ଆମ ଭାରତୀୟ ସଂସ୍କୃତି ରେ ଛୋଟ ଅବା ବଡ଼ ପୂଜା କରିବାର କିଛି ନିର୍ଧାରିତ ନିୟମ କରାଯାଇଛି | ଏହି ନିୟମ ଅନୁଯାଇ ଆମକୁ ପୂଜା କରିବା ଉଚିତ କାରଣ ତାହା ହିସାବରେ ହିଁ ଆମକୁ ଫଳ ମିଳିଥାଏ | ତେବେ ବନ୍ଧୁଗଣ ଆମେ ଅନେକ ସମୟରେ ପୂଜା ତ ଠିକ କରିଥାଉ, କିନ୍ତୁ ଆମକୁ ଏହାର ସଠିକ ଫଳ ମିଳିନଥାଏ | ମାନସିକ ଶାନ୍ତି ମଧ୍ୟ ମିଳିନଥାଏ | ଏହିପରି କାହିଁକି ହୋଇଥାଏ? ଆପଣ ଚାହୁଁଥିବା ଆରାଧନାର ମୂଲ୍ୟ ଆପଣଙ୍କୁ ମିଳୁନାହିଁ | ତେବେ ଏହାର କାରଣ ଆପଣ ବୋଧହୁଏ ପୂଜା ରେ କୌଣସି ଅଭାବ କରୁଛନ୍ତି |
କୌଣସି ନିୟମ ସଠିକ ରେ କରୁନାହାନ୍ତି | ବନ୍ଧୁଗଣ ଆମ ହିନ୍ଦୁ ଶାସ୍ତ୍ର ରେ ଯେତେ ବି ପୂଜା ସାମଗ୍ରୀ କୁହାଯାଇଛି ତାହାର ବିଶେଷ ମହତ୍ତ୍ୱ ରହିଛି | ତେବେ ତାହା ସିନ୍ଦୁର ହେଉ ଚାଉଳ ହେଉ କିମ୍ବା ଧୂପ ଦୀପ ଏହାକୁ ପୂଜା ବିଧିରେ ବ୍ୟବହାର କରିବାର ଉଚିତ କ୍ରମ ହୋଇଥାଏ | ଯାହାର ପାଳନ ଆମକୁ କରିବା ଉଚିତ | ଆଜି ଆମେ ଆପଣଙ୍କୁ ଏହିପରି କିଛି ପୂଜା ବିଧି ବିଷୟରେ କହିବୁ | ତେବେ ଆସନ୍ତୁ ଜାଣିବା..
ବନ୍ଧୁଗଣ ମନେ ରଖନ୍ତୁ ସର୍ବ ପ୍ରଥମେ ଆପଣଙ୍କ ପୂଜା ଘର ସର୍ବଦା ଘରକୁ ଉତ୍ତର ପୂର୍ବ ତଥା ଇଶାଣ କୋଣ ରେ ରହିବା ଉଚିତ | ଏହା ପରେ ପ୍ରତିଦିନ ସକାଳୁ ସ୍ନାନ ଆଦି ସାରି ଆପଣଙ୍କୁ ଭଗବାନଙ୍କ ପୂଜା ଆରାଧନା କରିବା ଉଚିତ | ପୂଜା ଘରକୁ ସଦା ସର୍ବଦା ସଫା ସୁତର ରଖିବା ଉଚିତ | ସକାଳ ସନ୍ଧ୍ୟାରେ ଭଗବାନଙ୍କ ପାଖରେ ଧୁପ ଦୀପ ଜାଳିବା ଉଚିତ |
ପ୍ରତ୍ୟେକ ଘରେ କରାଯାଉଥିବା ପୂଜାକୁ ଦେଖି ଆପଣ ମଧ୍ୟ ଉଚିତ ଆଉ ବିଧି ବିଧାନ ହିସାବ ରେ ପୂଜା କରନ୍ତୁ | ମନେ ରଖନ୍ତୁ ଭଗବାନଙ୍କୁ ଦିଆଯାଉଥିବା ଭୋଗ କୁ ପୂଜା ପୂର୍ବରୁ ଚାଖିକି ଅଇଁଠା କରନ୍ତୁ ନାହିଁ | ତେବେ ଭଗବାନଙ୍କୁ ଦିଆ ଯାଉଥିବା ଧୂପ ଦୀପ ଅଗର୍ବତୀ ତଥା କୌଣସି ବି ପୂଜା ସାମଗ୍ରୀ କୁ ଶୁଙ୍ଘିବା ଉଚିତ ନୁହେଁ | ଏହା ଶାସ୍ତ୍ର ଅନୁଯାଇ ଠିକ ନୁହେଁ..
ବନ୍ଧୁଗଣ ଘଣ୍ଟି ଏବଂ ଶଙ୍ଖ ଲୋକ କେବେ ବି କୋଉଠି ବି ଲୋକ ବଜେଇ ଦିଅନ୍ତି |କିନ୍ତୁ ମନେ ରଖନ୍ତୁ ଆମକୁ ସର୍ବଦା ଆଳତି ସମୟ ରେ ହିଁ ଘଣ୍ଟି ଏବଂ ଶଙ୍ଖ ବଜାଇବା ଉଚିତ | କାରଣ ଏହା ନକାରାତ୍ମକ ଉଜା କୁ ସକାରାତ୍ମକ ଉର୍ଜା ରେ ବଦଳେଇ ଦେଇ ଥାଏ | ତେବେ ବନ୍ଧୁଗଣ ଆମ ହିନ୍ଦୁ ଧର୍ମ ରେ କଳସର ଅଲଗା ମହତ୍ତ୍ୱ ରହିଥାଏ | ଶାସ୍ତ୍ରରେ କଳସ କୁ ପୂର୍ଣ୍ଣତାର ପ୍ରତୀକ ମାନା ଯାଇଛି |
ନବରାତ୍ରି ହେଉ, ଦୀପାବଳି ଅବା କୌଣସି ପ୍ରକାରର ପର୍ବ ହେଉ ଅବା ମାଙ୍ଗଳିକ କାର୍ଯ୍ୟ ହେଉ କଳସର ସ୍ଥାପନ କରିବା ବିନା ପୂଜା ସମ୍ପୂର୍ଣ ହୁଏ ନାହିଁ | କଳସକୁ ପୂଜା କରିବା ଦ୍ୱାରା ଅନେକ ଫଳ ମିଳିଥାଏ, ତେବେ ତମ୍ଭା କଳସ ନିଅନ୍ତୁ | ଭଗବାନ ଙ୍କ ଡାହାଣ ପାଖରେ ରଖନ୍ତୁ ସେଥିରେ ସ୍ୱସ୍ତିକ ଚହ୍ନ ବନାନ୍ତୁ ଚାଉଳ ଏବଂ ଗଙ୍ଗା ଜଳ ଭରିକି କଳସ କୁ ପୂଜା କରନ୍ତୁ | ଏହା ଅନେକ ଚମତ୍କାର ଫଳ ଦେଇଥାଏ, ଭଗବାନ ଙ୍କୁ ପୂଜା କରିବା ସମୟରେ ଏହାକୁ ମଧ୍ୟ ପ୍ରଣାମ କରନ୍ତୁ |
ଶାସ୍ତ୍ରରେ କଳସ କୁ ସୁଖ ଏବଂ ସମୃଦ୍ଧିର ପ୍ରତୀକ ମାନା ଯାଇଛି |ଯେଉଁ ପ୍ରକାରରେ ଜଳ ହିଁ ଜୀବନ ଯାହାକୁ ଆମେ କଳସ ରେ ଭରିବା ଦ୍ୱାରା ଘର ଏବଂ ଆଖ ପାଖ ପରିବେଶ ଜୀବନ ଏବଂ ସୁଖ ସମୃଦ୍ଧି ରେ ଭରିଯାଏ | ତେବେ ବନ୍ଧୁଗଣ ସର୍ବଦା କଳସ ରେ ପୂଜା ସମୟରେ ପାଣି ଭରିକି ରଖନ୍ତୁ | ପ୍ରତିଦିନ ପୂଜା କରିବା ସମୟରେ ଦୀପ ଜାଳିବା ଅତ୍ୟନ୍ତ ଶୁଭ ହୋଇଥାଏ |
ଏହା ଆପଣଙ୍କ ଘରର ନକାରାତ୍ମକ ଉର୍ଜା କୁ ଦୂର କରିଥାଏ | ଦୀପ ନଜଳିବା ଦ୍ୱାରା ଅନେକ ସମସ୍ୟା ଦେଖା ଦେଇଥାଏ | ଘରର ମୁଖିଆ ଅତ୍ୟନ୍ତ ଖରାପ ସମୟ ପଡିଥାଏ | ସନ୍ଧ୍ୟା ସମୟକୁ ହିନ୍ଦୁ ଧର୍ମ ରେ ଅତ୍ୟନ୍ତ ଶୁଭ ବୋଲି ବିଶ୍ୱାସ କରାଯାଏ | ଯେତେବେଳେ ସନ୍ଧ୍ୟା ହୋଇଯାଏ ସୂର୍ଯ୍ୟ ଡୁବିଯାନ୍ତି ସେତେ ବେଳେ ଅତ୍ୟଧିକ ନକାରାତ୍ମକ ଉର୍ଜା ଆସିଥାଏ | ଏମିତି ପରିସ୍ଥିତିରେ ଯଦି ଆପଣ ଘରେ ଦୀପ ଜଳେଇବେ ନାହିଁ ତେବେ ଆପଣଙ୍କ ଘରେ ଅନେକ ବାଧା ବିଘ୍ନ ଘଟିବାକୁ ଲାଗିପାରେ |ତେଣୁ ପ୍ରତିଦିନ ଘିଅ କିମ୍ବା ସୋରିଷ ତେଲ ରେ ଦୀପ ଜଳାନ୍ତୁ