ଗଣେଶ ଚତୁର୍ଥୀରେ ମୂର୍ତ୍ତି ସ୍ଥାପନ କରିବା ସମୟରେ ରଖନ୍ତୁ ଏହି କଥାଗୁଡ଼ିକର ଧ୍ୟାନ,10ଦିନରେ ବଦଳିଯିବ ଭାଗ୍ୟ..

ଗଣେଶ ଚତୁର୍ଥୀ ଭାରତର ସବୁଠାରୁ ପ୍ରସିଦ୍ଧ ପର୍ବ | ଲୋକ ମାନେ ଏହାକୁ ପ୍ରତିବର୍ଷ ବହୁତ ଉତ୍ସାହ ଏବଂ ଧୁମଧାମର ସହିତ ପାଳନ କରନ୍ତି | ବିଶେଷ କରି ପିଲାମାନେ ଭଗବାନ ଗଣେଶ ଙ୍କୁ ବହୁତ ପସନ୍ଦ କରନ୍ତି ଏବଂ ଜ୍ଞାନ ଏବଂ ଭାଗ୍ୟର ଆଶୀର୍ବାଦ ପାଆନ୍ତି | ଲୋକମାନେ ଏହି ପର୍ବ ପାଇଁ ଏକ ମାସ ପୂର୍ବରୁ, ଏକ ସପ୍ତାହ କିମ୍ବା ସେହି ଦିନଠାରୁ ପ୍ରସ୍ତୁତି ଆରମ୍ଭ କରନ୍ତି | ଗଣେଶ ଚତୁର୍ଥୀ ପର୍ବରେ ବଜାର ରୋନକ ଦେଖିବାକୁ ଯୋଗ୍ୟ ହୋଇ ଥାଏ | ସବୁ ଜାଗାରେ ଦୋକାନଗୁଡ଼ିକ ଗଣେଶଙ୍କ ମୂର୍ତ୍ତି ଗୁଡ଼ିକରେ ପରିପୂର୍ଣ୍ଣ ରହିଥାଏ |

ଏଥର ଭଗବାନ ଗଜାନନଙ୍କ ଗଣେଶ ଚତୁର୍ଥୀ 31 ଅଗଷ୍ଟରେ ସାରା ଦେଶରେ ପାଳନ କରାଯିବ । ଏହି ଦିନ ପ୍ରତ୍ୟେକ ପରିବାରରେ ଗଣପତି ବାପ୍ପାଙ୍କ ମୂର୍ତ୍ତି ପ୍ରତିଷ୍ଠିତ ହୋଇଥାଏ | ଏହି ଦିନ ଗଣେଶଙ୍କର ସୁନ୍ଦର ପ୍ରତିମା ଘର ଏବଂ ସର୍ବସାଧାରଣ ସ୍ଥାନରେ ସ୍ଥାପିନ ହୋଇଥାଏ | ବୁଧବାର ଗଣେଶୋତ୍ସବ ପର୍ବ ଆରମ୍ଭ ହେବା ସହିତ ଏଥର ଏହାର 10 ଦିନ ମଧ୍ୟ ଅଧିକ ଶୁଭ ହୋଇଯାଇଛି |

ଜ୍ୟୋତିଷଙ୍କ ଅନୁଯାୟୀ,ଯଦି ଏହି 10 ଦିନ ମଧ୍ୟରେ ଭଗବାନ ଗଣେଶଙ୍କ ଉପାସନା କିଛି ବିଧି ବିଧାନଅନୁଯାୟୀ କରାଯାଇଥାଏ ଏବଂ କିଛି ନିୟମ ପାଳନ କରାଯାଏ, ତେବେ ବର୍ଷସାରା ସୁଖ ଓ ସମୃଦ୍ଧିର ବର୍ଷା ହୁଏ। ଏହା ସହିତ ପ୍ରଭୁ ଗଣେଶଙ୍କ କୃପା ଦ୍ୱାରା ପ୍ରତ୍ୟେକଙ୍କ ଇଚ୍ଛା ପୂରଣ ହୁଏ |

ଜାଣନ୍ତୁ ଗଣେଶ ସ୍ଥାପନର ନିୟମ :-

1. ଆପଣଙ୍କୁ କହିରଖୁଛୁ କି ଗଣେଶ ଉତ୍ସବ କୁ ମହାରାଷ୍ଟ୍ରରେ ବଡ଼ ଧୁମଧାମର ସହିତ ପାଳନ କରାଯାଏ | ହିନ୍ଦୁ ଧର୍ମରେ ଭଗବାନ ଗଣେଶ ଶିକ୍ଷା, ଜ୍ଞାନ, ବାଧା, ବିନାଶକାରୀ, ଶୁଭ, ସିଦ୍ଧ ଏବଂ ସମୃଦ୍ଧିର ପ୍ରତୀକ | ଯଦି ଆପଣ ନିଜ ଘରେ ଭଗବାନ ଗଣେଶଙ୍କ ପ୍ରତିମା ସ୍ଥାପନ କରୁଛନ୍ତି, ତେବେ ଆପଣଙ୍କୁ ମନେ ରଖିବାକୁ ହେବ ଯେ ଗଣପତିଙ୍କ ପ୍ରତିମା ଉତ୍ତର-ପୂର୍ବରେ ସ୍ଥାପିତ ହେବା ଉଚିତ୍। ଏହା ସହିତ, ଆପଣ ମନେ ରଖିବା ଉଚିତ୍ ଯେ ମୂର୍ତ୍ତିର ମୁଖ ପଶ୍ଚିମ ଆଡକୁ ରହିବା ଉଚିତ୍ |

2.ଯେଉଁଠାରେ ଆପଣ ଗଣେଶ ସ୍ଥାପନ କରିଛନ୍ତି, ଆପଣଙ୍କୁ ମନେ ରଖିବାକୁ ହେବ ଯେ ସର୍ବଦା ପରିଷ୍କାର ପରିଚ୍ଛନ୍ନତା ରହିବା ଉଚିତ୍ | ଆପଣଙ୍କୁ ବିଶେଷ ଯତ୍ନ ନେବାକୁ ପଡିବ ଯେ ସେହି ସ୍ଥାନରେ ଆବର୍ଜନା ରଖିବେ ନାହିଁ | ଏହା ବ୍ୟତୀତ,ଯେ କୌଣସି ପ୍ରକାରର ଭୁଲ୍ ସେହି ସ୍ଥାନରେ ରହିବା ଉଚିତ୍ ନୁହେଁ | ଚମଡ଼ା ସାମଗ୍ରୀ ମଧ୍ୟ ଏହି ସ୍ଥାନ ନିକଟରେ ଆଣିବା ଉଚିତ୍ ନୁହେଁ |

3.ଯଦି ଆପଣ ଗଣେଶ ସ୍ଥାପନ କରୁଛନ୍ତି, ତେବେ ପ୍ରତିଦିନ ସକାଳେ ପୂଜା କରନ୍ତୁ ଏବଂ ସନ୍ଧ୍ୟା ସମୟ ରେ ଆଳତି କରନ୍ତୁ | ସକାଳେ ସନ୍ଧ୍ୟାରେ ଭୋଗ ଲଗାନ୍ତୁ, ଧୂପ ଦୀପ ଦେଖନ୍ତୁ |

4.ଯଦି ଆପଣ ଗଣେଶ ଜୀ ଙ୍କୁ ସ୍ଥାପନ କରିସାରିଛନ୍ତି ତେବେ ଏହାପରେ ଏହି କଥାର ବିଶେଷ ଧ୍ୟାନ ରଖିବାକୁ ହେବ କି ଆପଣ ଗଣେଶ ଜୀ ଙ୍କ ମୂର୍ତ୍ତି କୁ ହଲାନ୍ତୁ ନାହିଁ | ବିସର୍ଜନ ସମୟରେ ଗଣେଶ ଜୀ ଙ୍କ ମୂର୍ତ୍ତି କୁ ହଲେଇ ପାରନ୍ତି |

5. ଆପଣଙ୍କୁ ଏହି କଥାର ବିଶେଷ ଧ୍ୟାନ ରଖିବାକୁ ହେବ କି ଗଣେଶ ଜୀ ଙ୍କୁ ଭୁଲ ରେ ମଧ୍ୟ ତୁଳସୀ ପତ୍ର ଅର୍ପଣ କରନ୍ତୁ ନାହିଁ | ଗଣେଶ ଜୀ ଙ୍କୁ ଦୁବ ହିଁ ଅର୍ପିତା କରାଯାଇଥାଏ | ଗଣେଶ ଜୀ ଙ୍କୁ ପୂଜାରେ ଦୁବ ଅର୍ପିତା କରିବା ଅତ୍ୟନ୍ତ ଶୁଭ ବୋଲି ବିଶ୍ୱାସ କରାଯାଏ |

6. ଗଣେଶ ସ୍ଥାପନ ସମୟରେ ନିଜ ମନରେ କୌଣସି ଖରାପ ଭାବନା ଏବଂ ଖରାପ କାଯ୍ୟ କରନ୍ତୁ ନାହିଁ |

7.ଯଦି ଆପଣଙ୍କ ଘରେ ଗଣେଶ ସ୍ଥାପନ କରିଛନ୍ତି, ତେବେ ଘରକୁ ଆମିଷ ମଦ ଆଦି ଆଣନ୍ତୁ ନାହିଁ ଆଉ ନା ହିଁ ଏମିତି କିଛି ତାମସିକ ଜିନିଷର ସେବନ କରନ୍ତୁ | ଆପଣଙ୍କୁ କହିରଖୁଛୁ ଯେ ଗଣେଶ ଉତ୍ସବ ସମୟରେ ରସୁଣ, ପିଆଜ ର ସେବନ ନକରିବା ଉଚିତ |

Leave a Reply

Your email address will not be published. Required fields are marked *