ନିଜ ପକେଟରେ କେବଳ ଏହି ଗୋଟିଏ ଜିନିଷ ରଖି ଦିଅନ୍ତୁ ଏବଂ ଦେଖନ୍ତୁ ଚମତ୍କାର :-

ଧନ ସମସ୍ତଙ୍କର ଆବଶ୍ୟକ ଥାଏ । କହିବାକୁ ଗଲେ ଆଜିକା ସମୟରେ ଧନ ଅର୍ଜନ କରିବାକୁ ମନୁଷ୍ୟ ଖୁବ କଷ୍ଟ କରିଥାଏ । ମାତ୍ର ଅନେକ ସମୟରେ ଏପରି ପରିସ୍ଥିତି ଦେଖା ଦେଇଥାଏ ଯେ ଧନ ଅର୍ଜନ କରିବା ସତ୍ତ୍ୱେବି ଧନର ଠିକ ସମୟରେ ଏବଂ ଠିକ ସ୍ଥାନରେ ଉପଯୋଗ କରିହୁଏ ନାହିଁ । ପୁଣି କେତେବେଳ ଧନାହାନୀ ହୋଇଥାଏ । ଆଉ କେତେବେଳେ ଅଧିକ ରୋଜଗାର ସତ୍ତ୍ୱେବି ବହୁତ ଜଲଦି ଧନର ସମାପ୍ତି ହୋଇଯାଏ ।

ଏପରି କୁହାଯାଏ ଯେ ଲକ୍ଷ୍ମୀ ଚଞ୍ଚଳ ହୋଇଥାନ୍ତି । ମାତ୍ର ଏହି ଧନ ହାନୀର କାରଣ ହେଉଛି ଆମର କିଛି ଛୋଟ ଛୋଟ ଭୁଲ । ଯେଉଁ କାରଣରୁ ଧନ ହାନୀ ହୋଇଥାଏ । ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କିଛି ଉପାୟ ବିଷୟରେ କହିବୁ ଯାହା କରିବା ଦ୍ୱାରା ଧନ ହାନୀ ସମସ୍ୟାରୁ ମୁକ୍ତି ମିଳିବା ସହିତ ଧନର ସଞ୍ଚୟ ହେବ ଏବଂ ଧନର ଉପଯୋଗ ମଧ୍ୟ ସଠିକ ଉପାୟରେ ହୋଇପାରିବ । ତେବେ ଚାଲନ୍ତୁ ଜାଣିବା ଯେ ପର୍ସରେ କେଉଁ ଜିନିଷ ରଖିଲେ ଆର୍ଥିକ ଲାଭ ହୋଇଥାଏ ।

ବାସ୍ତୁ ଅନୁଯାୟୀ ପର୍ସକୁ ଉଚିତ ସ୍ଥାନରେ ରଖିବାର ଯଥାର୍ଥତା ରହିଛି । ଅନେକ ଲୋକ ପର୍ସରେ ନାନା ପ୍ରକାରର ଜିନିଷ ରଖି ଡସ୍ଟବିନ ଭଳି କରି ଦିଅନ୍ତି । ଯାହାଦ୍ୱାରା ଅର୍ଥ ଉପାର୍ଜନ ବଦଳରେ ଖର୍ଚ୍ଚ ବଢ଼ିଯାଏ ଏବଂ ମାତା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୁଅନ୍ତି । ତେଣୁ ପର୍ସକୁ ସର୍ବଦା ପରିଷ୍କାର ରଖିବା ସହିତ ତାହା ଚିରି ଯାଇଥିଲେ ବଦଳାଇ ଦେବା ଉଚିତ । ପର୍ସର ରଙ୍ଗ ସାଧରଣତଃ ଗୋଲାପୀ ନାଲି କିମ୍ବା ମେରୁନ ରଙ୍ଗର ହେବା ଶୁଭ ହୋଇଥାଏ ।

କଳା ଏବଂ ନୀଳ ପର୍ସରେ ଟଙ୍କା ଆସିଥାଏ ଏବଂ ଯାଇଥାଏ । ନୂଆ ପର୍ସ ଆଣିଲେ ସେଥିରେ ସର୍ବପ୍ରଥମେ ନିଜ ମା’ ଙ୍କ ଠାରୁ ଏକ ମୁଦ୍ରା ଆଣି ରଖନ୍ତୁ । କିମ୍ୱା ଘରର କେହି ଗୁରୁଜନଙ୍କ ଠାରୁ ଆଶୀର୍ବାଦ ସ୍ୱରୂପ ଏକ ନୋଟ ଆଣି ସେଥିରେ ହଳଦୀ ଲଗାଇ ପ୍ରଣାମ କରି ରଖନ୍ତୁ । କୌଣସିବି ପରିସ୍ଥିତିରେ ସେହି ଟଙ୍କା ଖର୍ଚ୍ଚ ନହେବା ଉଚିତ । ଏହାଦ୍ବାରା ଖର୍ଚ୍ଚ ସଂଯତରେ ହେବା ସହିତ ଅର୍ଥ ବୃଦ୍ଧି ମଧ୍ୟ ହୋଇଥାଏ ।

ପର୍ସକୁ ସର୍ବଦା ବାମ ପାର୍ଶ୍ଵରେ ରଖିବା ଶୁଭ ହୋଇଥାଏ । ପର୍ସରେ ଟଙ୍କା ପଇସା ବ୍ୟତୀତ ଅନାବଶ୍ୟକ ଜିନିଷ ରଖିବା ଉଚିତ ନୁହେଁ । ଏହାଦ୍ବାରା ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ । ପର୍ସରେ ଖାଇବା ଜିନିଷ କିମ୍ବା କୌଣସି ପାନ ମସଲା ରଖିବା ଉଚିତ ନୁହେଁ । କାରଣ ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି

ଅନେକ ଲୋକ ପର୍ସରେ ସିନେମା ଟିକେଟ , ବିଲ , ହୋଟେଲ ବିଲ ଭଳି ଜିନିଷ ରଖିଥାନ୍ତି । ଯାହାଦ୍ୱାରା କଳହ କ୍ଳେଶ ଭଳି ସମସ୍ୟା ଉପୁଜି ଥାଏ । ଏହାଦ୍ବାରା ରାହୁ ଦୋଷ ଉତ୍ପନ୍ନ ହୋଇଥାଏ । ପର୍ସରେ ମୃତ ବ୍ୟକ୍ତିଙ୍କ ଫୋଟ ରଖିବା ଉଚିତ ନୁହେଁ । ନୋଟ ଏବଂ ମୁଦ୍ରା ଭିନ୍ନ ଭିନ୍ନ ରଖିବା ଉଚିତ । ପର୍ସରେ ଚାବି ରଖିବା ଉଚିତ ନୁହେଁ । କରଜ ଟଙ୍କା କିମ୍ବା ସୁଧ ଟଙ୍କା ପର୍ସରେ ରଖିବା ଦ୍ୱାରା କରଜ ବୃଦ୍ଧି ହୋଇଥାଏ ଏବଂ ଆର୍ଥିକ ହାନୀ ମଧ୍ୟ ହୋଇଥାଏ ।

ପର୍ସରେ ଅର୍ଥ ବୃଦ୍ଧି ପାଇଁ କାଚ କିମ୍ବା ରୂପାର ଗୋଳି ରଖିବା ଉଚିତ । ଏହାବ୍ୟତୀତ ନାଲି ସୂତା , ହଳଦୀ ଗଣ୍ଠି କିମ୍ବା ଦେବଦେବୀଙ୍କ ଜିନିଷ ରଖିବା ଦ୍ୱାରା ଅର୍ଥ ବୃଦ୍ଧି ହୋଇଥାଏ । ଏହାଦ୍ବାରା କାର୍ଯ୍ୟରେ ବିଘ୍ନ ବାଧା ଆସି ନଥାଏ ଏବଂ ଆର୍ଥିକ ସ୍ଥିତି ଦୃଢ଼ ରହିଥାଏ । ଯଦି ଆପଣ ପର୍ସରେ ଭଗବାନଙ୍କ ଫୋଟ କିମ୍ବା ଯନ୍ତ୍ର ରଖୁଛନ୍ତି ତେବେ ସାତ୍ଵିକତା ବଜୟ ରଖନ୍ତୁ ଏବଂ ଅଧାର୍ମିକ ସ୍ଥାନକୁ ଯାଆନ୍ତୁ ନାହିଁ । ଏହାଦ୍ବାରା ଆର୍ଥିକ ଲାଭ ହୋଇଥାଏ ।

ଏକ ଉପାୟ ଅନୁଯାୟୀ ଏକ ପାତ୍ରରେ ଏକ ହଳଦୀ ଗଣ୍ଠି , ଏକ ମୁଦ୍ରା ଏବଂ ନାଲି ସୂତା ନିଅନ୍ତୁ । ତାପରେ ୨୧ ଦାନା ଚାଉଳ ନେଇ ତାହାକୁ ହଳଦୀ ରେ ରଙ୍ଗେଇ ସେହି ପାତ୍ରରେ ରଖି ପୂଜାଘରେ ମାତା ଲକ୍ଷ୍ମୀଙ୍କ ସମ୍ମୁଖରେ ରଖି ଦିଅନ୍ତୁ । ତାପରେ ତାହାକୁ ପୂଜା କରନ୍ତୁ । ବର୍ତ୍ତମାନ ସେଥିରୁ କୌଣସି ଗୋଟିଏ ଜିନିଷ ନେଇ ନିଜ ପର୍ସରେ ରଖନ୍ତୁ । ଅବଶିଷ୍ଟ ଜିନିଷକୁ ଏକ ନାଲି କପଡ଼ାରେ ଗୁଡ଼ାଇ ସିନ୍ଧୁକରେ କିମ୍ବା ଘରର ଧନ ଥିବା ସ୍ଥାନରେ ରଖି ଦିଅନ୍ତୁ । ଦେଖିବେ ଏହାଦ୍ବାରା ଧନ ବୃଦ୍ଧି ହେବ ଏବଂ ଆର୍ଥିକ ହାନୀରୁ ମୁକ୍ତି ମିଳିବ ।

Leave a Reply

Your email address will not be published. Required fields are marked *