୩୧ ତାରିଖ ବଡ଼ ବୁଧବାର ଗଣେଶ ଚତୁର୍ଥୀ ରେ କରନ୍ତୁ ଚାଉଳର ଏହି ଉପାୟ , ହୋଇଯିବେ କୋଟିପତି :-

୩୧ ଅଗଷ୍ଟ ରୁ ୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ ଗଣେଶ ମହୋତ୍ସବ ଯାହାକି ୯ ଦିନ ପର୍ଯ୍ୟନ୍ତ ଚାଲିଥାଏ ଏବଂ ଭଗବାନ ଗଣେଶଙ୍କ ଜନ୍ମଦିନ ଅବସରରେ ଏହା ଗଣେଶ ଚତୁର୍ଥୀ ଠାରୁ ଆରମ୍ଭ ହୋଇଥାଏ । ଏହା ଭାଦ୍ରବ ମାସ ଶୁକ୍ଳ ପକ୍ଷରେ ପାଳିତ ହୋଇଥାଏ । ଏହିଦିନ ଭଗବାନ ଗଣେଶଙ୍କ ବିଶେଷ ପୂଜାପାଠ କରାଯାଏ ଏବଂ ଜୀବନର ସବୁ ସୁଖ ସମୃଦ୍ଧି ପାଇଁ ବିଶେଷ ଆରାଧନା କରାଯାଏ । ଯାହାଦ୍ୱାରା ଜୀବନର ସବୁ ଦୁଃଖ କଷ୍ଟ ମଧ୍ୟ ଦୂରେଇ ଯାଏ । ଏହିଦିନ ଗଣେଶଙ୍କୁ ପ୍ରିୟ ଜିନିଷ ଅର୍ପିତ କରାଯାଏ । ଯେମିତିକି ଦୁବ ଘାସ , ଲଡ଼ୁ ଏବଂ ସିନ୍ଦୁରର ତିଳକ କରାଯାଏ ।

ଏହିଦିନ ବ୍ରତ ରଖିଲେ ମଧ୍ୟ ତାହାର ଶୁଭ ଫଳ ପ୍ରାପ୍ତ ହୋଇଥାଏ ଏବଂ ଭଗବାନ ଗଣେଶ ଆପଣଙ୍କ ଜୀବନରୁ ସବୁ ଦୁଃଖକୁ ନଷ୍ଟ କରି ଦିଅନ୍ତି । ଏହିଦିନ ଶୋଇବା ଉଚିତ ନୁହେଁ ଏବଂ ଏହାସହିତ ମିଛ କହିବା ଉଚିତ ନୁହେଁ । ନଚେତ ଭଗବାନ ଗଣେଶ ରୁସ୍ଟ ହୋଇଥାନ୍ତି । ଭଗବାନ ଗଣେଶଙ୍କୁ ତିଳ ତିଆରି ଲଡ଼ୁ ଅଧିକ ପସନ୍ଦ ଥାଏ ଏବଂ ଏହାବ୍ୟତୀତ ଆପଣ ମୋଦକ ମଧ୍ୟ ଭୋଗ ରୂପରେ ଅର୍ପିତ କରି ପାରିବେ । ଦିନରେ ଅନ୍ନ ସେବନ କରନ୍ତୁ ନାହିଁ ଏବଂ ଦାନ କରନ୍ତୁ । ଗଣେଶଙ୍କୁ ନାଲି ଫୁଲ ଅଧିକ ପସନ୍ଦ ଥାଏ । ଆପଣ ଭୋଗରେ ମୁଗ ଏବଂ ହଳଦୀ ଅର୍ପିତ କରି ପାରିବେ । ମାତ୍ର ଭୁଲରେ ବି ଦୁବ ଘାସ ଅର୍ପିତ କରନ୍ତୁ ନାହିଁ । ରାତିରେ ଚନ୍ଦ୍ରଙ୍କୁ ନିଶ୍ଚୟ ଅର୍ଘ୍ୟ ଅର୍ପିତ କରନ୍ତୁ । ଏହାଦ୍ବାରା ସବୁ ସଙ୍କଟ ଦୂର ହୋଇଯାଏ । ଏହିଦିନ କଳା ରଙ୍ଗର ବସ୍ତ୍ର ଧାରଣ କରିବା ଆଦୋୖ ଉଚିତ ନୁହେଁ ।

ଆପଣ ଏହିଦିନ ଧଳା କିମ୍ବା ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ । ଏହିଦିନ ଚନ୍ଦ୍ରଙ୍କୁ ଅର୍ଘ୍ୟ ଦେବା ପରେ ହିଁ ଫଳାହାର କରନ୍ତୁ । ଏହାପରେ ଦୀପ ଜଳାନ୍ତୁ ସେଥିରେ ବତୀ ନାଲି ରଙ୍ଗ ରଖନ୍ତୁ ଏବଂ ଲବଙ୍ଗ ପକାନ୍ତୁ । ଆପଣ ଚାହିଁଲେ ସେଥିରେ ଏକ ମୁଦ୍ରା ମଧ୍ୟ ପକାଇ ପାରିବେ । ପରେ ତାହାକୁ ଆପଣ ନିଜର ପର୍ସରେ ରଖି ପାରିବେ । ଗଣେଶଙ୍କୁ ମୋଦକ ସବୁଠାରୁ ଅଧିକ ପସନ୍ଦ ଥାଏ । ତେଣୁ ଆପଣ ମୋଦକ ଭୋଗ ଲଗାନ୍ତୁ ନଚେତ ଗୁଡ଼ ଭୋଗ ଲଗାଇ ପାରିବେ । ପୂଜା ସମୟରେ ଆପଣ ଓଁ ଗଣ ଗଣପତୟେ ନମଃ ମନ୍ତ୍ର ଜପ କରନ୍ତୁ । ଏହିଦିନ ବ୍ରତ କରିବା ଦ୍ୱାରା ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ଏବଂ ସୁଖ ସମୃଦ୍ଧି ସନ୍ତାନ ସୁଖ ମଧ୍ୟ ପ୍ରାପ୍ତ ହୋଇଥାଏ ।

ଶମୀ ଗଛର ପତ୍ର ଯଦି ଆପଣ ଏହି ଗଣେଶ ଚତୁର୍ଥୀ ଦିନ ଭଗବାନ ଗଣେଶଙ୍କୁ ଅର୍ପିତ କରନ୍ତି ତେବେ ଜୀବନରେ କେବେ ଧନର ଅଭାବ ହୁଏନାହିଁ । ଏହିଦିନ ଆପଣ ଚନ୍ଦ୍ରଙ୍କୁ ଅର୍ଘ୍ୟ ଅର୍ପିତ କରି ବ୍ରତ ଭାଙ୍ଗି ପାରିବେ । ଏବଂ ତାପରେ ହିଁ ସାଧା ଭୋଜନ ଗ୍ରହଣ କରି ପାରିବେ । ମାତ୍ର ଫଳ ଆହାର କରିବା ଉଚିତ ହୋଇଥାଏ । ଭଗବାନ ଗଣେଶଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ଚାଉଳ ଏବଂ ଦୁବ ମଧ୍ୟ ଅର୍ପିତ କରି ପାରିବେ । ଏହାଦ୍ବାରା ଜୀବନରେ ଅନେକ ଶୁଭ ଫଳ ପ୍ରାପ୍ତ ହୋଇଥାଏ ଏବଂ ଜୀବନରେ ସବୁ ପ୍ରକାରର ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଶୁଖିଲା ଚାଉଳ ଭୁଲରେବି ଭଗବାନ ଗଣେଶଙ୍କୁ ଚଢାନ୍ତୁ ନାହିଁ । ତାହାକୁ ପ୍ରଥମେ ଓଦା କରି ଭଗବାନ ଗଣେଶଙ୍କୁ ଚଢାନ୍ତୁ ।

ଦ୍ୱିପ୍ରହରରେ ଐଶାନ୍ୟ କୋଣରେ ଏକ ହଳଦିଆ କିମ୍ବା ନାଲି କପଡ଼ା ବିଛାଇ ମାଟିର କିମ୍ବା ଚୌଥ ମାତାଙ୍କ ମୂର୍ତ୍ତି ବନାଇ ଚାଉଳ , ଫୁଲଦୁବ ଏବଂ ଗୁଡ଼ କିମ୍ବା ଲଡ଼ୁ ଚଢ଼ାନ୍ତୁ । ତାପରେ ଆରତୀ କରି ଚୌଥ ମାତାଙ୍କ କାହାଣୀ ଶୁଣନ୍ତୁ । ଏହି ବିଧିବଦ୍ଧ ପୂଜା ପରେ ସୂର୍ଯ୍ୟଦେବଙ୍କୁ ଏକ ଲୋଟା ଜଳ ନିଶ୍ଚୟ ଅର୍ପଣ କରନ୍ତୁ । ଜଳରେ ନାଲି ପୁଷ୍ପ , ନାଲି ଚନ୍ଦନ ଏବଂ ଚାଉଳ ଦେଇ ଓଁ ଗଣେ ସୂର୍ଯ୍ୟାୟ ନମଃ କହି ଅର୍ପିତ କରି ଦିଅନ୍ତୁ । ଏହି ଉପାୟ କରିବା ଦ୍ୱାରା ଏକ ବିଶେଷ ଫଳ ପ୍ରାପ୍ତ ହେବ । ଜୀବନର ସୁଖ ସମୃଦ୍ଧି ପ୍ରାପ୍ତ ହେବା ସହିତ ଧନ ପ୍ରାପ୍ତି ମଧ୍ୟ ହେବ ।

Leave a Reply

Your email address will not be published. Required fields are marked *