଧ୍ୟ ତାହାର ସମାଧାନ ହୋଇଯିବ ।

ଶନି ରାହୁ କେତୁ ଏହିସବୁ ଗ୍ରହ ଦୋଷରୁ ମୁକ୍ତି ପିମ୍ପୁଡ଼ି ଦେଇଥାଏ । ପୁଥିବୀ ତତ୍ତ୍ୱ ହେଉ , ଶନିଙ୍କ କୋପ ଦୃଷ୍ଟି ହେଉ କିମ୍ବା ସାଢ଼େ ସାତି ହେଉ ଏହି ସବୁ ସମସ୍ୟା ପିମ୍ପୁଡ଼ିକୁ ଅଟା ଦେବା ଦ୍ୱାରା ଠିକ ହୋଇଥାଏ । ଅଟାରେ ଚିନି ମିଶାଇ ଖାଇବାକୁ ଦେଲେ ଜୀବନର ସମସ୍ତ ସମସ୍ୟା ଦୂରେଇ ଯାଏ । ଏହାସହିତ ସଫଳତାର ମାର୍ଗ ମଧ୍ୟ ଖୋଲିଯାଏ ।

ଅନେକ ଲୋକଙ୍କର ରୂପି ସମସ୍ୟା ହୋଇଥାଏ । ଏହାର କାରଣ ହେଉଛି ରାହୁର କୁଦୃଷ୍ଟି । ଏହାଦ୍ବାରା ଜୀବନରେ ଅନେକ ସମସ୍ୟା ମଧ୍ୟ ଆସିଥାଏ । ତେଣୁ ଏମିତିରେ ପିମ୍ପୁଡ଼ିକୁ ନିଶ୍ଚିତ ଚିନି ଖୁଆନ୍ତୁ । ଯଦି ଆପଣଙ୍କ ରାହୁ ଦୁର୍ବଳ ତେବେ ଆପଣ ଏହି ଉପାୟ କରନ୍ତୁ । ଶୁକ୍ର ଦୁର୍ବଳ ହୋଇଥିଲେ ପ୍ରତି ଶନିବାର ପିମ୍ପୁଡ଼ିକୁ ଚିନି ଖୁଆନ୍ତୁ । ଯଦି ସୂର୍ଯ୍ୟ ଦୁର୍ବଳ ଅଛନ୍ତି ତେବେ ପ୍ରତ୍ୟକ ରବିବାର ପିମ୍ପୁଡ଼ିକୁ ଖିରି ବନାଇ ଖାଇବାକୁ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *