ଗୁରୁବାର ଦିନ କେବଳ ଅଳ୍ପ ଚାଉଳ ଏବଂ ହଳଦୀକୁ ନେଇ କରନ୍ତୁ ଗୋଟିଏ ଉପାୟ , ସବୁ ସମସ୍ୟାର ହେବ ସମାଧାନ :-

ସୁଖ ଏବଂ ଦୁଃଖ ଏ ଦୁଇଟି ମନୁଷ୍ୟର ଅବିଭାଜ୍ୟ ଅଙ୍ଗ ଅଟେ । ସୁଖ ସମୃଦ୍ଧି ପାଇବା ପାଇଁ ମନୁଷ୍ୟ ଖୁବ କଠିନ ପରିଶ୍ରମ କରିଥାଏ । ମାତ୍ର ଅନେକ ପରିଶ୍ରମ ସତ୍ତ୍ୱେବି ତାକୁ ତାହାର ଉଚିତ ଫଳ ମିଳିପାରେ ନାହିଁ । ଯାହାର ଖରାପ ପ୍ରଭାବ ଘର ପରିବାର ଉପରେ ପଡ଼ିଥାଏ । କଳହ କ୍ଳେଶ ଦେଖାଦିଏ । ସମ୍ପର୍କରେ ତିକ୍ତତା ଆସିଥାଏ । ଆର୍ଥିକ ସମସ୍ୟାର ପ୍ରଭାବରେ ମାନସିକ ସ୍ଥିତି ମଧ୍ୟ ଖରାପ ହୋଇଯାଏ । ମାନସମ୍ମାନ ହାନୀ ହୋଇଥାଏ । ତେବେ ଏସବୁକିଛିର କାରଣ ହେଉଛି ନକରାତ୍ମକ ଶକ୍ତି । ନକରାତ୍ମକ ଶକ୍ତି କାରଣରୁ ହିଁ ଏପରି ସମସ୍ୟା ସୃଷ୍ଟି ହୋଇଥାଏ ।

ତେବେ ଏସବୁ ସମସ୍ୟାକୁ କିଛି ଉପାୟ ଦ୍ୱାରା ଠିକ କରାଯାଇ ପାରିବ । ବୃହସ୍ପତିଙ୍କୁ ପୂଜା କରିବା ଦ୍ୱାରା ସୁଖ ସମୃଦ୍ଧି ପ୍ରାପ୍ତ ହେବା ସହିତ ମାନ ସମ୍ମାନ ମଧ୍ୟ ବଢ଼ିଥାଏ । ବୃହସ୍ପତିଙ୍କୁ ହଳଦିଆ ଜିନିଷ ଅର୍ପିତ କରି ଏହିସବୁ ସମସ୍ୟାରୁ ମୁକ୍ତି ମିଳି ପାରିବ । ଜ୍ୟୋତିଷ ଶାସ୍ତ୍ରରେ ହଳଦୀକୁ ବୃହସ୍ପତିଙ୍କ ପ୍ରତୀକ କୁହାଯାଇଛି । ତେଣୁ ହଳଦୀର କିଛି ପ୍ରୟୋଗ ଦ୍ୱାରା ବୃହସ୍ପତିଙ୍କୁ ପ୍ରସନ୍ନ କରିହେବ ।

ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ ହେଉଛି ହଳଦୀ । ଭଗବାନ ବିଷ୍ଣୁଙ୍କୁ ହଳଦିଆ ବସ୍ତ୍ର ଏବଂ ହଳଦୀ ବେଶ ପ୍ରିୟ ଥାଏ । ତେଣୁ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ହଳଦିଆ ବସ୍ତ୍ର ଦେଇ ହଳଦୀ ତିଳକ ମଧ୍ୟ କରନ୍ତୁ । ତେବେ ଏହିଦିନ କେବଳ ଭଗବାନ ବିଷ୍ଣୁଙ୍କର ନୁହେଁ ବରଂ ମାତା ଲକ୍ଷ୍ମୀଙ୍କ ପୂଜା ମଧ୍ୟ କରନ୍ତୁ । ମାତା ଲକ୍ଷ୍ମୀଙ୍କ ଚରଣରେ ବେଲ ପତ୍ର ଅର୍ପଣ କରନ୍ତୁ । ଏହାଦ୍ବାରା ପୂଜାର ସମ୍ପୂର୍ଣ୍ଣ ଫଳ ପ୍ରାପ୍ତ ହୋଇଥାଏ । ମାତା ଲକ୍ଷ୍ମୀଙ୍କୁ ପୂଜା କରି ନିଜ ହାତ ଏବଂ ବେକରେ ହଳଦୀ ତିଳକ ଲଗାନ୍ତୁ। ଏହାଦ୍ବାରା ମାନସମ୍ମାନରେ ବୃଦ୍ଧି ହେବ । ଏହାବ୍ୟତୀତ ଗୁରୁବାର ଦିନ ପାଣିରେ ହଳଦୀ ମିଶାଇ ସ୍ନାନ କଲେ ବିବାହ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।

ଏହାଦ୍ବାରା ଚାକିରୀ ଏବଂ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଉନ୍ନତି ହୋଇଥାଏ । ତେବେ ପୂଜାକରିବା ପରେ ଏକ ଲୋଟା ଜଳରେ ଏକ ଚିମୁଟା ହଳଦୀ ମିଶାଇ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେଲେ ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଜୀବନରେ ସମସ୍ୟା ଆସେନାହିଁ । ଗୁରୁବାର ଦିନ ପୋଛା ଲଗାଇବା ଉଚିତ ନୁହେଁ ।

ତେଣୁ ଗୁରୁବାର ଦିନ ଝାଡୁ କରି ସାରିବା ପରେ ପାଣିରେ ହଳଦୀ ମିଶାଇ ଘର ସାରା ସିଞ୍ଚି ଦେଲେ ଘର ପବିତ୍ର ହୋଇଯାଏ । ପ୍ରତ୍ୟେକ ଦିନ ବିଷ୍ଣୁଙ୍କୁ ପୂଜା କରିବା ପରେ ବିଷ୍ଣୁଙ୍କ ନାମ ନେଇ ହଳଦୀ ତିଳକ କଲେ ସୁଖ ପ୍ରାପ୍ତ ହୋଇଥାଏ । ଏହାବ୍ୟତୀତ ପ୍ରତ୍ୟକ ଗୁରୁବାର ହାତରେ ହଳଦୀ ଏବଂ ଚାଉଳ ନେଇ ନିଷ୍ଠାର ସହିତ ଭଗବାନ ଶ୍ରୀହରି ବିଷ୍ଣୁଙ୍କର ସହସ୍ର ନାମର ପାଠ କରନ୍ତୁ ।

ଦେଖିବେ ଆପଣଙ୍କୁ ଆର୍ଥିକ ସଙ୍କଟରୁ ନିଶ୍ଚୟ ମୁକ୍ତି ମିଳିବ । ଆପଣଙ୍କ ସବୁ ସମସ୍ୟାର ସମାଧାନ ନିଶ୍ଚୟ ହେବ । ଘରର ମୁଖ୍ୟଦ୍ୱାରରେ ହଳଦୀ ରେଖା ଟାଣିଲେ ନକରାତ୍ମକ ଶକ୍ତି ଘର ମଧ୍ୟକୁ ପ୍ରବେଶ କରିପାରେ ନାହିଁ । ଘରର ମୁଖ୍ୟଦ୍ୱାରର ବାହାର ପଟୁ ସ୍ୱସ୍ତିକ ଚିହ୍ନ କରନ୍ତୁ । ଦେଖିବେ ଏହାଦ୍ବାରା ଗୃହ ଶାନ୍ତି , ଆର୍ଥିକ ସମୃଦ୍ଧି ଏବଂ ମାନସିକ ଶାନ୍ତି ପାପ୍ତ ହୋଇଥାଏ ।

ଏହାବ୍ୟତୀତ ଏହା ନକରାତ୍ମକ ଶକ୍ତିକୁ ଅବଶୋଷିତ କରିଥାଏ ।ଅନେକ ଲୋକଙ୍କ ଜୀବନରେ ବିବାହ ସମ୍ବନ୍ଧୀୟ ସମସ୍ୟା ଥାଏ । ତେଣୁ ଆପଣ ତୁଳସୀ ପତ୍ରରେ ହଳଦୀ ଲଗାଇ ଭଗବାନ ଶ୍ରୀହରି ବିଷ୍ଣୁଙ୍କୁ ଅର୍ପିତ କରନ୍ତୁ । ଏବଂ ତାହାକୁ ପରେ ମାଟିରେ ଦବାଇ ଦିଅନ୍ତୁ । ଆପଣଙ୍କର ବିବାହ ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯିବ ।

ଗୁରୁବାର ଦିନ କିଛି ବିଶେଷ କଥା ପ୍ରତି ଧ୍ୟାନ ଦେବା ଉଚିତ । ଏହିଦିନ ଶୁଦ୍ଧ ସାତ୍ଵିକ ଭୋଜନ କରିବ ଉଚିତ ଏବଂ ହଳଦିଆ କିମ୍ବା ଧଳା ବସ୍ତ୍ର ପରିଧାନ କରିବା ଉଚିତ । ଗୁରୁବାର ଦିନ ଭୁଲରେବି କାହାକୁ ଟଙ୍କା ଧାରରେ ଦିଅନ୍ତୁ ନାହିଁ । ଗୁରୁବାର ଦିନ ସନ୍ଧ୍ୟାରେ ଦିଅ ଜାଣିଲେ ସେଥିରେ ନିଶ୍ଚୟ ଲବଙ୍ଗ ପକାଇ ଜଳାନ୍ତୁ । ଏହାବ୍ୟତୀତ ଘିଅ ଦୀପ ମଧ୍ୟ ପ୍ରଜ୍ଜ୍ୱଳନ କରନ୍ତୁ । ଗୁରୁବାର ଦିନ ହଳଦୀ ଦାନ କଲେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ

ଭାଗ୍ୟ ସାଥ ଦେଉ ନଥିଲେ ପ୍ରତ୍ୟେକ ଗୁରୁବାର ଭଗବାନ ଶ୍ରୀହରି ବିଷ୍ଣୁଙ୍କୁ ହଳଦୀ ତିଳକ ଲଗାନ୍ତୁ । ଆର୍ଥିକ ସମସ୍ୟା ଥିଲେ ଏକ ନାଲି ମୋୖଲି ସୂତାରେ ଏକ ହଳଦୀ ଗଣ୍ଠିକୁ ବାନ୍ଧି ଦିଅନ୍ତୁ । ତାପରେ ତାହାକୁ ଭଗବାନ ବିଷ୍ଣୁଙ୍କ ଚରଣରେ ରଖି ଦିଅନ୍ତୁ । ତାପରେ ପ୍ରାର୍ଥନା କରନ୍ତୁ ଏବଂ କାର୍ଯ୍ୟସ୍ଥଳ କିମ୍ବା ଧନ ରଖାଯାଉଥିବ ସ୍ଥାନରେ ରଖି ଦିଅନ୍ତୁ । ଆପଣଙ୍କ ଜୀବନରେ କେବେବି ଧନର ଅଭାବ ହେବ ନାହିଁ ।

Leave a Reply

Your email address will not be published. Required fields are marked *