ମଙ୍ଗଳବାର ଦିନ ଯିଏ ବି କରେ ଲୁଣର ଏହି ଉପାୟ ତାଙ୍କ ଘର ଖୁସିରେ ଭରି ଯାଏ ଏବଂ ସେ କୋଟିପତି ହୋଇଯାଏ..

ପ୍ରାୟତଃ ଆମେ ଲୁଣ ବିଷୟରେ କଥା ହେଉଥାଉ କାରଣ ଲୁଣ ଆମ ସାଧାରଣ ଜୀବନରେ ଯେମିତି ମହତ୍ତ୍ୱ ରଖେ ତାଠାରୁ ଅଧିକ ଜ୍ୟୋତିଷ ରେ ରଖିଥାଏ ।ଲୁଣ କୁ ବିଭିନ୍ନ ଉପାୟ ରେ ବ୍ୟବହାର କରାଯାଇ ପାରେ,ତେବେ ତାହା ଶାରୀରିକ ହେଉ ଅବା ନିଜ ଜ୍ୟୋତିଷକୁ ସୁଧାରିବା ହେଉ କିମ୍ବା ଖାଦ୍ୟରେ ହେଉ ସମସ୍ତ ପ୍ରକାରରେ ଲୁଣ ଆମ ଜୀବନରେ ବ୍ୟବହାର ହୋଇଥାଏ । ଏଥି ସହିତ ଲୁଣ ଆମର ଆୟୁକୁ ବଢ଼ାଇଥାଏ,ଏବଂ କମାଇ ମଧ୍ୟ ଥାଏ । ଲୁଣର ଅନେକ ଉପାୟ କୁହାଯାଏ,ଆଜି ଆମେ ଆପଣଙ୍କୁ ଏମିତି ଉପାୟ କହିବୁ ଯାହାକୁ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଅନେକ ପ୍ରକାରର ଲୁଣ ଥାଏ ତଥା ପାହାଡ଼ି ଲୁଣ,ସାମୁଦ୍ରିକ ଲୁଣ,କଳା ଲୁଣ,ସାଧାରଣ ଧଳା ଲୁଣ,ଏବଂ ଏହି ଲୁଣକୁ ବ୍ୟବହାର କରି ଆପଣ ଆପଣଙ୍କ ଘରେ ସୁଖ ସମୃଦ୍ଧି ଆଣିପାରିବେ ।କୁହାଯାଏ ଯେ ଯଦି କୁଣ୍ଡଳୀ ରେ ଚନ୍ଦ୍ରମା କମଜୋର ରୁହନ୍ତି ତେବେ ସାମୁଦ୍ରିକ କିମ୍ବା ସାମାନ୍ୟ ଲୁଣର ବ୍ୟବହାର କରିବା ଉଚିତ ନୁହେ ବରଂ ପାହାଡ଼ି ଲୁଣର ବ୍ୟବହାର କରିବା ଉଚିତ । ଏହାଦ୍ୱାରା ଆପଣ ରକ୍ତଚାପ ଠାରୁ ମଧ୍ୟ ବଂଚିକି ରହିବେ,ତେବେ ଘରର ଯେକୌଣସି କୋଣରେ ଗୋଟିଏ ପାତ୍ର ରେ ଲୁଣ ଭରିକି ରଖିବା ଦ୍ୱାରା ଘରେ ଥିବା ସମସ୍ତ ନକାରାତ୍ମକ ଉର୍ଜାରୁ ମୁକ୍ତି ମିଳିଯାଏ । ଯଦି ଆପଣଙ୍କ ମନର କୌଣସି ଖରାପ ବିଚାର କିମ୍ବା ଚିନ୍ତା ହେଉଛି ତେବେ ଏହାର ଇଲାଜ୍ ମଧ୍ୟ ଲୁଣ ରଖିବା ଦ୍ୱାରା ହୋଇଥାଏ ।

ଏମିତିରେ ଲୁଣକୁ ଆମେ ଚନ୍ଦ୍ରମା ଏବଂ ଶୁକ୍ରଙ୍କ ପ୍ରତିନିଧି ବୋଲି ମାନିଥାଉ । ଚନ୍ଦ୍ରର ଅର୍ଥ ମନର କାରକ ଏବଂ ଶୁକ୍ର ହେଉଛନ୍ତି ଲକ୍ସରୀର କାରକ କିନ୍ତୁ ଅନେକ ଜାଗାରେ ଏହାକୁ ରାହୁଙ୍କ ପ୍ରତିନିଧି ବୋଲି ମନାଯାଏ । ଏଥିପାଇଁ ଲୁଣକୁ ଆପଣ କେମିତି ରଖିବେ ଏହା ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । କଣ କରନ୍ତି ଆମେ ଯେକୌଣସି ଡବା ରେ ଲୁଣ ଭରିକି ରଖିଦେଇଥାଉ କିନ୍ତୁ ଲୁହା କିମ୍ବା ପ୍ଲାଷ୍ଟିକ ,ଷ୍ଟିଲ୍ ଏଥିରେ ଲୁଣ ରଖିବା ଦ୍ୱାରା ଚନ୍ଦ୍ର ଏବଂ ଶନିଙ୍କର ମିଳନ ହୋଇଥାଏ ଯାହା ବିପଦପୂର୍ଣ୍ଣ ହୋଇଥାଏ,ଶାରୀରିକ ମାନସିକ ଅସୁବିଧା ଏବଂ ରୋଗ ମଧ୍ୟ ହୋଇପାରେ ।

ସେଥିପାଇଁ ଲୁଣକୁ ସର୍ବଦା କାଚ ଜିନିଷ ରେ ଭରିକି ରଖିବା ଉଚିତ । ଯଦି ଗାଧୁଆ ଘରେ ମଧ୍ୟ ଆପଣ ଏହିପରି କାଚ ଜିନିଷରେ ଲୁଣ ଭରିକି ରଖନ୍ତି ତେବେ ଏହା ଦ୍ୱାରା ମଧ୍ୟ ଆପଣଙ୍କ ଘରର ବାସ୍ତୁ ଦୋଷ ଦୁର ହୋଇଥାଏ । ଘରୁ ନକାରାତ୍ମକ ଉର୍ଜା ଦୁର ହୋଇଥାନ୍ତି ଏଥିସହିତ ଯଦି ଶାସ୍ତ୍ରୀୟ ଦୃଷ୍ଟିକୋଣରୁ ଦେଖାଯାଏ ତେବେ ଘରେ ଥିବା ସୂକ୍ଷ୍ମ କିଟାଣୁ ଅର୍ଥାତ ଆଖିକୁ ଦେଖାଯାଉନଥିବା କିଟାଣୁ ମାନଙ୍କର ନାଶ ହୋଇଥାଏ । ବନ୍ଧୁଗଣ ଗାଧୁଆ ଘରେ କାଚ ପାତ୍ର ରେ ଦର୍ଦରା ଲୁଣ ଭରିକି ରଖିବା ଏବଂ ପ୍ରତ୍ୟେକ ୧୫ଦିନକୁ ଥରେ ଏହାକୁ ବଦଳାଇ ଦେବା ଦ୍ୱାରା ଘରେ ସକାରାତ୍ମକ ଉର୍ଜାର ବୃଦ୍ଧି ହୋଇଥାଏ । କିନ୍ତୁ ଧ୍ୟାନ ଦେବେ ଏହା କେବଳ କାଚ ପାତ୍ରରେ କରିବା ଉଚିତ ।

ତେବେ ମନେ ରଖନ୍ତୁ ଲୁଣ କେବେ ହାତକୁ ହାତ ଦେବା ଉଚିତ ନୁହେଁ ଯଦି ଆପଣ କାହାକୁ ଖାଦ୍ୟ ପରଷୁଛନ୍ତି ତଥାପି ମଧ୍ୟ ହାତକୁ ଲୁଣ ଦେବା ଉଚିତ ନୁହେଁ । ଏହା ମଧ୍ୟ ଆପଣଙ୍କ ଭାଗ୍ୟ ଆପଣଙ୍କ ଚନ୍ଦ୍ରମା ଅନ୍ୟକୁ ଦେଇଥାଏ । ଆପଣଙ୍କ ଭିତରେ ମାନସିକ ଚାପ ମଧ୍ୟ ପକେଇପାରେ । ଲୁଣ ପ୍ୟାକେଟ ମଧ୍ୟ ଦେବା ଉଚିତ ନୁହେଁ ଏହା ଦ୍ୱାରା ମନୁଷ୍ୟର ସଂପର୍କ ମଧ୍ୟ ଖରାପ୍ ହୋଇଥାଏ । ତେବେ ଲୁଣ କେବଳ ଆମ ଘର ଭିତରେ ହିଁ ସାହାଯ୍ୟ କରିନଥାଏ ଏହା ବାହାରେ ମଧ୍ୟ ଉପକାରୀତା ଦେଖାଇଥାଏ ତେବେ ଆପଣ ଯଦି ଚାହିଁବେ ଏହାକୁ (କଳା ଲୁଣ) ନାଲି କପଡା ରେ ବାନ୍ଧି ଏହାକୁ ଆପଣଙ୍କ ମୁଖ୍ୟ ଦୁଆର ମୁହଁରେ ରଖିପାରିବେ ।

ଯଦି ଆପଣଙ୍କୁ ଲାଗୁଚି ଆପଣଙ୍କର ଶନି ଦୋଷ ଅଛି,ରାହୁ ଦୋଷ ଅଛି,କେତୁ ଦୋଷ ଅଛି କିମ୍ବା ଏମିତି ଲାଗୁଚି କିଏ ଗୁଣି ଗାରେଡ଼ି କରିଛି କିମ୍ବା ଦୃଷ୍ଟି ଦେଇଛି ଏବଂ ଭୁତ ପ୍ରେତ କିମ୍ବା ଘରେ ନକାରାତ୍ମକ ଶକ୍ତି ବସବାସ କରୁଛି ତେବେ ଆପଣ ଏହି ଉପାୟ କରିପାରିବେ । ଏହା ଦ୍ୱାରା ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ । କଳା ଲୁଣ ଧନର ପ୍ରତୀକ ମଧ୍ୟ ହୋଇଥାଏ ଯଦି ଆପଣ କୌଣସି ବ୍ୟବସାୟ କରୁଛନ୍ତି,କିମ୍ବା ଆପଣଙ୍କର କୌଣସି ଦୋକାନ ଅଛି ଆପଣଙ୍କୁ ଲାଗୁଚି କିଏ ଆପଣଙ୍କୁ ଦୃଷ୍ଟି ଶକ୍ତି ପକାଉଛି ତେବେ ଏହାକୁ ଆପଣ ନାଲି କପଡା ରେ ବାନ୍ଧି ଘର ସାମ୍ନାରେ ବାନ୍ଧିପାରିବେ ଏହା କରିବା ଦ୍ୱାରା ସମସ୍ତ ନକାରାତ୍ମକ ଉର୍ଜା ମୁକ୍ତି ପାଇଯିବେ ।

ତେବେ ଯଦି ଆପଣ ଲୁଣ କୁ ଧନ ପାଇଁ ବ୍ୟବହାର କରୁଛନ୍ତି ତେଣେ ଲୁଣକୁ କାଚ ପାତ୍ରରେ ପାଣିରେ ଭରିକି ଘର କୋଣ ରେ ରଖିଦିଅନ୍ତୁ ଏବଂ ଏହା ଉପରେ ଏକ ନାଲି ବଲ୍ବ ଜଳେଇ ଦିଅନ୍ତୁ ଏହା କରିବା ଦ୍ୱାରା ଘରେ ଧନର ଉନ୍ନତି ହେବାକୁ ଲାଗେ । ଲୁଣରେ ଲବଙ୍ଗ ମିଶାଇକି ଘରେ ରଖନ୍ତୁ ଏବଂ ପ୍ରତ୍ୟେକ ଦିନ ଲୁଣ ପାଣିରେ ଘର ପୋଛା ଲଗାନ୍ତୁ କୁହାଯାଏ ଯେ ଦାରିଦ୍ରତା ହଟେଇବା ପାଇଁ ଏହି ଉପାୟ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ । ତେବେ ମନେ ରଖନ୍ତୁ କେବଳ ଗୁରୁବାର କୁ ଛାଡ଼ି ଅନେ ସମସ୍ତ ଦିନ ଆପଣ ପୋଛା ଲଗାଇ ପାରିବେ । ବହୁତ ପୁରୁଣା ସମୟରୁ ପ୍ରାଚୀନ କାଳରୁ ଲୁଣ କୁ ପିଲାର ନଜର ଉତାରିବା ପାଇଁ ବ୍ୟବହାର କରାଯାଏ ।

ତେବେ ନଜର ଉତାରିବା ସମୟରେ ଲୁଣ କୁ ମୁହଁରେ ସାତ ଥର ଘୁରାଇ ପାଣିରେ ଫିଙ୍ଗିଦେବା ଉଚିତ । କିମ୍ବା ସାତ ଟି ଶୋରିସ,ସାତଟି ଲଙ୍କା ଏବଂ ଲୁଣକୁ ସାତ ଥର ବୁଲାନ୍ତୁ ଯାହାକୁ ନଜର ଲାଗିଛି କିମ୍ବା ଯିଏ ନଜର ଲାଗେଇଛି ଏହା କରିବା ବହୁତ ଅସର ହେବା ପାଇଁ ଆପଣ ଆପଣଙ୍କ ବାମ ହାତର ବ୍ୟବହାର ବେଶି କରିବା ଅତ୍ୟନ୍ତ ଆବଶ୍ୟକ ଏହା କରିସାରିବା ପରେ ଏହାକୁ ଦେଶୀ ଆମ୍ବ କାଠରେ ପକେଇ ଜଳେଇ ଦେବା ଦରକାର ଏହା କରିବା ଦ୍ୱାରା ନଜର ଶୀଘ୍ର ଉତାରିଯାଇଥାଏ । ମନେ ରଖନ୍ତୁ ବାମ ହାତ ଅଧିକ ବ୍ୟବହାର କରିବା ଦ୍ୱାରା ଏହା ବେଶି ଫଳପ୍ରଦ ହୋଇଥାଏ ।

ଗୋଟିଏ ଜିନିଷ ସବୁବେଳେ ନଜର ଉତାରିବା ସମୟରେ ସର୍ବଦା ମନେ ରଖିବେ । ଯଦି ଆପଣ କାହାର ନଜର ଉତାରୁଛନ୍ତି ତେବେ ସେ ଆପଣଙ୍କ ଠାରୁ ବଡ଼ ହୋଇଥାଏ ଦରକାର ତେବେ ଯଦି ସେ ଆପଣଙ୍କ ଠାରୁ ବୟସରେ ସାନ ତେବେ ସେ ଆଧ୍ୟାତ୍ମିକ ହେଉଥିବା ଦରକାର । ଯଦି କୌଣସି ପିଲାକୁ ଏମିତି ନଜର ଲାଗିଯାଇଛି ତେବେ ଆପଣ ଶୁଖିଲା ଲଙ୍କା ନେଇପାରିବେ । ଲୁଣ ସହିତ ସୋରିଷ ଏବଂ ପିଆଜ ଖଣ୍ଡ ଆପଣ ଏହା ସହିତ ନେଇପାରିବେ । ଏବଂ ଏହା ସବୁକୁ ଗାଈର ଶୁଖିଲା ଗୋବର ଜଳାଇ ଦେଇ ସେଥିରେ ଆପଣ ସାତ ଥର ବୁଲେଇ ପାରିବେ ।

ତେବେ ଏହାକୁ ଜଳୁଥିବା ଅବସ୍ଥାରେ ନେଇକି ବାହାରେ ଫିଙ୍ଗି ଦେଇ ଆସିବେ ଧ୍ୟାନ ରଖିବେ ଜଳୁଥିବା ଅବସ୍ଥାରେ କରିବେ । ବହୁତ ସାବଧାନ ସହିତ କରିବେ ବହୁତ ବିପଦପୂର୍ଣ୍ଣ ଉପାୟ ହେଲେ ବହୁତ ଅସଦ କାରୀ ଉପାୟ ଆପଣ ଏହା କରିବା ପରେ ଦେଖିବେ ନଜର ଧୀରେ ଧୀରେ ଉତୁରିବାକୁ ଲାଗିବ । ଯଦି ଆପଣ ଏହି ସବୁ ଉପାୟ କରିପାରୁ ନାହାନ୍ତି ତେବେ ଏହି ସହଜ ଉପାୟ ମଧ୍ୟ କରିପାରିବେ ଆପଣ ଅଳ୍ପ ଲୁଣ ନିଅନ୍ତୁ ଏହାକୁ ତିନିଥର ବାମରୁ ଦକ୍ଷିଣ ଯାଏଁ ଆପଣଙ୍କ ମୁହଁ ସାମ୍ନା ରେ ବୁଲେଇ ଆଣି ଏହାକୁ ଫିଙ୍ଗିଦିଅନ୍ତୁ । ତେବେ ଏହା ବହୁତ ଫଳପ୍ରଦ ନୁହେଁ କାରଣ କୁହାଯାଏ ସର୍ବଦା ଲୁଣକୁ ପାଣି ରେ କିମ୍ବା ନିଆଁ ରେ ଜଳେଇଦେବା ଉଚିତ ତେବେ ଯାଇ ଏହାର ପ୍ରଭାବ ଅନେକ ହୋଇଥାଏ ।

Leave a Reply

Your email address will not be published. Required fields are marked *