ବଡ଼ ଗୁରୁବାରରେ ତୁଳସୀ ଗଛରେ ବାନ୍ଧି ଦିଅନ୍ତୁ ଏହି ଗୋଟିଏ ଜିନିଷ ! ରାତାରାତି ହୋଇଯିବେ ମାଲାମାଲ :-

ଆମ ହିନ୍ଦୁ ଧର୍ମରେ ତୁଳସୀ ଗଛର ଅନେକ ମହତ୍ତ୍ୱ ରହିଛି । ସମସ୍ତଙ୍କ ଘରେ ନିଶ୍ଚିତ ରୂପରେ ତୁଳସୀ ଗଛ ନିଶ୍ଚୟ ରହିଥାଏ । କାରଣ ତୁଳସୀ ଗଛକୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ମାନା ଯାଏ । ତେଣୁ ନିୟମିତ ଭାବରେ ତୁଳସୀ ଗଛର ପୂଜା କଲେ ଜୀବନରେ ସବୁ ଦୁଃଖ କଷ୍ଟ ଏବଂ ସମସ୍ୟାର ସମାଧାନ ହୋଇଥାଏ । ଆମ ଧର୍ମ ଶାସ୍ତ୍ରରେ ମଧ୍ୟ ତୁଳସୀ ଗଛର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି ।

ତୁଳସୀ ଗଛ ଖୁବ ପବିତ୍ର ହୋଇଥାଏ ଏବଂ ତାହା କେବଳ ହିନ୍ଦୁ ଧର୍ମରେ ନୁହେଁ ବରଂ ଅନ୍ୟାନ୍ୟ ଧର୍ମରେ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଅଟେ । ତନ୍ତ୍ର ମନ୍ତ୍ରରେ ମଧ୍ୟ ଏହାର ବିଶେଷତ୍ୱ ରହିଛି । ଯେଉଁଠି ତୁଳସୀ ଗଛ ରହିଥାଏ ସେଠାରେ ବ୍ରହ୍ମା ବିଷ୍ଣୁ ଏବଂ ମହେଶ୍ୱରଙ୍କ ଉପସ୍ଥିତି ରହିଥାଏ । ତୁଳସୀ ପୂଜା କରିବା ଦ୍ୱାରା ଅନେକ ପାପ ନଷ୍ଟ ହୋଇଥାଏ ।

ଯେଉଁ ଘରେ ତୁଳସୀ ଗଛ ରହିଥାଏ ସେହି ଘରେ ସୁଖ ସମୃଦ୍ଧି ବଜାୟ ରହିଥାଏ । ଭଗବାନ ବିଷ୍ଣୁଙ୍କ ପ୍ରସାଦରେ ତୁଳସୀ ପତ୍ର ରହିବା ଜରୁରୀ ହୋଇଥାଏ । କାରଣ ତୁଳସୀ ପତ୍ର ବିନା ପୂଜା ଅପୂର୍ଣ୍ଣ ମାନା ଯାଇଥାଏ । ତେଣୁ ସୁଖ ସମୃଦ୍ଧି ପାଇଁ ତୁଳସୀ ଗଛକୁ ଚୁନି ଚଢ଼ାଇବା ନିତାନ୍ତ ଜରୁରୀ ଅଟେ । ଅନେକ ଲୋକ ଏହା ନଚଢାଇବା କାରଣରୁ ସେମାନଙ୍କୁ ପୂଜାର ଫଳ ପ୍ରାପ୍ତ ହୁଏନାହିଁ ।

କାରଣ ତୁଳସୀ ଆମ ମା ସମାନ ହୋଇଥାଏ । ଅନେକ ଲୋକଙ୍କ ଘରେ ତୁଳସୀକୁ ଚୁନି ଚଢ଼ାଇ ରଖା ଯାଇଥାଏ । ତୁଳସୀ ଗଛକୁ ନାଲି ନୁହେଁ ବରଂ ନୀଳ କିମ୍ବା ଧଳା ଚୁନି ଚଢ଼ାଇବା ଶୁଭ ହୋଇଥାଏ । ଅନେକ ଲୋକ ସେହି ଚୁନି ଚିରି ଯାଇଥିଲେ କିମ୍ବା ଆପରିଷ୍କାର ହୋଇ ଯାଇଥିଲେ ବି ଏକାଦଶୀ କିମ୍ବା ଅନ୍ୟ କୌଣସି ସ୍ୱତନ୍ତ୍ର ଦିନରେ ଚୁନି ବଦଳାଇ ଥାନ୍ତି । ମାତ୍ର ଏଥିପ୍ରତି ଧ୍ୟାନ ଦେବା ଉଚିତ । ନଚେତ ମାତା ତୁଳସୀ କ୍ରୋଧିତ ହୋଇଯାନ୍ତି ।

ତୁଳସୀ ଗଛରେ ଅନେକ ଦିବ୍ୟ ଶକ୍ତି ରହିଥାଏ । ଯେଉଁମାନେ ତୁଳସୀ ବିବାହ କରାନ୍ତି ସେମାନଙ୍କୁ କେବେବି ଦୁଃଖର ସାମ୍ନା କରିବାକୁ ପଡ଼େନାହିଁ । ଶାଳିଗ୍ରାମ ଏବଂ ତୁଳସୀର ବିବାହ କରାଇବା ଦ୍ୱାରା ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ନେଉଁଠି ତୁଳସୀ ଗଛ ରହିଥାଏ ସେଠାରେ ଅପଶବ୍ଦ କହିବା ଉଚିତ ନୁହେଁ ଏବଂ ତା ପାଖରେ ଜୋତା ଚପଲ ଏବଂ ଝାଡୁ ରଖିବା ଉଚିତ ନୁହେଁ ।

ତୁଳସୀ ଗଛ ପାଖରେ ଜଳ ପୂର୍ଣ୍ଣ କଳସୀ ରଖିବା ଉଚିତ ନୁହେଁ ଏବଂ ଦୀପ ଜଳି ସାରିବା ପରେ ତାହାକୁ ତୁରନ୍ତ ହଟାଇ ଦେବା ଉଚିତ । କାରଣ ଲିଭି ଯାଇଥିବା ଦୀପ ରଖିବା ଅଶୁଭ ହୋଇଥାଏ । ତୁଳସୀ ଗଛ ପାଖରେ ମହାଦେବ ଏବଂ ଗଣେଶଙ୍କ ପ୍ରତିମା ରଖିବା ଅଶୁଭ ହୋଇଥାଏ । ତୁଳସୀ ଗଛ ପାଖରେ ସଫାସୁତୁରା ରଖିବା ଉଚିତ । ତୁଳସୀ ପତ୍ରକୁ ନଖରେ ଛିଡ଼ାଇବା ଉଚିତ ନୁହେଁ ।

ତୁଳସୀ ପତ୍ର ଶୁଖି ଝଡ଼ିଗଲେ ତାହାକୁ ଆବର୍ଜନାରେ ନପକାଇ ମାଟିରେ ପୋତି ଦେବା ଉଚିତ । ରବିବାର ଦିନ ତୁଳସୀ ପତ୍ର ଛିଡ଼ାଇବା ଉଚିତ ନୁହେଁ କିମ୍ବା ତୁଳସୀ ପୂଜା ମଧ୍ୟ କରିବା ଉଚିତ ନୁହେଁ । ତୁଳସୀରେ ଜଳ ଅର୍ପିତ କରିବା ସମୟରେ କେଶକୁ ବାନ୍ଧି ମଥାରେ ସିନ୍ଦୁର ନାଇଁ ଜଳ ଅର୍ପିତ କରିବା ଉଚିତ । ଆପରିଷ୍କାର ମାଟିରେ କେବେ ତୁଳସୀ ଗଛ ଲଗାଇବା ଉଚିତ ନୁହେଁ ।

ନଚେତ ଏହାଦ୍ବାରା ନକରାତ୍ମକ ଶକ୍ତି ପ୍ରବେଶ କରିଯାଏ । ଏହାଦ୍ବାରା ମାତା ତୁଳସୀ ମଧ୍ୟ କ୍ରୋଧିତ ହୋଇ ଯାଆନ୍ତି । ଘରେ ଶୁଖିଲା ତୁଳସୀ ରଖା ଯାଏ ନାହିଁ ।କାରଣ ଏହାଦ୍ବାରା ଅକାଳ ମୃତ୍ୟୁର ଆଶଙ୍କା ରହିଥାଏ । ସୁଖ ସମୃଦ୍ଧି ନଷ୍ଟ ହେବା ସହିତ ମାତା ତୁଳସୀ ମଧ୍ୟ କ୍ରୋଧିତ ହୁଅନ୍ତି । ଯଦି ତୁଳସୀ ଗଛ ଶୁଖିଯାଏ ତେବେ ତାହାର ଅର୍ଥ ଆଗାମୀ ସମୟରେ ଆପଣଙ୍କର ଖରାପ ସମୟ ଆସୁଛି । ଯଦି ନାଗଫେଣି ଗଛ ସହିତ ତୁଳସୀ ଗଛ ଘରେ ଅଛି ତେବେ ତାହାକୁ ତୁରନ୍ତ ହଟାଇ ଦିଅନ୍ତୁ ।

କାରଣ ଏହା ନକରାତ୍ମକ ଶକ୍ତିକୁ ଅବଶୋଷିତ କରିଥାଏ । ତୁଳସୀ ଗଛ ପାଖରେ କଦଳୀ ଗଛ ଲଗାଇଲେ ମାତା ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ । ଯଦି ଆପଣଙ୍କ ଘରେ ତୁଳସୀ ଗଛ ଅଛି ତେବେ ତାହା ସହିତ ଶାଳୀଗ୍ରାମ ନିଶ୍ଚୟ ରଖନ୍ତୁ । ନଚେତ ଆପଣଙ୍କୁ ଖରାପ ସମୟ ଗ୍ରାସ କରିପାରେ । ଶାଳୀଗ୍ରାମ ଏକ ପଥର ସଦୃଶ ହୋଇଥାଏ ।

କୁହାଯାଏ ଯେ ଏଥିରେ କିଛି ମାତ୍ରାରେ ସୁନା ମଧ୍ୟ ଥାଏ । ଶାଳୀଗ୍ରାମ ପଥର ନେପାଳର ଗଣ୍ଡକି ନଦୀରେ ମିଳିଥାଏ । ଯେଉଁ ଘରେ ତୁଳସୀ ସହିତ ଶାଳୀଗ୍ରାମକୁ ରଖାଯାଏ ସେଠାରେ ବିଷ୍ଣୁଙ୍କ ସହିତ ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ବର୍ଷିଥାଏ । ଧନ ସମ୍ପତ୍ତିର ଅଭାବ ଦେଖା ଦିଏନାହିଁ । ଶାସ୍ତ୍ରରେ ମଧ୍ୟ କୁହାଯାଇଛି ଯେ ଯେଉଁ ଘରେ ଶାଳୀଗ୍ରାମ ରହିଥାଏ ସେହି ଘରେ ସକାରାତ୍ମକ ଶକ୍ତି ରହିଥାଏ ଏବଂ ଘରେ କେହିବି ଅସୁସ୍ଥ ହୁଅନ୍ତି ନାହିଁ ।

Leave a Reply

Your email address will not be published. Required fields are marked *