ନିଜେ ମହାଦେବ ରଚିଛନ୍ତି ଏହି ଦୁଇ ଶବ୍ଦ ବିଶିଷ୍ଠ ମନ୍ତ୍ର,ଜପିବା ମାତ୍ରେ ହିଁ ବନିବାକୁ ଲାଗିବ ପ୍ରତ୍ୟେକ ରୋକି ହୋଇଥିବା, ଅଟକି ରହିଥିବା କାମ ଆଜି ଗୋଟିଏ ଥର ନିଶ୍ଚୟ କରନ୍ତୁ..

ଆଜିର ଏହି ଧାଁ ଦୌଡ଼ ଜୀବନରେ ଅନେକ ଲୋକଙ୍କ ପାଖରେ ପୂଜା ପାଠ କରିବାକୁ ସମୟ ନାହିଁ କାରଣ ପୂଜା ପାଠ କରିବାକୁ 5ମିନିଟ ନୁହେଁ ମନରୁ ବି କରିବା ଆବଶ୍ୟକ ହୋଇଥାଏ | କେବଳ ଫୁଲ ଜଳ ଚଢେଇବା ଦ୍ୱାରା ତ ଫଳ ମିଳିନଥାଏ | ଆଜି ଆମେ ଆପଣଙ୍କୁ ଏହି ପରି ଏକ ମନ୍ତ୍ର କହିବାକୁ ଯାଉଛୁ ଯାହାକୁ ଜପ କରିବା ଦ୍ୱାରା ଆପଣଙ୍କୁ ଆପଣଙ୍କ ତମାମ କର୍ମର ଫଳ ମିଳିଯିବ | କାରଣ ସ୍ୱୟଂ ମାତା ପାର୍ବତୀ ମଧ୍ୟ ଏହି ମନ୍ତ୍ର କୁ ଜପ କରନ୍ତି | ତେବେ ଏହି ମନ୍ତ୍ରର ଏକ କାହାଣୀ ବିଷୟରେ ଆସନ୍ତୁ ଜାଣିବା ଏହା ଦ୍ୱାରା ଆପଣ ଜାଣିପାରିବେ ଏହି ମନ୍ତ୍ରର ଶକ୍ତି କଣ..

ଏକଦା ଥରେ ଭୂତ ଭାବନ ଭଗବାନ ଶିବ ନିଜର ପ୍ରାଣ ପ୍ରିୟା ପାର୍ବତୀ ମାତାଙ୍କୁ ନିଜ ସହ ଭୋଜନ କରିବାକୁ ଅନୁରୋଧ କରିଲେ | ସେତେ ବେଳେ ମାତା ପାର୍ବତୀ ଏହା କହିକି ମନା କଲେ କି ସେ ବିଷ୍ଣୁ ସହସ୍ର ନାମଙ୍କୁ ଜପ କରୁଛନ୍ତି | କିଛି ସମୟ ପରେ ପୁଣି ମାତା ପାର୍ବତୀଙ୍କୁ ଡାକନ୍ତି ମାତା ପାର୍ବତୀ ତଥାପି ମଧ୍ୟ ଏହି କଥା କୁହନ୍ତି ମୁଁ ବିଷ୍ଣୁ ସହସ୍ର ନାମ ଜପ କରିସାରିବା ପରେ ଖାଇବି | ଭଗବାନ ଶିବଙ୍କୁ ଶୀଘ୍ର ଖାଇବାର ଥିଲା ଏମିତିରେ ଖାଦ୍ୟ ଥଣ୍ଡା ହେଉଥିଲା ସେଥିପାଇଁ ଭଗବାନ ଭୂତ ଭବନ କହିଲେ ମାତା ପାର୍ବତୀ ରାମ ରାମ କୁହନ୍ତୁ ଗୋଟିଏ ଥର ରାମ ରାମ କହିବା ଦ୍ୱାରା ବିଷ୍ଣୁ ସହସ୍ର ନାମର ସମ୍ପୂର୍ଣ ଫଳ ମିଳିଯାଏ |

କାରଣ ଭଗବାନ ରାମ ହିଁ ବିଷ୍ଣୁ ସହସ୍ର ନାମର ତୁଲ୍ୟ ଅଟନ୍ତି,ଏହି ନାମ ଭଗବାନ ଶିବ ଙ୍କ ମୁଖରୁ ବାହାରିଥିଲା ଏବଂ ଏହାକୁ ବିଷ୍ଣୁ ସହସ୍ର ନାମ ଠୁ ବି ଅଧିକ ଗୁରୁତ୍ୱପୂର୍ଣ ବୋଲି ଭଗବାନ ଶିବ କହିଛନ୍ତି | ତେବେ ଏହା ପରେ ମାତା ପାର୍ବତୀ ଏହି ମନ୍ତ୍ରକୁ ଜପ କରି ଭଗବାନ ଶିବଙ୍କ ସହ ଆସି ଭୋଜନ କଲେ | ତେବେ ଆପଣ ଯେଉଁ ମନ୍ତ୍ର ଜାଣିବାକୁ ଅପେକ୍ଷା କରିଛନ୍ତି ସେହି ମନ୍ତ୍ର କୁ ଶ୍ରୀରାମ ତାରକ ମନ୍ତ୍ର କୁହାଯାଏ | ଏବଂ ସେହି ମନ୍ତ୍ର ହେଉଛି ” ରାମ ରାମ ରାମେତି ରାମେତି, ରମେ ରାମେ ମନୋ ରମେ,ସହସ୍ର ନାମ ତତୁଲ୍ୟମ,ରାମ ନାମ ଵରାନନେ ” |

ଏହି ମନ୍ତ୍ର କୁ ଆପଣ ପୂଜା କରିବା ସମୟରେ ଜପ କରିପାରିବେ କାରଣ ଏହାକୁ ନିଜେ ମାତା ପାର୍ବତୀ ଜପ କରୁଛନ୍ତି | ” ରାମ ରାମ ରାମେତି ରାମେତି, ରମେ ରାମେ ମନୋ ରମେ,ସହସ୍ର ନାମ ତତୁଲ୍ୟମ,ରାମ ନାମ ଵରାନନେ “ଏହି ମନ୍ତ୍ର ଦିନକୁ ପାଞ୍ଚ ଥର ଜପ କରନ୍ତୁ ସକାଳେ ସ୍ନାନ କରିସାରିଲା ପରେ ଏବଂ ରାତ୍ରିରେ ଶୋଇବା ପୂର୍ବରୁ | ଏହାର ପ୍ରଭାବ ବହୁତ ଶକ୍ତିଶାଳୀ ହୋଇଥାଏ..

Leave a Reply

Your email address will not be published. Required fields are marked *