ଏଥର ୩୧ ଅଗଷ୍ଟ ଗଣେଶ ଚତୁର୍ଥୀରେ ଶେଷ ହେବ ସବୁ ସମସ୍ୟା , ଦୂରେଇ ଯିବ ଦାରିଦ୍ର୍ୟତା :-

ଗଣେଶ ଚତୁର୍ଥୀ ଠାରୁ ଗଣେଶ ମହୋତ୍ସବ ଆରମ୍ଭ ହୋଇଥାଏ । ୧୦ ଦିନ ଧରି ଏହି ମହୋତ୍ସବ ଚାଲିଥାଏ ଏବଂ ଅନନ୍ତ ଚତୁର୍ଥୀ ଦିନ ଶେଷ ହୋଇଥାଏ । ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଭଗବାନ ଗଣେଶଙ୍କ ପୂଜା କରଯାଏ । ଭାଦ୍ରବ ମାସ ଶୁକ୍ଳ ପକ୍ଷକୁ ଗଣେଶ ଚତୁର୍ଥୀ ପାଳନ କରାଯାଏ । କୁହାଯାଏ ଯେ ଏହିଦିନ ଭଗବାନ ଗଣେଶ ଜନ୍ମ ହୋଇଥିଲେ । ତେଣୁ ଏହିଦିନ ଚନ୍ଦନ ଫୁଲ , ଲଡ଼ୁ ଇତ୍ୟାଦି ଜିନିଷ ଭଗବାନ ଗଣେଶଙ୍କୁ ଅର୍ପିତ କଲେ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

ଏହିଦିନ ଭଗବାନ ଗଣେଶଙ୍କୁ ପୂଜା କରିବା ପାଇଁ ସକାଳୁ ସ୍ନାନ କରି ନାଲି ବସ୍ତ୍ର ଧାରଣ କରନ୍ତୁ ଏବଂ ଦୀପ ଜଳାନ୍ତୁ । ଏହିଦିନ ନିଶ୍ଚିତ ଭାବରେ ଭଗବାନ ଗଣେଶଙ୍କ ତିଳକ କରନ୍ତୁ ଏବଂ ପୂଜାପାଠ କରନ୍ତୁ । ସନ୍ଧ୍ୟାରେ ଚନ୍ଦ୍ରଙ୍କୁ ଅର୍ଘ୍ୟ ଦିଅନ୍ତୁ ଏବଂ ଦାନ ଧର୍ମ କରନ୍ତୁ । ବୁଧବାର ଗଣେଶଙ୍କ ଦିନ ହୋଇଥାଏ । ଏହିଦିନ ସୁଖ ସମୃଦ୍ଧି ପାଇଁ ଗଣେଶଙ୍କ ପୂଜା କରାଯାଏ । ତେଣୁ ଆଜିକାର ଏହି ଲେଖାରେ ଆମେ କିଛି ଉପାୟ ବିଷୟରେ କହିବୁ କାହାକୁ କରିବା ଦ୍ୱାରା ଦାରିଦ୍ର୍ୟତା ଦୂରେଇ ଯିବ । ତେବେ ଚାଲନ୍ତୁ ଜାଣିନେବା ।

୧ . ଗଣେଶଙ୍କୁ ଭୋଗ ଲଗାଇବା ସମୟରେ ଶୁଖିଲା ଧଣିଆ ଲଗାନ୍ତୁ । ଏହାଦ୍ବାରା ଆପଣଙ୍କର ଅଟକି ରହିଥିବା କାମ ପୁଣିଥରେ ଆରମ୍ଭ ହେବା ସହିତ ସୁଖ ସମୃଦ୍ଧି ମଧ୍ୟ ପ୍ରାପ୍ତ ହେବ । ଏହାକୁ ଆପଣ ପରେ ପ୍ରସାଦ ଆକାରରେ ଗ୍ରହଣ କରି ପାରିବେ । ଭଗବାନ ଗଣେଶଙ୍କୁ ଦୁବ ଘାସ ମଧ୍ୟ ଅତ୍ୟନ୍ତ ପସନ୍ଦ ଥାଏ । ତେଣୁ ଆପଣ ଏକ ନାଲି ସୂତାରେ ଦୁବ ଘାସ ବାନ୍ଧି ମଧ୍ୟ ଅର୍ପିତ କରି ପାରିବେ । ଗଣେଶଙ୍କୁ ସିନ୍ଦୁର ନିଶ୍ଚୟ ଅର୍ପିତ କରନ୍ତୁ । ଏହାଦ୍ବାରା ସବୁ ସମସ୍ୟାର ସମାଧାନ ହୋଇଯିବ ।

ଯଦି ଆପଣ ଭଗବାନ ଗଣେଶଙ୍କୁ ୭ ଟି ବୁଧବାର ପର୍ଯ୍ୟନ୍ତ ଗୁଡ଼ ଭୋଗ ଚଢ଼ାନ୍ତି ତେବେ ଜୀବନର ସବୁ ଦୁଃଖ ଶେଷ ହୋଇଯାଏ । ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ଘରେ ମାତା ଲକ୍ଷ୍ମୀଙ୍କର ସ୍ଥାୟୀ ବାସ ରହୁ ତେବେ ଗଣେଶଙ୍କୁ ଘିଅ ସହିତ ଗୁଡ଼ ଭୋଗ ଲଗାନ୍ତୁ । ବୁଧବାର ଦିନ ଆଠଟି ଅରଖ ଫୁଲ ଭଗବାନଙ୍କୁ ଚଢ଼ାଇ ଦିଅନ୍ତୁ । ଏହାବ୍ୟତୀତ ଯଦି ଆପଣ ଏହିଦିନ କିନ୍ନରଙ୍କୁ ଦାନ କରନ୍ତି ତେବେ ମଧ୍ୟ ଜୀବନର ସବୁ ସମସ୍ୟା ଦୂରେଇ ଯାଏ ଏବଂ ସେମାନଙ୍କ ପାଖରୁ ୧ ଟଙ୍କା ଆଶୀର୍ବାଦ ସ୍ୱରୂପ ନେଇ ନିଜ ଘରେ ଧନ ଥିବା ସ୍ଥାନରେ ରଖି ଦିଅନ୍ତୁ ।

ଏହାଦ୍ୱାରା ଜୀବନରେ କେବେ ଧନର ଅଭାବ ହେବ ନାହିଁ । ଯଦି ଜୀବନରେ ଅନେକ ସମସ୍ୟା ରହିଛି ଏବଂ ଶେଷ ହେବାକୁ ନାମ ନେଉନାହିଁ ତେବେ ବୁଧବାର ଦିନ ଏକ ନାଲି କପଡ଼ାରେ ଦୁବ ଘାସ ଏବଂ ସାତୋଟି କଉଡ଼ି ବାନ୍ଧି ପାଖ କୌଣସି ଗଣେଶ ମନ୍ଦିରରେ ଅର୍ପିତ କରି ଦିଅନ୍ତୁ । ଏହାଦ୍ବାରା ଧୀରେ ଧୀରେ ଆପଣଙ୍କ ଜୀବନରେ ସମସ୍ୟା ଶେଷ ହୋଇଯିବ । ଭଗବାନ ଗଣେଶଙ୍କର ଦୁବ ଘାସ ଅତ୍ୟନ୍ତ ପ୍ରିୟ ହୋଇଥାଏ । ତେଣୁ ଆପଣ ୨୧ ଟି ଦୁବ ଘାସ ଆଣି ତାହାକୁ ଭଲ ଭାବରେ ଧୋଇ ଏକା ସାଥିରେ ନାଲି ମୋୖଲି ସୂତାରେ ବାନ୍ଧି ଗଣେଶଙ୍କ ବେକରେ ପକାଇ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କର ସବୁ ସମସ୍ୟାର ସମାଧାନ ପାଇଯିବେ ।

ଏହିଦିନ ଆପଣ ଚାଉଳ କ୍ଷୀରି ବନାଇ ଭଗବାନ ଗଣେଶଙ୍କୁ ଅର୍ପିତ କରନ୍ତୁ । ତାହାକୁ ଆପଣ ନିଜ ପରିବାର ସଦସ୍ୟଙ୍କ ସହିତ ପ୍ରସାଦ ଆକାରରେ ମଧ୍ୟ ଖାଇ ପାରିବେ । ଭଗବାନ ଗଣେଶଙ୍କ ପାଖରେ ଲାଗିଥିବା ମୁଦ୍ରାକୁ ନିଜର ପର୍ସ କିମ୍ବା ସିନ୍ଧୁକରେ ରଖି ପାରିବେ ଏହା ଦ୍ୱାରା ଧନର ଅଭାବ ଦେଖା ଦେବ ନାହିଁ । ବୁଧବାର ଦିନ ଏହିସବୁ ଛୋଟ ଛୋଟ ଉପାୟ କରିବା ଦ୍ୱାରା ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇଥାଏ ଏବଂ ସୁଖ ସମୃଦ୍ଧି ମଧ୍ୟ ପ୍ରାପ୍ତ ହୋଇଥାଏ ।

Leave a Reply

Your email address will not be published. Required fields are marked *