ଆଜିର ରାଶିଫଳ : ୩୧ ଅଗଷ୍ଟ ୨୦୨୨,ମଙ୍ଗଳବାର : ଏହି ରାଶିର ଲୋକଙ୍କ ପାଇଁ ଆଜିର ଦିନଟି ରହିବ ଶୁଭ, ଏହି ରାଶିର ଲୋକମାନେ ସତର୍କ ରୁହନ୍ତୁ

ରାଶିଫଳ ମାଧ୍ୟମରେ ଆପଣ ମାନେ ଦୈନନ୍ଦିନ ଘଟଣା ଗୁଡ଼ିକ ବିଷୟରେ ଜାଣି ଥାଆନ୍ତି। ଦୈନିକ ରାଶିଫଳ ଆଧାରରେ ଗ୍ରହ ଓ ନକ୍ଷତ୍ରର ସ୍ଥିତି ପରିବର୍ତ୍ତନ ଏବଂ ରାଶିଚକ୍ରରେ ଥିବା ୧୨ ଗୋଟି ରାଶିର ଲୋକଙ୍କ ବିଷୟରେ ସୂଚନା ମିଳିଥାଏ। ଆଜିକାଲିର ରାଶିଫଳରେ ଚାକିରି, ବ୍ୟାପାର, ଆଦାନପ୍ରଦାନ, ଶୁଭ ବା ଅଶୁଭ ପ୍ରଭାବ ବିଷୟରେ ବର୍ଣ୍ଣନା କରାଯାଉଛି। ଦୈନିକ ରାଶିଫଳ ଗ୍ରହ ନକ୍ଷତ୍ର ମାନଙ୍କର ଚଳନକୁ ଆଧାର କରି ଅନୁମାନ କରା ଯାଇଥାଏ। ଦିନଟି ଆପଣଙ୍କ ପାଇଁ ସୁଖମୟ ରହିବ କି ନାହିଁ, ଆପଣଙ୍କୁ କେଉଁ ସବୁ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ, ସେହି ବିଷୟରେ ସୂଚନା ମିଳିଥାଏ।

ମେଷ ରାଶି :-ଆପଣଙ୍କର ଖର୍ଚ୍ଚରେ ବୃଦ୍ଧି ହେବ। ଆପଣଙ୍କ ପିତା ଆପଣଙ୍କ ଉପରେ କୌଣସି କଥାରେ କ୍ରୋଧ ପ୍ରକାଶ କରି ପାରନ୍ତି। ଯଦି ଆପଣ କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତାହେଲେ ଅନ୍ୟ କାହାକୁ ପାର୍ଟନର କରନ୍ତୁ ନାହିଁ। ନଚେତ ଆପଣଙ୍କୁ କ୍ଷତି ସହିବାକୁ ପଡିପାରେ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ। କୌଣସି ପୁରୁଣା ବନ୍ଧୁ ଆପଣଙ୍କୁ ସହଯୋଗର ହାତ ବଢ଼ାଇ ପାରନ୍ତି।

ବୃଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରି ନିଅନ୍ତୁ। ଆପଣ ଆଜି ମାନସିକ ଶାନ୍ତି ପାଇବେ। ପିତାମାତା ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ। ଆପଣ ଶାରୀରିକ ଓ ମାନସିକ ରୂପରେ ସୁସ୍ଥ ରହିବେ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ। ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ। ଗୁରୁଜନଙ୍କୁ ସମ୍ମାନ ଦିଅନ୍ତୁ।

ମିଥୁନ ରାଶି :-ଆପଣଙ୍କୁ କଠିନ ପରିଶ୍ରମର ଉଚିତ ଫଳ ମିଳିବ। ବ୍ୟବସାୟରେ କିଛି ନୂତନ ଯୋଜନା ଲାଗୁ କରି ପାରନ୍ତି। ଆପଣଙ୍କ ଆୟରେ ବୃଦ୍ଧି ହେବ। ବାହନ କିଣିବା ପାଇଁ ବିଚାର କରି ପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଅଧିକ କାର୍ଯ୍ୟ ଚାପ ରହିପାରେ। ସନ୍ତାନଙ୍କ ଠାରୁ ସୁଖଦ ସମାଚାର ମିଳିବାର ସମ୍ଭାବନା ରହିଛି। ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ। ବିବାହିତ ଲୋକଙ୍କର ବୈବାହିକ ଜୀବନ ସୁଖମୟ ରହିବ।

କର୍କଟ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ବ୍ୟବସାୟରେ ଲାଭବାନ ହେବେ।ସନ୍ତାନଙ୍କ କ୍ୟାରିୟରକୁ ନେଇ ଆପଣ ଅଧିକ ଚିନ୍ତିତ ରହିଥାନ୍ତି। ପରିବାର ଲୋକେ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ।ପରିବାରରେ କୌଣସି ପାର୍ଟିର ଆୟୋଜନ ହୋଇପାରେ। କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ। ପରିବାରରେ ସକାରାତ୍ମକ ମାହୋଲ ରହିବ। ସମ୍ପର୍କରେ ଆସିଥିବା ଦୂରତା ଲିଭି ଯିବ।

ସିଂହ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସୁଖମୟ ହେବ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ଆପଣ କୌଣସି ଧାର୍ମିକ ଅନୁଷ୍ଠାନରେ ଯୋଗଦାନ କରି ପାରନ୍ତି। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ଅଯଥା ବିବାଦରେ ସାମିଲ ହୁଅନ୍ତୁ ନାହିଁ। ସେୟାର ବଜାରରେ ନିବେଶ କରି ଲାଭବାନ ହେବେ। ଅଚାନକ ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଚାହୁଁଥିଲେ, ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିଛି।

କନ୍ୟା ରାଶି :-କାର୍ଯ୍ୟକ୍ଷେତ୍ରରେ ଆସୁଥିବା ସମସ୍ୟାକୁ ଆପଣ ସାହସର ସହିତ ମୁକାବିଲା କରିବେ। ଯଦି ଆପଣ କୌଣସି କଠିନ ପରିସ୍ଥିତି ସହିତ ସାମ୍ନା କରୁଛନ୍ତି, ତାହେଲେ ଆପଣଙ୍କୁ ଧାର୍ଯ୍ୟ ରଖିବା ଆବଶ୍ୟକ।ପ୍ରେମ ମାମଲାରେ ସଫଳ ହେବେ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟ ଦେଖି ପ୍ରସନ୍ନ ହେବେ। ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ଆଶାନୁରୂପ ସଫଳତା ହାସଲ କରିବେ।

ତୁଳା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣ ନିଜ ସନ୍ତାନଙ୍କ ଦାୟିତ୍ୱ ପୂରଣ କରିବେ। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସଠିକ ସମୟରେ ସମ୍ପନ୍ନ ହେବ। ବ୍ୟାପାର କ୍ଷେତ୍ରରେ ଅଗ୍ରସର ହେବେ। ଆପଣ କୌଣସି ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ରାଜନୀତି କ୍ଷେତ୍ରରେ ଜଡ଼ିତ ଥିବା ଲୋକେ ସମାଜର କଲ୍ୟାଣ ପାଇଁ ଅନେକ କାର୍ଯ୍ୟ କରିବେ। ପରିବାରର ସମସ୍ତ ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରୟାସ କରିବେ।

ବିଛା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କୁ କଠିନ ପରିଶ୍ରମର ଉଚିତ ଫଳ ପ୍ରାପ୍ତ ହେବ। ଆୟରେ ବୃଦ୍ଧି ହେବ। ଆପଣଙ୍କୁ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହେଲେ ଅଧିକ ଧ୍ୟାନ କେନ୍ଦ୍ରିତ କରିବାକୁ ପଡ଼ିବ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ବିଦେଶରେ ରହୁଥିବା ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ। ଆପଣଙ୍କ ଜୀବନର ସବୁ ଦୁଃଖକଷ୍ଟ ଦୂର ହୋଇଯିବ। ଘର ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ, ଦେଖିବେ ଦେବୀ ଲକ୍ଷ୍ମୀ ସର୍ବଦା ଅପଙ୍କ ଘରେ ବାସ କରିବେ।

ଧନୁ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ପରିବାରର ପୈତୃକ ସଂପତ୍ତି ଆପଣଙ୍କୁ ପ୍ରାପ୍ତ ହେବ। ଆପଣ କୌଣସି ଧାର୍ମିକ ସ୍ଥଳକୁ ଯାତ୍ରା କରି ପାରନ୍ତି।ଯଦି ଆପଣ ନୂତନ ବ୍ୟବସାୟ ଆରମ୍ଭ କରୁଛନ୍ତି, ତାହେଲେ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିଛି। ସମାଜରେ ଆପଣ ନିଜର ପ୍ରତିଷ୍ଠା ଓ ମାନସମ୍ମାନ ବଜାୟ ରଖିବେ।ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ।ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ।

ମକର ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। କୋର୍ଟ କଚେରୀ ମାମଲା ଆପଣଙ୍କ ସପକ୍ଷରେ ରହିବ। କୌଣସି ସଂପର୍କୀୟ ଆପଣଙ୍କୁ ସହଯୋଗ କରିବେ। ପରିବାର ଲୋକେ ମିଳିମିଶି ରହିବା ପାଇଁ ପସନ୍ଦ କରିବେ। ସନ୍ତାନ ନଥିବା ଲୋକେ ସନ୍ତାନ ସୁଖ ଭୋଗ କରି ପାରନ୍ତି। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। କୌଣସି ସ୍ଥାନରେ ଟଙ୍କା ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସାମାନ୍ୟ ପ୍ରଭାବିତ ହୋଇପାରେ।

କୁମ୍ଭ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଘର ବା ବାହାରେ ଚାଲିଥିବା ସମସ୍ୟାକୁ ନେଇ ଆପଣ ଚିନ୍ତିତ ରହି ପାରନ୍ତି। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ।ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ।ଆପଣଙ୍କର ସମସ୍ତ ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପିତାମାତାଙ୍କ ଆଶୀର୍ବାଦ ନିଅନ୍ତୁ, ଦେଖିବେ ନିଶ୍ଚିତ ଭାବରେ ଆପଣ ସଫଳ ହେବେ।

ମୀନ ରାଶି : -ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ଆପଣ ପ୍ରଶଂସିତ ହେବେ। ନୂତନ ଚାକିରି ପାଇଁ ଆବେଦନ କରିଥିବା ଲୋକଙ୍କୁ ଆଶାନୁରୂପ ଚାକିରି ମିଳିବ। ଅଜଣା ଲୋକଙ୍କ ସହିତ ଦେଖାସାକ୍ଷାତ ଆପଣଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହୋଇପାରେ। ଆପଣ ନିଜ ଭବିଷ୍ୟତର ଯୋଜନା ନିଜ ପ୍ରସ୍ତୁତ କରନ୍ତୁ। କୌଣସି ସ୍ଥାନରେ ଟଙ୍କା ନିବେଶ କରି ଆପଣ ଲାଭବାନ ହେବେ।

Leave a Reply

Your email address will not be published. Required fields are marked *