10 ସେପ୍ଟେମ୍ବରକୁ 90ବର୍ଷ ପରେ ଦେଖାଯିବ ଭାଦ୍ରବ ପୁର୍ଣିମାର ଜହ୍ନ,ଏହି 4ଟି ରାଶିର ଲାଗିଯିବ ଲଟେରୀ..

ବନ୍ଧୁଗଣ ଭାଦ୍ରବ ମାସର ଭାଦ୍ରବ ପୂର୍ଣ୍ଣିମା 10 ସେପ୍ଟେମ୍ବର ଦିନ ଶନିବାର କୁ ପଡୁଛି | ପୂର୍ଣ୍ଣିମା ବହୁତାଆୟ ଏବଂ ସମୃଦ୍ଧିର ପ୍ରତୀକ ଅଟେ, ଏହି ତିଥିରେ ଚନ୍ଦ୍ରମା ନିଜର ଷୋଳକଳାରେ ପରିପୂର୍ଣ ହୋଇଥାନ୍ତି | ଆକାଶରେ ପୁରା ଚାନ୍ଦ ଦେଖାଯାଏ ଯାହା କି ଅନ୍ଧାରକୁ ଦୂର କରିବାର ପ୍ରତୀକ ଅଟେ | ଏହି ଦିନ ପିତୃ ପକ୍ଷ ଅର୍ଥାତ ଶ୍ରାଦ୍ଧ ଆରମ୍ଭ ହୁଏ, ଶାସ୍ତ୍ରରେ ଏହାକୁ ବହୁତ ମହତ୍ତ୍ୱପୂର୍ଣ କୁହାଯାଇଛି | ମାନ୍ୟତା ଅନୁସାରେ ଏହି ଦିନ ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର ପୂଜା ଆରାଧନା କରିବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ |

ପୂର୍ଣ୍ଣିମାର ବ୍ରତ ରଖିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଆସିଥାଏ, ଏବଂ ସବୁ ଦୁଃଖ କଷ୍ଟ ଦୂର ହୋଇଥାଏ | ଏହି ଦିନ ସତ୍ୟନାରାୟଣ ଏବଂ ଉମା ମହେଶ୍ୱର ଙ୍କର ମଧ୍ୟ ବ୍ରତ କରାଯାଏ | ଏହି ବ୍ରତ କରିବା ଦ୍ୱାରା ବୁଦ୍ଧିମାନ ସନ୍ତାନର ପ୍ରାପ୍ତି ହୋଇଥାଏ | ଭାଦ୍ରବ ପୁର୍ଣିମାରେ ପୁର୍ଣ୍ୟ ନଦୀ କିମ୍ବା ସରୋବର ସ୍ନାନ କରିବା ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ | ଏହି ଦିନ ମହାମୃତୁଞ୍ଜୟ ଯଜ୍ଞ ମଧ୍ୟ ଆୟୋଜନ କରାଯିବା ପାଇଁ ଉପଯୁକ୍ତ ମାନା ଯାଇଥାଏ | ଏହି ଦିନ ଦାନ କରିବା ମଧ୍ୟ ଅତ୍ୟନ୍ତ ଫଳଦାୟୀ ହୋଇଥାଏ |

ସେପ୍ଟେମ୍ବର 2022 ରେ ତିନୋଟି ବଡ ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି | ଏହି ମାସରେ ସୂର୍ଯ୍ୟ କନ୍ୟା ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି, ଏବଂ ଶୁକ୍ର ମଧ୍ୟ କନ୍ୟା ରାଶିରେ ହିଁ ପ୍ରବେଶ କରିବେ | ଏହି ଦୁଇ ଗ୍ରହର ଯୁତି ହେବ 10 ସେପ୍ଟେମ୍ବର କୁ ଏବଂ ବୁଧ ମଧ୍ୟ ଏହି ଗ୍ରହ ମନଙ୍କ ମଝିରେ ରହିବେ | ତେବେ ଏହି ପରିବର୍ତ୍ତନ ହେବା ଯୋଗୁ କିଛି ରାଶିରେ ଅନେକ ଲାଭ ହେବାକୁ ଯାଉଛି | ଧନ,ଜୀବନ,ବେପାର,କ୍ୟାରିଅର, ବିବାହ ଆଦି ରେ ଅନେକ ଲାଭ ହେବାକୁ ଯାଉଛି | ଏହିପରି ପରିସ୍ଥିତି ରେ 4ଟି ରାଶି ମା ଲକ୍ଷ୍ମୀଙ୍କ କୃପା ପାଇ ମାଲାମାଲ ହେବାକୁ ଯାଉଛନ୍ତି | ତେବେ କଣ ଆପଣ ମଧ୍ୟ ଏହି ରାଶିରେ ସାମିଲ ଅଛନ୍ତି କି? ଜାଣିବା ପାଇଁ ଏହି ପୋଷ୍ଟ କୁ ସମ୍ପୂର୍ଣ ପଢନ୍ତୁ..

ବୃଷ ରାଶି :-

ତିନୋଟି ଗ୍ରହର ପରିବର୍ତ୍ତନ ବୃଷ ରାଶିର ଲୋକ ମାନଙ୍କର କ୍ୟାରିଅରରେ ଲାଭ ଦେବ | ଯେଉଁ ଲୋକ ବେରୋଜଗାର ଅଛନ୍ତି ତାଙ୍କୁ ଚାକିରୀ ମିଳିଯିବ | ଯେଉଁ ମାନେ ଆଗରୁ ଚାକିରୀ କରିଛନ୍ତି ତାଙ୍କୁ ପ୍ରମୋସନ ମିଳିପାରେ | ଏହି ମାସରେ ଆପଣଙ୍କୁ କୌଣସି ନୂଆ ଚାକିରିର ମଧ୍ୟ ଅଫର ମିଳିପାରେ | ଏହା ବ୍ୟତୀତ ଚାକିରୀ ମାମଲାରେ ଆପଣଙ୍କୁ ବିଦେଶ ଯାତ୍ରା ବି କରିବାକୁ ପଡିପାରେ | ପାଠ ପଢ଼ୁଥିବା ଛାତ୍ରଙ୍କୁ ମଧ୍ୟ ପ୍ରତିଯୋଗୀ ପରୀକ୍ଷାରେ ସଫଳତା ମିଳିବ | ବିଜନେସ କରୁଥିବା ଲୋକଙ୍କୁ ବଡ ଲାଭ ମିଳିପାରେ | ଗୃହିଣୀଙ୍କୁ ଅଚାନକ ଧନ ପ୍ରାପ୍ତି ହୋଇପାରେ |

ମିଥୁନ ରାଶି :-

ସେପ୍ଟେମ୍ବର ମାସ ମିଥୁନ ରାଶିର ଲୋକମାନଙ୍କ ପାଇଁ ଶୁଭଫଳ ଆଣିବ | ଏହି ମାସରେ ଆପଣଙ୍କ ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ | ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ଠିକ୍ ସମୟରେ ସମାପ୍ତ ହେବ | ଆପଣଙ୍କର ପୁରୁଣା ଅଟକି ରହିଥିବା ଟଙ୍କା ମଧ୍ୟ ଆପଣଙ୍କୁ ମିଳିଯିବ | ଦୁଃଖ ଦୂର ହେବ | ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧତା ବନି ରହିବ | ଜୀବନର ଟେନସନ କମି ଯିବ | ସନ୍ତାନ ସୁଖ ପାଇବେ | ବିବାହର ଯୋଗ ବନି ପାରେ | ଆପଣ କୌଣସି ନୂତନ ଯାନ କିମ୍ବା ଘର କିଣି ପାରିବେ | ସମାଜରେ ସମ୍ମାନ ବୃଦ୍ଧି ପାଇବ | ସ୍ୱାସ୍ଥ୍ୟ ଭଲ ରହିବ | ଶିକ୍ଷା ସହ ଜଡିତ ଲୋକମାନେ ଭଲ ଖବର ପାଇବେ |

କର୍କଟ ରାଶି :-

ସେପ୍ଟେମ୍ବର ମାସ କର୍କଟ ରାଶିର ଲୋକମାନଙ୍କ ପାଇଁ ଖୁସିରେ ପରିପୂର୍ଣ୍ଣ ହେବାକୁ ଯାଉଛି | ଏହି ମାସରେ ଆପଣଙ୍କ ଜୀବନରେ ଅନେକ ବଡ଼ ପରିବର୍ତ୍ତନ ଆସିବ | ସମସ୍ତ ପୁରୁଣା ସମସ୍ୟା ସମାପ୍ତ ହେବ | ଜୀବନକୁ ଏକ ନୂତନ ଉପାୟରେ ବଂଚିବେ | ପାରିବାରିକ ସମସ୍ୟାର ସମାଧାନ ହେବ | ଘରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ | ଆପଣ ପିଲାମାନଙ୍କଠାରୁ ସୁଖ ପାଇବେ | ସମ୍ପତ୍ତି ସମ୍ବନ୍ଧୀୟ ପ୍ରସଙ୍ଗରେ ଲାଭ ହେବ | ଆପଣ ଏକ ପୁରୁଣା ବନ୍ଧୁଙ୍କୁ ଭେଟି ପାରନ୍ତି | ଆପଣ କିଛି ଶୁଭ କାମ ପାଇଁ ଯାତ୍ରା କରିପାରିବେ | ପରୀକ୍ଷାରେ ଛାତ୍ରମାନେ ଭଲ ଫଳାଫଳ ପାଇବେ | ସ୍ୱାସ୍ଥ୍ୟରେ ଉନ୍ନତି ହେବ |

କୁମ୍ଭ ରାଶି :-

ସେପ୍ଟେମ୍ବର ମାସ କୁମ୍ଭ ରାଶିର ଲୋକମାନଙ୍କ ପାଇଁ ବହୁତ ଧନ ଆଣିବ | କୌଣସି ସ୍ଥାନରୁ ଆପଣ ବଡ଼ ଅର୍ଥର ଲାଭ ପାଇପାରିବେ | ଆପଣ ଚାକିରିରେ ପଦୋନ୍ନତି ପାଇପାରନ୍ତି | ମାସିକ ଆୟ ବୃଦ୍ଧି ପାଇପାରେ | ଟଙ୍କା ରୋଜଗାରର ନୂତନ ମାଧ୍ୟମ ମିଳିପାରେ | ରିଅଲ୍ ଇଷ୍ଟେଟ୍ ର ମାମଲା ଆପଣଙ୍କ ସପକ୍ଷରେ ଆସିପାରେ | ଯେକୌଣସି ବଡ ବିଜନେସ ଡିଲ ଫାଇନାଲ ହୋଇପାରେ | ଆଧ୍ୟାତ୍ମିକତା ପ୍ରତି ଧାରା ବୃଦ୍ଧି ପାଇବ | ଭାଗ୍ୟ ଆପଣଙ୍କୁ ଆର୍ଥିକ ଦୃଷ୍ଟିରୁ ବହୁତ ସାହାଯ୍ୟ କରିବ | ଆପଣ ପ୍ରିୟଜନଙ୍କଠାରୁ ପ୍ରେମ ଏବଂ ସମର୍ଥନ ପାଇବେ | ଜୀବନ ସାଥି ସହିତ ସମ୍ପର୍କ ମଧୁର ହେବ |

Leave a Reply

Your email address will not be published. Required fields are marked *