ଗଣେଶ ଚତୁର୍ଥୀରେ ଗଣପତିଙ୍କୁ ଏହି 3ଟି ଜିନିଷ ଭୁଲରେ ବି ଚଢ଼ାନ୍ତୁ ନାହିଁ ନହେଲେ ଗରିବି ଏବଂ ଦରିଦ୍ରତା ପିଛା ଛାଡ଼ିବ ନାହିଁ..

ଗଣେଶ ଚତୁର୍ଥୀ ଭାରତର ସବୁଠାରୁ ପ୍ରସିଦ୍ଧ ପର୍ବ | ଲୋକ ମାନେ ଏହାକୁ ପ୍ରତିବର୍ଷ ବହୁତ ଉତ୍ସାହ ଏବଂ ଧୁମଧାମର ସହିତ ପାଳନ କରନ୍ତି | ବିଶେଷ କରି ପିଲାମାନେ ଭଗବାନ ଗଣେଶ ଙ୍କୁ ବହୁତ ପସନ୍ଦ କରନ୍ତି ଏବଂ ଜ୍ଞାନ ଏବଂ ଭାଗ୍ୟର ଆଶୀର୍ବାଦ ପାଆନ୍ତି | ଲୋକମାନେ ଏହି ପର୍ବ ପାଇଁ ଏକ ମାସ ପୂର୍ବରୁ, ଏକ ସପ୍ତାହ କିମ୍ବା ସେହି ଦିନଠାରୁ ପ୍ରସ୍ତୁତି ଆରମ୍ଭ କରନ୍ତି | ଗଣେଶ ଚତୁର୍ଥୀ ପର୍ବରେ ବଜାର ରୋନକ ଦେଖିବାକୁ ଯୋଗ୍ୟ ହୋଇ ଥାଏ | ସବୁ ଜାଗାରେ ଦୋକାନଗୁଡ଼ିକ ଗଣେଶଙ୍କ ମୂର୍ତ୍ତି ଗୁଡ଼ିକରେ ପରିପୂର୍ଣ୍ଣ ରହିଥାଏ |

ଏଥର ଭଗବାନ ଗଜାନନଙ୍କ ଗଣେଶ ଚତୁର୍ଥୀ 31 ଅଗଷ୍ଟରେ ସାରା ଦେଶରେ ପାଳନ କରାଯିବ । ଏହି ଦିନ ପ୍ରତ୍ୟେକ ପରିବାରରେ ଗଣପତି ବାପ୍ପାଙ୍କ ମୂର୍ତ୍ତି ପ୍ରତିଷ୍ଠିତ ହୋଇଥାଏ | ଏହି ଦିନ ଗଣେଶଙ୍କର ସୁନ୍ଦର ପ୍ରତିମା ଘର ଏବଂ ସର୍ବସାଧାରଣ ସ୍ଥାନରେ ସ୍ଥାପିନ ହୋଇଥାଏ | ବୁଧବାର ଗଣେଶୋତ୍ସବ ପର୍ବ ଆରମ୍ଭ ହେବା ସହିତ ଏଥର ଏହାର 10 ଦିନ ମଧ୍ୟ ଅଧିକ ଶୁଭ ହୋଇଯାଇଛି | ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ଗଣେଶ ଜୀଙ୍କ ବିଷୟରେ କିଛି ବିଶେଷ ତଥ୍ୟ..

ଭଗବାନ ଗଣେଶଙ୍କ ମୂର୍ତ୍ତି ଉତ୍ତର ପୂର୍ବ ଅର୍ଥାତ୍ ଘରର ଈଶାଣ କୋଣରେ ରଖାଯିବା ଉଚିତ୍ | ଏହା ବ୍ୟତୀତ ଆପଣ ଗଣପତି ବାପ୍ପାଙ୍କୁ ପଶ୍ଚିମ କିମ୍ବା ଉତ୍ତର ଦିଗରେ ମଧ୍ୟ ରଖିପାରିବେ | ବାସ ଭଗବାନ ଗଣେଶ ଜୀଙ୍କୁ ଦକ୍ଷିଣ ଦିଗକୁ ମୁହଁ କରି ରଖନ୍ତୁ ନାହିଁ | ଏହା ଅଶୁଭ ହୋଇଥାଏ | ଗଣେଶଜୀଙ୍କୁ ଏଠାରେ ରଖିବା ଦ୍ୱାରା,ତାଙ୍କୁ ଆପଣଙ୍କ ପୂଜା ପାଠ ଅନୁଭବ ହୁଏ ନାହିଁ | କୁହାଯାଏ ଯେ ଅଧିକାଂଶ ନକାରାତ୍ମକ ଶକ୍ତି ଦକ୍ଷିଣ ଦିଗରେ ରହିଥାଏ |ଗଣେଶ ଜୀଙ୍କ ପ୍ରତିମାକୁ ସିଧାସଳଖ ଭୂମିରେ ରଖିବା ଉଚିତ୍ ନୁହେଁ। ଯଦିଓ ଆପଣ ଏକ କାଠର ପଟା କିମ୍ବା ଆଧାର ବ୍ୟବହାର କରୁଛନ୍ତି, ତେବେ ପ୍ରଥମେ ସେଠାରେ ଏକ ନାଲି କପଡା ରଖନ୍ତୁ | ଗଣେଶ ଜୀଙ୍କୁ ଏହା ଉପରେ ରଖନ୍ତୁ | ଏହା କରିବା ଦ୍ଵାରା ଗଣେଶ ଜୀ ଖୁବ୍ ଶୀଘ୍ର ପ୍ରସନ୍ନ ହୁଅନ୍ତି | ତାଙ୍କୁ ମଧ୍ୟ ଏହି ଅବସ୍ଥାରେ ବହୁତ ଆରାମ ମିଳିଥାଏ |

ଆଜିର ଆଧୁନିକ ଯୁଗରେ ବଜାରରେ ଅନେକ ପ୍ରକାରର ଗଣେଶ ଉପଲବ୍ଧ ଅଛି | କିନ୍ତୁ ମୂର୍ତ୍ତି କିଣିବାବେଳେ ମନେ ରଖନ୍ତୁ ଗଣେଶ ଜୀ ମୂର୍ତ୍ତି ବସିଥିବାର ହୋଇଥିବା ଉଚିତ । ଛିଡା ହୋଇଥିବା ଗଣେଶ ମୂର୍ତ୍ତିକୁ ଘରେ କେବେବି ସ୍ଥାପିତ କରାଯାଏ ନାହିଁ | କେବଳ ଗଣେଶ ଜୀ ବସିଥିବାର ପ୍ରତିମା ହିଁ ଶୁଭ ଅଟେ।ଗଣେଶ ଜୀଙ୍କର ଅନେକ ରଙ୍ଗର ମୂର୍ତ୍ତି ବଜାରରେ ଉପଲବ୍ଧ ହେଉଛି | ବର୍ତ୍ତମାନ,ଏମିତିରେ ତ ଆପଣ ଯେକୌଣସି ରଙ୍ଗର ଗଣେଶଜୀ କିଣି ପାରିବେ | କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଧଳା କିମ୍ବା ସିନ୍ଦୁର ରଙ୍ଗର ଗଣପତି ବାପ୍ପା ସବୁଠାରୁ ଶୁଭ ଅଟେ। ଘରେ ତାଙ୍କୁ ପ୍ରତିଷ୍ଠା କରିବା ଦ୍ୱାରା ଭଲ ଫଳାଫଳ ମିଳିଥାଏ |

ଯଦି ଗଣେଶଙ୍କ ଶୁଣ୍ଡ ବାମ ପାର୍ଶ୍ୱରେ ଅଛି, ତେବେ ତାଙ୍କୁ ବାମମୁଖୀ ଗଣପତି କୁହାଯାଏ | ଡାହାଣ ପାର୍ଶ୍ୱରେ ଶୁଣ୍ଡ ଥିବା ଗଣପତିଙ୍କୁ ସିଦ୍ଧବିନାୟକ କୁହାଯାଏ | ବାମ ପାର୍ଶ୍ୱରେ ଶୁଣ୍ଡ ଥିବା ଗଣପତି ଅର୍ଥ ହେଉଛି ବାମହାତୀ ଗଣେଶଙ୍କର ଉପାସନା ନିୟମ ଅତି ସହଜ ଅଟେ | କିନ୍ତୁ ଗଣପତିଙ୍କୁ ପୂଜା କରିବାର ଅନେକ ନିୟମ ଅଛି ଯଥା ସିଦ୍ଧ ବିନାୟକ ଗଣେଶଜୀଙ୍କୁ ଡାହାଣ ପାର୍ଶ୍ୱରେ ଶୁଣ୍ଡ ସହିତ | କେବଳ ଏକ ମନ୍ଦିର କିମ୍ବା ଧାର୍ମିକ ସ୍ଥାନରେ ଅନେକ ନିୟମ ଅନୁସରଣ କରିବା ସମ୍ଭବ | ସେଥିପାଇଁ ଆମକୁ ଘରେ ବାମମୁଖୀ ଗଣପତି କୁ ପ୍ରତିଷ୍ଠା କରିବା ଉଚିତ୍ |

ବନ୍ଧୁଗଣ ଗଣେଶ ମହାରାଜ ସବୁ ବିଘ୍ନକୁ ହରଣ କରିଥାନ୍ତି | ସବୁବେଳେ ଭଲ ବୁଦ୍ଧି ପ୍ରଦାନ କରିଥାନ୍ତି, ପ୍ରଭୁ ଗଜାନନ ସବୁ କାର୍ଯ୍ୟକୁ ନିଭିନ୍ନ ରେ ସମ୍ପୂର୍ଣ କରିଥାନ୍ତି | ସବୁ ଇଛା କୁ ପୁରଣ କରିଥାନ୍ତି | ଆମେ ଆଜି ଏହି ପୋଷ୍ଟ ଜରିଆରେ ଏମିତି 7ଟି ଉପାୟ ବିଷୟରେ କହିବୁ ଯାହାକୁ କରିବା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାନ୍ତି ଏବଂ ସବୁ ଇଛା ପୁରଣ କରିଥାନ୍ତି |

ସର୍ବ ପ୍ରଥମେ ଶାସ୍ତ୍ର ରେ ଏପରି ଲେଖା ଅଛି କି ଗଣେଶ ମହାରାଜ ଙ୍କୁ ମନାଇବା ଉଚିତ ଗଣେଶଙ୍କର ଆରଧନା କରନ୍ତୁ ତାଙ୍କୁ ମନେଇବାକୁ ପ୍ରୟାସ କରନ୍ତୁ | ଯେଉଁ ବ୍ୟକ୍ତିର ସନ୍ତାନ ପ୍ରାପ୍ତି ଆସିଛି ଶିକ୍ଷାରେ ବାଧା ଆସିଛି, ସମ୍ପତ୍ତି କୁ ନେଇ ଯଦି ସମସ୍ୟା ଥାଏ |ପଇସାକୁ ନେଇ କୌଣସି ବି ସମସ୍ୟା ଥାଏ | ଏହାକୁ ଶୀଘ୍ର ପୂରଣ କରିବା ପାଇଁ ଏବଂ ବିବାହରେ ଯଦି ବିଳମ୍ବ ହେଉଛି ଆପଣ ଯଦି ଏଇ ସବୁର ସମାଧାନ ଚାହୁଁଛନ୍ତି ତେବେ ଏହା ପାଇଁ ଆପଣଙ୍କୁ ଏହି ଉପାୟ କରିବା ଉଚିତ |

ଏହି ଉପାୟ କଲେ ଆମକୁ ଏହି ସବୁ ଜିନିଷ ପ୍ରାପ୍ତି ହେବ |କେତେ ଥର ଏମିତି ମଧ୍ୟ ହୁଏ ଛୋଟ ଛୋଟ କାର୍ଯ୍ୟ ରେ ମଧ୍ୟ ବାଧା ବିଘ୍ନ ଆସିଥାଏ | ଯାହାର କାରଣ ରୁ ଆମେ ବହୁତ ଚିନ୍ତିତ ହୋଇଯାନ୍ତି | ଆଉ ସେହି ଚିନ୍ତା କାରଣ ରୁ ଆମର ମାନସିକ ସ୍ଥିତି ବିଗିଡି ଯାଏ ଆଉ ମାନସିକ ସ୍ଥିତି ବିଗିଡି ଯିବାରୁ ବହୁତ ଅସୁବିଧା ହୋଇଥାଏ | ଏହାର ସମସ୍ତ ପ୍ରତିକାର ଗଣେଶ ମହାରାଜା କରିବେ |

ଯେଉଁ ମାନେ ଗଣେଶ ମହାରାଜ ଙ୍କୁ ପୂଜା କରୁଛନ୍ତି ତେବେ ତାଙ୍କୁ କେବେ ତୁଳସୀ ଜଳ ଚଢାନ୍ତୁ ନାହିଁ | ତୁଳସୀ ଜଳ ଚଢେଇବା ଦ୍ୱାରା ଆମ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ | ବୁଦ୍ଧି ଥିବା ବ୍ୟକ୍ତି ନିବୁଦ୍ଧି ହୋଇଯାଏ,ଯେଉଁ ଠାରୁ ଆମକୁ ଲାଭ ମିଳିବାର ଥାଏ ସେଇଠି କ୍ଷତି ମିଳେ |କାରଣ ଆମେ ଛୋଟ ଛୋଟ ଭୁଲ କରିଥାନ୍ତି ତାହାର ଖରାପ ପ୍ରଭାବ ଆମକୁ ମିଳିଥାଏ | ଏହି ଅସୁବିଧା ତୁଳସୀ ଚଢେଇବା ଦ୍ୱାରା ହୋଇଥାଏ |

ଯେଉଁ ବ୍ୟକ୍ତି ନିଜର ବଂଶ ବଢେଇବାକୁ ଚାହୁଁଥାଏ, ସନ୍ତାନ ପାଇବାକୁ ଚାହୁଁଥାଏ ବା ସନ୍ତାନ ପ୍ରାପ୍ତି ରେ କେତେ ପ୍ରକାରର ବାଧା ଥାଏ | ତେବେ ଶ୍ରୀଗଣେଷଙ୍କୁ ପ୍ରତ୍ୟେକ ବୁଧୁବାର ଦିନ ମୁଆଁର ଲଡୁ ଭୋଗ ଲଗାନ୍ତୁ | ଯେଉଁ ପିଲାର ପାଠ ହେଉନାହିଁ କିମ୍ବା ଯେତେ ପଢିଲେ ବି ମାନେ ରହୁନାହିଁ ତାକୁ ପ୍ରତ୍ୟେକ ଦିନ 108ଥର ଓଁ ଗଣପତେୟ ନମଃ ଜପ କରିବା ଆବଶ୍ୟକ | ଯେଉଁ ବ୍ୟକ୍ତିଙ୍କର ସମ୍ପତ୍ତି କିଣା ବିକା ରେ ଅସୁବିଧା ହେଉଛି କିମ୍ବା ଲାଭ ହେଉନାହିଁ ସେହି ବ୍ୟକ୍ତିକୁ ଶନିଙ୍କ ପାତ୍ର ରେ ଗଣେଶ ମହାରାଜ ଙ୍କୁ ଭୋଗ ଲଗେଇବା ଉଚିତ | ତେବେ ଯେଉଁ ବ୍ୟକ୍ତିଙ୍କର ଅର୍ଥ ଅଭାବ ହେଉଛି କିମ୍ବା ଯେତେ ରୋଜଗାର କଲେ ମଧ୍ୟ ରହୁନାହିଁ ତାଙ୍କୁ ପ୍ରତ୍ୟେକ ବୁଧୁବାର ଦିନ ଓଁ ଗଣ ଗଣପତେୟ ନମଃ ମନ୍ତ୍ର 108ଥର ଜପ କରିବା ଉଚିତ |

ଯେଉଁ ବ୍ୟକ୍ତିଙ୍କର ବିବାହାରେ ଅସୁବିଧା ହେଉଛି କିମ୍ବା ବିବାହ ହୋଇପାରୁନାହିଁ ସେ ଗରୁଡ ଜାଲରେ ହଳଦି ରଖି ବକ୍ର ତୁଣ୍ଡ ମହାକାୟ ଏହି ମନ୍ତ୍ର ଜପ କାରୀ ଗଣେଶ ମହାରାଜ ଙ୍କୁ ଅଭିଷେକ କରିବା ଦ୍ୱାରା ବିଘ୍ନ ସବୁ ହରଣ ହୋଇଯାଇ ଥାଏ |ଏହା କରିବା ଦ୍ୱାରା ବିବାହାରେ ଆସୁଥିବା ବାଧା ସମାପ୍ତ ହୋଇ ଥାଏ |

ପ୍ରତ୍ୟକ ବ୍ୟକ୍ତି ଚାହାଁନ୍ତି ତାଙ୍କ ନାମ ଦୁନିଆ ରେ ରହୁ ସେମାନେ ନିଜର ବଡ ନାମ କରନ୍ତୁ ତେବେ ସେଥିପାଇଁ ଗଣେଶ ମହାରଜା ଙ୍କୁ କ୍ଷୀରି ଭୋଗ ଲଗାନ୍ତୁ ଏବଂ ରସ ଫଳ ଅର୍ପଣ କରନ୍ତୁ ଏହାକୁ ଛୋଟ ପିଲାଙ୍କ ମଧ୍ୟରେ ବାଣ୍ଟିଦିଅନ୍ତୁ | ଭଗବାନ ଗଣେଶଙ୍କର ଜାମୁ କୋଳି ବହୁତ ପସନ୍ଦ ତେଣୁ ଭଗବାନ ଙ୍କୁ ଜାମୁ କୋଳି ଭୋଗ ଲଗାନ୍ତୁ କିଛି ନିଯେ ପାଆନ୍ତୁ ଆଉ କିଛି ପିଲାଙ୍କ ମଧ୍ୟ ରେ ବାଣ୍ଟି ଦିଅନ୍ତୁ| ଏହା ଦ୍ୱାରା ଆପଣଙ୍କ ସବୁ ମନସ୍କାମନା ପୂର୍ଣ୍ଣ ହୋଇଯାଏ

Leave a Reply

Your email address will not be published. Required fields are marked *