ଅଗଷ୍ଟ 31 ବଡ଼ ବୁଧବାର ଗଣେଶ ଚତୁର୍ଥୀ ଦିନ ଗାଈକୁ ଖୁଆଇ ଦିଅନ୍ତୁ ଏହି ଗୋଟିଏ ଛୋଟ ଜିନିଷ , ଦାରିଦ୍ର୍ୟତା ଦୂରେଇ ଯିବ :-

ଭଗବାନ ଗଣେଶ ହେଉଛନ୍ତି ଆଦ୍ୟ ଦେବତା । ଗଣେଶଙ୍କ ପୂଜା ବିନା କୌଣସି ପୂଜା ହୋଇ ନଥାଏ । ତେଣୁ ଗଣେଶଙ୍କୁ ପୂଜା କରି ସାରିବା ପରେ ହିଁ ଅନ୍ୟ ଦେବଦେବୀଙ୍କ ପୂଜା ହୋଇଥାଏ । ଗଣେଶଙ୍କୁ ବିଦ୍ୟା ବୁଦ୍ଧି ଏବଂ ସମସ୍ୟାରୁ ତାର କରୁଥିବା ଦେବତା କହନ୍ତି । ଆମ ହିନ୍ଦୁ ଧର୍ମରେ ଗାଈକୁ ମାତା ବୋଲି ମାନା ଯାଏ । ଏପରି କୁହାଯାଏ ଯେ ଗାଈକୁ ନିଷ୍ଠାର ସହିତ ପୂଜା କଲେ ପୁଣ୍ୟ ପ୍ରାପ୍ତ ହୋଇଥାଏ ।

ଗାଈକୁ ସନାତନ ଧର୍ମରେ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ମାନା ଯାଏ । ଗାଈକୁ ପ୍ରତ୍ୟେକ ଦିନ ଭୋଜନ ଖୁଆଇବା ଖୁବ ପୁଣ୍ୟ ହୋଇଥାଏ । ଯେଉଁମାନେ ମହାନଗର କିମ୍ବା ସହରରେ ରହନ୍ତି ସେମାନେ ମଧ୍ୟ ଏହି କାମ କରିଥାନ୍ତି । ତେବେ ଆଜିକାର ଏହି ଲେଖାରେ ଆମେ ଏହି ଗଣେଶ ଚତୁର୍ଥୀ ଦିନ ଗାଈକୁ କେଉଁ ଜିନିଷ ଖୁଆଇଲେ ଜୀବନର ସବୁ ସମସ୍ୟା ଦୂରେଇ ଯାଏ ସେହି ବିଷୟରେ କହିବୁ ।

ଘରେ ରୋଷେଇ ସମୟର ପ୍ରଥମ ରୁଟି ଗାଈକୁ ଖୁଆଇବା ଉଚିତ । ବୃହସ୍ପତି ଦୁର୍ବଳ ଥିଲେ ଗୁରୁବାର ଦିନ ରୁଟିରେ ଏକ ଚିମୁଟା ହଳଦୀ ମିଶାଇ ଗାଈକୁ ଖାଇବାକୁ ଦିଅନ୍ତୁ । ଆପଣଙ୍କ ଭାଗ୍ୟ ଖରାପ ଥିଲେ କିମ୍ବା ଚିନ୍ତାର ଶିକାର ହୋଇଥିଲେ ରୁଟିରେ ଗୁଡ଼ ମିଶାଇ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ଦୁର୍ଭାଗ୍ୟ ସୌଭଗ୍ୟରେ ପରିଣତ ହୋଇଥାଏ । ଯଦି ଅନେକ ଦିନ ହେବ ଶୁଭ ମଙ୍ଗଳ କାର୍ଯ୍ୟ ହୋଇପାରୁ ନାହିଁ । ତେବେ ପ୍ରତ୍ୟେକ ଦିନ ଗାଈକୁ ରୁଟି ଖୁଆନ୍ତୁ । ମାତ୍ର ଗାଈକୁ କେବେବି ବାସୀ ରୁଟି ଖୁଆଇବା ଉଚିତ ନୁହେଁ । ଏହାଦ୍ବାରା ଗୋମାତାଙ୍କ ଅପମାନ ହୋଇଥାଏ । ଗାଈକୁ ସଢିଯାଇଥିବା ଖାଦ୍ୟ ଖାଇବାକୁ ଦେବା ଉଚିତ ନୁହେଁ । କାରଣ ଏହାଦ୍ୱାରା ଘରକୁ ସମସ୍ୟା ଆସିଥାଏ ।

ଗାଈକୁ ସବୁଠାରୁ ଅଧିକ ଅଶ୍ୱତ୍ଥ ଗଛର ପତ୍ର ପସନ୍ଦ ଥାଏ । ମାତ୍ର ସେହି ପତ୍ରକୁ ନିଜେ ଗଛକୁ ଛିଡ଼ାଇ ଗାଈକୁ ଖାଇବାକୁ ଦିଅନ୍ତୁ ନାହିଁ । ଗାଈ ନିଜେ ତାହାକୁ ଛିଡ଼ାଇ ଖାଇବା ଉଚିତ । ବଳକା ଖାଦ୍ୟ ଦେଉଥିଲେ ସେଥିରେ କିଛି ଭଲ ଖାଦ୍ୟ ମିଶାଇ ଖାଇବାକୁ ଦିଅନ୍ତୁ । ଗାଈକୁ କ୍ଷୀର ଖାଇବାକୁ ଦିଅନ୍ତୁ ନାହିଁ । ଆପଣ ଚାହିଁଲେ ଦହି ସାହିର ଭାତ ଦେଇ ପାରିବେ ।

ଗାଈକୁ ପଚା ସଢା ଖାଦ୍ୟ ଖାଇବାକୁ ଦିଅନ୍ତୁ ନାହିଁ । ନଚେତ ଘରକୁ ଦାରିଦ୍ର୍ୟତା ଆସିଥାଏ ଏବଂ ମାତା ଲକ୍ଷ୍ମୀ ଘର ଛାଡ଼ି ଦିଅନ୍ତି । ୮୪ ଲକ୍ଷ ୟୁନିର ଜନ୍ମ ପରେ ଶେଷ ଜନ୍ମ ଗାଈ ଜନ୍ମ ହୋଇଥାଏ । ଗାଈ ଅତ୍ୟନ୍ତ ଶୁଭ ଏବଂ ପବିତ୍ର ହୋଇଥାଏ । ଯଦି କୌଣସି ସ୍ଥାନରେ ନୂଆ ଘର ତିଆରି କରିବାକୁ ଚାହୁଁଥାନ୍ତି ତେବେ ସେହି ସ୍ଥାନରେ ୧୫ ଦିନ ପର୍ଯ୍ୟନ୍ତ ଗାଈ ବାଛୁରୀ ବାନ୍ଧି ଦିଅନ୍ତୁ ଦେଖିବେ ସେହି ସ୍ଥାନ ପବିତ୍ର ହୋଇଯିବ । ଯଦି ଆପଣ କୌଣସି ସ୍ଥାନକୁ ଯିବା ସମୟରେ ଯଦି ଆପଣ ଗାଈ ବାଛୁରୀକୁ ଦେଖନ୍ତି ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଆପଣଙ୍କୁ ସେହି କାର୍ଯ୍ୟରେ ସଫଳତା ମଧ୍ୟ ମିଳିଥାଏ ।

ଗାଈ ଠାରୁ ମିଳୁଥିବା ପଞ୍ଚ ଗବ୍ୟ ସବୁ ପ୍ରକାରର ରୋଗର ନାଶକ ହୋଇଥାଏ । ସର୍ଦ୍ଧି ଏବଂ କାଶ ହେଉଥିଲେ ଗାଈ ପାଖକୁ ଗଲେ ଏହିସବୁ ରୋଗ ଦୂର ହୋଇଥାଏ । ଗାଈକୁ ରୋଟି ଖୁଆଇବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଘରେ ଗାଈ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ ।ମାତ୍ର ସହର ମାନଙ୍କରେ ଲୋକେ ଗାଈ ରଖିବାକୁ ସମ୍ଭବ ନହେଲେ ବି ଗାଈକୁ ପ୍ରତି ଦିନ ରୁଟି ଖୁଆଇ ପାରିବେ ।

ନଚେତ ପ୍ରତ୍ୟକ ଗୁରୁବାର କୌଣସି ଗରିବ ଲୋକ କିମ୍ବା ଧଳା ପଶୁକୁ ରୁଟି ଖୁଆଇ ପାରିବେ । ଅନେକ ଲୋକ ଗାଈକୁ ଅଇଁଠା ଖାଇବାକୁ ଦେଇଥାନ୍ତି । ବାସ୍ତବରେ ତାହାର ପଛରେ ରାମାୟଣର ଏକ କାହାଣୀ ରହିଛି । ଏପରି କୁହାଯାଏ ଯେ ମାତା ସୀତାଙ୍କ ଅଭିଶାପ କାରଣରୁ ଗାଈକୁ ଆଜିଯାଏ ଅଇଁଠା ଖାଇବାକୁ ପଡ଼ିଥାଏ । ଗାଈ ଦେହରେ ୩୫ କୋଟି ଦେବଦେବୀ ଏବଂ ପିତୃଙ୍କ ବାସ ହୋଇଥାଏ । ତେଣୁ ଗାଈକୁ ପୂଜା କରି ପାଦ ଛୁଇଁବା ଉଚିତ ।

Leave a Reply

Your email address will not be published. Required fields are marked *